୫-ଟିରେ ଅନୁଗୋଳର ୫୦ ହାଇସ୍କୁଲ

ଅନୁଗୋଳ ଅଫିସ,୧୭ା୪ ଅନୁଗୋଳ ଜିଲାରେ ବଦଳିବ ହାଇସ୍କୁଲ ଶିକ୍ଷାର ଭିତ୍ତିଭୂମି। ଶୈକ୍ଷିକ ବ୍ୟବସ୍ଥାରେ କରାଯିବ ବଡ଼ ପରିବର୍ତ୍ତନ। ନୂଆ ରୂପରେଖ ସହ ଗୁଣାତ୍ମକ ଶିକ୍ଷା ପାଇଁ ସମସ୍ତ ବାତାବରଣ ଏଠାରେ ପ୍ରସ୍ତୁତ ହେବ। ରାଜ୍ୟ ସରକାରଙ୍କ ୫-ଟି ବିଭାଗ ଅଧୀନରେ ଆରମ୍ଭ ହେଉଥିବା ‘ହାଇସ୍କୁଲ ଟ୍ରାନ୍ସଫର୍ମେଶନ୍‌’ କାର୍ଯ୍ୟକ୍ରମରେ ପ୍ରଥମ ପର୍ଯ୍ୟାୟରେ ଅନୁଗୋଳ ଜିଲାରୁ ବଛା ବଛା ୫୦ଟି ହାଇସ୍କୁଲକୁ ଏଥିରେ ସାମିଲ କରାଯାଇଛି। ଏ ନେଇ ଏପ୍ରିଲ ୧୭ ତାରିଖ ଶନିବାର ଜିଲାପାଳ, ଜିଲା ଶିକ୍ଷା ଅଧିକାରୀ, ସମ୍ପୃକ୍ତ ହାଇସ୍କୁଲଗୁଡ଼ିକର ପ୍ରଧାନ ଶିକ୍ଷକ, ସ୍ଥାନୀୟ ସରପଞ୍ଚ, ଆଲୁମନି ଆସୋସିଏଶନ ଛାତ୍ରୀଛାତ୍ରମାନଙ୍କ ସହ ଭର୍ଚୁଆଲ ମୋଡ୍‌ରେ ୫-ଟି ସଚିବ ଭି.କେ. ପାଣ୍ଡିଆନ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି।
ରାଜ୍ୟ ସରକାରଙ୍କ ‘ମୋ ସ୍କୁଲ’ ଅଭିଯାନରେ ଅନୁଗୋଳ ଜିଲାର ସମସ୍ତ ୨୪୩ ହାଇସ୍କୁଲ ପୂର୍ବରୁ ସାମିଲ ହୋଇସାରିଛି। ଏସବୁ ସ୍କୁଲର ଉନ୍ନତୀକରଣ ପାଇଁ ପୁରାତନ ଛାତ୍ରୀଛାତ୍ରମାନଙ୍କ ପକ୍ଷରୁ ୬୨ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ଏବେ ମୋ ସ୍କୁଲ ଅଭିଯାନ ଜରିଆରେ ୫-ଟି ଅଧୀନରେ ଆରମ୍ଭ ହେଉଥିବା ‘ହାଇସ୍କୁଲ ଟ୍ରାନ୍ସଫର୍ମେଶନ୍‌’ କାର୍ଯ୍ୟକ୍ରମରେ ଜିଲାର ୮ଟି ବ୍ଲକରୁ ୫୦ ହାଇସ୍କୁଲକୁ ସାମିଲ କରାଯାଇଛି। ଅନୁଗୋଳ ବ୍ଲକରୁ ସର୍ବାଧିକ ୯ଟି ହାଇସ୍କୁଲକୁ ନିଆଯାଇଥିବାବେଳେ ବଅଁରପାଳ, ଛେଣ୍ଡିପଦା, କଣିହାଁ ଓ କିଶୋରନଗର ବ୍ଲକରୁ ୬ଟି ଲେଖାଏ, ପାଲଲହଡ଼ାର ୭ ଏବଂ ଆଠମଲ୍ଲିକ, ତାଳଚେର ବ୍ଲକରୁ ୫ଟି ଲେଖାଏ ହାଇସ୍କୁଲ ସାମିଲ ହୋଇଛି। ଏଥିଲାଗି ଜିଲା ପ୍ରଶାସନ ସହ ସମସ୍ତ ହାଇସ୍କୁଲର ପ୍ରଧାନଶିକ୍ଷକଙ୍କୁ ୫-ଟି ବିଭାଗ ପକ୍ଷରୁ ଚିଠି କରାଯାଇଛି। ଫଳରେ ଜିଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଏ ନେଇ ତତ୍ପରତା ପ୍ରକାଶ ପାଇଛି। ତାଲିକାଭୁକ୍ତ ହାଇସ୍କୁଲଗୁଡ଼ିକର ସୌନ୍ଦର୍ଯ୍ୟକରଣ ସହ ଶୈକ୍ଷିକ ବାତାବରଣ ପାଇଁ ବଡ଼ ଧରଣର ପରିବର୍ତ୍ତନ କରାଯିବ। ସ୍ମାର୍ଟ କ୍ଲାସରୁମ୍‌, ଇ-ଲାଇବ୍ରେରି, ଉନ୍ନତ ଲାବରେଟୋରି, ଶୌଚାଳୟ, ପାନୀୟ ଜଳ ସୁବିଧା, ଖେଳପଡ଼ିଆ, ପାଚେରି ପ୍ରସ୍ତୁତ ହେବ। ଆବଶ୍ୟକ ଶିକ୍ଷୟିତ୍ରୀ ଶିକ୍ଷକ ଓ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯିବ। ସ୍ଥାନୀୟ ସରପଞ୍ଚ ପାଣ୍ଠି, ସିଏସ୍‌ଆର୍‌ ଯୋଜନା ଆଦିରୁ ଅର୍ଥ ଖର୍ଚ୍ଚ କରାଯିବ। ଏହାଛଡ଼ା ଜିଲା ପ୍ରଶାସନ ପକ୍ଷରୁ ପ୍ରତି ହାଇସ୍କୁଲକୁ ୧୫ ଲକ୍ଷ ଟଙ୍କା ଲେଖାଏ ଦିଆଯିବ। ରାଜ୍ୟ ସରକାର ମଧ୍ୟ ଏସବୁ ଶିକ୍ଷାନୁଷ୍ଠାନଗୁଡ଼ିକୁ ୩୦ ଲକ୍ଷ ଟଙ୍କା ଲେଖାଏ ପ୍ରଦାନ କରିବେ। ଆସନ୍ତା ନଭେମ୍ବର ମାସ ସୁଦ୍ଧା ଜିଲାର ଅବଶିଷ୍ଟ ୧୯୩ ହାଇସ୍କୁଲକୁ ଏହି କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ କରାଯିବ ବୋଲି ସୂଚନା ମିଳିଛି।
ଶିକ୍ଷାର ମାନ ବଢ଼ିବ
ସରକାରଙ୍କ ଏହି ବ୍ୟବସ୍ଥା ଦ୍ୱାରା ହାଇସ୍କୁଲ ଶିକ୍ଷାର ମାନ ବଢ଼ିବ। ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଉଜ୍ଜ୍ୱଳ ହେବ। ଜିଲା ଶିକ୍ଷା ଭିତ୍ତିଭୂମି ସହ ବ୍ୟବସ୍ଥାରେ ବଡ଼ଧରଣର ପରିବର୍ତ୍ତନ ଆସିପାରିବ। ଏହାକୁ ସମସ୍ତେ ନିଶ୍ଚିତ ସ୍ବାଗତ କରିବେ।
-କେଦାର ବେହେରା, ପିଟିସି ହାଇସ୍କୁଲ ପ୍ରଧାନଶିକ୍ଷକ, ଅନୁଗୋଳ
ଭବିଷ୍ୟତ ଉଜ୍ଜ୍ୱଳ ହେବ
ହାଇସ୍କୁଲଗୁଡ଼ିକର ଭିତ୍ତିଭୂମି ସୁଦୃଢ଼ ହେବ। ଅତ୍ୟାଧୁନିକ ଶେଣୀଗୃହ ସହ ଇ-ପାଠାଗାର ଶୈକ୍ଷିକ ବାତାବରଣକୁ ମଜଭୁତ କରିବ। ପିଲାମାନଙ୍କ ଭବିଷ୍ୟତ ଶୃଙ୍ଖଳିତ ସହ ଉଜ୍ଜ୍ୱଳ ହେବ। ଏହା ସରକାରଙ୍କ ଏକ ଉତ୍ତମ ଚିନ୍ତାଧାରା।
-ସୁକାନ୍ତ କୁମାର ମାଝି, ମୋ ସ୍କୁଲ ଅଭିଯାନର ସଭାପତି
ମୁଳଦୁଆ ସୁଦୃଢ଼ ହେବ
ବିଦ୍ୟାଳୟର ସୌନ୍ଦର୍ଯ୍ୟ ସହ ପ୍ରତିଯୋଗିତା ପାଠ୍ୟକ୍ରମ ପାଇଁ ମୂଳଦୁଆ ସୁଦୃଢ଼ ହେବ। ଏହା ଛାତ୍ରୀଛାତ୍ରଙ୍କ ମଧ୍ୟରେ ନୂଆ ଶକ୍ତି ସଞ୍ଚାର କରିବ। ଭବିଷ୍ୟତର ପାଠପଢ଼ାକୁ ନେଇ ଯେଉଁ ଚିନ୍ତା ରହୁଥିଲା, ତାହା ଦୂର ହୋଇପାରିବ। ଏଭଳି ବ୍ୟବସ୍ଥାକୁ ସ୍ବାଗତ କରୁଛୁ।
-ସିପ୍ରାସୁଲେଖା ବେହେରା, ଦଶମ ଛାତ୍ରୀ
ମାନସିକ ଭାବେ ଦୃଢ଼ ହେବେ
ଏପରି ବିଦ୍ୟାଳୟ ଗୁଣାତ୍ମକ ପାଠପଢ଼ା ସହ ପିଲାଙ୍କ ଶାରୀରିକ ଓ ମାନସିକ ବିକାଶରେ ସହାୟ ହୋଇପାରିବ। ଇ-ଲାଇବ୍ରେରି ଛାତ୍ରୀଛାତ୍ରମାନଙ୍କ ଦେଶ ବିଦେଶ ଜ୍ଞାନ ବଢ଼ାଇବ। ବିଦ୍ୟାଳୟର ସୌନ୍ଦର୍ଯ୍ୟକରଣ ଜିଲାର ବିଭିନ୍ନ ଅଞ୍ଚଳକୁ ମଧ୍ୟ ନୂଆ ରୂପ ଦେବ।
-ମିଲାପ ପ୍ରଧାନ, ସରପଞ୍ଚ


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri