୫-ଟିରେ ଅନୁଗୋଳର ୫୦ ହାଇସ୍କୁଲ

ଅନୁଗୋଳ ଅଫିସ,୧୭ା୪ ଅନୁଗୋଳ ଜିଲାରେ ବଦଳିବ ହାଇସ୍କୁଲ ଶିକ୍ଷାର ଭିତ୍ତିଭୂମି। ଶୈକ୍ଷିକ ବ୍ୟବସ୍ଥାରେ କରାଯିବ ବଡ଼ ପରିବର୍ତ୍ତନ। ନୂଆ ରୂପରେଖ ସହ ଗୁଣାତ୍ମକ ଶିକ୍ଷା ପାଇଁ ସମସ୍ତ ବାତାବରଣ ଏଠାରେ ପ୍ରସ୍ତୁତ ହେବ। ରାଜ୍ୟ ସରକାରଙ୍କ ୫-ଟି ବିଭାଗ ଅଧୀନରେ ଆରମ୍ଭ ହେଉଥିବା ‘ହାଇସ୍କୁଲ ଟ୍ରାନ୍ସଫର୍ମେଶନ୍‌’ କାର୍ଯ୍ୟକ୍ରମରେ ପ୍ରଥମ ପର୍ଯ୍ୟାୟରେ ଅନୁଗୋଳ ଜିଲାରୁ ବଛା ବଛା ୫୦ଟି ହାଇସ୍କୁଲକୁ ଏଥିରେ ସାମିଲ କରାଯାଇଛି। ଏ ନେଇ ଏପ୍ରିଲ ୧୭ ତାରିଖ ଶନିବାର ଜିଲାପାଳ, ଜିଲା ଶିକ୍ଷା ଅଧିକାରୀ, ସମ୍ପୃକ୍ତ ହାଇସ୍କୁଲଗୁଡ଼ିକର ପ୍ରଧାନ ଶିକ୍ଷକ, ସ୍ଥାନୀୟ ସରପଞ୍ଚ, ଆଲୁମନି ଆସୋସିଏଶନ ଛାତ୍ରୀଛାତ୍ରମାନଙ୍କ ସହ ଭର୍ଚୁଆଲ ମୋଡ୍‌ରେ ୫-ଟି ସଚିବ ଭି.କେ. ପାଣ୍ଡିଆନ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି।
ରାଜ୍ୟ ସରକାରଙ୍କ ‘ମୋ ସ୍କୁଲ’ ଅଭିଯାନରେ ଅନୁଗୋଳ ଜିଲାର ସମସ୍ତ ୨୪୩ ହାଇସ୍କୁଲ ପୂର୍ବରୁ ସାମିଲ ହୋଇସାରିଛି। ଏସବୁ ସ୍କୁଲର ଉନ୍ନତୀକରଣ ପାଇଁ ପୁରାତନ ଛାତ୍ରୀଛାତ୍ରମାନଙ୍କ ପକ୍ଷରୁ ୬୨ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ଏବେ ମୋ ସ୍କୁଲ ଅଭିଯାନ ଜରିଆରେ ୫-ଟି ଅଧୀନରେ ଆରମ୍ଭ ହେଉଥିବା ‘ହାଇସ୍କୁଲ ଟ୍ରାନ୍ସଫର୍ମେଶନ୍‌’ କାର୍ଯ୍ୟକ୍ରମରେ ଜିଲାର ୮ଟି ବ୍ଲକରୁ ୫୦ ହାଇସ୍କୁଲକୁ ସାମିଲ କରାଯାଇଛି। ଅନୁଗୋଳ ବ୍ଲକରୁ ସର୍ବାଧିକ ୯ଟି ହାଇସ୍କୁଲକୁ ନିଆଯାଇଥିବାବେଳେ ବଅଁରପାଳ, ଛେଣ୍ଡିପଦା, କଣିହାଁ ଓ କିଶୋରନଗର ବ୍ଲକରୁ ୬ଟି ଲେଖାଏ, ପାଲଲହଡ଼ାର ୭ ଏବଂ ଆଠମଲ୍ଲିକ, ତାଳଚେର ବ୍ଲକରୁ ୫ଟି ଲେଖାଏ ହାଇସ୍କୁଲ ସାମିଲ ହୋଇଛି। ଏଥିଲାଗି ଜିଲା ପ୍ରଶାସନ ସହ ସମସ୍ତ ହାଇସ୍କୁଲର ପ୍ରଧାନଶିକ୍ଷକଙ୍କୁ ୫-ଟି ବିଭାଗ ପକ୍ଷରୁ ଚିଠି କରାଯାଇଛି। ଫଳରେ ଜିଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଏ ନେଇ ତତ୍ପରତା ପ୍ରକାଶ ପାଇଛି। ତାଲିକାଭୁକ୍ତ ହାଇସ୍କୁଲଗୁଡ଼ିକର ସୌନ୍ଦର୍ଯ୍ୟକରଣ ସହ ଶୈକ୍ଷିକ ବାତାବରଣ ପାଇଁ ବଡ଼ ଧରଣର ପରିବର୍ତ୍ତନ କରାଯିବ। ସ୍ମାର୍ଟ କ୍ଲାସରୁମ୍‌, ଇ-ଲାଇବ୍ରେରି, ଉନ୍ନତ ଲାବରେଟୋରି, ଶୌଚାଳୟ, ପାନୀୟ ଜଳ ସୁବିଧା, ଖେଳପଡ଼ିଆ, ପାଚେରି ପ୍ରସ୍ତୁତ ହେବ। ଆବଶ୍ୟକ ଶିକ୍ଷୟିତ୍ରୀ ଶିକ୍ଷକ ଓ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯିବ। ସ୍ଥାନୀୟ ସରପଞ୍ଚ ପାଣ୍ଠି, ସିଏସ୍‌ଆର୍‌ ଯୋଜନା ଆଦିରୁ ଅର୍ଥ ଖର୍ଚ୍ଚ କରାଯିବ। ଏହାଛଡ଼ା ଜିଲା ପ୍ରଶାସନ ପକ୍ଷରୁ ପ୍ରତି ହାଇସ୍କୁଲକୁ ୧୫ ଲକ୍ଷ ଟଙ୍କା ଲେଖାଏ ଦିଆଯିବ। ରାଜ୍ୟ ସରକାର ମଧ୍ୟ ଏସବୁ ଶିକ୍ଷାନୁଷ୍ଠାନଗୁଡ଼ିକୁ ୩୦ ଲକ୍ଷ ଟଙ୍କା ଲେଖାଏ ପ୍ରଦାନ କରିବେ। ଆସନ୍ତା ନଭେମ୍ବର ମାସ ସୁଦ୍ଧା ଜିଲାର ଅବଶିଷ୍ଟ ୧୯୩ ହାଇସ୍କୁଲକୁ ଏହି କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ କରାଯିବ ବୋଲି ସୂଚନା ମିଳିଛି।
ଶିକ୍ଷାର ମାନ ବଢ଼ିବ
ସରକାରଙ୍କ ଏହି ବ୍ୟବସ୍ଥା ଦ୍ୱାରା ହାଇସ୍କୁଲ ଶିକ୍ଷାର ମାନ ବଢ଼ିବ। ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଉଜ୍ଜ୍ୱଳ ହେବ। ଜିଲା ଶିକ୍ଷା ଭିତ୍ତିଭୂମି ସହ ବ୍ୟବସ୍ଥାରେ ବଡ଼ଧରଣର ପରିବର୍ତ୍ତନ ଆସିପାରିବ। ଏହାକୁ ସମସ୍ତେ ନିଶ୍ଚିତ ସ୍ବାଗତ କରିବେ।
-କେଦାର ବେହେରା, ପିଟିସି ହାଇସ୍କୁଲ ପ୍ରଧାନଶିକ୍ଷକ, ଅନୁଗୋଳ
ଭବିଷ୍ୟତ ଉଜ୍ଜ୍ୱଳ ହେବ
ହାଇସ୍କୁଲଗୁଡ଼ିକର ଭିତ୍ତିଭୂମି ସୁଦୃଢ଼ ହେବ। ଅତ୍ୟାଧୁନିକ ଶେଣୀଗୃହ ସହ ଇ-ପାଠାଗାର ଶୈକ୍ଷିକ ବାତାବରଣକୁ ମଜଭୁତ କରିବ। ପିଲାମାନଙ୍କ ଭବିଷ୍ୟତ ଶୃଙ୍ଖଳିତ ସହ ଉଜ୍ଜ୍ୱଳ ହେବ। ଏହା ସରକାରଙ୍କ ଏକ ଉତ୍ତମ ଚିନ୍ତାଧାରା।
-ସୁକାନ୍ତ କୁମାର ମାଝି, ମୋ ସ୍କୁଲ ଅଭିଯାନର ସଭାପତି
ମୁଳଦୁଆ ସୁଦୃଢ଼ ହେବ
ବିଦ୍ୟାଳୟର ସୌନ୍ଦର୍ଯ୍ୟ ସହ ପ୍ରତିଯୋଗିତା ପାଠ୍ୟକ୍ରମ ପାଇଁ ମୂଳଦୁଆ ସୁଦୃଢ଼ ହେବ। ଏହା ଛାତ୍ରୀଛାତ୍ରଙ୍କ ମଧ୍ୟରେ ନୂଆ ଶକ୍ତି ସଞ୍ଚାର କରିବ। ଭବିଷ୍ୟତର ପାଠପଢ଼ାକୁ ନେଇ ଯେଉଁ ଚିନ୍ତା ରହୁଥିଲା, ତାହା ଦୂର ହୋଇପାରିବ। ଏଭଳି ବ୍ୟବସ୍ଥାକୁ ସ୍ବାଗତ କରୁଛୁ।
-ସିପ୍ରାସୁଲେଖା ବେହେରା, ଦଶମ ଛାତ୍ରୀ
ମାନସିକ ଭାବେ ଦୃଢ଼ ହେବେ
ଏପରି ବିଦ୍ୟାଳୟ ଗୁଣାତ୍ମକ ପାଠପଢ଼ା ସହ ପିଲାଙ୍କ ଶାରୀରିକ ଓ ମାନସିକ ବିକାଶରେ ସହାୟ ହୋଇପାରିବ। ଇ-ଲାଇବ୍ରେରି ଛାତ୍ରୀଛାତ୍ରମାନଙ୍କ ଦେଶ ବିଦେଶ ଜ୍ଞାନ ବଢ଼ାଇବ। ବିଦ୍ୟାଳୟର ସୌନ୍ଦର୍ଯ୍ୟକରଣ ଜିଲାର ବିଭିନ୍ନ ଅଞ୍ଚଳକୁ ମଧ୍ୟ ନୂଆ ରୂପ ଦେବ।
-ମିଲାପ ପ୍ରଧାନ, ସରପଞ୍ଚ


Enter your email to get our daily news in your inbox.

All Right Reserved By Dharitri.Com

ହୋଲି ପାଇଁ ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍‌

ଭୁବନେଶ୍ୱର, ୬ା୨(ଅନୁରାଧା ମହାରଣା)- ହୋଲି ଉତ୍ସବ ସମୟରେ ଯାତ୍ରୀମାନଙ୍କ ପାଇଁ ସୁଗମ, ନିରାପଦ ଏବଂ ଆରାମଦାୟକ ଯାତ୍ରା ସୁନିଶ୍ଚିତ କରିବାକୁ ପୂର୍ବତଟ ରେଳପଥ ଏହାର ପରିସୀମା ମଧ୍ୟରେ…

ଗୋଟିଏ ଦିନରେ ୩ ଦୁର୍ଘଟଣା

ମୋରଡ଼ା/ରାସଗୋବିନ୍ଦପୁର,୬ା୨(ସ୍ମାରକ ମାଜୀ/ସତ୍ୟବାଦୀ ପରିଡ଼ା)- ମୟୂରଭଞ୍ଜ ଜିଲା ମୋରଡ଼ା ଓ଼ ରାସଗୋବିନ୍ଦପୁର ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟିଛି। ସୂଚନା ଅନୁଯାୟୀ, ଗୁରୁବାର ବିଳମ୍ବିତ ରାତିରେ ରାସଗୋବିନ୍ଦପୁର…

ସି କେ ନାଇଡୁ ଟ୍ରଫି: ବେଙ୍ଗଲ ଦଳ ୩୦୧/୬ , ଆୟୁଷ ସିଂଙ୍କ ଶତକ

ବରଗଡ଼,୬।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ସ୍ଥିତ କ୍ରୀଷ୍ଣା ବିକାଶ ଗ୍ରାଉଣ୍ଡରେ ଓଡ଼ିଶା ଓ ବେଙ୍ଗଲ ମଧ୍ୟରେ ୨୩ ବର୍ଷରୁ କମ ସି.କେ ନାଇଡୁ ଟ୍ରଫିର ଏଲାଇଟ୍ ଗ୍ରପ୍‌ – ବି…

୮୫ କି.ଗ୍ରା. ଗଞ୍ଜେଇ ଜବତ: ୩ ଅଟକ

ଆନନ୍ଦପୁର, ୬ା୨(ସୁଶାନ୍ତ କୁମାର ସାହୁ): ଗଞ୍ଜେଇ ଭର୍ତ୍ତି ୨ଟି ଚାରିଚକିଆ ଗାଡି କେନ୍ଦୁଝର ସ୍ପେଶାଲ ସ୍କ୍ବାଡ୍‌ ଦ୍ୱାରା ଜବତ କରାଯାଇଛି। ଏଥିରେ ୮୫ କି.ଗ୍ରା. ଗଞ୍ଜେଇ ଥିବା…

U19 World Cup: ବିଶ୍ୱ ଚାମ୍ପିୟନ ହେଲା ଭାରତ, ତଥାପି ICCରୁ ପୁରସ୍କାରରେ ମିଳିବ ନାହିଁ ଗୋଟିଏ ଟଙ୍କା 

ହରାରେ,୬।୨: ଭାରତ ପୁଣି ଥରେ ୧୯ ବର୍ଷରୁ କମ୍‌ ବିଶ୍ୱକପରେ ଇତିହାସ ରଚିଲା। ଟିମ ଇଣ୍ଡିଆ ହରାରେ ସ୍ପୋଟର୍‌ସ କ୍ଲବ୍‌ରେ ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ଫାଇନାଲରେ ବିଜୟୀ…

ଜୁଆଆଡ୍ଡା ଚାଲିଥିବା ବେଳେ ହଠାତ୍‌ ପହଞ୍ଚିଲା ପୋଲିସ

ଗଜପତି,୬।୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ଥାନା ଅନ୍ତର୍ଗତ ଝାମିଙ୍ଗା ନିକଟରେ ଜୁଆଆଡ୍ଡା ଚାଲିଥିବା ବେଳେ ପାରଳାଖେମୁଣ୍ଡି ଆଦର୍ଶ ଥାନା ପୋଲିସ ଅତର୍କିତ ଚଢ଼ାଉ କରିଛି। ଏଥିରେ…

Under 19 World Cup 2026: ଷଷ୍ଠ ଥର ପାଇଁ ଭାରତ ଚାମ୍ପିୟନ, ୧୭୫ ରନ୍‌ର ଇନିଂସ ଖେଳି ଇଂଲଣ୍ଡର ଆଶାକୁ ଧୂଳିସାତ କଲେ…

ହରାରେ, ୬।୨: ବୈଭବ ସୂର୍ଯ୍ୟବଂଶୀଙ୍କ ରେକର୍ଡ ବ୍ରେକିଂ ଇନିଂସ ସହାୟତାରେ ଭାରତ ୬ଷ୍ଠ ଥର ପାଇଁ ୧୯ ବର୍ଷରୁ କମ୍‌ ଦିନିକିଆ କ୍ରିକେଟ ବିଶ୍ୱକପ ଚାମ୍ପିୟନ ହୋଇଛି।…

ହାତ ଯୋଡ଼ି ପ୍ରାର୍ଥନା କଲେ, ପରେ ୧୭ ମହଲାରୁ ଡେଇଁ ପଡ଼ିଲେ; ଚମକାଉଛି ବେକରୀ ମାଲିକଙ୍କ ମୃତ୍ୟୁ ପୂର୍ବର ଭିଡିଓ… 

ମୁମ୍ବାଇ,୬।୨: ମହାରାଷ୍ଟ୍ରର ସୋଲାପୁରରୁ ଏକ ଅତ୍ୟନ୍ତ ଦୁଃଖଦ ଖବର ସାମ୍ନାକୁ ଆସିଛି। ଏଠାର ପ୍ରସିଦ୍ଧ ମୁଲତାନି ବେକେରୀର ୬୦ ବର୍ଷୀୟ ମାଲିକ ସୁନୀଲ ସଦରଙ୍ଗାନୀ ବିଜୟପୁର ରୋଡରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri