୨ ବର୍ଷ ହେବ ଅନ୍ଧାରରେ ୫୦ ପରିବାର

ଯାଜପୁର/କୋରେଇ(ହର୍ଷବର୍ଦ୍ଧନବେହେରା/ଚନ୍ଦ୍ରକାନ୍ତ ପତି),୩।୩: ପ୍ରତି ୫ ବର୍ଷରେ ଥରେ ସାଧାରଣ ନିର୍ବାଚନ ହୁଏ। କିନ୍ତୁ ଯାଜପୁର ଜିଲା କୋରେଇ ବ୍ଲକର କେତେକ ଆଦିବାସୀ ବହୁଳ ଗ୍ରାମର ଭାଗ୍ୟ ବଦଳେ ନାହିଁ। ବିଡମ୍ବନା ଯେ, ଏହି ବ୍ଲକର ଗୌରାପାଳ ଗ୍ରାମର ସ୍କୁଲ ପିଲାମାନେ ଆଜି ବି ଡିବିରି ଆଲୁଅରେ ପାଠ ପଢୁଛନ୍ତି। ସରକାରଙ୍କ ବିଭିନ୍ନ ବିଦ୍ୟୁତୀକରଣ ଯୋଜନା ଫେଲ୍‌ ମାରିଥିବାବେଳେ ଦୁର୍ବଳ ନେତୃତ୍ୱ ଓ ଠିକାଦାରି ରାଜନୀତି ବିକାଶର ଧାରାକୁ ବହୁ ପଛକୁ ପକାଇ ଦେଇଥିବା ସାଧାରଣରେ ଆଲୋଚନା ହେଉଛି।
ଯାଜପୁର ଓ କେନ୍ଦୁଝର ଜିଲାର ସୀମାନ୍ତ କୋରେଇ ବ୍ଲକ ଅଧୀନ ପଛିକୋଟ ପଞ୍ଚାୟତର ଗୌରାପାଳରେ ପ୍ରାୟ ୧୨୫ ଆଦିବାସୀ ପରିବାର ବାସ କରନ୍ତି। ଗ୍ରାମର ପ୍ରାୟ ୯୦ ପ୍ରତିଶତ ଲୋକ ଦିନମଜୁରିଆ ଭାବେ କାମ କରିଥାନ୍ତି। ଦିନକୁ ମଜୁରି ହିସାବରେ ଯାହା ଅର୍ଥ ମିଳେ, ସେଥିରେ ସେମାନେ ପରିବାର ପ୍ରତିପୋଷଣ କରିଥାନ୍ତି। ଜିଲା ପ୍ରଶାସନ ଏହି ଆଦିବାସୀ ବସ୍ତିକୁ ଅଣଦେଖା କରୁଥିବା ଅଭିଯୋଗ ହୋଇଛି। ସରକାର ଅନୁସୂଚିତ ବର୍ଗ ଲୋକଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବାକୁ ବିଭିନ୍ନ ଯୋଜନା କରୁଥିବାବେଳେ ଆଦିବାସୀ ବସ୍ତି ଗୌରାପାଳରେ ସବୁକିଛି ଅପହଞ୍ଚ ହୋଇଛି। ୨ ବର୍ଷରୁ ଊଦ୍ଧର୍‌ବ ହେବ ଏହି ବସ୍ତିର ୪୦ରୁ ଅଧିକ ପରିବାର ଅନ୍ଧାରରେ ଦିନ କାଟୁଛନ୍ତି। କୁଟୀର ଜ୍ୟୋତି ଯୋଜନାରେ ଏହି ଗ୍ରାମର ପ୍ରାୟ ୫୦ ବିପିଏଲ ଶ୍ରେଣୀ ପରିବାରଙ୍କୁ ବିଜୁଳି ସଂଯୋଗ ଦିଆଯାଇଥିଲା। ଅନ୍ୟମାନେ ବ୍ୟକ୍ତିଗତ ଟ୍ରାନ୍ସଫର୍ମର ବସାଇ ବିଦ୍ୟୁତ୍‌ ବ୍ୟବହାର କରୁଥିଲେ। ୨ ବର୍ଷ ତଳେ ବିପିଏଲ ଟ୍ରାନ୍ସଫର୍ମର ପୋଡ଼ି ଯାଇଥିଲା। ଗ୍ରାମବାସୀ ଯାଜପୁର ରୋଡ୍‌ ବିଦ୍ୟୁତ୍‌ ବିଭାଗକୁ ନୂଆ ଟ୍ରାନ୍ସଫର୍ମର ପାଇଁ ଦୌଡ଼ି ଦୌଡ଼ି ନୟାନ୍ତ ହୋଇଥିଲେ ହେଁ କୌଣସି ସୁଫଳ ମିଳି ନ ଥିଲା। ବିଭାଗୀୟ ଅଧିକାରୀମାନେ ପୂର୍ବରୁ ବାକି ଥିବା ଲକ୍ଷାଧିକ ଟଙ୍କା ପୈଠ କଲେ ନୂତନ ଟ୍ରାନ୍ସଫର୍ମର ମିଳିବ କହି ଗ୍ରାମବାସୀଙ୍କୁ ବିଦା କରିଦେଇଥିଲେ। ତେବେ ଏଠାରେ କୁଟୀର ଜ୍ୟୋତି ଯୋଜନା କାହା ପାଇଁ ବୋଲି ଗ୍ରାମବାସୀ ପ୍ରଶ୍ନ କରିଛନ୍ତି। ସେବେଠୁ ପ୍ରାୟ ୨ ବର୍ଷରୁ ଊଦ୍ଧର୍‌ବ ହେବ ଗ୍ରାମର ପ୍ରାୟ ୫୦ ଆଦିବାସୀ ପରିବାର ଖରାବର୍ଷା ଶୀତ କାକରରେ ଅନ୍ଧାରରେ ଜୀବନ ଅତିବାହିତ କରୁଛନ୍ତି। ଡିବିରି ଆଲୁଅ ହିଁ ସେମାନଙ୍କ ପାଇଁ ଏକମାତ୍ର ସାହା ଭରସା। ଅନ୍ୟପକ୍ଷରେ ବାକି ୭୦ରୁ ଊଦ୍ଧର୍‌ବ ପରିବାର ମଧ୍ୟ ଗତ ୪ ଦିନ ହେବ ଅନ୍ଧାରରେ ଅଛନ୍ତି। ଏଠାରେ ବି ପୁରୁଣା ବିଲ୍‌ ବାକିଥିବା କହି ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ କରିଦେଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏଭଳି ପରିସ୍ଥିତିରେ ଗୌରାପାଳ ଗ୍ରାମ ସମ୍ପୂର୍ଣ୍ଣ ଅନ୍ଧକାରମୟ ହୋଇପଡ଼ିଛି। ଗ୍ରୀଷ୍ମପ୍ରବାହ ବଢ଼ିବା ସହିତ ଅସହ୍ୟ ତାତି ଆରମ୍ଭ ହୋଇଗଲାଣି। ଏଥିସହିତ ମାଟ୍ରିକ ପରୀକ୍ଷା ଚାଲୁଥିବାବେଳେ ପିଲାଙ୍କ ପାଠପଢ଼ାରେ ବ୍ୟାଘାତ ଘଟୁଛି। ଡିବିରି ଧୂଆଁର ଅସ୍ବାସ୍ଥ୍ୟକର ପରିବେଶରେ ପିଲାମାନେ ରହୁଛନ୍ତି। ବିଜୁଳି ବିଚ୍ଛିନ୍ନ ହେବାର କଷ୍ଟ ଶୀତତାପ ନିୟନ୍ତ୍ରିତ ରୁମ୍‌ରେ ବସୁଥିବା ସରକାରୀ ଅଧିକାରୀ ଓ କର୍ମଚାରୀମାନେ କେମିତି ବୁଝିବେ ବୋଲି ଗୌରାପାଳ ଗ୍ରାମବାସୀ କହୁଛନ୍ତି। ଏନେଇ ବିଦ୍ୟୁତ୍‌ ବିଭାଗର କନିଷ୍ଠ ଯନ୍ତ୍ରୀ ସଞ୍ଜୟ କୁମାର ବିଶ୍ବାଳଙ୍କୁ ପଚାରିବାରେ ଗ୍ରାମବାସୀଙ୍କ ବିଲ୍‌ ବାକି ଥିବାରୁ ବିଜୁଳି କଟାଯାଇଛି। ବିଲ୍‌ ପୈଠ କଲେ ବିଦ୍ୟୁତ୍‌ ସଂଯୋଗ ଦିଆଯିବ ବୋଲି କହିଛନ୍ତି।
ଖାଲି ସେତିକି ନୁହେଁ, ଏହି ଅଞ୍ଚଳରେ ସାଧାରଣ ବଣ୍ଟନ, ଆବାସ ଯୋଜନା ଓ ବାର୍ଦ୍ଧକ୍ୟ ଭତ୍ତା ହିତାଧିକାରୀ ଚୟନରେ ବ୍ୟାପକ ଦୁର୍ନୀତି ଓ ଅନିୟମିତତା ହେଉଥିବା ଅଭିଯୋଗ ହେଉଛି। ବହୁ ଗରିବ ଆଦିବାସୀଙ୍କୁ ଜଙ୍ଗଲ ଜମି ପଟ୍ଟା ମିଳି ନ ଥିବାବେଳେ କୁଟୀର ଜ୍ୟୋତି ଯୋଜନାର ସଫଳ ରୂପାୟନ ହୋଇ ପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

୩୦ ବର୍ଷ ପରେ ଅସ୍ତ ହେବେ ଶନି, ହୋଲି ପରେ ଖୋଲିବ ଏହି ୩ ରାଶିର ଭାଗ୍ୟ

ନଅଟି ଗ୍ରହ ମଧ୍ୟରୁ ଗୋଟିଏ ଶନି ମହାରାଜଙ୍କୁ ନ୍ୟାୟ, ଶୃଙ୍ଖଳା ଏବଂ ଦାୟିତ୍ୱର କାରକ ବୋଲି ବିବେଚନା କରାଯାଏ। ଏହା ବ୍ୟକ୍ତିର ଜୀବନର ଅନେକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରକୁ…

“ରାଜନୀତିରେ ମୂଲ୍ୟ ଦେବାକୁ ପଡ଼େ”: ଅଜିତଙ୍କ ମୃତ୍ୟୁ ପରେ ଏପରି କାହିଁକି କହିଲେ ରାଜ ଠାକରେ

ପୁଣେ,୨୮।୧: ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ଆକସ୍ମିକ ନିଧନରେ ଅନେକ ବ୍ୟକ୍ତିବିଶେଷ ଶୋକ ପ୍ରକାଶ କରିଛନ୍ତି। ଏପରି ସମୟରେ ମହାରାଷ୍ଟ୍ର ନବନିର୍ମାଣ ସେନା (MNS) ମୁଖ୍ୟ ରାଜ…

ଅଜିତ ପାୱାରଙ୍କ ମୃତ୍ୟୁ ପରେ ମୁହଁ ଖୋଲିଲେ VSR Aviation ମାଲିକ, ସମସ୍ୟା….

ମୁମ୍ବାଇ,୨୮।୧: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର VSR ଆଭିଏସନ୍ ଦ୍ୱାରା ପରିଚାଳିତ ଏକ ବମ୍ବାର୍ଡିୟର୍ ଲିୟରଜେଟ ୪୫ ବିମାନରେ ଯାତ୍ରା କରୁଥିଲେ । ବାରାମତି ବିମାନବନ୍ଦରରେ ଅବତରଣ…

ଅଜିତ ପାୱାରଙ୍କ ମୃତ୍ୟୁ ପରେ ସ୍ତ୍ରୀ ସୁନେତ୍ରା ପାୱାର ହେବେ କି NCP ର ନୂଆ ଶକ୍ତିକେନ୍ଦ୍ର?

ପୁଣେ,୨୮।୧: ଅଜିତ ପାୱାରଙ୍କ ମୃତ୍ୟୁ ପରେ ମହାରାଷ୍ଟ୍ରରେ ନୂଆ ରାଜନୈତିକ ଦୃଶ୍ୟପଟ ଦେଖିବାକୁ ମିଳିପାରେ। ବିମାନ ଦୁର୍ଘଟଣାରେ ଅଜିତଙ୍କ ଆକସ୍ମିକ ବିୟୋଗ ପରେ ଏବେ ସାରା ରାଜ୍ୟର…

ଏଭଳି ସ୍ତ୍ରୀଙ୍କୁ ବିବାହ କଲେ ଧନ୍ୟ ହୁଏ ପୁରୁଷ

ବିବାହକୁ ସମସ୍ତଙ୍କର ଚିନ୍ତାଧାରା ଅଲଗା। ହେଲେ ବହୁତ ଭଲପାଉଥିବା ଏବଂ ମନର କଥାକୁ ସହଜରେ ବୁଝିପାରୁଥିବା ଜୀବନସାଥୀଟିଏ ଚାହାନ୍ତି ସମସ୍ତେ। ଚାଣକ୍ୟ ନୀତିରେ ଏପରି କିଛି ସ୍ତ୍ରୀଙ୍କ…

ଅଜିତ ପାୱାରଙ୍କ କେବେ ଏବଂ କେଉଁଠି ଶେଷକୃତ୍ୟ ହେବ ଜାଣନ୍ତୁ

ମୁମ୍ବାଇ,୨୮ା୧: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ତଥା ଏନସିପି ନେତା ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ତାଙ୍କ ଅନ୍ତିମ ସଂସ୍କାର ଗୁରୁବାର ସକାଳ ୧୧ଟାରେ ବାରାମତିରେ…

ନବୀନଙ୍କୁ ଭେଟିବେ ପିସିସି ସଭାପତି ଭକ୍ତ ଦାସ, କହୁକହୁ କହିଦେଲେ ଏହି ବଡ଼ କଥା…

ଭୁବନେଶ୍ୱର,୨୮ା୧: ରାଜ୍ୟ ସଭା ନିର୍ବାଚନ ନେଇ ନବୀନଙ୍କ କୋର୍ଟକୁ ବଲ୍‌ ଫିଙ୍ଗିଛନ୍ତି ପିସିସି ସଭାପତି ଭକ୍ତ ଦାସ। ସେ କହିଛନ୍ତି, ମିଶିକି ଆଲୋଚନା କରିବା ପାଇଁ ମୁଁ…

ସାମ୍ନାକୁ ଆସିଲା ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାର ସିସିଟିଭି ଭିଡିଓ, ଶେଷ ମୁହୂର୍ତ୍ତ…

ମୁମ୍ବାଇ,୨୮ା୧: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାର ସିସିଟିଭି ଫୁଟେଜ୍ ସାମ୍ନାକୁ ଆସିଛି । ଫୁଟେଜରେ ସ୍ପଷ୍ଟ ଭାବରେ ଦେଖାଯାଉଛି ଯେ ବିମାନଟି ଖସିପଡ଼ିବା ମାତ୍ରେ ଅଗ୍ନିପିଣ୍ଡୁଳା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri