୫ ହଜାର ମୃତ, ୧୦,୦୦୦ ନିଖୋଜ

ତ୍ରିପୋଲି,୧୩ା୯: ଉତ୍ତର ଆଫ୍ରିକୀୟ ରାଷ୍ଟ୍ର ଲିବ୍ୟାରେ ପ୍ରଳୟଙ୍କରୀ ବନ୍ୟା ତାଣ୍ଡବ ରଚିଛି। ଏଥିରେ ପ୍ରାୟ ୫,୦୦୦ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୧୦,୦୦୦ରୁ ଊର୍ଦ୍ଧ୍ୱ ନିଖୋଜ ହୋଇଯାଇଛନ୍ତି। ରବିବାର ରାତିରେ ଆସିଥିବା ଭୂମଧ୍ୟସାଗରୀୟ ଝଡ଼ ‘ଡାନିଏଲ୍‌’ ଲିବ୍ୟାର ପୂର୍ବାଞ୍ଚଳ ସହରଗୁଡ଼ିକୁ ଜଳମଗ୍ନ କରିଦେଇଛି। ସବୁଠୁ ଅଧିକ ପ୍ରଭାବିତ ହୋଇଛି ଡେର୍ନା ସହର, ଯେଉଁଠି ଲଗାଣ ବର୍ଷାଜନିତ ବନ୍ୟା ଯୋଗୁ ଡ୍ୟାମ୍‌ଗୁଡ଼ିକ ଭୁଶୁଡ଼ିପଡ଼ିଛି। ଯେଉଁଆଡ଼େ ଚାହିଁଲେ କୁଢ଼ କୁଢ଼ ମୃତଦେହ ଭାସୁଛି। ବିପନ୍ନଙ୍କ ଆର୍ତ୍ତ ଚିତ୍କାରରେ ଫାଟିପଡ଼ୁଛି ସହର। ହସ୍ପିଟାଲ ବାରଣ୍ଡାଗୁଡ଼ିକରେ ଲୋକେ ଗଡ଼ୁଛନ୍ତି, ଯାହାଙ୍କ ମଧ୍ୟରୁ ଅଧିକାଂଶ ମୃତ। ଡେର୍ନାକୁ ବିପର୍ଯ୍ୟୟପ୍ରବଣ ଅଞ୍ଚଳ ରୂପେ ଘୋଷଣା କରାଯାଇଥିବା ଲିବ୍ୟାର ପୂର୍ବାଞ୍ଚଳ ସରକାରରେ ସ୍ବାସ୍ଥ୍ୟମନ୍ତ୍ରୀ ଥିବା ଓଥମନ୍‌ ଅବ୍‌ଦୁଲଜଲିଲ ସୂଚନା ଦେଇଛନ୍ତି।
କେବଳ ଡେର୍ନାରେ ୩,୦୦୦ରୁ ଊର୍ଦ୍ଧ୍ୱ ଜଣଙ୍କ ମୃତ୍ୟୁ ଘଟିଥିବା ଆମ୍ବୁଲାନ୍ସ ଆଣ୍ଡ୍‌ ଏମର୍ଜେନ୍ସି ଅଟରିଟି ପକ୍ଷରୁ କୁହାଯାଇଛି। ଲିବ୍ୟାର ଇଣ୍ଟରନ୍ୟାଶନାଲ ଫେଡେରେଶନ୍‌ ଅଫ୍‌ ରେଡ୍‌ କ୍ରସ୍‌ ଏବଂ ରେଡ୍‌ କ୍ରସ୍‌ ସୋସାଇଟି ପ୍ରତିନିଧି ତମେର ରାମାଦାନ୍‌ କହିଛନ୍ତି, ଏହି ଅଭୂତପୂର୍ବ ବନ୍ୟାରେ ୧୦,୦୦୦ ଲୋକ ନିଖୋଜ ହୋଇଯାଇଛନ୍ତି। ଏହି ସଂଖ୍ୟା ଆଗକୁ ଆହୁରି ବଢ଼ିପାରେ। ଉତ୍ତର ଆଫ୍ରିକାର ଅପରପାର୍ଶ୍ୱରେ ଘଟିଥିବା ଭୂକମ୍ପଠାରୁ ଲିବ୍ୟା ସ୍ଥିତି ଆହୁରି ଖରାପ ହୋଇଯାଇଛି। ଲିବ୍ୟା ପୂର୍ବାଞ୍ଚଳ ସରକାରର ପ୍ରଧାନମନ୍ତ୍ରୀ ଓସାମା ହମାଦ କହିଛନ୍ତି, ବନ୍ୟା ଯୋଗୁ ୨ଟି ଡ୍ୟାମ୍‌ ଭୁଶୁଡ଼ିବା ପରେ ବହୁ ଲୋକ ଭାସିଯାଇଛନ୍ତି। ଲୋକେ ବିପର୍ଯ୍ୟୟର ଦୃଶ୍ୟକୁ ସୋସିଆଲ୍‌ ମିଡିଆରେ ପୋଷ୍ଟ କରୁଛନ୍ତି। ବଡ଼ ବଡ଼ କୋଠାଗୁଡ଼ିକ ଭୁଶୁଡ଼ି ପାଣିରେ ଭାସିଯାଉଥିବା ଦେଖିବାକୁ ମିଳିଛି। ଏଭଳି ସ୍ଥିତି ଅନ୍ତର୍ଜାତୀୟ ସହାୟତା ଜରୁରୀ ହୋଇପଡ଼ିଛି ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ଓଥମନ୍‌ ଅବ୍‌ଦୁଲଜଲିଲ କହିଛନ୍ତି। ଉଦ୍ଧାର କାର୍ଯ୍ୟରେ ସେନା, ସରକାରୀ କର୍ମଚାରୀ, ସ୍ବେଚ୍ଛାସେବୀମାନେ ନିୟୋଜିତ ହୋଇଛନ୍ତି। କିନ୍ତୁ ଉପଯୁକ୍ତ ମାଧ୍ୟମ ଅଭାବରୁ ଉଦ୍ଧାରକାର୍ଯ୍ୟ ଧିମେଇଯାଇଛି। ବନ୍ୟା ପ୍ରଭାବିତ ବୟଦା, ସୁସା, ମାର୍ଜ ଏବଂ ଶାହଟ୍ଟ ସହରରେ ମଧ୍ୟ ବହୁ ଲୋକଙ୍କ ମୃତ୍ୟୁ ଘଟିଛି। ଅନେକ ପରିବାର ବାସହରା ହୋଇ ପୂର୍ବ ଲିବ୍ୟାର ନେ୍‌ଘାଜିସ୍ଥିତ ସ୍କୁଲ ଓ ସରକାରୀ ଅଫିସଗୁଡ଼ିକରେ ଆଶ୍ରୟ ନେଇଛନ୍ତି। ଇଜିପ୍ଟ, ଟ୍ୟୁନିସିଆ, ଅଲ୍‌ଜେରିଆ, ତୁର୍କୀ ଏବଂ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ପକ୍ଷରୁ ମାନବୀୟ ସହାୟତା ତଥା ଉଦ୍ଧାରକାରୀ ଟିମ୍‌ଗୁଡ଼ିକୁ ପଠାଇଛି। ଆମେରିକା ସର୍ବାଧିକ ପ୍ରଭାବିତ ଅଞ୍ଚଳଗୁଡ଼ିକରେ ସହାୟତା ପହଞ୍ଚାଇବା ପାଇଁ ଜାତିସଂଘ ଓ ଲିବ୍ୟା ଅଧିକାରୀମାନଙ୍କ ସହ ଯୋଗାଯୋଗ କରୁଥିବା ଓ୍ବାଶିଂଟନ୍‌ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କାରରେ ଗଞ୍ଜେଇ ନେଇ ଜାଉଥିଲେ: ମାଡ଼ି ବସିଲା ପୋଲିସ

ନନ୍ଦପୁର,୮।୪(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ପୋଲିସ ଏକ ଓଆର୦୨ ବିଜେଡ ୬୧୭୦ ନମ୍ବ ବିଶିଷ୍ଟ କାର ସମେତ ୨୧ କିଲୋ ଗଞ୍ଜେଇ ଜବତ କରିଛି।…

ବିଶ୍ବ ଜାଣିଲା ସତ! ଯୁଦ୍ଧବିରତି ନେଇ ନାଁ ଘୋଷଣା କଲେ ଟ୍ରମ୍ପ, ପ୍ରଥମ ପ୍ରତିକ୍ରିୟା ଦେଲା ଚାଇନା

ନୂଆଦିଲ୍ଲୀ,୮।୪: ଇରାନ ଏବଂ ଆମେରିକା ମଧ୍ୟରେ ହୋଇଥିବା ଯୁଦ୍ଧବିରତି ଚୁକ୍ତିକୁ ସ୍ୱାଗତ କରିଛି ଚାଇନା । କିନ୍ତୁ ଇରାନ ସହିତ କୌଣସି ସିଧାସଳଖ ଆଲୋଚନାକୁ ନିଶ୍ଚିତ କରିନାହିଁ ଯାହା…

ପୁଶିଂ ବ୍ରିଜ୍‌ ନିର୍ମାଣସ୍ଥଳ ଚିହ୍ନଟ ନେଇ ପ୍ରଶାସନର କ୍ଷେତ୍ର ପରିଦର୍ଶନ

ନନ୍ଦପୁର,୮ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଦେଇ ଯାଇଥିବା କେ.କେ ରେଳପଥରେ ଏକ ପୁସିଂ ବ୍ରିଜ୍‌ ନିର୍ମାଣସ୍ଥଳ ଚିହ୍ନଟ କରିବାକୁ ପ୍ରଶାସନ ପକ୍ଷରୁ ମଙ୍ଗଳବାର କ୍ଷେତ୍ର…

ପ୍ଲାଟଫର୍ମରେ ବିଶ୍ରାମ ନେଉଥିଲେ ମା’-ବାପା: ୪ ମାସର ଶିଶୁପୁତ୍ରଙ୍କୁ ଉଠାଇ ନେଇଗଲେ…

ନିରାକାରପୁର,୮।୪(ମାନସ ଚନ୍ଦ୍ର ପଟ୍ଟନାୟକ):ଖୋର୍ଦ୍ଧା ରେଳ ଡିଭିଜନ ଅନ୍ତର୍ଗତ ନିରାକାରପୁର ରେଳ ଷ୍ଟେଶନ ପରିସରରୁ ୪ ମାସର ଶିଶୁପୁତ୍ର ଚୋରି। ସ୍ବାମୀ, ସ୍ତ୍ରୀ ଓ ଶିଶୁପୁତ୍ର ପ୍ଲାଟଫର୍ମରେ ବିଶ୍ରାମ…

ମା’-ଭାଇଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ ପ୍ରତାପ: ମିଳିଲା ଏମିତି ଦଣ୍ଡ

ଦାରିଙ୍ଗବାଡି,୮।୪(ଅରୁଣ ସାହୁ):ଏକ ଘରୋଇ ହିଂସାକୁ ନେଇ ଦାରିଙ୍ଗବାଡି ପ୍ରଥମ ଶ୍ରେଣୀ ବିଚାର ବିଭାଗରେ ବିଚାର ହୋଇ ଅଭିଯୁକ୍ତଙ୍କୁ ଏକ ବର୍ଷ ସଶ୍ରମ କାରାଦଣ୍ଡ ଆଦେଶ ଶୁଣାଇଥିବା ଜଣାପଡିଛି।…

କଲ୍ୟାଣସିଂହପୁର ବ୍ଲକ୍‌ରେ ବଳ ଦେଖାଇଲା ଭାଜପା: ବାଇକ୍‌ରେ କର୍ମୀ

କଲ୍ୟାଣସିଂହପୁର,୮।୪ (ଦୀପକ କୁମାର ପରିଡ଼ା)ରାୟଗଡ଼ା କଲ୍ୟାଣସିଂହପୁର ବ୍ଲକ୍‌ରେ ଭାଜପାର ୪୭ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଭାଜପା ମଣ୍ଡଳ ସଭାପତି ଅଜିତ ପାଣିଗ୍ରାହୀଙ୍କ ନେତୃତ୍ୱରେ…

ଆମେରିକା-ଇରାନ ଯୁଦ୍ଧବିରତିରେ ଭାରତର ପ୍ରଥମ ପ୍ରତିକ୍ରିୟା: ଆମେ ଏହାକୁ ସ୍ୱାଗତ କରୁଛୁ, ଆମେ ଆରମ୍ଭରୁ…

ନୂଆଦିଲ୍ଲୀ,୮।୪:ଆମେରିକା-ଇରାନ ବିବାଦରେ ଘୋଷଣା ହୋଇଥିବା ଯୁଦ୍ଧବିରତି ଉପରେ ଭାରତ ସରକାର ପ୍ରଥମ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ବୁଧବାରବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏହି ଯୁଦ୍ଧବିରତିକୁ ସ୍ୱାଗତ କରି ଏକ…

ଆମେରିକା-ଇରାନ ଯୁଦ୍ଧବିରତି ପରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ଏମାନେ ପ୍ରଥମେ ପାଇବେ…

ନୂଆଦିଲ୍ଲୀ,୮।୪: ଆମେରିକା-ଇରାନ ଯୁଦ୍ଧବିରତି ପରେ ତୁରନ୍ତ କେନ୍ଦ୍ର ସରକାର LPG ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଦେଶବ୍ୟାପୀ LPG ଅଭାବକୁ ଦୃଷ୍ଟିରେ ରଖି, ସରକାର ଗ୍ୟାସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri