୫ ହଜାର ମୃତ, ୧୦,୦୦୦ ନିଖୋଜ

ତ୍ରିପୋଲି,୧୩ା୯: ଉତ୍ତର ଆଫ୍ରିକୀୟ ରାଷ୍ଟ୍ର ଲିବ୍ୟାରେ ପ୍ରଳୟଙ୍କରୀ ବନ୍ୟା ତାଣ୍ଡବ ରଚିଛି। ଏଥିରେ ପ୍ରାୟ ୫,୦୦୦ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୧୦,୦୦୦ରୁ ଊର୍ଦ୍ଧ୍ୱ ନିଖୋଜ ହୋଇଯାଇଛନ୍ତି। ରବିବାର ରାତିରେ ଆସିଥିବା ଭୂମଧ୍ୟସାଗରୀୟ ଝଡ଼ ‘ଡାନିଏଲ୍‌’ ଲିବ୍ୟାର ପୂର୍ବାଞ୍ଚଳ ସହରଗୁଡ଼ିକୁ ଜଳମଗ୍ନ କରିଦେଇଛି। ସବୁଠୁ ଅଧିକ ପ୍ରଭାବିତ ହୋଇଛି ଡେର୍ନା ସହର, ଯେଉଁଠି ଲଗାଣ ବର୍ଷାଜନିତ ବନ୍ୟା ଯୋଗୁ ଡ୍ୟାମ୍‌ଗୁଡ଼ିକ ଭୁଶୁଡ଼ିପଡ଼ିଛି। ଯେଉଁଆଡ଼େ ଚାହିଁଲେ କୁଢ଼ କୁଢ଼ ମୃତଦେହ ଭାସୁଛି। ବିପନ୍ନଙ୍କ ଆର୍ତ୍ତ ଚିତ୍କାରରେ ଫାଟିପଡ଼ୁଛି ସହର। ହସ୍ପିଟାଲ ବାରଣ୍ଡାଗୁଡ଼ିକରେ ଲୋକେ ଗଡ଼ୁଛନ୍ତି, ଯାହାଙ୍କ ମଧ୍ୟରୁ ଅଧିକାଂଶ ମୃତ। ଡେର୍ନାକୁ ବିପର୍ଯ୍ୟୟପ୍ରବଣ ଅଞ୍ଚଳ ରୂପେ ଘୋଷଣା କରାଯାଇଥିବା ଲିବ୍ୟାର ପୂର୍ବାଞ୍ଚଳ ସରକାରରେ ସ୍ବାସ୍ଥ୍ୟମନ୍ତ୍ରୀ ଥିବା ଓଥମନ୍‌ ଅବ୍‌ଦୁଲଜଲିଲ ସୂଚନା ଦେଇଛନ୍ତି।
କେବଳ ଡେର୍ନାରେ ୩,୦୦୦ରୁ ଊର୍ଦ୍ଧ୍ୱ ଜଣଙ୍କ ମୃତ୍ୟୁ ଘଟିଥିବା ଆମ୍ବୁଲାନ୍ସ ଆଣ୍ଡ୍‌ ଏମର୍ଜେନ୍ସି ଅଟରିଟି ପକ୍ଷରୁ କୁହାଯାଇଛି। ଲିବ୍ୟାର ଇଣ୍ଟରନ୍ୟାଶନାଲ ଫେଡେରେଶନ୍‌ ଅଫ୍‌ ରେଡ୍‌ କ୍ରସ୍‌ ଏବଂ ରେଡ୍‌ କ୍ରସ୍‌ ସୋସାଇଟି ପ୍ରତିନିଧି ତମେର ରାମାଦାନ୍‌ କହିଛନ୍ତି, ଏହି ଅଭୂତପୂର୍ବ ବନ୍ୟାରେ ୧୦,୦୦୦ ଲୋକ ନିଖୋଜ ହୋଇଯାଇଛନ୍ତି। ଏହି ସଂଖ୍ୟା ଆଗକୁ ଆହୁରି ବଢ଼ିପାରେ। ଉତ୍ତର ଆଫ୍ରିକାର ଅପରପାର୍ଶ୍ୱରେ ଘଟିଥିବା ଭୂକମ୍ପଠାରୁ ଲିବ୍ୟା ସ୍ଥିତି ଆହୁରି ଖରାପ ହୋଇଯାଇଛି। ଲିବ୍ୟା ପୂର୍ବାଞ୍ଚଳ ସରକାରର ପ୍ରଧାନମନ୍ତ୍ରୀ ଓସାମା ହମାଦ କହିଛନ୍ତି, ବନ୍ୟା ଯୋଗୁ ୨ଟି ଡ୍ୟାମ୍‌ ଭୁଶୁଡ଼ିବା ପରେ ବହୁ ଲୋକ ଭାସିଯାଇଛନ୍ତି। ଲୋକେ ବିପର୍ଯ୍ୟୟର ଦୃଶ୍ୟକୁ ସୋସିଆଲ୍‌ ମିଡିଆରେ ପୋଷ୍ଟ କରୁଛନ୍ତି। ବଡ଼ ବଡ଼ କୋଠାଗୁଡ଼ିକ ଭୁଶୁଡ଼ି ପାଣିରେ ଭାସିଯାଉଥିବା ଦେଖିବାକୁ ମିଳିଛି। ଏଭଳି ସ୍ଥିତି ଅନ୍ତର୍ଜାତୀୟ ସହାୟତା ଜରୁରୀ ହୋଇପଡ଼ିଛି ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ଓଥମନ୍‌ ଅବ୍‌ଦୁଲଜଲିଲ କହିଛନ୍ତି। ଉଦ୍ଧାର କାର୍ଯ୍ୟରେ ସେନା, ସରକାରୀ କର୍ମଚାରୀ, ସ୍ବେଚ୍ଛାସେବୀମାନେ ନିୟୋଜିତ ହୋଇଛନ୍ତି। କିନ୍ତୁ ଉପଯୁକ୍ତ ମାଧ୍ୟମ ଅଭାବରୁ ଉଦ୍ଧାରକାର୍ଯ୍ୟ ଧିମେଇଯାଇଛି। ବନ୍ୟା ପ୍ରଭାବିତ ବୟଦା, ସୁସା, ମାର୍ଜ ଏବଂ ଶାହଟ୍ଟ ସହରରେ ମଧ୍ୟ ବହୁ ଲୋକଙ୍କ ମୃତ୍ୟୁ ଘଟିଛି। ଅନେକ ପରିବାର ବାସହରା ହୋଇ ପୂର୍ବ ଲିବ୍ୟାର ନେ୍‌ଘାଜିସ୍ଥିତ ସ୍କୁଲ ଓ ସରକାରୀ ଅଫିସଗୁଡ଼ିକରେ ଆଶ୍ରୟ ନେଇଛନ୍ତି। ଇଜିପ୍ଟ, ଟ୍ୟୁନିସିଆ, ଅଲ୍‌ଜେରିଆ, ତୁର୍କୀ ଏବଂ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ପକ୍ଷରୁ ମାନବୀୟ ସହାୟତା ତଥା ଉଦ୍ଧାରକାରୀ ଟିମ୍‌ଗୁଡ଼ିକୁ ପଠାଇଛି। ଆମେରିକା ସର୍ବାଧିକ ପ୍ରଭାବିତ ଅଞ୍ଚଳଗୁଡ଼ିକରେ ସହାୟତା ପହଞ୍ଚାଇବା ପାଇଁ ଜାତିସଂଘ ଓ ଲିବ୍ୟା ଅଧିକାରୀମାନଙ୍କ ସହ ଯୋଗାଯୋଗ କରୁଥିବା ଓ୍ବାଶିଂଟନ୍‌ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

ଆଇସିସି ମହିଳା ର଼୍ୟାଙ୍କିଙ୍ଗରେ ଦୀପ୍ତି ନମ୍ବର ଓ୍ବାନ୍‌

ଦୁବାଇ, ୩୦ା୧୨: ଆଇସିସି ଅନ୍ତର୍ଜାତୀୟ ଟି୨୦ ପ୍ଲେୟର୍ସ ର଼୍ୟାଙ୍କିଙ୍ଗ ତାଲିକାରେ ଭାରତର ବିସ୍ଫୋରକ ଓପନର ଶେଫାଳୀ ବର୍ମା ୬ଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଏହି ୨୧...

୩ ବର୍ଷ ଧରି ପାଇଲେ ଭଲ, ହେଲେ ବିବାହ ପାଇଁ କରିଦେଲେ ମନା; ଥାନାରେ ବିଷ ପିଇଦେଲେ ପ୍ରେମିକ…

ଆନନ୍ଦପୁର ୩୦।୧୨(ସୁଶାନ୍ତ କୁମାର ସାହୁ): ବିବାହ କରିବାକୁ ମନା କରିଦେଲା ପ୍ରେମିକା। ସହି ନ ପାରି ପ୍ରେମିକାଙ୍କ ଉପସ୍ଥିତିରେ ଥାନା ପରସରରେ ବିଷ ପିଇଦେଲେ ଯୁବକ।...

ଗୋପାଳଙ୍କ ଉପରେ ଭରସା କଲେ ନବୀନ ଦେଲେ ଗୁରୁଦାୟିତ୍ୱ: ବିଜେଡିର ନିଶ୍ଚୟ ବିଜୟ କହିଲେ…

କେସିଙ୍ଗା,୩୦।୧୨(ତୁମେଶ୍ୱର ସାହୁ): ବିଜେଡିର ୨୯ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ସାରା ରାଜ୍ୟରେ ନୂତନ ବିଜେଡି ପଦାଧିକାରୀମାନଙ୍କ ନାମ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ  ଘୋଷଣା...

୨୦୨୬ରେ ହେବ ଭାରତ ପାକିସ୍ତାନ ଯୁଦ୍ଧ? ଆସୁଛି ଅସ୍ତ୍ର

ନୂଆଦିଲ୍ଲୀ,୩୦।୧୨: ଆମେରିକୀୟ ଥିଙ୍କ ଟ୍ୟାଙ୍କ କାଉନସିଲ ଅନ ଫରେନ ରିଲେସନ୍ସ (CFR) ଚେତାବନୀ ଦେଇଛି ଯେ ଭାରତ ଏବଂ ପାକିସ୍ତାନ ମଧ୍ୟରେ 2026 ରେ ଯୁଦ୍ଧ...

କ୍ରିକେଟ୍‌ ଟୁର୍ନାମେଣ୍ଟ: ମନମୁଣ୍ଡା ଚାମ୍ପିୟନ

ବାଲିଗୁଡ଼ା,୩୦ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): ବାଲିଗୁଡ଼ା ବ୍ଲକ୍‌ ଲଣ୍ଡାଗାଁରେ ୫ ଦିନ ଧରି ଚାଲିଥିବା ୧୩ ତମ ବିରାଟେଶ୍ୱର କ୍ରିକେଟ୍‌ ଟୁର୍ନାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି। କର୍ଣ୍ଣିବେଡ଼ା ଓ...

୧୪ ଫାର୍ମାସିଷ୍ଟଙ୍କ ଲେଭେଲ-୨କୁ ପଦୋନ୍ନତି

ନୂଆପଡ଼ା,୩୦ା୧୨ (ମକାରୁ ବେମାଲ): ନୂଆପଡ଼ା ଜିଲାର ବିଭିନ୍ନ ସ୍ବାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ୩୬ ଜଣ ଫାର୍ମାସଷ୍ଟଙ୍କ ମଧ୍ୟରୁ ୧୪ ଜଣ ପଦୋନ୍ନତି ପାଇଛନ୍ତି। ସୂଚନା ମୁତାବକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri