୫ ହଜାର କୋଟିର ବିବାହ! କିଏ ସେହି ଲୌରେନ ସାଞ୍ଚେଜ? ଯିଏ ହେବେ Jeff Bezosଙ୍କ ସହଧର୍ମିଣୀ

ମେକ୍ସିକୋ ସିଟି,୨୩।୧୨: ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ତଥା ଆମାଜନର ପ୍ରତିଷ୍ଠାତା ଜେଫ ବେଜୋସ ଖୁବ ଶୀଘ୍ର ତାଙ୍କ ପ୍ରେମିକା ଲୌରେନ ସାଞ୍ଚେଜଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି।
ଏହି ବିବାହ କୋଲୋକାଡୋର ଆସପେନ ସହରରେ ଅନୁଷ୍ଠିତ ହେବ। ଏହି ବିବାହର ମୂଲ୍ୟ ପ୍ରାୟ ୬୦୦ ନିୟୁତ ଡଲାର (୫୦୯୬କୋଟି ଟଙ୍କା) ହେବ ବୋଲି ଅନୁମାନ କରାଯାଉଛି।
ନ୍ୟୁୟର୍କ ପୋଷ୍ଟ ଅନୁଯାୟୀ ଏହି ବିବାହ ଆସନ୍ତା ଶନିବାର ପାଇଁ ଧାର୍ଯ୍ୟ କରାଯାଇଛି। ତେବେ ଜେଫ ବେଜୋସ ଏବଂ ଲୌରେନ ସାଞ୍ଚେଜ ବିବାହ ତାରିଖ ସମ୍ପର୍କରେ କୌଣସି ଅଫିସିଆଲ ସୂଚନା ଦେଇ ନାହାଁନ୍ତି।

ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ବିବାହର ନିମନ୍ତ୍ରଣ ବିଶ୍ୱର ହାଇ-ପ୍ରୋଫାଇଲ ବ୍ୟକ୍ତିତ୍ୱମାନଙ୍କୁ ପଠାଯାଇଛି । ବିଲ ଗେଟ୍ସ, ଲିଓନାର୍ଡୋ ଡିକାପ୍ରିଓଙ୍କ ପରି ବ୍ୟକ୍ତିମାନେ ଏହି ବିବାହ ଉତ୍ସବରେ ଯୋଗ ଦେଇପାରନ୍ତି । ଜେଫ ବେଜୋସ କେଭିନ କଷ୍ଟର୍ନକୁ ବିବାହ ସ୍ଥାନ ଭାବରେ ବାଛିଛନ୍ତି। ୧୬୦ଏକର ପରିସରରେ ବିସ୍ତାର, ଏହି ସ୍ଥାନ୨୬ ଏବଂ ୨୭ ଡିସେମ୍ବର ପାଇଁ ବୁକ ହୋଇଛି ।
ଲୌରେନ ସାଞ୍ଚେଜ ଜଣେ ସାମ୍ବାଦିକା, ଟିଭି ହୋଷ୍ଟ ଏବଂ ହେଲିକପ୍ଟର ପାଇଲଟ। ଡିସେମ୍ବର ୯, ୧୯୬୯ରେ ନ୍ୟୁ ମେକ୍ସିକୋର ଆଲବୁକର୍କରେ ଜନ୍ମଗ୍ରହଣ କରିଥିବା ଲୌରେନ ମଧ୍ୟ ମହାକାଶ ଅନୁସନ୍ଧାନ କ୍ଷେତ୍ରରେ କାର୍ଯ୍ୟ କରିଛନ୍ତି।
୨୦୦୫ରେ, ଲୌରେନ ହଲିଉଡ ଏଜେଣ୍ଟ ପାଟ୍ରିକ ୱାଇଟସେଲଙ୍କୁ ବିବାହ କରିଥିଲେ। ୨୦୧୯ରେ ଦୁହିଁଙ୍କ ଛାଡପତ୍ର ହୋଇଥିଲା। ପାଟ୍ରିକ ସହିତ ତାଙ୍କର ଦୁଇଟି ସନ୍ତାନ ଅଛନ୍ତି । ୨୦୧୮ଠାରୁ ଲୌରେନ ଏବଂ ଜେଫ ସମ୍ପର୍କରେ ଅଛନ୍ତି । ୨୦୧୯ମସିହାରେ, ଜେଫ ବେଜୋସ ତାଙ୍କ ସ୍ତ୍ରୀ ମ୍ୟାକେଙ୍କି ସ୍କଟଙ୍କୁ ଛାଡପତ୍ର ଦେଇଥିଲେ। ବେଜୋସଙ୍କର ତିନୋଟି ପୁଅ ଏବଂ ଏକ ପୋଷ୍ୟ କନ୍ୟା ମଧ୍ୟ ଅଛନ୍ତି । ମ୍ୟାକେଙ୍କି ସ୍କଟ ଜଣେ ଶିକ୍ଷକ ଡାନ ଜୁଏଟଙ୍କୁ ମଧ୍ୟ ବିବାହ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ଭାରତକୁ ୪୦,୦୦୦ ଏଲ୍‌ଏମ୍‌ଜି ଯୋଗାଇବ ଇସ୍ରାଏଲୀ କମ୍ପାନୀ

ଜେରୁଜେଲମ୍‌ ,୬ା୧୨: ଇସ୍ରାଏଲ୍‌ର ଏକ ପ୍ରମୁଖ ପ୍ରତିରକ୍ଷା କମ୍ପାନୀ ଭାରତକୁ ପ୍ରଥମ ପର୍ଯ୍ୟାୟରେ ୪୦ ହଜାର ହାଲୁକା ମେଶିନ୍‌ ଗନ୍‌ (ଏଲ୍‌ଏମ୍‌ଜି) ଯୋଗାଇବାକୁ ଯାଉଛି। ଆସନ୍ତାବର୍ଷ...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri