୫ ହଜାର କୋଟିର ବିବାହ! କିଏ ସେହି ଲୌରେନ ସାଞ୍ଚେଜ? ଯିଏ ହେବେ Jeff Bezosଙ୍କ ସହଧର୍ମିଣୀ

ମେକ୍ସିକୋ ସିଟି,୨୩।୧୨: ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ତଥା ଆମାଜନର ପ୍ରତିଷ୍ଠାତା ଜେଫ ବେଜୋସ ଖୁବ ଶୀଘ୍ର ତାଙ୍କ ପ୍ରେମିକା ଲୌରେନ ସାଞ୍ଚେଜଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି।
ଏହି ବିବାହ କୋଲୋକାଡୋର ଆସପେନ ସହରରେ ଅନୁଷ୍ଠିତ ହେବ। ଏହି ବିବାହର ମୂଲ୍ୟ ପ୍ରାୟ ୬୦୦ ନିୟୁତ ଡଲାର (୫୦୯୬କୋଟି ଟଙ୍କା) ହେବ ବୋଲି ଅନୁମାନ କରାଯାଉଛି।
ନ୍ୟୁୟର୍କ ପୋଷ୍ଟ ଅନୁଯାୟୀ ଏହି ବିବାହ ଆସନ୍ତା ଶନିବାର ପାଇଁ ଧାର୍ଯ୍ୟ କରାଯାଇଛି। ତେବେ ଜେଫ ବେଜୋସ ଏବଂ ଲୌରେନ ସାଞ୍ଚେଜ ବିବାହ ତାରିଖ ସମ୍ପର୍କରେ କୌଣସି ଅଫିସିଆଲ ସୂଚନା ଦେଇ ନାହାଁନ୍ତି।

ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ବିବାହର ନିମନ୍ତ୍ରଣ ବିଶ୍ୱର ହାଇ-ପ୍ରୋଫାଇଲ ବ୍ୟକ୍ତିତ୍ୱମାନଙ୍କୁ ପଠାଯାଇଛି । ବିଲ ଗେଟ୍ସ, ଲିଓନାର୍ଡୋ ଡିକାପ୍ରିଓଙ୍କ ପରି ବ୍ୟକ୍ତିମାନେ ଏହି ବିବାହ ଉତ୍ସବରେ ଯୋଗ ଦେଇପାରନ୍ତି । ଜେଫ ବେଜୋସ କେଭିନ କଷ୍ଟର୍ନକୁ ବିବାହ ସ୍ଥାନ ଭାବରେ ବାଛିଛନ୍ତି। ୧୬୦ଏକର ପରିସରରେ ବିସ୍ତାର, ଏହି ସ୍ଥାନ୨୬ ଏବଂ ୨୭ ଡିସେମ୍ବର ପାଇଁ ବୁକ ହୋଇଛି ।
ଲୌରେନ ସାଞ୍ଚେଜ ଜଣେ ସାମ୍ବାଦିକା, ଟିଭି ହୋଷ୍ଟ ଏବଂ ହେଲିକପ୍ଟର ପାଇଲଟ। ଡିସେମ୍ବର ୯, ୧୯୬୯ରେ ନ୍ୟୁ ମେକ୍ସିକୋର ଆଲବୁକର୍କରେ ଜନ୍ମଗ୍ରହଣ କରିଥିବା ଲୌରେନ ମଧ୍ୟ ମହାକାଶ ଅନୁସନ୍ଧାନ କ୍ଷେତ୍ରରେ କାର୍ଯ୍ୟ କରିଛନ୍ତି।
୨୦୦୫ରେ, ଲୌରେନ ହଲିଉଡ ଏଜେଣ୍ଟ ପାଟ୍ରିକ ୱାଇଟସେଲଙ୍କୁ ବିବାହ କରିଥିଲେ। ୨୦୧୯ରେ ଦୁହିଁଙ୍କ ଛାଡପତ୍ର ହୋଇଥିଲା। ପାଟ୍ରିକ ସହିତ ତାଙ୍କର ଦୁଇଟି ସନ୍ତାନ ଅଛନ୍ତି । ୨୦୧୮ଠାରୁ ଲୌରେନ ଏବଂ ଜେଫ ସମ୍ପର୍କରେ ଅଛନ୍ତି । ୨୦୧୯ମସିହାରେ, ଜେଫ ବେଜୋସ ତାଙ୍କ ସ୍ତ୍ରୀ ମ୍ୟାକେଙ୍କି ସ୍କଟଙ୍କୁ ଛାଡପତ୍ର ଦେଇଥିଲେ। ବେଜୋସଙ୍କର ତିନୋଟି ପୁଅ ଏବଂ ଏକ ପୋଷ୍ୟ କନ୍ୟା ମଧ୍ୟ ଅଛନ୍ତି । ମ୍ୟାକେଙ୍କି ସ୍କଟ ଜଣେ ଶିକ୍ଷକ ଡାନ ଜୁଏଟଙ୍କୁ ମଧ୍ୟ ବିବାହ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri