ସୋରଡ଼ା ଆସିବେ ଲୋକ ସେବା ଆୟୋଗର ଚୟନକୃତ ୫ ଶିକ୍ଷାନିବେଶ

ସୋରଡ଼ା,୧୨ା୧୧(ଡି.ଏନ୍‌.ଏ.): ଭାରତୀୟ ଲୋକ ସେବା ଆୟୋଗର ଚୟନ କୃତ ୫ ଶିକ୍ଷାନିବେଶ ସୋମବାର ସୋରଡ଼ାରେ ପହଞ୍ଚିବେ। ଏଥିପାଇଁ ଗଞ୍ଜାମ ଜିଲା ସୋରଡ଼ା ବ୍ଲକ ପ୍ରଶାସନ ପକ୍ଷରୁ ଅଞ୍ଚଳର ସମସ୍ତ ବିଭାଗକୁ ସୂଚନା ପ୍ରଦାନ କରାଯାଇଛି। ଭାରତ ସରକାରଙ୍କ ଲାଲ୍‌ ବାହାଦୂର ଶାସ୍ତ୍ରୀ ପ୍ରଶାସନିକ ଶିକ୍ଷା ପ୍ରତିଷ୍ଠାନ ପରାମର୍ଶରେ ଓଡ଼ିଶା ସରକାରଙ୍କ ଗୋପବନ୍ଧୁ ପ୍ରଶାସନିକ ଶିକ୍ଷା ପ୍ରତିଷ୍ଠାନ ଭୁବନେଶ୍ବର ଦ୍ୱାରା ୨୯ ଜଣ ଶିକ୍ଷାନିବେଶଙ୍କୁ ମୂଳ ପାଠ୍ୟକ୍ରମ ତାଲିମ ପ୍ରଦାନ ପୂର୍ବକ ଗ୍ରାମାଞ୍ଚଳ ପ୍ରଶାସନିକ ଜ୍ଞାନ ହାସଲ ପାଇଁ ୬ଟି ଦଳରେ ୬ ଦିନିଆ ଭ୍ରମଣରେ ୫ ଜିଲାକୁ ପଠାଯିବା ବ୍ୟବସ୍ଥା କରାଯାଇଛି। ସେଠାରେ ସେମାନେ ଜିଲାର ଏସ୍‌ପି, ଜିଲାପାଳ,ରାଜସ୍ବ ଅଧିକାରୀ, ତହସିଲଦାର, ସରପଞ୍ଚ,ଗ୍ରାମାଞ୍ଚଳ ଜନସାଧାରଣଙ୍କ ସହ ବିଭିନ୍ନ ଯୋଜନା ସମ୍ବନ୍ଧରେ ଆଲୋଚନା କରିବେ। ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର,ପିଏମଆଇ,ଏମ୍‌ଜିଏନ୍‌ଆର୍‌ଇଜିଏ ଯୋଜନା,ସାମାଜିକ ନିରାପତ୍ତା ଯୋଜନାର ରୂପାୟନ ବୁଲି ଦେଖିବେ। ଏହି କ୍ରମରେ ଗୋଟିଏ ଦଳ ସୋରଡ଼ା ବ୍ଲକର ଗୋଛା,ଗଉଡ଼ଗୋଠ,ମେରିକୋଟ,ବଡ଼ବଦାଙ୍ଗି, ବଦଗଡ଼ ପଞ୍ଚାୟତର ବିଭିନ୍ନ ଗ୍ରାମକୁ ଯିବା ସ୍ଥିର ହୋଇଛି। ୫ ଜଣ ଶିକ୍ଷାନିବେଶଙ୍କ ମଧ୍ୟରେ ଭାରତୀୟ ଡାକ ଓ ଦୂରସଞ୍ଚାର ହିସାବ ଏବଂ ବିତ୍ତସେବାର ଦେଶମୁଖ ସୌରଭ। ଅନ୍ୟ ୪ ଜଣ ହେଲେ ଭାରତୀୟ ରେଳ ଯାତାୟାତ ସେବାର ପ୍ରସନ୍ନ ଆର ଲୋଧ, ମିଥୁନ ରାଜ ଯାଦବ,ଜଗଦୀଶ,ବିପିନ ନାୟକ। ସୋମବାର ସେମାନେ ଏଠାରେ ସକାଳୁ ପହଞ୍ଚିବା ପରେ ବ୍ଲକ ପ୍ରଶାସନ ପକ୍ଷରୁ ନିୟୋଜିତ ଏବି ସଞ୍ଜୀବ ରାଜ ସେନାପତି ସମସ୍ତଙ୍କୁ ସାଙ୍ଗରେ ନେବେ । ସୋମବାରଠାରୁ ଶନିବାର ୬ ଦିନ ଏଠାରେ ରହଣି କରିବେ। ଗଞ୍ଜାମ ଜିଲା ପରିଷଦ ଚିଠି ନମ୍ବର ୧୧୩୮୪/୧୦/୧୧/୨୦୨୨କୁ ଭିତ୍ତି କରି ସୋରଡ଼ା ପୋଲିସ,ଶିଶୁ ଶିକ୍ଷା,ସ୍ବାସ୍ଥ୍ୟ,ବନ,ରାଜସ୍ବ, କୃଷି, ବିଦ୍ୟୁତ ଜନସ୍ବାସ୍ଥ୍ୟ ବିଭାଗ ସମେତ ଅନ୍ୟ ସମସ୍ତ ବିଭାଗକୁ ଅବଗତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ମାନସିକ ଚାପରୁ ଚରମ ନିଷ୍ପତ୍ତି, ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା…

କୋକସରା,୮ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):v କଳାହାଣ୍ଡି ଜିଲା କୋକସରା ଥାନା ବୋବରିଆ ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ନିଜ ଘର ଭିତରୁ ଜବତ ହୋଇଛି। ମୃତକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri