ବିଭିନ୍ନ କାର୍ଯ୍ୟର ସମୀକ୍ଷା ସହ ଲୋକଙ୍କ ସହିତ ମତ ବିନିମୟ କଲେ ୫-ଟି ସଚିବ

ଭୁବନେଶ୍ବର, ୨୦ା୩(ବ୍ୟୁରୋ):ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ(୫-ଟି) ଭି.କେ. ପାଣ୍ଡିଆନ ଦୁଇଦିନିଆ ନବରଙ୍ଗପୁର ଜିଲା ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନ ପ୍ରକଳ୍ପର କ୍ଷେତ୍ରସ୍ତରୀୟ ସମୀକ୍ଷା କରି ଫେରିଛନ୍ତି। ଏହାସହ ବିଭିନ୍ନ ବ୍ଲକରେ ଚାଲିଥିବା ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ବିତ କରିବା ଲାଗି ସେ ଜିଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଅବସରରେ ସେ ଲୋକମାନଙ୍କ ସହ ମତ ବିନିମୟ କରି ସରକାରୀ ଯୋଜନାର କାର୍ଯ୍ୟାନ୍ବୟନ କିପରି ଅଧିକ ଭଲରେ ହୋଇପାରିବ ସେନେଇ ମତ ସଂଗ୍ରହ କରିଛନ୍ତି। ଜିଲା ଗସ୍ତର ପ୍ରଥମ ଦିନ ଅର୍ଥାତ୍‌ ଗତ ଶୁକ୍ରବାର ସର୍କିଟ ହାଉସ୍‌ଠାରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଜରିଆରେ ସେ ବିଭିନ୍ନ ବର୍ଗର ଲୋକଙ୍କ ଅଭିଯୋଗ ଶୁଣାଣି କରିଥିଲେ। ଦ୍ୱିତୀୟ ଦିନ ସେ ବିଭିନ୍ନ ବ୍ଲକ ଗସ୍ତ କରି ଏକାଧିକ ସରକାରୀ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି। ପାଣ୍ଡିଆନ ନବରଙ୍ଗପୁର ସମେତ ପାପଡ଼ାହାଣ୍ଡି, ଝରିଗଁା ଚନ୍ଦାହାଣ୍ଡି ଏବଂ ଉମରକୋଟ ବ୍ଲକ ଗସ୍ତ କରିଛନ୍ତି। ନବରଙ୍ଗପୁର ବ୍ଲକରେ ଥିବା ମାଣ୍ଡାଡଙ୍ଗରୀ ଶୈବପୀଠର ବିକାଶ ସହିତ ଏହାକୁ ଏକ ପର୍ଯ୍ୟଟନସ୍ଥଳୀରେ ପରିଣତ କରିବା ଲାଗି ଆକ୍ସନ ପ୍ଲାନ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାପରେ ସେ ପାପଡାହାଣ୍ଡି ବ୍ଲକର ଜଟାବାଲସ୍ଥିତ ଏସ୍‌ଏସ୍‌ଡି ହାଇସ୍କୁଲ ପରିଦର୍ଶନ କରିଥିଲେ। ସେଠାରୁ ଝରିଗାଁ ବ୍ଲକର ବିଦ୍ରି ଧର୍ମପୀଠ ପରିଦର୍ଶନ କରିଛନ୍ତି। ସେଠାରେ ସେ ମିଶନ ଶକ୍ତି ଏବଂ ମନ୍ଦିର କମିଟି ସଦସ୍ୟଙ୍କ ସହ ଆଲୋଚନା କରିଛନ୍ତି। ସେଠାରୁ ସେ ଉମରକୋଟ ବ୍ଲକ ଗସ୍ତ କରି ସ୍ଥାନୀୟ ଇଣ୍ଡୋର ଷ୍ଟାଡିୟମ ଯାଇଥିଲେ। ଶେଷରେ ସେ ଝରିଆଁ ବ୍ଲକ ଗସ୍ତ କରି ବିଭିନ୍ନ ପ୍ରକଳ୍ପର କାର୍ଯ୍ୟ ସମ୍ପର୍କରେ ସରକାରୀ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ତେବେ ନବରଙ୍ଗପୁର ସର୍କିଟ ହାଉସ୍‌ଠାରେ ବିଭିନ୍ନ ବର୍ଗର ଲୋକଙ୍କୁ ବିଜେଡି ବିଧାୟକ ପ୍ରଣବ ପ୍ରକାଶ ଦାସ ଲାଇନ୍‌ କରି ପାଣ୍ଡିଆନଙ୍କ ସହିତ ସାକ୍ଷାତ୍‌ କରାଇବାକୁ ଛାଡୁଥିବାର ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ବହୁଳ ମାତ୍ରାରେ ପ୍ରସାରିତ ହେବାରେ ଲାଗିଛି। ଜଣେ ଜନପ୍ରତିନିଧି କିପରି ପ୍ରଶାସନିକ ଅଧିକାରୀଙ୍କ ଦ୍ୱାରପାଳ ହୋଇଛନ୍ତି ବୋଲି ପ୍ରଚାର ହେବାପରେ ପ୍ରଣବ ଏନେଇ ତାଙ୍କ ମତ ରଖିଛନ୍ତି।
ପ୍ରଣବ କହିଛନ୍ତି ଯେ, ଏହା ଏକ ମଧ୍ୟଯୁଗୀୟ ଚିନ୍ତାଧାରା। ସିଏମ୍‌ଓ ଲୋକଙ୍କ କାମ କରିବା ଲାଗି ନବରଙ୍ଗପୁର ଆସିଥିଲା। ସମସ୍ତଙ୍କୁ ସେ ସିଏମ୍‌ଓ ସହ ଭେଟେଇବାକୁ ଡାକିଥିଲେ। ରାଜ୍ୟବାସୀଙ୍କ କାମ କରାଇବା ଲାଗି ଦ୍ୱାରପାଳ ନୁହେଁ, ସେ କ୍ରୀତଦାସ ହେବାକୁ ପ୍ରସ୍ତୁତ ଅଛନ୍ତି। ବିଜେଡିର ମୂଲିଆ ହେବାକୁ ମଧ୍ୟ ପ୍ରସ୍ତୁତ। ଲୋକଙ୍କୁ ସେ ଡାକିକି ଧାଡ଼ିରେ ଠିଆ କରାଇ ଭିତରକୁ ପଠାଉଥିଲେ। ଲୋକମାନେ ବାହାରେ ଠିଆ ହୋଇଥିବେ ସେ ଭିତରେ ବସିବେ ଏହା କ’ଣ ଠିକ୍‌ ହେବ କି ବୋଲି ସେ ପ୍ରଶ୍ନ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବରଙ୍ଗପୁରବାସୀଙ୍କ ସହ ଆଲୋଚନା କରି ସବୁ କାମ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ସେହି ପ୍ରତିଶ୍ରୁତି ପୂରଣ କରିବାକୁ ସିଏମ୍‌ଓ ନବରଙ୍ଗପୁର ଯାଇଥିଲା ବୋଲି ପ୍ରଣବ କହିଛନ୍ତି।
ହେଲେ ଭାଜପା ଏବଂ କଂଗ୍ରେସ ଏହି ଘଟଣାରେ ବିଜେଡିକୁ ପାଲଟା ଟାର୍ଗେଟ କରିଛନ୍ତି। ପ୍ରଣବଙ୍କ ଏଭଳି ବୟାନ ପରେ ପାଲଟା ପ୍ରଶ୍ନ କରି ଭାଜପା ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ରବିବାର ଖବରଦାତା ସମ୍ମିଳନୀ ଜରିଆରେ କହିଛନ୍ତି, ପ୍ରଣବ ପ୍ରକାଶ ଦାସ ଲୋକଙ୍କର ନୁହେଁ, ବରଂ ପ୍ରଶାସନିକ ଅଧିକାରୀଙ୍କ କ୍ରୀତଦାସ ହେବାକୁ ଚାହୁଁଛନ୍ତି। ପ୍ରଣବଙ୍କ ମନ୍ତବ୍ୟ ତାଙ୍କର ସାମନ୍ତବାଦୀ ମାନସିକତାର ପରିଚୟ। ୧୮୪୩ରୁ କ୍ରୀତଦାସ ପ୍ରଥା ବିଲୋପ ହୋଇଛି। ତେଣୁ ଏ କେଉଁ ପ୍ରକାର ମାନସିକତା। ପୁଣି ବ୍ରିଟିଶ ଶାସନ ଫେରୁ ବୋଲି ବିଜେଡି ନେତା ଚାହୁଁଛନ୍ତି କି ବୋଲି ଗୋଲକ ପ୍ରଶ୍ନ କରିଛନ୍ତି। ପ୍ରଣବ କହୁଛନ୍ତି ନବରଙ୍ଗପୁରକୁ ସିଏମ୍‌ଓ ଆସିଛି। ହେଲେ ସିଏମ୍‌ଓ କିଏ ତା’ର ଉତ୍ତର ଦିଅନ୍ତୁ। ୫-ଟି ଯଦି ଏକ ଚିନ୍ତାଧାରା ତେଣୁ ଚିନ୍ତାଧାରା ସିଏମଓ କେମିତି ହେଲା ବୋଲି ଗୋଲକ କହିଛନ୍ତି।
କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି, ଯେଉଁମାନେ ନିର୍ବାଚିତ ପ୍ରତିନିଧି ଅଛନ୍ତି ସେମାନେ ସମସ୍ତେ ହେଉଛନ୍ତି ଲୋକଙ୍କ ସେବକ। ଜଣେ ବିଧାୟକ ହେଉଛନ୍ତି ପ୍ରଶାସନିକ ଅଧିକାରୀଙ୍କଠାରୁ ଉଚ୍ଚରେ। ତେଣୁ ସେ କେବେହେଲେ କାହା ଦୁଆରକୁ ଯିବା ଉଚିତ୍‌ ନୁହଁ ବୋଲି ତାରା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri