ସୁନ୍ଦରଗଡ଼ ଗସ୍ତରେ ୫-ଟି ସଚିବ: ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର କଲେ ସମୀକ୍ଷା

ସୁନ୍ଦରଗଡ଼,୧୨ା୩(ଡି.ଏନ୍‌.ଏ.): ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫-ଟି ସଚିବ ଭିକେ ପାଣ୍ଡିଆନ ରବିବାର ସୁନ୍ଦରଗଡ଼ ଗସ୍ତରେ ଆସି ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଛନ୍ତି। ପାଣ୍ଡିଆନ ପ୍ରଥମେ ରବିବାର ସକାଳେ ରାଉରକେଲା ହକି ଭିଲେଜରୁ ଆସି ପ୍ରଥମେ ରାଜଗାଙ୍ଗପୁର ଘୋଘର ଶିବମନ୍ଦିର ପରିଦର୍ଶନ କରିଥିଲେ। ଏହାପରେ ରେଲଓ୍ବେ ଓଭରବ୍ରିଜ ପରିଦର୍ଶନ କରିବା ପରେ ଟାଙ୍ଗରପାଲି ବ୍ଲକ ବେଲସରା ଶିବମନ୍ଦିର ପରିଦର୍ଶନ କରିଥିଲେ। ଏହାପରେ ସେ ହେମଗିରି ବ୍ଲକ କାର୍ଯ୍ୟାଳୟ ପରିସରରେ ଥିବା ମିଶନଶକ୍ତି କାଫେ ବୁଲି ଦେଖିବା ସହ ସେଠାରେ ଜଳଖିଆ ଖାଇ ମିଶନଶକ୍ତି ମହିଳାମାନଙ୍କୁ ପ୍ରଶଂସା କରିଥିଲେ। ଏହାପରେ ସେ ହେମଗିରି ପଞ୍ଚାୟତ ସମିତି କଲେଜ ପରିଦର୍ଶନ କରି ଆଉ ୮ମାସ ପରେ ସ୍ମାର୍ଟ କ୍ଲାସରୁମ୍‌ ଓ ଯୁକ୍ତ ତିନି ଶ୍ରେଣୀ ଖୁବ୍‌ଶୀଘ୍ର ଖୋଲିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହା ପରେ ଶିବସାଗର ପୋଖରୀ ଓ ହେମଗିରି କଟା ଉନ୍ନତିକରଣ ବୁଲି ଦେଖିଥିଲେ। ପରେ ସେ ଏକ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ବାଲିଙ୍କରା ବ୍ଲକ ଦେଓଭୁବନପୁର ହେଲିପ୍ୟାଡ୍‌ରେ ଓହ୍ଲାଇ କୁକୁଡାନାଳା ଡ୍ୟାମର ଉନ୍ନତିକରଣ ବୁଲି ଦେଖିବା ସହ ତିଲେଇକାନିରେ ସ୍ଥାନୀୟ ଲୋକଙ୍କ ଆପତ୍ତି ଅଭିଯୋଗ ଶୁଣିଥିଲେ। ଏହାପରେ ସେ ହେଲିକପ୍ଟର ଯୋଗେ ସୁନ୍ଦରଗଡ ସରକାରୀ କଲେଜ ପଡିଆ ହେଲିପ୍ୟାଡରେ ଓହ୍ଲାଇଥିଲେ। ଏଠାରୁ ସେ ସମଲେଇ ମନ୍ଦିର ଦର୍ଶନରେ ଯାଇଥିଲେ। ଏହାପରେ ସଦର ବ୍ଲକ ଗୁରଲିଯୋର କ୍ଷୁଦ୍ର ଜଳସେଚନ ପ୍ରକଳ୍ପ, ଜିଲା କ୍ରୀଡ଼ା ଛାତ୍ରାବାସ,ପାରିଜାତ ପାର୍କ , ଥିମ୍‌ ପାର୍କ ଆଦି ପରିଦର୍ଶନ ପରେ ସ୍ଥାନୀୟ ପ୍ରଗତି ମଣ୍ଡପରେ ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଥିଲେ। ଏହି ଅବସରରେ ସୁନ୍ଦର ନାଗରିକ କମିଟି ପକ୍ଷରୁ ବିଭିନ୍ନ ଦାବି ନେଇ ୫ଟି ସଚିବଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କଳାଯାଇଥିଲା। ସଚିବଙ୍କ ସହ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ସଚିବ ଆର୍‌ ଭିନିଲ କ୍ରିଷ୍ଣା, ଜିଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି, ଏସ୍‌ପି ପ୍ରତ୍ୟୁଷ ଦିବାକର, ପୌର ଉପାଧ୍ୟକ୍ଷ ଲଲାଟେନ୍ଦୁ ପରିଡ଼ା, ଅତିରିକ୍ତ ଜିଲାପାଳ(ରାଜସ୍ବ) ଅଭିମନ୍ୟୁ ବେହେରା,ଅତିରିକ୍ତ ଜିଲାପାଳ ରବିନାରାୟଣ ସାହୁ, ଜିଲା ମୁଖ୍ୟ ଚିକିତ୍ସାଧିକାରୀ ସରୋଜ ମିଶ୍ର, ଜିଲା ସ୍ବତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ବିନୟ ଟପ୍ପୋଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ। ଅପରାହ୍ନ ସାଢ଼େ ୪ଟାରେ ସଚିବ ହେଲିକପ୍ଟର ଯୋଗେ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଷ୍ଟେଟ ବ୍ୟାଙ୍କ ଶାଖା ଉଚ୍ଛେଦର ପ୍ରତିବାଦ: ଧାରଣାକୁ ଓହ୍ଲାଇଲେ ଉପଭୋକ୍ତା

ବରଗଡ଼ ଅଫିସ୍‌/ଅତାବିରା,୧୧।୯ (ଡି.ଏନ.ଏ): ବରଗଡ଼ ଜିଲା ଅତାବିରା ବ୍ଲକ ଅନ୍ତର୍ଗତ ବୁଗବୁଗାଠାରେ ରହିଥିବା ଭାରତୀୟ ଷ୍ଟେଟ ବ୍ୟାଙ୍କ(ଏସବିଆଇ)ର ଶାଖା ଉଚ୍ଛେଦ କରାଯିବା ନେଇ ଅଞ୍ଚଳରେ ତୀବ୍ର...

କପିଳାସ ଚିଡ଼ିଆଖାନାର ନୂତନ ଅତିଥି ‘ହିରୋ’

ଢେଙ୍କାନାଳ ଅଫିସ, ୭ା୬-ସମ୍ବଲପୁର-ଦେବଗଡ଼ ଜିଲା ମଧ୍ୟବର୍ତ୍ତୀ ବାମରା ବନଖଣ୍ଡରୁ ଉଦ୍ଧାର ହୋଇଥିବା ହାତୀ ଶାବକ କପିଳାସ ଏଲିଫ୍ୟାଣ୍ଟ ରେସକ୍ୟୁ ସେଣ୍ଟରର ନୂତନ ସଦସ୍ୟ ପାଲଟିଛି। ଏକ...

ମୁଖ୍ୟ ଚିକିତ୍ସାଳୟ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ: ବେଡ୍‌ ଛାଡ଼ି ପଳାଇଲେ ମାନସିକ ରୋଗୀ

ଅନୁଗୋଳ ଅଫିସ, ୩।୭ – ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଜଣେ ମାନସିକ ରୋଗୀ ବେଡ୍‌ ଛାଡ଼ି କେଉଁଆଡ଼େ ପଳାଇଯିବା ମଙ୍ଗଳବାର ଚର୍ଚ୍ଚାର ବିଷୟ...

ଜେଲ୍‌ ଗଲେ କୋଟିପତି କିରାଣି

ଜଳେଶ୍ୱର, ୨୬।୭(ଡି.ଏନ.ଏ.)-ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ମାମଲା (ନଂ.୨୬/୨୦୧୯)ରେ ବାଲେଶ୍ୱର ଜିଲା ଜଳେଶ୍ୱର ସହର ନୂଆବଜାରସ୍ଥିତ ଜଳେଶ୍ୱର ମହିଳା ମହାବିଦ୍ୟାଳୟର ମୁଖ୍ୟ କିରାଣି ତଥା...

ତଥ୍ୟ ସଂଗ୍ରହ କଲା ପିସିସି ପ୍ରତିନିଧି ଦଳ

ଚିତ୍ରକୋଣ୍ଡା/ମାଲକାନଗିରି,୮ା୭(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ନୂଆଗୁଡ଼ା ପଞ୍ଚାୟତର ଆର୍‌ଏସ୍‌ସି-୧୩ ଗ୍ରାମରେ ଜୁନ୍‌ ୭ରେ ପୋଲିସ ଟିମ୍‌ ରାତିଅଧିଆ ଚଢ଼ାଉକରି ଗଞ୍ଜେଇ ଜବତ ନାଁରେ ମହିଳାମାନଙ୍କୁ...

ଟ୍ରକ୍‌କୁ ପିଟିଲା ଚୋରା ଡିଜେଲ୍‌ ବୋଝେଇ ବୋଲେରୋ

ଝାରସୁଗୁଡ଼ା ଅଫିସ୍‌,୨୬।୪: ଝାରସୁଗୁଡା ଜିଲା କୋଲାବିରା ଥାନା ଅଧୀନ ୪୯ନମ୍ବର ଜାତୀୟ ରାଜପଥ ସିରିଆପାଲି ଛକ ନିକଟରେ ଏକ ଦୁର୍ଘଟଣା ଘଟିଛି। ଏକ ଚୋରା ଡିଜେଲ...

ବେତନଟୀ ବିଜ୍ଞାପିତ ଅଞ୍ଚଳ ହେବା ନେଇ ଆଶା ସଞ୍ଚାର, ଉପଜିଲାପାଳଙ୍କୁ ମଗାଗଲା ତଥ୍ୟ

ବାରିପଦା ଅଫିସ,୧୯।୮- ଆୟତନ ଓ ଜନସଂଖ୍ୟା ହିସାବରେ ମୟୂରଭଞ୍ଜ ରାଜ୍ୟର ସର୍ବ ବୃହତ। ଏହି ଜିଲାରେ ୨୬ ଟି ବ୍ଲକ ଥିବା ବେଳେ ଦୁଇଟି ପୌରାଞ୍ଚଳ...

ବରଗଡ଼ରେ ପତାକା ଉତ୍ତୋଳନ କଲେ ସ୍ବାସ୍ଥ୍ୟମନ୍ତ୍ରୀ

ବରଗଡ଼ ଅଫିସ,୧୫।୮: ବରଗଡ଼ ଜର୍ଜ ହାଇସ୍କୁଲ ପଡ଼ିଆରେ ସୋମବାର ଜିଲାସ୍ତରୀୟ ୭୬ତମ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି । ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ...

Advertisement
Archives

Model This Week