ଫୁଟାଇଲେ ୫ ରାଉଣ୍ଡ ଗୁଳି

ଢେଙ୍କାନାଳ ଅଫିସ୍‌, ୧।୪ ପୌର ନିର୍ବାଚନ ପରବର୍ତ୍ତୀ ହିଂସାରେ ଅଶାନ୍ତ ହୋଇଉଠିଛି ଢେଙ୍କାନାଳ ସହର। ପରାଜୟକୁ ସହଜରେ ଗ୍ରହଣ କରି ପାରୁ ନ ଥିବା ଏକ ଗୋଷ୍ଠୀ ବୁଧବାର ରାତିରେ ପୌରାଧ୍ୟକ୍ଷାଙ୍କ ଘର ଆଗରେ ୫ ରାଉଣ୍ଡ ଗୁଳିଚାଳନା କରିବା ସହିତ ହତ୍ୟା ଧମକ ଦେଇଛନ୍ତି। ଅଭିଯୁକ୍ତଙ୍କ ଆକ୍ରୋଶରୁ ବର୍ତ୍ତିନାହାନ୍ତି ୧୯ନଂ. ୱାର୍ଡ କାଉନ୍‌ସିଲରଙ୍କ ସମ୍ପର୍କୀୟ ଏବଂ ଜଣେ ସାଧାରଣ ବ୍ୟକ୍ତି। ଏ ନେଇ ଟାଉନ୍‌ ଥାନାରେ ଦୁଇଟି ମାମଲା (ନଂ. ୧୮୫/୨୨ ଏବଂ ୧୮୬/୨୨) ରୁଜୁ ହୋଇଛି। ଅନ୍ୟପଟେ ଅଭିଯୋଗର ତଦନ୍ତ କରି ପୋଲିସ ୨ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ଏକ ସ୍କୁଟି, ନଗଦ ୧ଲକ୍ଷ ଟଙ୍କା, ୨ଟି ଠେଙ୍ଗା ଜବତ କରିଛି। ଅନ୍ୟ ୩ ଅଭିଯୁକ୍ତ ଫେରାର ଅଛନ୍ତି। ଗୁଳିଚାଳନା ସ୍ଥଳରେ ସାଇଣ୍ଟିଫିକ୍‌ ଦଳ ତଦନ୍ତ ଚଳାଇଛି। ଗୋଟିଏ ରାତିରେ ଏଭଳି ପୃଥକ୍‌ ଘଟଣା ପୌରାଞ୍ଚଳବାସୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି କରିଥିବାବେଳେ ସହରର ଆଇନଶୃଙ୍ଖଳା ବିଗିଡ଼ିବା ପୋଲିସ ପ୍ରଶାସନର ମୁଣ୍ଡବ୍ୟଥା ବଢ଼ାଇଛି।
ପୌରାଧ୍ୟକ୍ଷା ତଥା ଭାଜପା ନେତ୍ରୀ ଜୟନ୍ତୀ ପାତ୍ରଙ୍କ ଅଭିଯୋଗ ଅନୁଯାୟୀ, ବୁଧବାର ରାତି ପ୍ରାୟ ୧୦ଟା ୪୦ରେ ୨ଟି ବାଇକ୍‌ରେ ୫ଜଣ ଯୁବକ ତାଙ୍କ ଘର ସମ୍ମୁଖରେ ପହଞ୍ଚତ୍ ପାଟିତୁଣ୍ଡ କରିଥିଲେ। ସେ ବାଲ୍‌କୋନିକୁ ଆସି ଦେଖିବା ବେଳେ ହଠାତ୍‌ ସେମାନେ ୫ ରାଉଣ୍ଡ ଗୁଳିଚାଳନା କରିଥିଲେ। ଜୟନ୍ତୀ ଜୀବନ ବିକଳରେ ବାଲକୋନି କବାଟ ଦେଇ ଘର ଭିତରକୁ ପଳାଇଥିଲେ। ଏହାପରେ ସମ୍ପୃକ୍ତ ଅଭିଯୁକ୍ତମାନେ ତାଙ୍କୁ ଏବଂ ତାଙ୍କ ସ୍ବାମୀ ତଥା ରାଜ୍ୟ ଭାଜପା କୃଷକ ମୋର୍ଚ୍ଚା ଉପସଭାପତି ରାମଚନ୍ଦ୍ର ପାତ୍ରଙ୍କୁ ବୋମା ପକାଇ ହତ୍ୟା କରିବାକୁ ଧମକ ଦେଇଥିଲେ। ଢେଙ୍କାନାଳରେ ପୁଣି ଉପନିର୍ବାଚନ ହେବ ବୋଲି ସେମାନେ ଖୋଲାଖୋଲି ଚେତାବନୀ ଦେଇଥିଲେ। ପରିବାର ସଦସ୍ୟ ଅଭିଯୁକ୍ତଙ୍କୁ ଗୋଡ଼ାଇବାରୁ ସେମାନେ ଫେରାର ହୋଇଯାଇଥିଲେ। ଏଥିପୂର୍ବରୁ ରାତି ପ୍ରାୟ ସାଢ଼େ ୧୦ଟାରେ ସମ୍ପୃକ୍ତ ଅଭିଯୁକ୍ତମାନେ ୧୯ନଂ. ଓ୍ବାର୍ଡ ଅନ୍ତର୍ଗତ ସିମିଳିଆ ଗ୍ରାମରେ ଆତଙ୍କରାଜ ସୃଷ୍ଟି କରିଥିଲେ। ସେମାନେ ସମ୍ପୃକ୍ତ ଓ୍ବାର୍ଡର କାଉନ୍‌ସିଲରଙ୍କ ବାପା ଆର୍ତ୍ତବନ୍ଧୁ ମଲ୍ଲିକ ଏବଂ ଗ୍ରାମର ଶୈଳେନ୍ଦୁ ନାରାୟଣ ସାହୁ (୪୦)ଙ୍କୁ ଭୟଭୀତ କରାଇବା ସହ ଧମକଚମକ ଦେଇଛନ୍ତି। ଅଭିଯୁକ୍ତମାନେ ଶୈଳେନ୍ଦୁଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ମାଡ଼ ମାରିଥିବା ନେଇ ସେ ଥାନାରେ ଅଭିଯୋଗ କରିଛନ୍ତି। ଗୁରୁବାର ପୌରାଧ୍ୟକ୍ଷା ଜୟନ୍ତୀ, ତାଙ୍କ ସ୍ବାମୀ ରାମଚନ୍ଦ୍ର, ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ପାତ୍ର, ନବକିଶୋର ଗୁରୁ, ମାତୃପ୍ରସାଦ ନନ୍ଦ ପ୍ରମୁଖ ଦଳୀୟ ସମର୍ଥକଙ୍କ ସହ ଏସ୍‌ପିଙ୍କୁ ଭେଟି ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। ଏହି ଘଟଣାରେ ହାଉସିଂବୋର୍ଡ କଲୋନୀର ସତ୍ୟବ୍ରତ ବେହେରା (୨୬) ଏବଂ ଜୟଗୋପାଳ ସାହିର ସୋମନାଥ ସାହୁ (୨୨) ଗିରଫ ହୋଇଥିବା ଏସ୍‌ପି ଏଲ୍‌. ଦିବ୍ୟା ଭି. କହିଛନ୍ତି।
ଏ ସଂକ୍ରାନ୍ତରେ ରାମଚନ୍ଦ୍ର ପାତ୍ର କୁହନ୍ତି, ଘଟଣା ପରେ ଏସ୍‌ପିଙ୍କୁ ସୁରକ୍ଷା ମାଗିଛୁ। ଅଭିଯୁକ୍ତଙ୍କ ମଧ୍ୟରୁ ୩ଜଣଙ୍କ ଫଟୋ ସ୍ଥାନୀୟ ବିଧାୟକଙ୍କ ସହ ରହିଛି। ସେମାନେ ହତ୍ୟାଧମକ ଦେବା ସହ ଉପନିର୍ବାଚନ କରିବେ ବୋଲି ଚେତାବନୀ ଦେଇଛନ୍ତି। ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ପାତ୍ର କୁହନ୍ତି, ବିଧାୟକ ନିର୍ବାଚନରେ ହାର୍‌କୁ ବରଦାସ୍ତ କରି ନ ପାରି ଗୁଣ୍ଡା ଲଗାଇଛନ୍ତି। ତାଙ୍କର ମତିଭ୍ରମ ହୋଇଛି। ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରା ନ ଗଲେ ଆନ୍ଦୋଳନ ତୀବ୍ରତର ହେବ ବୋଲି ସେ କହିଛନ୍ତି। ଭାଜପା ପକ୍ଷରୁ ଅଣାଯାଇଥିବା ଅଭିଯୋଗର ପ୍ରତିକ୍ରିୟାରେ ବିଧାୟକ ସୁଧୀର କୁମାର ସାମଲ କୁହନ୍ତି, ପଥର ଖଣି ଓ ବାଲି ବ୍ୟବସାୟକୁ ନେଇ ଏହି ଗଣ୍ଡଗୋଳ ଘଟିଛି। ବିଜେଡି ହିଂସାକୁ ପ୍ରଶ୍ରୟ ଦିଏନାହିଁ। ସୁଧୀର ସାମଲ କ’ଣ ତାହା ସହରବାସୀ ଜାଣିଛନ୍ତି। ଆମେ ଆଇନକୁ ସମ୍ମାନ ଜଣାଉଛୁ। ନିର୍ବାଚନ ପରେ ଗତ ୨୪ ତାରିଖ ସନ୍ଧ୍ୟାରେ ଜଣେ ବିଜେଡି କାଉନ୍‌ସିଲର ପ୍ରାର୍ଥୀ ଥାନାକୁ ଅଭିଯୋଗ କରିବାକୁ ଆସିଥିବାବେଳେ ଭାଜପା କର୍ମୀମାନେ ପୋଲିସ ଉପସ୍ଥିତିରେ ତାଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ସେମାନଙ୍କ ପିଲାମାନେ ଅରାଜକତା କରୁଛନ୍ତି। ତେଣୁ ଏଭଳି ନାଟକବାଜିର କିଛି ଲାଭ ନାହିଁ ବୋଲି ବିଧାୟକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା ମୁହାଁ ବାତ୍ୟା; ଜୁନିୟର ଆସିଷ୍ଟାଣ୍ଟ-କ୍ଲର୍କ ପରୀକ୍ଷା ସ୍ଥଗିତ

ଭୁବନେଶ୍ୱର,୧୮।୧୧: ଓଡ଼ିଶା ମୁହାଁ ହେଉଛି ବାତ୍ୟା ‘ଅକ୍ୱାନ’ । ୯ କିମି ବେଗରେ ବଢୁଛି ଭୀଷଣ ବାତ୍ୟା । ଏହାକୁ ଦୃଷ୍ଟିରେ ରଖି ଆସନ୍ତା ୨୧ ଓ…

ଡାକ୍ତରଙ୍କ ଅବହେଳାରୁ ଛାତ୍ରୀ ମୃତ୍ୟୁ ଅଭିଯୋଗ, କାର୍ଯ୍ୟାନୁଷ୍ଠାନ, କ୍ଷତିପୂରଣ ଦାବିରେ ଧାରଣା

ନୂଆପଡ଼ା,୧୮।୧୧(ମକାରୁ ବେମାଲ): ନୂଆପଡ଼ା ଜିଲା ବୋଡେନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଓ ନର୍ସଙ୍କ ଅବହେଳା ଯୋଗୁ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ…

ମାଡ଼ି ଆସୁଛି ବାତ୍ୟା: ହାଇ ଆଲର୍ଟରେ ରାଜ୍ୟ ପ୍ରଶାସନ,୨୪ ଘଣ୍ଟିଆ ଡ୍ୟୁଟିରେ ୧୦ ବରିଷ୍ଠ IAS ଅଧିକାରୀ

ଭୁବନେଶ୍ୱର,୧୮ା୧୧: ସମ୍ଭାବ୍ୟ ବାତ୍ୟା ‘ଅକ୍ୱାନ’ର ସଫଳ ମୁକାବିଲା ତଥା ଜରୁରୀକାଳୀନ ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ତ୍ୱରିତ ପଦକ୍ଷେପ ଗ୍ରହଣ କରାଯାଇଛି । ପରିସ୍ଥିତି…

ଧାର୍ମିକ ପୀଠରେ ଆକ୍ରମଣ ମାମଲା: କେନ୍ଦୁଝରରେ ଆଦିବାସୀଙ୍କ ବିଶାଳ ପ୍ରତିବାଦ

କେନ୍ଦୁଝର,୧୮।୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଘସିପୁରା ଥାନା ଅଧୀନ ବସନ୍ତପୁର ଗ୍ରାମରେ ଆଦିବାସୀଙ୍କ ପବିତ୍ର ଧାର୍ମିକ ପୀଠ ଜାହେରାରେ ଆକ୍ରମଣ ଓ ଭଙ୍ଗାରୁଜା ଘଟଣାର ପ୍ରତିବାଦ…

ଚାଷୀ ପ୍ରଶିକ୍ଷଣ ପାଇଁ ଆସିଥିବା ୨୫ ଲକ୍ଷ ଟଙ୍କା ହଡ଼ପ ଅଭିଯୋଗ, ଭିଜିଲାନ୍ସ ହେପାଜତରେ ୨ ଅଧିକାରୀ

ବାଲେଶ୍ୱର,୧୮ା୧୧(ମୃତ୍ୟୁଞ୍ଜୟ ପଟ୍ଟନାୟକ): ସରକାରୀ ଟଙ୍କା ହେରଫେର୍‌ ମାମଲାରେ ବାଲେଶ୍ୱର ଜିଲା କୃଷି ବିଭାଗର ପୂର୍ବତନ ଉପନିର୍ଦ୍ଦେଶକ ସରୋଜ କୁମାର ଗିରି ଓ ଏନ୍‌ଜିଓ ନିର୍ଦ୍ଦେଶକ ତୁଷାର କାନ୍ତ…

ଖୋର୍ଦ୍ଧାରେ ୨ ଦିନ ସମସ୍ତ ସ୍କୁଲ ଛୁଟି

ଖୋର୍ଦ୍ଧା,୧୮ା୧୧(ପ୍ରଭାତ ପାଣିଗ୍ରାହୀ): ବାତ୍ୟା ‘ଅକ୍ୱାନ’ ପ୍ରଭାବରେ ରାଜ୍ୟରେ ୧୭ରୁ ୨୩ ନଭେମ୍ବର ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ପାଣିପାଗ ପୂର୍ବାନୁମାନକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା…

ଏହି ଜିଲାରେ ୩ ଦିନ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ

ଛତ୍ରପୁର,୧୮ା୧୧(ଦିଲ୍ଲୀପ ସାମଲ): ସମ୍ଭାବ୍ୟ ବାତ୍ୟା ‘ଅକ୍ୱାନ’ର ପ୍ରଭାବରେ ଗଞ୍ଜାମ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ଥିବାରୁ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ ସତର୍କତାମୂଳକ ପଦକ୍ଷେପ…

ଅଚାନକ ଡହ ଜଳଭଣ୍ଡାରରେ ପହଞ୍ଚିଲେ ଆର୍‌ଡିସି ବିଜୟ ଅମୃତା କୁଲାଙ୍ଗେ, ସ୍ଥିତି ସମୀକ୍ଷା କରି…

ଭଞ୍ଜନଗର,୧୮ା୧୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାବାସୀ ଗତବନ୍ୟାରୁ ମୁକୁଳି ନ ଥିବାବେଳେ ପୁଣି ଏକ ସମ୍ଭାବ୍ୟ ବାତ୍ୟା ଆଶଙ୍କା ସୃଷ୍ଟି ହୋଇଛି। ଆସନ୍ତା ୧୯ ଓ ୨୦ ତାରିଖ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?