ଦ୍ରୌପଦୀଙ୍କ ପାଇଁ ଚଳଚଞ୍ଚଳ ମୟୂରଭଞ୍ଜ: ବଣ୍ଟା ହେବ ୫ କୁଇଣ୍ଟାଲ ଲଡ଼ୁ

ବାରିପଦା ଅଫିସ,୨୧ା୭: ଦେଶର ପ୍ରଥମ ଆଦିବାସୀ ମହିଳା ଦ୍ରୌପଦୀ ମୁର୍ମୁ ଦେଶର ପରବର୍ତ୍ତୀ ରାଷ୍ଟ୍ରପତି ହେବା ନେଇ ସମ୍ଭାବନା ଥିବାରୁ ବିଜୟ ଉତ୍ସବ ମନାଇବାକୁ ମୟୂରଭଞ୍ଜ ଜିଲାବାସୀ ବ୍ୟାପକ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଗୁରୁବାର ଫଳାଫଳ ଘୋଷଣାକୁ ଅପେକ୍ଷା କରି ରହିଛନ୍ତି ସମଗ୍ର ଜିଲାର ଲୋକେ। ଦ୍ରୌପଦୀଙ୍କ ଜନ୍ମମାଟି କୁସୁମୀ ବ୍ଲକ ଉପରବେଡ଼ା, ଶାଶୁଘର ପାହଡ଼ପୁର ଓ ନିଜସ୍ବ ବାସସ୍ଥାନ ରାଇରଙ୍ଗପୁରରେ ଏହାର ପ୍ରଭାବ ବେଶ୍‌ ଦେଖିବାକୁ ମିଳୁଛି। ରାଇରଙ୍ଗପୁର ସହରବାସୀଙ୍କ ମଧ୍ୟରେ ଉତ୍ସାହ ଓ ଆନନ୍ଦ ଦେଖିବାକୁ ମିଳିଥିବା ବେଳେ ସମସ୍ତ ସହରବାସୀଙ୍କ ମୁହଁ ମିଠା କରିବାକୁ ଚାଲିଛି ଲଡୁ ପ୍ରସ୍ତୁତି। ୫ କୁଇଣ୍ଟାଲ ଓଜନର ଲଡୁ ତିଆରି କରିବାକୁ ଲାଗିଛନ୍ତି ୧୨ଜଣ କାରିଗର।

ଭାଜପା (ପଶ୍ଚିମ) ସଙ୍ଗଠନ ସଭାପତି ନବ ଚରଣ ମାଝୀଙ୍କ ନେତୃତ୍ୱରେ ଦଳୀୟ କର୍ମକର୍ତ୍ତାମାନେ ଲଡୁ, ମିଠା, ବାଣ ରୋଶଣି ଓ ଗୀତନାଚରେ ମସ୍‌ଗୁଲ ହେବା ପାଇଁ ବିଭିନ୍ନ ଯୋଜନା ପ୍ରସ୍ତୁତ କରିଛନ୍ତି। ଦଳ ପକ୍ଷରୁ ୧୦ହଜାର ଲଡୁ ପ୍ରସ୍ତୁତି ଚାଲିଥିବା ବେଳେ ବିଭିନ୍ନ ସଙ୍ଗଠନ ପକ୍ଷରୁ ମଧ୍ୟ ୧୦ହଜାର ଲଡୁ ତିଆରି ଲାଗିଛି। ଭୋଟ ଗଣତି ଆରମ୍ଭ ହେବା ପରେ ଲଡୁ ବଣ୍ଟନ ସହିତ ଏକ ଶୋଭାଯାତ୍ରା ବାହାରି ବଜାର ପରିକ୍ରମା କରିବ। ସେହିପରି ଜିଲାର ୨୬ ବ୍ଲକରେ ଥିବା ଗ୍ରାମଗୁଡ଼ିକରେ ବିଜୟ ଉତ୍ସବ ପାଳନ ପାଇଁ ଭାଜପା ପକ୍ଷରୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିିଛି। ଗଁା ଗଣ୍ଡାରେ ନାଚଗୀତର ଆସର ପାଇଁ ଆଦିବାସୀ ସାନ୍ତାଳ ସମ୍ପ୍ରଦାୟର ମହିଳାପୁରୁଷମାନେ ସଜବାଜ ଆରମ୍ଭ କରିଛନ୍ତି। ଜିଲାର ଜଣେ ଆଦିବାସୀ ମହିଳା ରାଷ୍ଟ୍ରପତି ହେବାକୁ ନେଇ ଦଳୀୟ କର୍ମକର୍ତ୍ତା ଦିଲ୍ଲୀରେ ପହଞ୍ଚିିଛନ୍ତି।
ଭାଜପାର ମୟୂରଭଞ୍ଜ ଜିଲା (ପୂର୍ବ) ସଭାପତି କାନ୍ଦରା ସୋରେନ କହନ୍ତି, ଅତି ଖୁସି ଓ ଆନନ୍ଦର ଦିନକୁ ଆମେ ଅପେକ୍ଷା କରିଛୁ। ଜିଲାର ଘରେ ଘରେ ବିଜୟ ଉତ୍ସବ ମନାଇବା ପାଇଁ ଆମେ ଆଶା ପ୍ରକଟ କରିଛୁ। ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଡ.କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ କହିବା ଅନୁଯାୟୀ, ଜଣେ ଆଦିବାସୀ ମହିଳା ସର୍ବୋଚ୍ଚ ଆସନରେ ବସିବାକୁ ଯାଉଥିବା ବେଳେ ଆମ ଜିଲା ତଥା ରାଜ୍ୟ ପାଇଁ ମହାଆନନ୍ଦର ପର୍ବ। ଭାଜପାର ବରିଷ୍ଠ ସଦସ୍ୟ କବି ବିଷ୍ଣୁ ଶତପଥୀଙ୍କ ମତରେ ଜଣେ ଆଦିବାସୀ ମହିଳା ଦେଶର ସମ୍ମାନଜନକ ଆସନରେ ବସିବାକୁ ଯାଉଥିବାରୁ ଜିଲାବାସୀଙ୍କ ସମେତ ରାଜ୍ୟବାସୀ ବେଶ୍‌ ଉତ୍ସାହିତ ଅଛନ୍ତି। ରାଇରଙ୍ଗପୁର ଅଞ୍ଚଳର ବାସିନ୍ଦା ବିକାଶ ମହାନ୍ତ କହନ୍ତି, ସହରବାସୀଙ୍କ ମୁହଁ ମିଠା କରିବା ପାଇଁ ବୁନ୍ଦି ଲଡୁ ତିଆରି କରାଯାଇଛି। ପଡ଼ୋଶୀ ରାଜ୍ୟରୁ ଆସୁଥିବା ଲୋକଙ୍କ ସହ ଅଞ୍ଚଳବାସୀଙ୍କୁ ଲଡୁ ବଣ୍ଟାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଧାରଣା: ପ୍ରଶାସନର ଏଭଳି ପ୍ରତିଶ୍ରୁତି ପରେ ହଟିଲା…

ଦେବଗଡ଼, ୩୦।୩ (ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଅଙ୍ଗନୱାଡି କର୍ମୀ ବ୍ଲକ ସମ୍ମୁଖରେ ଦେଉଥିବା ଧାରଣାସ୍ଥଳରେ ସୋମବାର…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

ହଠାତ୍‌ ଭାରସାମ୍ୟ ହରାଇ ଷ୍ଟ୍ରିଟଲାଇଟ ଖୁଣ୍ଟକୁ ଧକ୍କା ଦେଲା କାର୍‌: ଘଟଣାସ୍ଥଳରେ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ସୋମବାର ଅପରାହ୍ନରେ ଦେବଗଡ ପୌରାଞ୍ଚଳ ମୋହିନୀପୁର ଛକ ନିକଟସ୍ଥ ୫୩ ନମ୍ବର ଜାତୀୟ ରାଜପଥରେ ଏକ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି ।…

ଅପସାରିତ ପୌରାଧ୍ୟକ୍ଷାଙ୍କୁ ପୁନଃ ଅବସ୍ଥାପିତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ତୁରନ୍ତ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ୨୦୨୫ ଜାନୁଆରୀ ୨୮ ତାରିଖରେ ରାଜ୍ୟ ସରକାରଙ୍କ ଦ୍ୱାରା ଗାଦିଚ୍ୟୁତ ହୋଇଥିବା ଦେବଗଡ ପୌର ପରିଷଦ ଅଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଈଙ୍କୁ ଏହି…

ଅନ୍ତର୍ଜାତୀୟ ବଡ଼ି ଲିଫ୍ଟ ପ୍ରତିଯୋଗିତାରେ ଦିଗପହଣ୍ଡିର ଶଙ୍କର ପୁରସ୍କୃତ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୩ ନଂ ୱାର୍ଡ ନୂଆସାହିରେ ରହୁଥିବା ନନ୍ଦୁ ଓରଫ ଶଙ୍କର ବେହେରା ଅନ୍ତର୍ଜାତୀୟ ବଡି ଲିଫ୍ଟ ପ୍ରତିଯୋଗିତାରେ…

ନାବାଳିକାଙ୍କୁ ଅପହରଣ କରିନେଇଥିଲେ ଶୁଭମ, ବଳାତ୍କାର ପରେ…

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପାଟପୁର ପୋଲିସ…

ଟାୱାର ଉପରକୁ ଚଢି ଏମିତି କାଣ୍ଡ କଲେ ଯୁବକ, ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା

କୋରାପୁଟ, ୩୦।୩(ଅମିତାଭ ବେହେରା ): ମୋବାଇଲ ଟାୱାର ଉପରକୁ ଚଢି ଜଣେ ମଦ୍ୟପ ଯୁବକ ଉନ୍ମତ୍ତ କାଣ୍ଡ ସୃଷ୍ଟି କରିଥିବା ଘଟଣା କୋରାପୁଟ ଜିଲାରେ ଚର୍ଚ୍ଚାର ବିଷୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri