ଭୁବନେଶ୍ୱରରେ ୮୩କୁ ପହଞ୍ଚିଲା ଆକ୍ଟିଭ୍‌ କରୋନା କେସ୍‌: ଆଜି ଖଣ୍ଡିଗରିରୁ ଚିହ୍ନଟ ହେଲେ ୨, ପଳାଶୁଣିରୁ…

ଭୁବନେଶ୍ୱର,୧୬।୩(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ଆଉ ୫ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଆକ୍ଟିଭ୍‌ କେସ୍‌ ସଂଖ୍ୟା ୮୩କୁ ବୃଦ୍ଧି ପାଇଛି। ନୂତନ ସଂକ୍ରମିତଙ୍କ ମଧ୍ୟରୁ ଖଣ୍ଡଗିରିରୁ ୨ଜଣ ଥିବା ବେଳେ ୟୁନିଟ୍‌-୩, ପୁରୁଣା ଭୁବନେଶ୍ୱର, ପଳାଶୁଣିରୁ ଜଣେ ଲେଖାଏ ଅଛନ୍ତି। ଏନେଇ ଭୁବନେଶ୍ୱର ମହାନଗରନିଗମ ପକ୍ଷରୁ ମଙ୍ଗଳବାର ଅପରାହ୍ନରେ ଟୁଇଟ୍‌ କରି ସୂଚନା ଦିଆଯାଇଛି।