ତାଲିକାରେ ୫ ନାମ: ସମୁଦ୍ରକୁ ଶଙ୍ଖେ

ଯାଜପୁର ଅଫିସ,୮ା୫: ସମଗ୍ର ଶିକ୍ଷା, ଯାଜପୁର ଜିଲା ପ୍ରକଳ୍ପ କାର୍ଯ୍ୟାଳୟ ପକ୍ଷରୁ ଜାଲ୍‌ ପ୍ରମାଣପତ୍ର ଆଧାରରେ ଚାକିରି କରିଥିବା ୫ଜଣ ନକଲି ଶିକ୍ଷକଙ୍କ ତାଲିକା ପ୍ରକାଶ ହୋଇଛି। ଏଥିରେ ୩ ଜଣ ଓଟିଇଟି ଏବଂ ଜଣେ ଲେଖାଏ ମାଟ୍ରିକ ଓ ବିଏଡ୍‌ ଡିଗ୍ରୀଧାରୀ ଶିକ୍ଷକ ରହିଛନ୍ତି। ଏହାବାଦ ଅନ୍ୟ ୨ ଜଣଙ୍କ ପ୍ରମାଣପତ୍ର ଯଥାର୍ଥ ବୋଲି ରିପୋର୍ଟରେ ଦର୍ଶାଯାଇଛି। ତେବେ ଜିଲାରେ ଅଭିଯୋଗ ତୁଳନାରେ ଏସବୁ ସମୁଦ୍ରକୁ ଶଙ୍ଖେ, ଠିକ ଭାବେ ତଦନ୍ତ କଲେ ଅନେକ କଥା ସାମ୍ନାକୁ ଆସିବ ଓ ଅନେକଙ୍କ ମୁଖା ଖୋଲିବ ବୋଲି ମତପ୍ରକାଶ ପାଇଛି। ଜିଲାରେ ଆନୁମାନିକ ଭାବେ ୧୦୦ରୁ ଊର୍ଦ୍ଧ୍ୱ ଜାଲ୍‌ ପ୍ରମାଣପତ୍ରଧାରୀ ରହିଥିବେ ବୋଲି ଚର୍ଚ୍ଚା ହେଉଛି। ଯେଉଁମାନେ ଜାଲ୍‌ ଶିକ୍ଷାଗତ ଏବଂ ଜାତିଗତ ପ୍ରମାଣପତ୍ର ହାସଲ କରି ଚାକିରି କରି ପାରୁଛନ୍ତି, ସେମାନେ ତଦନ୍ତକୁ ବି କିଣି ନେଇଛନ୍ତି ବୋଲି କେତେକ ସାମାଜିକ କର୍ମୀ ଅଭିଯୋଗ କରିଛନ୍ତି।
ନିଜ ପୂର୍ବପୁରୁଷଙ୍କ ଜାତି ଆଧାରରେ ଜମି ପଟ୍ଟା କିମ୍ବା ଅନ୍ୟ କେତେକ କାଗଜପତ୍ର ସହାୟତାରେ ତହସିଲ ପ୍ରଶାସନ ପକ୍ଷରୁ ଜାତିଗତ ପ୍ରମାଣପତ୍ର ଜାରି ହେଉଛି। ଜାତି ଅନୁସାରେ ଚାକିରି ସଂରକ୍ଷିତ ରହିଥିବାରୁ ଏଥିରେ ଜାଲିଆତି ସୀମା ଲଂଘିଛି। କିଛି ମାତ୍ର ଜମି କିଣି ସେଥିରେ ଜାତି ବଦଳାଇ ଜାଲ୍‌ ଜାତିଗତ ପ୍ରମାଣପତ୍ର ହାସଲ କରାଯାଇ ପାରୁଛି। ଏଭଳି ଜାଲିଆତି ସାରା ରାଜ୍ୟରେ କାୟାବିସ୍ତାର କରିଛି। ଗତ ଫେବୃୟାରୀରେ କଟକ ଆରଡିସିଙ୍କ ନିର୍ଦ୍ଦେଶକ୍ରମେ ଯାଜପୁର ଜିଲାର ଜାଲ୍‌ ଜାତିଗତ ପ୍ରମାଣପତ୍ର ଉପରେ ତଦନ୍ତ କରି ରିପୋର୍ଟ ଦାଖଲ ହୋଇଥିଲା। ନିଯୁକ୍ତି ସମୟରେ କେତେଜଣ ସାଧାରଣବର୍ଗର ବ୍ୟକ୍ତି କିଛି ଜମି କିଣି ସେଥିରେ ଶବର ଜାତି ଦର୍ଶାଇ ଆଦିବାସୀ ପ୍ରମାଣପତ୍ର ହାସଲ କରି ଶିକ୍ଷକତା କରୁଥିବା ଅଭିଯୋଗ ହୋଇଥିଲା। ହେଲେ ତହସିଲ ପ୍ରଶାସନ କୌଣସି କ୍ଷେତ୍ର ପରିଦର୍ଶନରେ ନ ଯାଇ କିମ୍ବା ମୂଳ ପରିବାର ସମ୍ପର୍କରେ ଛାନଭିନ ନ କରି ଅଭିଯୁକ୍ତ ଜାଲ୍‌ ଜାତିଗତ ପ୍ରମାଣପତ୍ରଧାରୀଙ୍କୁ କ୍ଲିନଚିଟ ଦେଇଥିଲେ। ଉକ୍ତ ତଦନ୍ତକୁ ଆରଡିସିସ୍ତରରେ ସୁରକ୍ଷା ଦେଇ ସମ୍ପୂର୍ଣ୍ଣ ଭାବେ କିଣା ଯାଇଥିବା ସେତେବେଳେ ଅଭିଯୋଗ ହୋଇଥିଲା। ଫଳରେ ଏବେବି ଏକାଧିକ ଜାଲ୍‌ ଜାତିଗତ ପ୍ରମାଣପତ୍ରଧାରୀ ଶିକ୍ଷକତା କରୁଥିବାବେଳେ ବାସ୍ତବ ତଫସିଲଭୁକ୍ତ ଜାତି ଓ ଜନଜାତି ସଂପ୍ରଦାୟର ଛାତ୍ରୀଛାତ୍ର ବେକାରି ଜୀବନ ଅତିବାହିତ କରୁଥିବା ମତପ୍ରକାଶ ପାଇଛି।
ଯାଜପୁର ସମଗ୍ର ଶିକ୍ଷା ବିଭାଗର ଡିପିସିଙ୍କ ରିପୋର୍ଟ ଅନୁସାରେ ବଡ଼ଚଣା ବ୍ଲକ ତେଲିଗଡ ପ୍ରାଥମିକ ସ୍କୁଲର ଅନିୟ କୁମାର ବରାଳ, ଚାରିନଙ୍ଗଲ ସରକାରୀ ହାଇସ୍କୁଲର ରଜିଆ ସୁଲତାନା ଓ ଆକରବାଦ ପ୍ରାଥମିକ ସ୍କୁଲର ଜୟନ୍ତୀ ସାହୁଙ୍କ ଓଟିଇଟି ପ୍ରମାଣପତ୍ର ନକଲି ପ୍ରମାଣ ହୋଇଥିଲା। ଏମାନଙ୍କ ବିରୋଧରେ କାରଣଦର୍ଶାଅ ନୋଟିସ ଜାରି ହେବା ସହ ସ୍ଥାନୀୟ ଥାନାରେ ମାମଲା ରୁଜୁ ହୋଇଛି। ତେବେ ଏହି ୩ ଜଣ କୋର୍ଟର ଆଶ୍ରୟ ନେଇଛନ୍ତି। ସେହିପରି ରସୁଲପୁର ବ୍ଲକ ଦୁର୍ଗାପୁର ସ୍କୁଲର ବିନୟଭୂଷଣ ଶରଣଙ୍କ ମାଟ୍ରିକ ଏବଂ କୋରେଇ ବ୍ଲକ ଦୁର୍ଯ୍ୟୋଧନ ସାହୁଙ୍କ ବିଏଡ୍‌ ସାର୍ଟିଫିକେଟ ନକଲି ଜଣାପଡ଼ିବା ପରେ ସେମାନଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଅନ୍ୟ ଦୁଇଜଣ କୋରେଇ ବ୍ଲକ ତେଲୁଅ ସ୍କୁଲର ବାବାଜୀ ବେହେରା ବିଏଡ୍‌ ଏବଂ ଦଶରଥପୁର ବ୍ଲକ ପାଟପୁର ୟୁଜିଏମଇ ସ୍କୁଲର ବିଜୟ କୁମାର ବେହେରାଙ୍କ ଜାତିଗତ ପ୍ରମାଣପତ୍ର ଯଥାର୍ଥ ବୋଲି ରିପୋର୍ଟରେ ଦର୍ଶାଯାଇଛି। ଅନ୍ୟ ଏକାଧିକ ଅଭିଯୁକ୍ତ ଶିକ୍ଷକମାନଙ୍କ ତାଲିକା ଏହି ରିପୋର୍ଟରେ ପ୍ରକାଶ ପାଇନାହିଁ। ଏପରିକି କୋରେଇ ଅଞ୍ଚଳର ଜଣେ ଜାଲ୍‌ ଜାତିଗତ (ଏସ୍‌ଟି) ପ୍ରମାଣପତ୍ର ହାସଲ କରି କେନ୍ଦ୍ରାପଡ଼ା ଜିଲାରେ ବିଇଓ ଭାବେ ଅବସ୍ଥାପିତ ଥିବା ନେଇ ଅଞ୍ଚଳବାସୀ ଏକାଧିକ ଥର ଅଭିଯୋଗ କରିଥିଲେ ହେଁ ଶିକ୍ଷା ବିଭାଗ ସମ୍ପୂର୍ଣ୍ଣ ଭାବେ ହାତଟେକି ଦେଇଛି। ଜିଲାରେ ଏଭଳି ଭାବେ ଶତାଧିକ ଜାଲ୍‌ ପ୍ରମାଣପତ୍ରଧାରୀ ଶିକ୍ଷକତା ଏବଂ ଅନ୍ୟାନ୍ୟ ସରକାରୀ ଚାକିରି କରୁଥିବା ଅଭିଯୋଗ ହେଉଛି। ଏ ସଂକ୍ରାନ୍ତରେ ଯାଜପୁର ଜିଲା ଶିକ୍ଷାଧିକାରୀ ରଞ୍ଜନ କୁମାର ଗିରିଙ୍କ ମତାମତ ନେବାକୁ ରବିବାର ସନ୍ଧ୍ୟା ପ୍ରାୟ ୬ଟା ୩୭ ମିନିଟ ସମୟରେ ତାଙ୍କ ମୋବାଇଲକୁ ଯୋଗାଯୋଗ କରାଯାଇଥିଲେ ହେଁ ସେ ଫୋନ କଲ୍‌ ଗ୍ରହଣ କରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମଧ୍ୟରାତ୍ରିରେ ହାତୀର ଆତଙ୍କ, ଆକ୍ରମଣରେ ଚାଲିଗଲା ବୃଦ୍ଧଙ୍କ ଜୀବନ

ବଲାଙ୍ଗୀର/କଣ୍ଟାବାଞ୍ଜି, ୧୫।୧୧ (ସୁନିଲ କୁମାର ମହାନ୍ତି/ଗୁରୁଦ୍ୱାଲ ହଂସ): ବଲାଙ୍ଗୀର ଜିଲା ବେଲପଡ଼ା ବ୍ଲକ୍‌ ଅନ୍ତର୍ଗତ ଲାଠୋର ରେଞ୍ଜର ଘାଗୁର୍ଲି ଗ୍ରାମ ନିକଟ ଘାଘରା ରାସ୍ତାରେ ହାତୀ ଆକ୍ରମଣରେ…

ବକ୍ରେଶ୍ୱର ମନ୍ଦିରରେ ଲୁଟେରାଙ୍କ ଆତଙ୍କ, ତାଲା ଭାଙ୍ଗି ଲୁUdନେଲେ ଅଳଙ୍କାର

ଖଇରା, ୧୫।୧୧ (ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅନ୍ତର୍ଗତ ଟିପିସଗଡ଼ିଆସ୍ଥିତ ପ୍ରସିଦ୍ଧ ବକ୍ରେଶ୍ୱର ଶୈବପୀଠରୁ ବିଳମ୍ବିତ ରାତିରେ ଚୋରି ହୋଇଥିବା ନେଇ ଖଇରା ଥାନାରେ…

ଗର୍ଜିଲା ଭାଜପା: ବିରୋଧୀଙ୍କୁ ଟାର୍ଗେଟ୍‌ କଲେ ବିଧାନସଭା ନେତା, ବଢ଼ିଲା ଚିନ୍ତା

ହାଟଡିହୀ,୧୫ା୧୧(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରରେ ରବିବାର ଭାଜପା ତରଫରୁ ବିରୋଧୀଙ୍କୁ ଟାର୍ଗେଟ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଜିଲାରେ ବିରୋଧୀ ଦଳ ବିରୋଧରେ ଲଢ଼େଇ ଆହୁରି…

ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ଜିଲା ପ୍ରଶାସନର ବ୍ୟାପକ ପ୍ରସ୍ତୁତି

ଛତ୍ରପୁର,୧୫ା୧୧(ଦିଲ୍ଲୀପ ସାମଲ): ଆସନ୍ତା ୧୮ ଓ ୧୯ ତାରିଖରେ ସମ୍ଭାବ୍ୟ ବାତ୍ୟା ଓ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ ପ୍ରସ୍ତୁତି…

ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବରେ ଜିଜ୍ଞାସାଙ୍କ ସଫଳତା: ବକ୍ତୃତା ପ୍ରତିଯୋଗିତାରେ ତୃତୀୟ ସ୍ଥାନ

ବଡ଼ଗାଁ, ୧୪।୧୧ (ଅଶୋକ ଷଡ଼ଙ୍ଗୀ): ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ର ବକ୍ତୃତା ପ୍ରତିଯୋଗିତାରେ ତୃତୀୟ ସ୍ଥାନ ହାସଲ କରି ସୁନ୍ଦରଗଡ଼ ଜିଲାର ବଡ଼ଗାଁ ଅଞ୍ଚଳ ପାଇଁ ଗୌରବ…

ବ୍ରାହ୍ମଣୀରେ ବୁଡ଼ିଗଲେ ମଇଁଷି ଚରାଳି

ବରୀ,୧୫ା୧୧(ମହେନ୍ଦ୍ର ସ୍ବାଇଁ): ଯାଜପୁର ଜିଲା ବରୀରେ ଜଣେ ମଇଁଷି ଚରାଳି ଶନିବାର ବ୍ରାହ୍ମଣୀ ନଦୀରେ ମଇଁଷି ପାର କରୁଥିବାବେଳେ ବୁଡ଼ିଯାଇଥିଲେ। ଘଟଣାସ୍ଥଳରେ ସ୍ଥାନୀୟ ଲୋକମାନେ ଯୁବକ ଜଣଙ୍କ…

ରୋଗ ଯନ୍ତ୍ରଣା ସହି ନପାରି କଳାକାରଙ୍କ ଆତ୍ମହତ୍ୟା ଉଦ୍ୟମ: ଫିନାଇଲ୍‌ ପିଇ

ହାଟଡିହୀ/ଛେନାପଦୀ, ୧୫।୧୧ (ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ୍‌ ଅନ୍ତର୍ଗତ ବେଲବନ୍ଧ ଗ୍ରାମର ଜଣେ ବୃଦ୍ଧ କଳାକାର ରୋଗ ଯନ୍ତ୍ରଣା ସହି ନପାରି ଶନିବାର…

୨୦୧୯ ଇତିହାସର ପୁନରାବୃତ୍ତି, ନ୍ୟୁଜିଲାଣ୍ଡ ମାଟିରେ ସମ୍ପୂର୍ଣ୍ଣ ଅସହାୟ ନଜର ଆସିଲେ ଭାରତୀୟ ବ୍ୟାଟ୍ସମ୍ୟାନ୍

ମାଉଣ୍ଟ ମାଉଙ୍ଗାନୁଇ, ୧୫ା୧୧: ମାଉଣ୍ଟ ମାଉଙ୍ଗାନୁଇର ବେ ଓଭାଲ ମଇଦାନରେ ଖେଳାଯାଉଥିବା ଦିନିକିଆ ସିରିଜର ପଞ୍ଚମ ତଥା ଚୂଡ଼ାନ୍ତ ମୁକାବିଲାରେ ଭାରତୀୟ ବ୍ୟାଟିଂ ଲାଇନ୍‌ଅପ୍ ପୁଣିଥରେ କିୱି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?