ବନ୍ଧୁକ ଦେଖାଇ ଫିଲ୍ମ ଷ୍ଟାଇଲ୍‌ରେ ଲୁଟିନେଲେ ୫ ଲକ୍ଷ ଟଙ୍କା

ନିଶ୍ଚିନ୍ତକୋଇଲି,୧୩ା୧୧(ସ୍ବ.ପ୍ର.): କଟକ ଜିଲା ନିଶ୍ଚିନ୍ତକୋଇଲି ଥାନା ରାଣୀପଡ଼ାଠାରେ ଫିଲ୍ମ ଷ୍ଟାଇଲ୍‌ରେ ରବିବାର ଲୁଟ୍‌ ହୋଇଛି। କଟକ-ଚାନ୍ଦବାଲି ରାସ୍ତାରେ ସାଲେପୁରର ଏକ ଘରୋଇ ମିକ୍ସଚର କମ୍ପାନୀର ପିକ୍‌ଅପ୍‌ କେନ୍ଦ୍ରାପଡ଼ାରୁ ଫେରୁଥିବା ବେଳେ ରାସ୍ତାରେ ଏକ ବାଇକ୍‌ରେ ୩ ଜଣ ଯୁବକ ଆସି ଗାଡ଼ିଆଗରେ ବାଇକ୍‌ ରଖିଦେଲେ। ପିକଅପ ଡ୍ରାଇଭର ଉପାୟ ନପାଇ ରହିଯିବା ପରେ କିଛି ପଚାରିବା ପୂର୍ବରୁ ହଠାତ ବନ୍ଧୁକ ମୁଣ୍ଡରେ ଲଗାଇ ପାଖାପାଖି ୫ ଲକ୍ଷ ଟଙ୍କା ଥିବା କ୍ୟାଶ ବ୍ୟାଗ ନେଇ ତୀବ୍ର ବେଗରେ ପଳାଇ ଯାଇଥିବାର ନିଶ୍ଚିନ୍ତକୋଇଲି ଥାନାରେ ଏତଲା ଦେଇଛନ୍ତି ଗାଡ଼ିରେ ଥିବା ମିକ୍ସଚର କମ୍ପାନୀ କର୍ମଚାରୀ। ନିଶ୍ଚିନ୍ତକୋଇଲି ପୋଲସ ତଦନ୍ତ ଆରମ୍ଭ କରିଥିବା କହିଛନ୍ତି ସାଲେପୁର ଉପଖଣ୍ଡ ପୋଲିସ ଅଧିକାରୀ।