କଲେକ୍ସନ କରି ଫେରୁଥିଲେ, କୋଲାବ ବ୍ରିଜ୍‌ ନିକଟରୁ ବ୍ୟବସାୟୀଙ୍କଠାରୁ ଲୁଟିନେଲେ ୫ ଲକ୍ଷ ଟଙ୍କା

କୁନ୍ଦୁରା, ୨୯।୧୦(ସନ୍ତୋଷ ପ୍ରହରାଜ): କୋରାପୁଟ ଜିଲା କୁନ୍ଦୁରା ବ୍ଲକ ଖଟଲାପଦର କୋଲାବ ବ୍ରିଜ ନିକଟରୁ ବ୍ୟବସାୟୀଙ୍କଠାରୁ ବୁଧବାର ଅପରାହ୍ନରେ ଲୁଟ୍‌ ହୋଇଛି। ଦୁର୍ବୃତ୍ତମାନେ ବ୍ୟବସାୟୀମାନଙ୍କଠାରୁ ୫ଲକ୍ଷ ଟଙ୍କା ଓ ଫୋନ୍‌ ଆଦି ଚୋରି କରି ନେଇଥିବା କୁନ୍ଦୁରା ଥାନାରେ ଅଭିଯୋଗ ହୋଇଛି। କୁନ୍ଦୁରା ପୋଲିସ କେସ୍‌ ନଂ.୧୩୪/୨୫ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।
କୁନ୍ଦୁରା ପୋଲିସ ସୂଚନା ମୁତାବକ ଅପରାହ୍ନ ୩ଟା କୋଟପାଡ଼ର ୫ଜଣ ବ୍ୟବସାୟୀ ଦେବାଶିଷ ପଟ୍ଟନାୟକ, ସାହିଲ, ଶ୍ୟାମ, ସୁଦାମ ଏବଂ ଅନିକେତ ଟଙ୍କା କଲେକ୍ସନ କରି କାର୍‌ (ସିଜି-୦୪ଏନ୍‌ଟି-୬୦୭୪) ରେ ଫେରୁଥିଲେ। ଏହି ସମୟରେ ପ୍ରାୟ ୮ ଜଣ ଲୁଟେରା ଖଟଲାପଦର କୋଲାବ ବ୍ରିଜ ଉପରେ ସେମାନଙ୍କୁ ଅଟକାଇ ଥିଲେ। ବ୍ୟବସାୟୀମାନେ କାର୍‌ ଡୋର୍‌ ନ ଖୋଲିବାରୁ ଦୁର୍ବୃତ୍ତମାନେ ଗାଡ଼ି କାଚ ଭାଙ୍ଗି ଦେଇଥିଲେ। ସାମ୍ନା ଡୋର, ମୁଖ୍ୟ କାଚ ଏବଂ ପଛପଟ କାଚ ଭାଙ୍ଗି ଗାଡ଼ି ଭିତରେ ଥିବା ୫ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ଏଥିସହ ବ୍ୟବସାୟୀମାନଙ୍କ ପାଖରେ ଥିବା ୪ଟି ମୋବାଇଲ ଫୋନ୍‌ ନେଇ ଯାଇଛନ୍ତି। ଏହାପରେ ବ୍ୟବସାୟୀ ଦେବାଶିଷ କୁନ୍ଦୁରା ଥାନାରେ ଏ ନେଇ ଏତଲା ଦେଇଛନ୍ତି। ପୋଲିସ ବ୍ୟବସାୟୀଙ୍କ କାର୍‌କୁ ଥାନାରେ ରଖି ଅଧିକ ତଦନ୍ତ କରୁଥିବା ଥାନାଧିକାରୀ ଅଶ୍ୱିନୀ ପଟ୍ଟନାୟକ ସୂଚନା ଦେଇଛନ୍ତି।

ପ୍ରକାଶ ଯେ ପ୍ରତି ବୁଧବାର ଏହି ବ୍ୟବସାୟୀମାନେ କୁନ୍ଦୁରା ଅଞ୍ଚଳରେ ନିଜ ବ୍ୟବସାୟ ଟଙ୍କା ଆଦାୟ କରୁଥିବା ବେଳେ ଆଜି ଲୁଟ୍‌ର ଶିକାର ହୋଇଛନ୍ତି। ଉକ୍ତ ବ୍ୟବସାୟୀମାନଙ୍କ ସହ ୨୦୧୪-୧୫ରେ ସମାନ ପ୍ରକାରର ଲୁଟ୍‌ ହୋଇଥିଲା। ଗାଡ଼ିରେ ବସିଥିବା ୫ ଜଣ ବ୍ୟବସାୟୀଙ୍କଠାରୁ ୪ ଟି ମୋବାଇଲ ଦୁର୍ବୃତ୍ତମାନେ ନେଇଯାଇଥିବାବେଳେ ଜଣେ ବ୍ୟବସାୟୀଙ୍କ ନିକଟରେ ଥିବା ଏକ ଆଇ ଫୋନ ନେଇ ନ ଥିବା ସମସ୍ତଙ୍କୁ ସନ୍ଦେହ ଘେରକୁ ନେଇଛି। ସେହିଭଳି ଜିଏସଟି ଫାଙ୍କିବା ନେଇ ଏହା ଏକ ପ୍ରମୁଖ ଉପାୟ ବୋଲି ଲୋକେ ଟୁପୁରୁଟାପୁରୁ ହେଉଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀଙ୍କୁ ତଣ୍ଟିଚିପି ହତ୍ୟା କରିବା ପରେ ଆତ୍ମହତ୍ୟାର ରୂପ ଦେଇଥିଲେ ସ୍ବାମୀ, ଅଦାଲତ ଶୁଣାଇଲେ ଏମିତି ରାୟ

ଥୁଆମୂଳ ରାମପୁର,୨୧ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଓ ଦୌରା ଜଜ୍‌ ଅଦାଲତ ଏକ ସମ୍ବେଦନଶୀଳ ହତ୍ୟା ମାମଲାର ବିଚାର କରି ଅଭିଯୁକ୍ତ ସ୍ବାମୀଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି।…

କାମାକ୍ଷାନଗର କଲେଜ ଛାତ୍ରୀଙ୍କୁ ବଳାତ୍କାର ପରେ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କୁ ଧରିଲା ପୋଲିସ, ଓଗାଳିଲେ ସବୁ ସତ

କାମାକ୍ଷାନଗର,୨୧ା୩(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ବହୁ ଚର୍ଚ୍ଚିତ କଲେଜ ଛାତ୍ରୀ ବଳାତ୍କାର ଓ ହତ୍ୟା ଘଟିବାର ତିନିଦିନ ପରେ ମୁଖ୍ୟ ଅଭିଯୁକ୍ତଙ୍କୁ ପୋଲିସ ଧରିବାରେ…

ଗଛରେ ପିଟିହୋଇ ଓଲଟିଲା କାର୍‌: ଆଖିବୁଜିଦେଲେ ,ଶଳା,ଭିଣୋଇ

ନନ୍ଦପୁର,୨୧ା୩(ତୁଷାରକାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ସଦର ମହକୁମା ଅଗ୍ନିଶମ ବାହିନୀ କାର୍ଯ୍ୟାଳୟ ସମ୍ମୁଖ ରାସ୍ତାରେ ଗୁରୁବାର ରାତିରେ ଏକ କାର୍‌ ରାସ୍ତା ପାର୍ଶ୍ୱ ଥିବା ଆମ୍ବଗଛକୁ…

ଚଳନ୍ତା ବସରେ ଲାଗିଲା ନିଆଁ: ଯାତ୍ରା କରୁଥିଲେ ବିଧାୟକ, ଆଉ ତା’ପରେ…

ପଟ୍ଟାଙ୍ଗି,୨୦।୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ପଡିଶାକୁ ଲାଗି ରହିଥିବା ଆନ୍ଧ୍ର ରାଜ୍ୟର ବିଜୟନଗରମ ଜିଲା ଅଧିନସ୍ଥ ରାମ୍ପଦ୍ରପୁରମ ନିକଟସ୍ଥ ତାରାପୁରମ ଗ୍ରାମ ନିକଟରେ…

କଥା ଶୁଣିଲେନି ଭାଉଜ, ଚା’ କରିବାକୁ ମନା କରିବାରୁ ପିଟିପିଟି ମାରିଦେଲେ ଦିଅର

ଭୋପାଳ,୨୦।୩: ମଧ୍ୟପ୍ରଦେଶର ସଲାମତପୁର ପୋଲିସ ଷ୍ଟେସନ ଅଧୀନରେ ଥିବା ଖୋହା ଗାଁରେ ଭାଉଜଙ୍କୁ ହତ୍ୟା କରିଛନ୍ତି ନିଜ ଦିଅର। ରିପୋର୍ଟ ଅନୁସାରେ, ଖୋହା ବାସିନ୍ଦା ଖେମଚାନ୍ଦ ମାଲବ୍ୟ…

ଗଛକୁ ପିଟି ଓଲଟିଲା ଅଲ୍ଟୋ କାର, ଚାଲିଗଲା ୨ଜଣଙ୍କ ଜୀବନ

ନନ୍ଦପୁର,୨୦।୩(ତୁଷାର କାନ୍ତ ମହାନ୍ତି):  କୋରାପୁଟ ଜିଲା ନନ୍ଦପୁର ବ୍ଲକ ସଦର ମହକୁମା ଅଗ୍ନିଶମ ବାହିନୀ କାର୍ଯ୍ୟାଳୟ ସମ୍ମୁଖ ରାସ୍ତାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଗୁରୁବାର ମଧ୍ୟରାତ୍ରରେ…

ବିଶ୍ୱାସରେ ବିଷ: ୧୮ ଲକ୍ଷ ଟଙ୍କାର ଋଣ ଜାଲିଆତି, ମହିଳାଙ୍କୁ ବାନ୍ଧିଲା ତାରସିଂ ପୋଲିସ

ଭଞ୍ଜନଗର, ୧୯।୩ (ବାବୁଲା ପ୍ରଧାନ): ବିଶ୍ୱାସରେ ଦେଲେ ବିଷ । ସାଙ୍ଗସାଥୀ ଓ ପଡ଼ୋଶୀ ମହିଳାଙ୍କ ନାମରେ ବ୍ୟାଙ୍କରୁ ଚଞ୍ଚକତା କରି ଲକ୍ଷ ଲକ୍ଷ ଟଙ୍କା ଋଣ…

ଜଙ୍ଗଲରେ ପଡ଼ିଛି ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ ଜଣାପଡୁଛି…

କାମାକ୍ଷାନଗର,୧୯ା୩(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ସାରୁଆଳି ଗ୍ରାମ ଜଙ୍ଗଲରେ ଜଣେ କଲେଜ ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। କାମାକ୍ଷାନଗର ମହିଳା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri