ଭୁବନେଶ୍ବର,୮।୪: ୫ କେଜିଆ ଗ୍ୟାସ ସିଲିଣ୍ଡର ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ଘୋଷଣା କରିଛନ୍ତି । ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ ଏଲ୍ପିଜି ଗ୍ୟାସ । ୫ କେଜିଆ ଗ୍ୟାସ ସିଲିଣ୍ଡର ବିତରଣ ପ୍ରସଙ୍ଗରେ ଦ୍ବନ୍ଦ ରହିଥିବା ବେଳେ ଆଜି ସ୍ପଷ୍ଟ କରିଛନ୍ତି ଯୋଗାଣ ମନ୍ତ୍ରୀ । ସରକାରଙ୍କ ଫ୍ରି ଟ୍ରେଡ୍ ଏଲପିଜି ସ୍କିମରେ ଉପଲବ୍ଧ ହେବ । ପ୍ରମାଣ ପତ୍ର ଦେଖାଇ ଶ୍ରମିକ ଓ ଛାତ୍ରୀଛାତ୍ର ନେଇପାରିବେ ।
୫ କେଜି ଗ୍ୟାସ ନେବା ପାଇଁ ୧୫୩୭ ଟଙ୍କା ଦେବାକୁ ହେବ । ଯଦି ରିଫିଲ କରିବାକୁ ଚାହୁଁଥିବେ ତାହେଲେ ୫ କେଜି ସିଲିଣ୍ଡରକୁ ୫୯୩ ଟଙ୍କା ପଡ଼ିବ । କମ୍ପାନୀ ସିଲିଣ୍ଡର ହିଁ ରିଫିଲିଂ ହୋଇପାରିବ । ଯଦି କୌଣସି ଏଜେଣ୍ଟ କଳାବଜାରୀ କରିବେ, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ।
ପ୍ରକାଶଥାଉକି, ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁଁ ଗ୍ୟାସ ସଙ୍କଟ ଦେଖାଦେଇଛି । ତେବେ କେନ୍ଦ୍ର ସରକାର ଦେଶରେ ଗ୍ୟାସ ମହଜୁଦ ଥିବା ନେଇ କହୁଥିବା ସତ୍ତ୍ବେ ମଧ୍ୟ ଅନେକ ସ୍ଥାନରେ ଲୋକେ ଗ୍ୟାସ ପାଇଁ ଲାଇନ ଲଗାଉଥିବା ଦେଖାଯାଇଛି । ଏହାରି ଭିତରେ ଯୋଗାଣ ମନ୍ତ୍ରୀ ଦ୍ବନ୍ଦ ଦୂର କରିଛନ୍ତି ।

