ପ୍ରତିନିଧି ସଭାକୁ ୫ ଭାରତୀୟ ବଂଶୋଦ୍ଭବ ନିର୍ବାଚିତ

ଓ୍ବାଶିଂଟନ,୧୧ା୧୧:ଆମେରିକାର ମିଡ୍‌ଟମର୍‌ସରେ ଡେମୋକ୍ରାଟିକ୍‌ ପାର୍ଟିର ରେକର୍ଡ ସଂଖ୍ୟକ ୫ ଭାରତୀୟ ବଂଶୋଦ୍ଭବ ଆଇନ ପ୍ରଣେତା ହାଉସ୍‌ ଅଫ୍‌ ରିପ୍ରେଜେଣ୍ଟେଟିଭ୍‌କୁ ନିର୍ବାଚିତ ହୋଇଛନ୍ତି। ରାଜା କ୍ରିଷ୍ଣାମୂର୍ତ୍ତି, ରୋ ଖାନ୍ନା, ପ୍ରମିଳା ଜୟପାଲ ଓ ଆମି ବେରା ପ୍ରତିନିଧି ସଭାକୁ ନିର୍ବାଚିତ ହୋଇଥିବାବେଳେ ଆଉ କେତେଜଣ ଭାରତୀୟ-ଆମେରିକୀୟ ରାଜ୍ୟ ବିଧାନସଭାଗୁଡ଼ିକରେ ପ୍ରତିନିଧିତ୍ୱର ସୁଯୋଗ ପାଇଛନ୍ତି। ବ୍ୟବସାୟୀରୁ ରାଜନେତା ପାଲଟିଥିବା ୬୭ ବର୍ଷୀୟ ଡେମୋକ୍ରାଟ୍‌ ଶ୍ରୀ ଥାନେଦାର ତାଙ୍କ ରିପବ୍ଲିକାନ୍‌ ପ୍ରତିଦ୍ୱନ୍ଦ୍ୱୀ ମାର୍ଟେଲ ବିଭିଙ୍ଗ୍‌ସ୍‌ଙ୍କୁ ପରାସ୍ତ କରିଛନ୍ତି। ସେହିପରି ଇଲିନୋଇସ୍‌ର ଅଷ୍ଟମ କଂଗ୍ରେସନାଲ ଡିଷ୍ଟ୍ରିକ୍ଟ ନିର୍ବାଚନରେ ୪୯ ବର୍ଷୀୟ ରାଜା କ୍ରିଷ୍ଣାମୂର୍ତ୍ତି ଲଗାତର ଚତୁର୍ଥ ଥର ପାଇଁ ନିର୍ବାଚିତ ହୋଇଛନ୍ତି। ସେ ରିପବ୍ଳିକାନ୍‌ ପ୍ରତିଦ୍ୱନ୍ଦ୍ୱୀ କ୍ରିସ୍‌ ଡର୍ଗିସ୍‌ଙ୍କୁ ପରାସ୍ତ କରିଛନ୍ତି। ସିଲିକନ୍‌ ଭ୍ୟାଲିରେ ଅନୁଷ୍ଠିତ କାଲିଫର୍ନିଆର ସପ୍ତଦଶ କଂଗ୍ରେସନାଲ ଡିଷ୍ଟ୍ରିକ୍ଟ ନିର୍ବାଚନରେ ୪୬ ବର୍ଷୀୟ ରୋ ଖାନ୍ନା ରିପବ୍ଲିକାନ୍‌ ପ୍ରାର୍ଥୀ ରିତେଶ ଟଣ୍ଡନଙ୍କୁ ହରାଇଛନ୍ତି। ଚେନ୍ନାଇ ଜନ୍ମିତ କଂଗ୍ରେସଓମ୍ୟାନ୍‌ ପ୍ରମିଳା ଜୟପାଲ ଗ୍ରାଣ୍ଡ ଓଲ୍ଡ ପାର୍ଟି ପ୍ରତିଦ୍ୱନ୍ଦ୍ୱୀ କ୍ଲିଫ୍‌ ମୁନ୍‌ଙ୍କୁ ପଛରେ ପକାଇ ବିଜୟ ହାସଲ କରିଛନ୍ତି। ୨୦୧୩ରୁ କାଲିଫର୍ନିଆର ସପ୍ତମ କଂଗ୍ରେସନାଲ ଡିଷ୍ଟ୍ରିକ୍ଟରେ ପ୍ରତିନିଧିତ୍ୱ କରୁଥିବା ୫୭ ବର୍ଷୀୟ ଆମି ବେରା ରିପବ୍ଲିକାନ୍‌ ତାମିକା ହାମିଲ୍‌ଟନଙ୍କୁ ପରାସ୍ତ କରିଛନ୍ତି। ରାଜ୍ୟ ବିଧାନସଭା ନିର୍ବାଚନରେ ମଧ୍ୟ ଭାରତୀୟ ବଂଶୋଦ୍ଭବଙ୍କ ପ୍ରାଧାନ୍ୟ ବଢ଼ିଛି। ପେନ୍‌ସିଲଭାନିଆରେ ଅରବିନ୍ଦ ଭେଙ୍କଟ, ତାରିକ ଖାନ୍‌, ଟେକ୍ସାସ୍‌ରେ ସଲମାନ ଭୋଜାନି, ସୁଲେମାନ ଲଲାନି, ମିଶିଗାନ୍‌ରେ ସାମ୍‌ ସିଂ, ରବୀନ୍ଦ୍ର ପୁରୀ, ଇଲିଓନିସ୍‌ରେ ନବିଲା ସୟଦ, ମେଗାନ୍‌ ଶ୍ରୀନିବାସ, କଭିନ୍‌ ଓଲିକାଲ, ଜର୍ଜିଆରେ ନବ୍ଲିସ୍‌ ଇସ୍‌ଲାମ, ଫାରୁକ୍‌ ମୋଗଲ, ଓହିଓରେ କୁମାର ଭାର୍ବେ ଏବଂ ଅନିତା ସମାନି ପ୍ରମୁଖ ବିଜୟୀ ହୋଇଛନ୍ତି। ମେରିଲାଣ୍ଡରେ ଅରୁଣା ମିଲର(୫୮) ପ୍ରଥମ ଭାରତୀୟ ବଂଶୋଦ୍ଭବ ଲ୍ୟୁଟ୍‌ନାଣ୍ଟ ଗଭର୍ନର ଭାବେ ବିଜୟୀ ହୋଇ ଇତିହାସ ରଚିଛନ୍ତି। ଭାରତ ମୂଳର ଏତେ ସଂଖ୍ୟକ ଯୁବ ପ୍ରାର୍ଥୀ ମଧ୍ୟବର୍ତ୍ତିକାଳୀନ ନିର୍ବାଚନରେ ବିଜୟ ହାସଲ କରିବା ୩୩.୧୯ କୋଟି ଜନସଂଖ୍ୟା ବିଶିଷ୍ଟ ଆମେରିକାରେ ବସବାସ କରୁଥିବା ୧% ଭାରତୀୟଙ୍କ ଲୋକପ୍ରିୟତାକୁ ସୂଚାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ମାସକରେ ତୃତୀୟ ଥର ପାଇଁ ବଢ଼ିଲା LPG ଦର, ଜାଣନ୍ତୁ ୧୧ କେଜି ସିଲିଣ୍ଡରର ଦାମ୍?

ନୂଆଦିଲ୍ଲୀ,୧।୪: ଇରାନ ସହିତ ସଂଘର୍ଷ ପରେ, ବିଶ୍ୱର ଅନେକ ଦେଶରେ ତୈଳ ଏବଂ ଘରୋଇ ଗ୍ୟାସ (LPG) ସମ୍ବନ୍ଧୀୟ ସଙ୍କଟ ଦେଖାଦେଇଛି। ପାକିସ୍ତାନ ପୂର୍ବରୁ ଆର୍ଥିକ କ୍ଷେତ୍ରରେ…

‘ଆପଣ ଦ୍ବିତୀୟ ଥର ଧୋକା ଦେଇପାରିବେନି’…ଟ୍ରମ୍ପଙ୍କୁ ଗାଳି କରି ହାତ ଛାଡିଦେଲା ସ୍ପେନ

ନୂଆଦିଲ୍ଲୀ,୧।୪: ଇରାନ ସହିତ ସଂଘର୍ଷ କରି ଆମେରିକା ସାହାଯ୍ୟ ପାଇଁ ୟୁରୋପକୁ ଚାହିଁ ରହିଛି । ତଥାପି, ଏହି ଅଞ୍ଚଳର ଚାରିଟି ରାଷ୍ଟ୍ର ସ୍ପଷ୍ଟ ଭାବରେ ସ୍ପଷ୍ଟ କରିଛନ୍ତି…

ଖୁସି ଖବର… ୭ବର୍ଷ ପରେ ଭାରତ ଆସୁଛି ବିଶ୍ୱର ସବୁଠୁ ଶସ୍ତା ତେଲ

ନୂଆଦିଲ୍ଲୀ,୧।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ଏବଂ ଏହାର ଫଳସ୍ୱରୂପ ଅନ୍ତର୍ଜାତୀୟ ଅଶୋଧିତ ତୈଳ ମୂଲ୍ୟରେ ବୃଦ୍ଧି ମଧ୍ୟରେ, ଭାରତକୁ ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତିର ଖବର ମିଳିଛି। ପ୍ରାୟ ସାତ…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

ଇରାନ ବରୋଧରେ ଯୁଦ୍ଧକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଲାଣି ଏହି ଦେଶ, ଆମେରିକାକୁ କରିବ ସହଯୋଗ, ଟାର୍ଗେଟରେ ହର୍ମୁଜ ପ୍ରଣାଳୀ

ତେହରାନ,୧।୪: ସଂଯୁକ୍ତ ଆରବ ଏମିରେଟ୍ସ (UAE) ଆମେରିକା ଏବଂ ଅନ୍ୟାନ୍ୟ ପାଶ୍ଚାତ୍ୟ ମିତ୍ରମାନଙ୍କୁ ସୂଚନା ଦେଇଛି ଯେ ଏହା ହର୍ମୁଜ ପ୍ରଣାଳୀକୁ ପୁନଃ ଖୋଲିବାରେ ସାହାଯ୍ୟ କରିବ।…

ଯୁଦ୍ଧ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଲା ଇସ୍ରାଏଲ, ନେତାନ୍ୟାହୁ କରିବେ ଏମିତି କାମ, ଇରାନ କାବା

ନୂଆଦିଲ୍ଲୀ,୧।୪: ଇରାନ ବିରୁଦ୍ଧରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଏକ ନୂତନ ଏବଂ ପ୍ରମୁଖ ରଣନୈତିକ ପଦକ୍ଷେପର ସଙ୍କେତ ଦେଇଛନ୍ତି। ନେତାନ୍ୟାହୁ କହିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri