ପାଟଣା/କେନ୍ଦୁଝର,୯ା୧(ସ୍ବ. ପ୍ର): ଦୀର୍ଘ ମାସ ପରେ ଶୁକ୍ରବାର ୧୦ମ ଶ୍ରେଣୀ ପିଲାଙ୍କ ପାଇଁ ହାଇସ୍କୁଲ ଖୋଲିଛି। ମାତ୍ର ବିଦ୍ୟାଳୟ ଆରମ୍ଭରୁ କୋଭିଡ୍ ଗାଇଡ୍ଲାଇନ ଉଲ୍ଲଂଘନ କାରଣରୁ କେନ୍ଦୁଝର ଜିଲା ଶିକ୍ଷାଅଧିକାରୀ ସଂଗ୍ରାମ ସାହୁ ୫ ହାଇସ୍କୁଲ କର୍ମଚାରୀଙ୍କ ଦରମା ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଜିଲାର ପାଟଣା ବ୍ଲକ ଅଧୀନ ୪ ଓ ସଦର ବ୍ଲକ ଅଧୀନ ଗୋଟିଏ ହାଇସ୍କୁଲର ସମସ୍ତ ଶିକ୍ଷକ ଓ କର୍ମଚାରୀଙ୍କ ବିରୋଧରେ ଏଭଳି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଶିକ୍ଷାଧିକାରୀ ସାହୁ କହିଛନ୍ତି। କଟକଣା ଉଲ୍ଲଂଘନ କରିଥିବା ହାଇସ୍କୁଲଗୁଡ଼ିକ ହେଲା ଖିରେଇଟାଙ୍ଗିରି ଉଚ୍ଚ ବିଦ୍ୟାଳୟ, ଯମୁନା ପଶିର ବିଶୋଇପାଟ ଉଚ୍ଚ ବିଦ୍ୟାଳୟ, ଡେଣୁଆର ଝାଲମଣି ହାଇସ୍କୁଲ, ବଲାଣିପଶିର ପି.ଏମ୍.ବି ହାଇସ୍କୁଲ ଓ ସଦର ବ୍ଲକ ଅଧୀନ ଝାଡ଼ବେଲଦା ହାଇସ୍କୁଲ। ଜିଲା ଶିକ୍ଷାଅଧିକାରୀ ସାହୁ ଓ ଡିପିସି ପୂର୍ଣ୍ଣଚନ୍ଦ୍ର ସେଠୀ ପ୍ରମୁଖ ଜିଲାର ବିଭିନ୍ନ ବିଦ୍ୟାଳୟ ପରିଦର୍ଶନରେ ଆସିଥିବା ବେଳେ ଉକ୍ତ ବିଦ୍ୟାଳୟଗୁଡ଼ିକର ପରିବେଶ ସଫାସୁତରା ନ ଥିବା, ଅଭିବାବକଙ୍କ ଅଣ୍ଡର ଟେକିଙ୍ଗ ସଂଗ୍ରହ କରାଯାଇ ନ ଥିବା ଓ ସାନିଟାଇଜର ବ୍ୟବହାର କରାଯାଉ ନ ଥିତ୍ବା ଦେଖିବାକୁ ପାଇଥିଲେ ବୋଲି ସୂଚନା ଦେଇଛନ୍ତି।
Posted inଆମ ଜିଲା ଖବର, କେନ୍ଦୁଝର, ରାଜ୍ୟ View All
ଏହି ଦିନ ଅନାବରଣ ହେବ ଭଗବାନ ପର୍ଶୁରାମଙ୍କ ପ୍ରତିମୂର୍ତ୍ତି: ଧାର୍ଯ୍ୟ ହେଲା ଦିନ, ସମୟ
ବଲାଙ୍ଗୀର, ୧୭।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ମହାସଭା ପକ୍ଷରୁ ଭଗବାନ ପର୍ଶୁରାମ ଜନ୍ମୋତ୍ସବ ଓ ପ୍ରତିମୂର୍ତ୍ତି ଅନାବରଣ କାର୍ଯ୍ୟକ୍ରମ ଆସନ୍ତା ୧୯ ତାରିଖରେ ଅନୁଷ୍ଠିତ ହେବ।…
ଦେବଗଡ଼ ଜିଲା ପାଇଁ ଗୌରବ: ପଞ୍ଚମ ଶ୍ରେଣୀ ଭାଷା ମହକ ବହିରେ ସ୍ଥାନ ପାଇଲା ‘ପ୍ରଧାନପାଟ’ ବିଷୟବସ୍ତୁ
ଦେବଗଡ଼,୧୭।୪(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲାର ପ୍ରଧାନପାଟ ଜଳପ୍ରପାତ ଓଡ଼ିଶାର ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀଭାବେ ଓଡ଼ିଶା ତଥା ରାଜ୍ୟ ବାହାରେ ସୁପରିଚିତ ତଥା ପ୍ରସିଦ୍ଧ ଲାଭ କରିଛି।…
ଜ୍ୱାଇଁଙ୍କୁ ଛୁରି ଭୁସି ହତ୍ୟା: ଶଳା-ଶଳା ଭାଉଜଙ୍କୁ ବାନ୍ଧିଲା ପୋଲିସ
ବ୍ରହ୍ମପୁର,୧୭।୪ (ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ବଡ଼ବଜାର ଥାନା ଅନ୍ତର୍ଗତ ରେଡିକା ସାହିରେ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ଘଟି ଛୁରାମାଡ଼ରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି।…
ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧଦିବସ ପାଳିତ: ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ପ୍ରଦାନ କଲେ ଦଳୀୟକର୍ମୀ
ପୁରୁଷୋତ୍ତମପୁର,୧୭।୪ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନଏସି ଓ ବ୍ଲକ ବିଜୁ ଜନତା ଦଳ ତରଫରୁ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୨୯ ତମ…
ଘୁମୁସର ବନଖଣ୍ଡରୁ ରଥଯାତ୍ରା ପାଇଁ ପୁରୀ ଗଲା କାଠ: ରାସ୍ତାକଡ଼ରେ ଭକ୍ତିମୟ ପରିବେଶ
ଭଞ୍ଜନଗର,୧୭।୪(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ କେନ୍ଦ୍ରୀୟ ବନାଞ୍ଚଳରୁ ପୁରୀ ଅଭିମୁଖେ ୧୬ ଖଣ୍ଡ ଫାଶୀ କାଠ ଯାଇଛି। ଉକ୍ତ ସମସ୍ତ କାଠ ଲୋକେ…
ବ୍ରିଜ କାନ୍ଥକୁ ପିଟି ହୋଇ ଓଲଟି ପଡିଲା CRPF ବାଟାଲିଅନ ଗାଡ଼ି, ୨ ଗୁରୁତର
ଅତାବିରା, ୧୭।୪(ଯୁଧିଷ୍ଠିର ମହାପାତ୍ର ): ଦୁର୍ଘଟଣା ଗସ୍ତ ହେଲା CRPF ବାଟାଲିଅନ ଗାଡ଼ି । ସମ୍ବଲପୁର ବରଗଡ଼ ୫୩ନଂ ଜାତୀୟ ରାଜପଥ ଅତାବିରା ଦମଦମା ପୋଲ ଉପରେ…
ଡିଏଭି ବେଦାନ୍ତ ଅନ୍ତର୍ଜାତୀୟ ବିଦ୍ୟାଳୟର ସଫଳତା, ୯୮% ରଖି ପ୍ରିୟାଂଶୁ ମହାରଣା ପ୍ରଥମ
ଲାଞ୍ଜିଗଡ,୧୭।୪(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ଡିଏଭି ବେଦାନ୍ତ ଆନ୍ତର୍ଜାତୀୟ ବିଦ୍ୟାଳୟର ଛାତ୍ରୀଛାତ୍ର ସିବିଏସଇ ଦଶମ ପରୀକ୍ଷାରେ ଶତପ୍ରତିଶତ ସଫଳତା ହାସଲ କରିଛନ୍ତି। ବୁଧବାର ପରୀକ୍ଷା…
ଗଞ୍ଜାମ ଶତ୍ରୁଷୋଲରେ ଟପ୍ପର ହେଲେ ପ୍ରତୀକ୍ଷା ପଲାଇ, ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ
ଗଞ୍ଜାମ,୧୭।୪(ଅନାଥ ତରାଇ): ଗଞ୍ଜାମ ବ୍ଲକ ଶତ୍ରୁଷୋଲ ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ରୀ ପ୍ରତୀକ୍ଷା ପଲାଇ ଚଳିତ ସିବିଏସ୍ଇ ପରୀକ୍ଷାରେ ଅସାଧାରଣ ସଫଳତା ହାସଲ କରି ସମଗ୍ର…
Archives

