ଦୁଇ ସପ୍ତାହରେ ଗିରଫ ହେଲେଣି ୫ ସରକାରୀ ବାବୁ

ଭୁବନେଶ୍ୱର,୧୬।୧(ସତ୍ୟଜିତ୍‌ ରାଉତ):ଦୁର୍ନୀତିଗ୍ରସ୍ତ ସରକାରୀ ଅଧିକାରୀ ଓ କର୍ମଚାରୀମାନେ ଭିଜିଲାନ୍ସ ଜାଲରେ ଧରାପଡୁଛନ୍ତି। ଚଳିତ ବର୍ଷ ଆରମ୍ଭରୁ ଏଭଳି ବାବୁଙ୍କ ଉପରେ ଭିଜିଲାନ୍ସ କଡ଼ା ନଜର ରଖିଛି। ଜାନୁଆରୀ ମାସର ୨ ସପ୍ତାହରେ ୫ ଅଧିକାରୀଙ୍କୁ ଗିରଫକରି କଡ଼ା ଚେତାବନୀ ଦେଇଛି। ଗିରଫ ହୋଇ ଜେଲ ଯାଇଥିବା ଅଧିକାରୀଙ୍କ ମଧ୍ୟରେ ଫରେଷ୍ଟ ଗାର୍ଡ, ରାଜସ୍ବ ନିରୀକ୍ଷକ, ଏଏସ୍‌ଆଇ, ଏମ୍‌ଭିଆଇ ଓ ଟ୍ରାଫିକ୍‌ ଇନ୍ସପେକ୍ଟର ରହିଛନ୍ତି। ରିପୋର୍ଟ ଅନୁଯାୟୀ, ନବରଙ୍ଗପୁର ଜିଲା ଜଗନ୍ନାଥପୁର ବିଟ୍‌ ଫରେଷ୍ଟ ଗାର୍ଡ ବିନାୟକ ଚନ୍ଦ୍ର ସୋରୀ ଜାନୁଆରୀ ୪ରେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ। ବାଇକରେ ୧ ଲକ୍ଷ ୫୩ ହଜାର ଟଙ୍କା ନେଇ ଖାତିଗଡ଼ାରୁ ଜଗନ୍ନାଥପୁର ଯାଉଥିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଗିରଫ କରିଥିଲେ। କେନ୍ଦୁଝର ଜିଲା ବିଲେଇପଦା ରାଜସ୍ବ ନିରୀକ୍ଷକ (ଆର୍‌ଆଇ) ମୀର ମହମ୍ମଦ ଖାନ୍‌ ଜଣେ ବ୍ୟକ୍ତିଙ୍କ ମ୍ୟୁଟେଶନ କେସ୍‌ର ତଦନ୍ତ ରିପୋର୍ଟ ଓ ଜମିପଟ୍ଟା କରାଇଦେବାକୁ ୨୦ ହଜାର ଲାଞ୍ଚ ନେଉଥିବାବେଳେ ଜାନୁଆରୀ ୬ରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଥିଲା। ସେହିପରି ଗତ ଜାନୁଆରୀ ୮ରେ ଜୟପୁର ଟାଉନ ଥାନା ଏଏସ୍‌ଆଇ ଅନିଲ କୁମାର ନାୟକ ଭିଜିଲାନ୍ସ ଜାଲରେ ପଡ଼ିଥିଲେ। ଜଣେ ବ୍ୟକ୍ତିଙ୍କ ଗାଡ଼ି ମୁକୁଳାଇବାକୁ ଏଏସ୍‌ଆଇ ଅନିଲ ୫ ହଜାର ଟଙ୍କା ନେବାବେଳେ ଗିରଫ ହୋଇଥିଲେ।
ଅନ୍ୟପକ୍ଷରେ ନୟାଗଡ଼ ଜିଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆର୍‌ଟିଓ)ର ମୋଟର ଭେଇକିଲ୍‌ ଇନ୍ସପେକ୍ଟର (ଏମ୍‌ଭିଆଇ) ପଞ୍ଚାନନ ବେହେରା ଭିଜିଲାନ୍ସ ସ୍କାନରକୁ ଆସିଥିଲେ। ଆୟ ବହିର୍ଭୂତ୍ତ ସମ୍ପତ୍ତି ଠୁଳ ଅଭିଯୋଗରେ ଜାନୁଆରୀ ୯ରେ ଭିଜିଲାନ୍ସ ପଞ୍ଚାନନଙ୍କ ଘର ସମେତ ୭ଟି ସ୍ଥାନରେ ଚଢ଼ାଉକରି ୩୧ ପ୍ଲଟ୍‌, ଏକାଧିକ କୋଠା ସମେତ ଅନ୍ୟାନ୍ୟ ସମ୍ପତ୍ତି ଠାବ କରିଥିଲା। ପରେ ପଞ୍ଚାନନଙ୍କୁ ଭିଜିଲାନ୍ସ ଗିରଫ କରି କୋର୍ଟଚାଲାଣ କରିଥିଲା। ସେହିପରି ତାଳଚେର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆର୍‌ଟିଓ)ର ଓଏମ୍‌ଭିଡି ଟ୍ରାଫିକ୍‌ ଇନ୍ସପେକ୍ଟର ଜିତେନ୍ଦ୍ର କୁମାର ବେହେରା ୧୧ଲକ୍ଷ ୧୯ହଜାର ୧୫୦ଟଙ୍କା ନେଇ ଅସ୍ତରଙ୍ଗସ୍ଥିତ ଘରକୁ ନେଉଥିବାବେଳେ ଭିଜିଲାନ୍ସ ଦ୍ୱାରା ଗତ ୧୧ ତାରିଖ ରାତିରେ ଗିରଫ ହୋଇଥିଲେ। ଏପରିକି ଯାଞ୍ଚବେଳେ ଦୁଇଟି ଘରୁ ଆଉ ୧୩.୮୦ଲକ୍ଷ ଟଙ୍କା ମିଳିଥିଲା। ସୂଚନାଯୋଗ୍ୟ, ଗତବର୍ଷ ଅର୍ଥାତ୍‌ ୨୦୨୩ରେ ଭିଜିଲାନ୍ସ ୧୬୬ଜଣ ବାବୁଙ୍କୁ ଗିରଫ କରିଥିବାବେଳେ ଚଳିତବର୍ଷ ବ୍ୟାପକ କାର୍ଯ୍ୟାନୁଷ୍ଠାନ ନେବାକୁ ଯୋଜନା କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁର ଦୁର୍ଘଟଣା: ପ୍ରଶାସନର ପ୍ରତିଶ୍ରୁତି ପରେ ଓହରିଲା ରାସ୍ତାରୋକ: ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର

ଥୁଆମୂଳରାମପୁର,୭ା୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳରାମପୁର ଥାନା ଅଞ୍ଚଳରେ ସୋମବାର ଘଟିଥିବା ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୪କୁ ବୃଦ୍ଧି ପାଇଛି। ଜିଲା ମୁଖ୍ୟ…

ସିଜିମାଳି ଖଣିରେ ରାସ୍ତା ନିର୍ମାଣକୁ ନେଇ ତୁମୁଳକାଣ୍ଡ: ଗ୍ରାମବାସୀ-ପୋଲିସ ମୁହାଁମୁହିଁ, ୧୦୦ରୁ ଊର୍ଦ୍ଧ୍ୱ ଆହତ,ଗିରଫ ଭୟରେ…

ରାୟଗଡ଼ା,୭।୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ସିଜିମାଳି ପାହାଡରେ ରାସ୍ତା ନିର୍ମାଣକୁ ନେଇ ସମଗ୍ର ଅଞ୍ଚଳ ଅଶାନ୍ତ ହୋଇପଡିଛି। ରାସ୍ତା ନିର୍ମାଣ କାର୍ଯ୍ୟକୁ ବିରୋଧ କରି କାଶୀପୁର…

ରାତିରେ କାଠଗଦାରେ ଚାଲୁଥିଲା ୧୨ ଫୁଟର କିଂ କୋବ୍ରା: ହଠାତ ପଡିଲା ଲୋକଙ୍କ ନଜରରେ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗାଁରୁ ୧୨ ଫୁଟ ଲମ୍ବର ଏକ ଅହିରାଜ (କିଙ୍ଗକୋବ୍ରା) ସାପକୁ ବନବିଭାଗ କର୍ମଚାରୀ…

ଜବରଦସ୍ତ Family Pack, କରିବାକୁ ପଡିବନି ଅଲଗା ଅଲଗା ରିଚାର୍ଜ! ଗୋଟିଏ ପ୍ଲାନରେ ସବୁ ଫ୍ରି….

ଆପଣ କ’ଣ ଆପଣଙ୍କ ପରିବାରର ଚାରି ଜଣ ସଦସ୍ୟଙ୍କ ପାଇଁ ପୃଥକ ପୃଥକ ରିଚାର୍ଜ କରୁଛନ୍ତି? ପ୍ରତି ମାସରେ ୧୫୦୦ରୁ ୨୦୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି? ପ୍ରତ୍ୟେକ…

ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆକ୍ରମଣ କଲା ଆମେରିକା: ଆକାଶଛୁଆଁ ହେବ କି ପେଟ୍ରୋଲ ଡିଜେଲ…

ତେହରାନ,୭।୪: ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆମେରିକା ଆକ୍ରମଣ କରିଛି। ଏହାରି ମଧ୍ୟରେ କାସନରେ ଏକ ବଡ଼ ରେଲୱେ ବ୍ରିଜକୁ ଉଡ଼ାଇ ଦେଇଛି ଇସ୍ରାଏଲ।…

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

ହର୍ମୁଜରେ ଘନେଇଲା ପୁଣି ବଡ଼ ବିପଦ, ଭାରତୀୟ ଜାହାଜକୁ…

ନୂଆଦିଳ୍ଲୀ,୭।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନାର ପ୍ରଭାବ ଏବେ ସାମୁଦ୍ରିକ ବାଣିଜ୍ୟରେ ମଧ୍ୟ ଦୃଶ୍ୟମାନ ହେଉଛି। ଅନେକ ଅଞ୍ଚଳରେ, ଜାହାଜ ପାଇଁ ବୀମା ପାଇବା ମହଙ୍ଗା ହୋଇଯାଇଛି। ସମ୍ୱନ୍ଧିତ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri