ରାଜ୍ୟରେ ୫ କୋଟି ଟପିଲା ଟିକାକରଣ

ଭୁବନେଶ୍ୱର, ୩୧।୧୨(ବ୍ୟୁରୋ)- ଟିକାକରଣ କ୍ଷେତ୍ରରେ ଓଡ଼ିଶାକୁ ଆଉ ଏକ ସଫଳତା ମିଳିଛି। ରାଜ୍ୟରେ ଟିକାକରଣ ୫ କୋଟି ଡୋଜ୍‌ ଟପିଛି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍‌ କରି ଶୁକ୍ରବାର ଏହି ସୂଚନା ଦିଆଯାଇଛି। ଏହି ସଫଳତା ପାଇଁ ସମସ୍ତ କୋଭିଡ୍‌ ଯୋଦ୍ଧାଙ୍କୁ ବିଭାଗ ପକ୍ଷରୁ ଶୁଭେଚ୍ଛା ଜଣାଯାଇଛି।

ରାଜ୍ୟରେ ଟିକାକରଣ ଏକ ମାଇଲଷ୍ଟୋନ୍‌ ଅତିକ୍ରମ କରିଥିବା ବେଳେ, କୋଭିଡ୍‌ ସଂକ୍ରମଣ ବୃଦ୍ଧି ଚିନ୍ତାର ବିଷୟ ପାଲଟିଛି। ଗତ ୨୪ଘଣ୍ଟାରେ ୨୪ ଜିଲାରୁ ୨୨୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରେ ପୁଣି ଶହେ ଉପରକୁ ଟପିଛି ସଂକ୍ରମିତ ସଂଖ୍ୟା। ଏବେ ରାଜ୍ୟର ମୋଟ୍‌ ଦୈନିକ ସଂକ୍ରମିତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ୫୦% ଚିହ୍ନଟ ହେଉଛନ୍ତି। ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲାରୁ ୧୦୫ଜଣ ରହଛି। ସୁନ୍ଦରଗଡ଼ରେ ୧୫, କଟକରେ ୧୨ଜଣ ଥିବା ବେଳେ ବାକି ସବୁ ଜିଲାରେ ସଂକ୍ରମିତଙ୍କ ସଂଖ୍ୟା ୧୦ ତଳେ ରହିଛି।