ଚିଟ୍‌ଫଣ୍ଡ ନାଁରେ ୫କୋଟି ଠକେଇ, ମହିଳା ଫେରାର

ରାୟଗଡ଼ା,୨୩ା୩(ଆଶିଷ ରଞ୍ଜନ ପଣ୍ଡା): ବେଆଇନ ଭାବେ ଚାଲିଥିବା ଚିଟ୍‌ଫଣ୍ଡ ସ୍କିମ୍‌ ଓ ସୁଧ କାରବାର ଉପରେ କୌଣସି ଅଙ୍କୁଶ ଲଗାଯାଇ ନ ଥିବାରୁ ଦିନକୁ ଦିନ ଏହି ବ୍ୟବସାୟ ବଢ଼ିବାରେ ଲାଗିଛି। ଫଳରେ କିଛି ଖଳ ପ୍ରକୃତିର ଲୋକ ଏହାର ସୁଯୋଗ ନେଇ ଲୋକଙ୍କୁ ଭୁଆଁ ବୁଲାଇ ଲକ୍ଷାଧିକ ଟଙ୍କା ଠକି ନେଉଛନ୍ତି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ରାୟଗଡ଼ା ସହରରେ। ରାୟଗଡ଼ା ସହରର ଜଣେ ମହିଳା ଚିଟ୍‌ଫଣ୍ଡ ନାଁରେ ୫୦ରୁ ଊର୍ଦ୍ଧ୍ୱ ମହିଳାଙ୍କ ପ୍ରାୟ ୫କୋଟିରୁ ଊର୍ଦ୍ଧ୍ୱ ଟଙ୍କା ନେଇ ଫେରାର ହୋଇଯାଇଥିବା ଘଟଣା ଶୁକ୍ରବାର ସାମ୍ନାକୁ ଆସିଛି। ଠକାମିର ଶିକାର ହୋଇଥିବା ମହିଳାମାନେ ଶୁକ୍ରବାର ସନ୍ଧ୍ୟାରେ ଜିଲା ପୋଲିସ କାର୍ଯ୍ୟାଳୟକୁ ଯାଇ ଅଭିଯୋଗ କରିଛନ୍ତି। ରାୟଗଡ଼ା ଟାଉନ ଥାନା ଅଧିକାରୀ କେକେବିକେ କହଁର ଏ ନେଇ ଏକ ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଘଟଣାରୁ ପ୍ରକାଶ ଯେ, ରାୟଗଡ଼ା ସହର ରିଂରୋଡ୍‌ ନିବାସୀ ତୃପ୍ତିରାଣୀ କର ପ୍ରାୟ ୩ ବର୍ଷ ହେବ ରାୟଗଡ଼ାରେ ରିଂରୋଡ୍‌, କୋଅପରେଟିଭ କଲୋନି ଓ ଏହାର ଆଖପାଖ ଅଞ୍ଚଳର ମହିଳାଙ୍କ ସହ ସମ୍ପର୍କ ସ୍ଥାପନକରି ଚିଟ୍‌ଫଣ୍ଡ ଆରମ୍ଭ କରିଥିଲେ। ପରେ ଉକ୍ତ ମହିଳାମାନଙ୍କଠାରୁ ସେ ଟଙ୍କା ସୁଧରେ ନେଇଥିଲେ। ପ୍ରଥମେ କମ୍‌ ରକମର ଚିଟ୍‌ଫଣ୍ଡ ଆରମ୍ଭକରି ମହିଳାମାନଙ୍କ ବିଶ୍ୱାସ ଜମାଇ ପରବର୍ତ୍ତୀ ସମୟରେ ବଡ଼ କାରବାର ଆରମ୍ଭ କରିଥିଲେ। ଏଥିସହ ସୁଧ ଦେବା ନାଁରେ ସେମାନଙ୍କଠାରୁ ନଗଦ ଟଙ୍କା ଋଣ ମଧ୍ୟ ନେଇଥିଲେ। ଏବେ ସେ ରହୁଥିବା ଘର ବିକ୍ରିକରି ସମସ୍ତଙ୍କ ଟଙ୍କା ନେଇ କେଉଁଆଡ଼େ ଫେରାର ହୋଇଯାଇଛନ୍ତି। ମିଳିଥିବା ସୂଚନା ଅନୁସାରେ ଶାନ୍ତି ବାରିକଙ୍କର ୭ଲକ୍ଷ ୫୦ହଜାର, ସୁଚିଶ୍ରୀ ବାରିକଙ୍କ ୧୩ଲକ୍ଷ ୫୦ହଜାର, ସଞ୍ଜୁଦୁବି ଜୈନଙ୍କର ୧୫ଲକ୍ଷ, ଜେ.କଳାବତୀଙ୍କର ୪ଲକ୍ଷ, ରୁବିନା ମହାରଣାଙ୍କ ୨ଲକ୍ଷ, ଲିଲି ଦାସଙ୍କ ୭ଲକ୍ଷ, ଲକ୍ଷ୍ମୀପ୍ରିୟା ସିଂଙ୍କ ୧୦ଲକ୍ଷ ଏବଂ ରୀତାଞ୍ଜଳି ସାମନ୍ତରାୟଙ୍କର ୧୩ଗ୍ରାମ ସୁନା ସମେତ ପ୍ରାୟ ୫୦ରୁ ଊର୍ଦ୍ଧ୍ୱ ମହିଳାଙ୍କର ଲକ୍ଷ ଲକ୍ଷ ଟଙ୍କା ନେଇ ଫେରାର ହୋଇଯାଇଛନ୍ତି ତୃପ୍ତିରାଣୀ। ଅଭିଯୋଗକାରୀ ମହିଳାଙ୍କ କହିବାନୁସାରେ, ପ୍ରାୟ ୫କୋଟିରୁ ଊର୍ଦ୍ଧ୍ୱ ଟଙ୍କା ନେଇ ତୃପ୍ତିରାଣୀ ଫେରାର ହୋଇଯାଇଛନ୍ତି। ତାଙ୍କ ମୋବାଇଲକୁ ଫୋନ୍‌ କଲେ ମଧ୍ୟ ଫୋନ୍‌ ଉଠାଉ ନ ଥିବା ଏବଂ ପରେ ବନ୍ଦ କରିଦେଇଥିବା ଠକେଇର ଶିକାର ହୋଇଥିବା ମହିଳାମାନେ କହିଛନ୍ତି। ତେବେ ଏହି ଘଟଣାରେ ପୋଲିସ କିଭଳି ପଦକ୍ଷେପ ନେଉଛି ଏବଂ ତୃପ୍ତିରାଣୀଙ୍କୁ ଖୋଜି ପାଉଛି କି ନାହିଁ ତାହା ଦେଖିବାକୁ ବାକି ରହିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ: ଏହି ତାରିଖ ଯାଏ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜାତୀୟ ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ…

ଗଞ୍ଜାମରେ ଜୋରଦାର ଧରପକଡ: ୩ ଦିନରେ ଗାଡି ଚାଳକଙ୍କଠୁ ଆଦାୟ ହେଲାଣି ୩୯ ଲକ୍ଷରୁ ଅଧିକ ଜରିମାନା

ଛତ୍ରପୁର,୨୩।୩ (ଦିଲ୍ଲୀପ ସାମଲ): ଏଣିକି ବେପରୁଆଓ ନିୟମ ଉଲ୍ଲଙ୍ଘନ କରୁଥିବା ଗାଡି ଚାଳକଙ୍କୁ ସାବାଡ କରାଯିବ । ସଡ଼କ ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା ହ୍ରାସ ଲକ୍ଷ୍ୟରେ ସ୍ବତନ୍ତ୍ର…

ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, କଲେ ବଡ଼ ଖୁଲାସା, ଏହି କାରଣରୁ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିିଟି ସଦସ୍ୟ ଅରବିନ୍ଦ ନାହାକ ସୋମବାର ସନ୍ଧ୍ୟାରେ…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri