Posted inଖେଳ

କେବଳ ବୁମ୍‌ରା ନୁହେଁ, ପୂର୍ବରୁ ସ୍ପୋର୍ଟସ ଆଙ୍କରଙ୍କ ପ୍ରେମରେ ଏହିସବୁ କ୍ରିକେଟର୍‌

ଭାରତୀୟ ଦ୍ରୁତ ବୋଲର୍‌ ଯଶପ୍ରୀତ ବୁମ୍‌ରା ନିକଟରେ ସ୍ପୋର୍ଟସ ଆଙ୍କର ସଞ୍ଜନା ଗଣେଶନଙ୍କୁ ବିବାହ କରିଛନ୍ତି। ଗୋଆରେ ଦୁହେଁ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ତେବେ କେବଳ ବୁମ୍‌ରା ନୁହେଁ ପୂର୍ବରୁ ମଧ୍ୟ ଅନେକ କ୍ରିକେଟ୍‌ ସ୍ପୋର୍ଟସ ଆଙ୍କରଙ୍କ ପ୍ରେମରେ ପଡିଛନ୍ତି।

ମୟନ୍ତି ଲାଙ୍ଗର ଏବଂ ଷ୍ଟୁଆର୍ଟ ବିନି
ଜଣାଶୁଣା କ୍ରୀଡ଼ା ଆଙ୍କର୍‌ ମୟନ୍ତି ଲାଙ୍ଗର ୨୦୧୨ରେ ଟିମ ଇଣ୍ଡିଆ ଅଲରାଉଣ୍ଡର ଷ୍ଟୁଆର୍ଟ ବିନିଙ୍କୁ ବିବାହ କରିଥିଲେ। ଜଣେ କ୍ରୀଡ଼ା ଆଙ୍କର୍‌ ଭାବରେ ମୟନ୍ତିଙ୍କର ଏକ ସ୍ବତନ୍ତ୍ର ପରିଚୟ ଅଛି। କ୍ରିକେଟ ବ୍ୟତୀତ ସେ ୨୦୧୦ରେ ଇଏସ୍‌ପିନ୍‌ ପାଇଁ ଫିଫା ବିଶ୍ୱକପରେ ମଧ୍ୟ ଆଙ୍କରିଂକରିଥିଲେ। ତାଙ୍କୁ ୨୦୧୦ ଦିଲ୍ଲୀ କମନୱେଲଥ ଗେମ୍ସରେ ମଧ୍ୟ ଆଙ୍କରିଂ କରୁଥିବା ଦେଖିବାକୁ ମିଳିଥିଲା। ଏଥି ସହିତ ବିନ୍ନିଙ୍କ କ୍ୟାରିୟର ମଧ୍ୟ ସେତେଟା ଲମ୍ବା ହୋଇନାହିଁ। ବିନି ଭାରତ ପାଇଁ ୬ଟି ଟେଷ୍ଟ, ୧୪ଟି ଏକଦିବସୀୟ ଏବଂ ୩ଟି -୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଛନ୍ତି।

ଶେନ୍‌ ୱାଟସନ ଏବଂ ଲି ଫରଲଙ୍ଗ

୨୦୧୦ରେ ଅଷ୍ଟ୍ରେଲିଆର ପୂର୍ବତନ ଅଲରାଉଣ୍ଡର ଶେନ୍‌ ୱାଟସନ ଏବଂ କ୍ରୀଡା ଉପସ୍ଥାପିକା ଲି ଫରଲଙ୍ଗ ବିବାହ କରିଥିଲେ। ୱାଟସନ ଆଇପିଏଲ ୨୦୨୦ଠାରୁ ପ୍ରଫେସନାଲ କ୍ରିକେଟ ଲିଗରୁ ଅବସର ଘୋଷଣା କରିଛନ୍ତି।

ମାର୍ଟିନ ଗୁପ୍ଟିଲ ଏବଂ ଲୋରା ମ୍ୟାକଗୋଲଡ୍ରିକ
ନ୍ୟୁଜିଲାଣ୍ଡ ଖେଳାଳି ମାର୍ଟିନ ଗୁପ୍ଟିଲ ମଧ୍ୟ ୨୦୧୪ରେ ସ୍ପୋର୍ଟସ ଆଙ୍କର୍‌ ଲୋରା ମ୍ୟାକଗୋଲଡ୍ରିକଙ୍କୁ ବିବାହ କରିଥିଲେ। ଲୋରା ମ୍ୟାକଗୋଲଡ୍ରିକ କେବଳ ଆଙ୍କର୍‌ ନୁହଁନ୍ତି ବରଂ ଜଣେ ଅଭିନେତ୍ରୀ ମଧ୍ୟ।

ବେନ କଟିଂ ଏବଂ ଏରିନ ହଲାଣ୍ଡ
ଅଷ୍ଟ୍ରେଲିଆ ଅଲରାଉଣ୍ଡର ବେନ କଟିଙ୍ଗ ଏବଂ ସ୍ପୋର୍ଟସ ଆଙ୍କର୍‌ ଏରିନ ହଲାଣ୍ଡ ୨୦୧୯ରେ ବିବାହ କରିଥିଲେ। ପାକିସ୍ତାନ ସୁପର ଲିଗରେ ଏରିନ ମଧ୍ୟ ଆଙ୍କରିଂ କରିଥିବା ଦେଖିବାକୁ ମିଳିଥିଲା। ୨୦୧୩ରେ ଏରିନ ମିସ ଅଷ୍ଟ୍ରେଲିଆ ଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

‘ଆମ ଆଙ୍ଗୁଠି ଏବେବି ଟ୍ରିଗର ଉପରେ ଅଛି…’, ପାକିସ୍ତାନରେ ଆମେରିକା ସହିତ ବୈଠକ ପୂର୍ବରୁ ଇସ୍ରାଏଲକୁ ଖୋଲା ଧମକ ଦେଇଛି ଇରାନ

ତେହରାନ,୯।୪: ଶୁକ୍ରବାର (୧୦ ଏପ୍ରିଲ) ପାକିସ୍ତାନର ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ହେବାକୁ ଯାଉଛି। ଏହା ପୂର୍ବରୁ, ଇରାନ ଇସ୍ରାଏଲକୁ ଏକ ଧମକ…

ଇରାନର ଚେତାବନୀ ମଧ୍ୟରେ ନେତାନ୍ୟାହୁଙ୍କ ବଡ଼ ଘୋଷଣା, ଆକ୍ସନରେ ଇସ୍ରାଏଲ

ତେହରାନ,୯।୪: ଇରାନ ସହିତ ଚାଲିଥିବା ଉତ୍ତେଜନା ଏବଂ ଯୁଦ୍ଧବିରତି ପାଇଁ ପ୍ରୟାସ ମଧ୍ୟରେ, ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ସ୍ପଷ୍ଟ କରିଛନ୍ତି ଯେ ହିଜବୋଲା ବିରୁଦ୍ଧରେ ସାମରିକ…

ଅଗ୍ନିବୀର ନିଯୁକ୍ତି: ଲିଖିତ ପରୀକ୍ଷା ପାଇଁ ଭାରତୀୟ ସେନା ଜାରି କଲା ସାମ୍ପଲ ପେପର, ମାଗଣାରେ ଏମିତି କରନ୍ତୁ ଡାଉନଲୋଡ୍‌

ନୂଆଦିଲ୍ଲୀ,୯।୪: ଭାରତୀୟ ସେନାରେ ଅଗ୍ନିବୀର ହେବା ପାଇଁ ପ୍ରସ୍ତୁତ ହେଉଥିବା ଯୁବକମାନଙ୍କ ପାଇଁ ଏକ ବଡ଼ ଖବର। ସେନା ପକ୍ଷରୁ ଲିଖିତ ପରୀକ୍ଷା ପାଇଁ ‘ଫ୍ରି ସାମ୍ପଲ ପେପର…

ଦଣ୍ଡନାଚ ଦେଖି ଫେରିବା ବେଳେ ବାଇକ୍ ଦୁର୍ଘଟଣା, କଲଭର୍ଟରେ ପିଟି ହୋଇ ଶ୍ରମିକ ମୃତ

ଭଞ୍ଜନଗର,୯ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୋଟିବିରାଡ଼ି ନିକଟରେ ଏକ କଲଭର୍ଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବୁଧବାର ବିଳମ୍ବିତ ରାତିରେ ଏକ ବାଇକ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri