୫-ଟି ରୂପାନ୍ତରଣ ହେବ ସବୁ ଡିଏଚ୍‌ଏଚ୍‌

ଭୁବନେଶ୍ୱର,୨୦।୧(ବ୍ୟୁରୋ): ଓଡ଼ିଶାରେ ସ୍ବାସ୍ଥ୍ୟସେବାର ବିକାଶ ପାଇଁ ରାଜ୍ୟ ସରକାର ହସ୍ପିଟାଲଗୁଡ଼ିକୁ ୫-ଟି ରୂପାନ୍ତରଣ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହି ପରିପ୍ରେକ୍ଷୀରେ ପ୍ରଥମ ପର୍ଯ୍ୟାୟ ରୂପାନ୍ତରଣ ଜାନୁୟାରୀରୁ ଅକ୍ଟୋବର ମାସ ମଧ୍ୟରେ ହେବ। ତେବେ ଏହି ପର୍ଯ୍ୟାୟରେ କେଉଁ ହସ୍ପିଟାଲଗୁଡ଼ିକ ରୂପାନ୍ତରଣ ହେବ ତାହା ନିଷ୍ପତ୍ତି ହୋଇସାରିଛି। ଏ ନେଇ ଗୁରୁବାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସମସ୍ତ ଜିଲାପାଳଙ୍କୁ ଚିଠି ଲେଖି ଜଣାଯାଇଛି। ସମସ୍ତ ଜିଲା ମୁଖ୍ୟ ଚିକିତ୍ସାଳୟ(ଡିଏଚ୍‌ଏଚ୍‌୍‌), ରାଉରକେଲା ସରକାରୀ ହସ୍ପିଟାଲ ଏବଂ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ପ୍ରଥମ ପର୍ଯ୍ୟାୟରେ ରୂପାନ୍ତରଣ ହେବ। ସେହିପରି ପ୍ରତ୍ୟେକ ବିଧାନସଭା ନିର୍ବାଚନ ମଣ୍ଡଳୀର ଗୋଟିଏ ହସ୍ପିଟାଲ ମଧ୍ୟ ରୂପାନ୍ତରଣ ହେବ। ତେବେ ଡିଏଚ୍‌ଏଚ୍‌୍‌, ରାଉରକେଲା ସରକାରୀ ହସ୍ପିଟାଲ ଏବଂ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ଥିବା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଆଉ ଅତିରିକ୍ତ ହସ୍ପିଟାଲ ରୂପାନ୍ତରଣ ହେବ ନାହିଁ। ବିଧାନସଭା ନିର୍ବାଚନ ମଣ୍ଡଳୀରେ କେଉଁ ହସ୍ପିଟାଲ ହେବାକୁ ଯୋଗ୍ୟ ହେବ ସେ ନେଇ ମଧ୍ୟ ମାନଦଣ୍ଡ ରହିଛି। ବିଧାନସଭା ନିର୍ବାଚନ ମଣ୍ଡଳୀରେ ଥିବା ଏଫ୍‌ଆର୍‌ୟୁ (ଫାଷ୍ଟ ରେଫରାଲ ୟୁନିଟ୍‌)କୁ ପ୍ରଥମେ ପ୍ରାଧାନ୍ୟ ଦିଆଯିବ। ଯଦି ସେହି ଏଫ୍‌ଆର୍‌ୟୁ ଚଳିତବର୍ଷ ରୂପାନ୍ତରଣ ହେବା ପାଇଁ ଯୋଗ୍ୟ ନ ଥିବ ତେବେ ସେହି ନିର୍ବାଚନମଣ୍ଡଳୀର କୌଣସି ଗୋଟିଏ ଏସ୍‌ଡିଏଚ୍‌ କିମ୍ବା ସିଏଚ୍‌ସିକୁ ମନୋନୀତ କରାଯାଇପାରିବ। ଯେଉଁ ନିର୍ବାଚନ ମଣ୍ଡଳୀରେ ଏଫ୍‌ଆର୍‌ୟୁ ନ ଥିବ ସେଠାରେ ଯେଉଁ ଏସ୍‌ଡିଏଚ୍‌ କିମ୍ବା ସିଏଚ୍‌ସିକୁ ଅଧିକ ରୋଗୀ ଆସୁଥିବେ ତାକୁ ପ୍ରାଧାନ୍ୟ ଦିଆଯିବ। ଯେଉଁ ହସ୍ପିଟାଲଗୁଡ଼ିକର ବିଲ୍ଡିଂ ସିଭିଲ କାମ ପାଇଁ ଅଧିକ ଖର୍ଚ୍ଚ ହେବାକୁ ଥିବ ତାହା ପ୍ରଥମ ପର୍ଯ୍ୟାୟରେ ମନୋନୀତ ହୋଇପାରିବ ନାହିଁ। ଯେଉଁ ହସ୍ପିଟାଲଗୁଡ଼ିକୁ ଅଧିକ ରୋଗୀ ଆସୁ ନ ଥିବେ ତାହା ମଧ୍ୟ ୫-ଟି ରୂପାନ୍ତରଣ ହୋଇପାରିବ ନାହିଁ। ତେଣୁ ନିର୍ବାଚନ ମଣ୍ଡଳୀର କେଉଁ ହସ୍ପିଟାଲ ରୂପାନ୍ତଣ ହେବ ତାହାର ତାଲିକା ଦେବା ପାଇଁ ଜିଲାପାଳମାନଙ୍କୁ ଚିଠିରେ କୁହାଯାଇଛି। ଏହି ତାଲିକା ଆସନ୍ତା ୫ଦିନ ମଧ୍ୟରେ ଜାତୀୟ ସ୍ବାସ୍ଥ୍ୟ ମିଶନ ନିର୍ଦ୍ଦେଶକଙ୍କୁ ପଠାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ

ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...

ମାଓବାଦୀ ବିରୋଧୀ ଅଭିଯାନ: ୯୨ କୋଟିର ସମ୍ପତ୍ତି ଜବତ

ନୂଆଦଲ୍ଲୀ,୧୩ା୧୨: ଦେଶରେ ମାଓବାଦୀ ବିରୋଧୀ ଅଭିଯାନ ବେଳେ ୯୨ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଛି। ବିଭିନ୍ନ ସୁରକ୍ଷା ଏଜେନ୍ସି ମିଳିତ ଚଢ଼ାଉ ଫଳରେ ମାଓବାଦୀମାନଙ୍କ...

ମହାନଦୀ ସଙ୍କଟ: ସ୍ପଷ୍ଟୀକରଣ ମାଗିଲେ ପ୍ରସନ୍ନ ଆଚାର୍ଯ୍ୟ

ବରଗଡ଼,୧୩ା୧୨(ପ୍ରେମାନନ୍ଦ ଖମାରୀ): ମହାନଦୀ ଜଳ ବିବାଦ ତଥା ମହାନଦୀ ସଙ୍କଟକୁ ନେଇ ବିଜେଡ଼ି ପୁଣି ରାଜ୍ୟ, କେନ୍ଦ୍ର ସରକାରକୁ ଘେରିବା ଆରମ୍ଭ କରିଛି। ଓଡ଼ିଶା ଏବଂ...

ପୂର୍ବତନ ବାୟୁସେନା ଅଧିକାରୀ ଗିରଫ

ଗୁଆହାଟୀ,୧୩ା୧୨: ପାକିସ୍ତାନ ଗୁପ୍ତଚରଗିରି ନେଟ୍‌ଓ୍ବର୍କ ସହ ସମ୍ପୃକ୍ତି ଅଭିଯୋଗରେ ଭାରତୀୟ ବାୟୁସେନାର ଜଣେ ଅବସରପ୍ରାପ୍ତ ଅଫିସରଙ୍କୁ ଆସାମ ପୋଲିସ ଗିରଫ କରିଛି। ଅଭିଯୁକ୍ତ କୁଳେନ୍ଦ୍ର ଶର୍ମାଙ୍କ...

ବୃଦ୍ଧଙ୍କୁ ନଦୀପଠାରେ ହତ୍ୟା ଘଟଣା: ଜେଲ୍‌ ଗଲେ ମହିଳା ଅଭିଯୁକ୍ତ

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ନୂଆପଡ଼ା ଗ୍ରାମ ନିକଟ ବାହୁଦା ନଦୀପଠାରେ ଗ୍ରାମର ବୃଦ୍ଧ ନାରାୟଣ ପ୍ରଧାନ(୬୧)ଙ୍କୁ ହତ୍ୟା ଘଟଣାରେ ତଦନ୍ତକାରୀ...

ରିକି କେଜ୍‌ଙ୍କ ଘରୁ ଚୋରି: ଅଭିଯୁକ୍ତଙ୍କୁ ଚିହ୍ନଟ କରିବାରେ ସହାୟତା କରିବାକୁ ନିବେଦନ

ବେଙ୍ଗାଲୁରୁ,୧୩ା୧୨: ଗ୍ରାମୀ ପୁରସ୍କାର ବିଜେତା ତଥା ବିଶିଷ୍ଟ ସଙ୍ଗୀତଜ୍ଞ ରିକି କେଜ୍‌ଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଘରୁ ଏକ ସମ୍ପ୍‌ କଭର ଚୋରି...

ବର୍ଦ୍ଧିତ ଦରମା ନେବାକୁ ମନା କଲେ ନବୀନ, ମୁଖ୍ୟମନ୍ତ୍ରୀ ଚିଠି ଲେଖି କହିଲେ ମୋ ଦରମାକୁ…

ଭୁବନେଶ୍ୱର,୧୩ା୧୨: ଏହି କିଛିଦିନ ତଳେ ମୋହନ ସରକାର ବିଧାୟକମାନଙ୍କ ଦରମା ଏବଂ ଭତ୍ତା ବଢ଼ାଇଛନ୍ତି। ବିଧାୟକଙ୍କ ଦରମା ପୂର୍ବରୁ ୧ ଲକ୍ଷ ଟଙ୍କା ଥିବାବେଳେ ସରକାର...

ହାଡ଼ଭଙ୍ଗା ଶୀତରେ ଥରୁଛି ଥୁଆମୂଳ ରାମପୁର: ନିଆଁ ଭରସାରେ ଦୁର୍ଗମବାସୀ

ଥୁଆମୂଳ ରାମପୁର,୧୩ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାରେ କିଛିଦିନ ଧରି ପାରଦ ଖସିବାରେ ଲାଗିଛି। ଦୁର୍ଗମ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ମଧ୍ୟ ପାରଦ ୫ରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri