କାଜୁ ଜଙ୍ଗଲରୁ ୫ ଛୁଆ ଭାଲୁ ଉଦ୍ଧାର

ଖୋର୍ଦ୍ଧା ଅଫିସ,୨୨।୪:ଗଙ୍ଗପଡ଼ା ଟୋଲଗେଟ୍‌ କାଜୁ ଜଙ୍ଗଲରୁ ୫ଟି ଭାଲୁ ଛୁଆଙ୍କୁ ବନ ବିଭାଗ ଗୁରୁବାର ଉଦ୍ଧାର କରିଛି। ଏହି ଭାଲୁ ଛୁଆମାନଙ୍କୁ କେହି ଜଙ୍ଗଲ ଭିତରେ ଲୁଚାଇ ଏକ ଜନ୍ତାରେ ରଖିଥିଲା। ଉଦ୍ଧାର ବେଳେ ଦୁଇ ଭାଲୁ ଛୁଆ ଜନ୍ତା ମଧ୍ୟରେ ଥିବାବେଳେ ବାହାରେ ୩ଟି ଛୁଆ ବୁଲୁଥିଲେ। ଏହି ପ୍ରଜାତି ଭାଲୁ ଭୁବନେଶ୍ୱର ରେଞ୍ଜ ଅଞ୍ଚଳରେ ଦେଖିବାକୁ ମିଳେ ନାହିଁ। ଏମାନଙ୍କୁ ନୟାଗଡ଼ର କୌଣସି ଏକ ଜଙ୍ଗଲରୁ ଅଣାଯାଇଥିବା ସନ୍ଦେହ କରାଯାଇଛି। ଏହା ପଛରେ ବାହାର ରାଜ୍ୟକୁ ଚୋରା ଚାଲାଣ କରୁଥିବା ଏକ ରାକେଟ୍‌ର ହାତ ଥିବା ବନ ବିଭାଗ ପ୍ରଥମିକ ତଦନ୍ତରୁ ଜାଣିବାକୁ ପାଇଛି। ଖୁବ୍‌ ଶୀଘ୍ର ଘଟଣାର ତଦନ୍ତ କରାଯାଇ ଅଭିଯୁକ୍ତଙ୍କୁ ଗିରଫ କରାଯିବ।