୨୦୫୦ ସୁଦ୍ଧା ୫.୬ ଟ୍ରିଲିୟନ୍‌ ଡଲାର କ୍ଷତି

ଓ୍ବାଶିଂଟନ,୩୧ା୮: ଚଳିତ ବର୍ଷ ବିଶ୍ୱ ଅର୍ଥନୀତିକୁ ଧ୍ୱସ୍ତବିଧ୍ୱସ୍ତ କରିଦେଇଛି ପ୍ରାକୃତିକ ବିପର୍ଯ୍ୟୟ। ପାକିସ୍ତାନରେ ବନ୍ୟା ଅନେକ ଲକ୍ଷ ଲୋକଙ୍କୁ ବାସଚ୍ୟୁତ କରି ୧,୦୦୦ରୁ ଊର୍ଦ୍ଧ୍ୱ ଜଣଙ୍କ ଜୀବନ ନେଇସାରିଲାଣି। ଚାଇନାରେ ଗ୍ରୀଷ୍ମପ୍ରବାହ ଦେଶର ଅର୍ଥନୀତି ଓ ଯୋଗାଣ ଶୃଙ୍ଖଳକୁ ବହୁଳ ଭାବେ ପ୍ରଭାବିତ କରିଛି। ଆମେରିକାର ଓ୍ବେଷ୍ଟ କୋଷ୍ଟ୍‌ରେ ୧,୨୦୦ ବର୍ଷର ରେକର୍ଡ ଭାଙ୍ଗିଛି ମହାମରୁଡ଼ି। ୟୁରୋପରେ କୋଇଲାଠୁ ନେଇ ଆଣବିକ ଶକ୍ତି କେନ୍ଦ୍ରଗୁଡ଼ିକରେ କଞ୍ଚାମାଲ ଅଭାବ ଯୋଗୁ ଅଚଳାବସ୍ଥା ଦେଖାଦେଲାଣି। ଆଗକୁ ସାରା ବିଶ୍ୱରେ ଜଳବାୟୁ ପରିବର୍ତ୍ତନର ପ୍ରଭାବ ବର୍ଷା ଓ ବନ୍ୟାବିତ୍ପାତର ଭୟାବହତାକୁ ବୃଦ୍ଧି କରିବ। ଏଥିଯୋଗୁ ସରକାର, ବ୍ୟବସାୟିକ ସଂସ୍ଥା ଓ ଉପଭୋକ୍ତାମାନଙ୍କୁ ବହୁମୂଲ୍ୟ ଦେବାକୁ ପଡ଼ିବ ବୋଲି ଏକ ନୂଆ ଅଧ୍ୟୟନରୁ ଜଣାପଡ଼ିଛି।
ବନ୍ୟାରୁ ନେଇ ମରୁଡ଼ି ପର୍ଯ୍ୟନ୍ତ ଜଳ ସମ୍ପର୍କିତ ପ୍ରାକୃତିକ ବିପର୍ଯ୍ୟୟ ୨୦୨୨ରୁ ୨୦୫୦ ମସିହା ମଧ୍ୟରେ ବିଶ୍ୱ ବୈଶ୍ୱିକ ମୋଟ ଘରୋଇ ଉତ୍ପାଦ (ଜିଡିପି)ର ୫.୬ ଟ୍ରିଲିୟନ୍‌ ଡଲାର କ୍ଷତି ସାଧନ କରିପାରେ ବୋଲି ପ୍ରଫେସନାଲ ସର୍ଭିସେସ୍‌
ଫାର୍ମ ଜିଏଚ୍‌ଡି ପକ୍ଷରୁ ଆକଳନ କରାଯାଇଛି। ବିଗତ ୫୦ ବର୍ଷରେ ହୋଇଥିବା ବିପର୍ଯ୍ୟୟଜନିତ କ୍ଷୟକ୍ଷତିଠାରୁ ଏହି ପରିମାଣ ଢେର ଅଧିକ। ୧୯୭୦ରୁ ୨୦୨୧ ମଧ୍ୟରେ ଘଟିଥିବା ସମସ୍ତ ପ୍ରାକୃତିକ ବିପର୍ଯ୍ୟୟରେ ବିଶ୍ୱକୁ ୩.୬୪ ଟ୍ରିଲିୟନ୍‌ ଡଲାର କ୍ଷତି ସହିବାକୁ ପଡ଼ିଥିବା ବିଶ୍ୱ ପାଣିପାଗ ସଙ୍ଗଠନ (ଡବ୍ଲ୍ୟୁଏମ୍‌ଓ) ତଥ୍ୟରୁ ସ୍ପଷ୍ଟ ହୋଇଛି। ଆଗାମୀ ୩୦ ବର୍ଷରେ କେବଳ ଆମେରିକା ୩.୭ ଟ୍ରିଲିୟନ୍‌ ଡଲାର କ୍ଷତି ସହିବ ବୋଲି ଜିଏଚ୍‌ଡିର ପାଣିପାଗ ବିଜ୍ଞାନୀମାନେ ଭବିଷ୍ୟବାଣୀ କରିଛନ୍ତି। ଗତ ଏପ୍ରିଲରେ ଆମେରିକାର ଅଫିସ୍‌ ଅଫ୍‌ ମ୍ୟାନେଜମେଣ୍ଟ ଆଣ୍ଡ ବଜେଟ ପକ୍ଷରୁ କରାଯାଇଥିବା ଏକ ବିଶ୍ଳେଷଣରୁ ଜଣାପଡ଼ିଥିଲା ଯେ, ଜଳବାୟୁ ପରିବର୍ତ୍ତନର ପ୍ରଭାବ ଯୋଗୁ ୨୧୦୦ ମସିହା ସୁଦ୍ଧା ଆମେରିକୀୟ ବଜେଟର ବାର୍ଷିକ ୨ ଟ୍ରିଲିୟନ୍‌ ଡଲାର କ୍ଷତି ହେବ। ଜଳବାୟୁ ବିଜ୍ଞାନୀଙ୍କ ଏହି ନକାରାମତ୍କ ଦୃଷ୍ଟିକୋଣ ଏଭଳି ସମୟରେ ଦେଖିବାକୁ ମିଳିଛି, ଯେତେବେଳେ କି ଆମେରିକା ଆଧୁନିକ ଇତିହାସରେ ଜଳବାୟୁ ପରିବର୍ତ୍ତନର ସବୁଠୁ ଭୟଙ୍କର ଦୁଷ୍ପରିଣାମ ଭୋଗୁଛି। କେବଳ ୨୦୨୧ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ ବିଶ୍ୱର ୨୫୨ ବିଲିୟନ୍‌ ଡଲାର ଆର୍ଥିକ କ୍ଷତି ହୋଇଛି। ଏହି କ୍ଷତିର ପରିମାଣ ୨୦୨୦ ତୁଳନାରେ ୪୭% ଏବଂ ବିଗତ ଦୁଇ ଦଶନ୍ଧି ତୁଳନାରେ ହାରାହାରି ୬୬% ଅଧିକ ବୋଲି ସେଣ୍ଟର ଫର୍‌ ରିସର୍ଚ୍ଚ ଅନ୍‌ ଏପିଡେମିଓଲୋଜି ଅଫ୍‌ ଡିଜିଜେସ୍‌ ଦ୍ୱାରା ପରିଚାଳିତ ଏମର୍ଜେନ୍ସି ଇଭେଣ୍ଟ୍‌ସ ଡାଟାବେସ୍‌ ପକ୍ଷରୁ ସୂଚନା ଦିଆଯାଇଛି। ଗତବର୍ଷ ମୋଟ ୪୩୨ଟି ବିପର୍ଯ୍ୟୟ ସୃଷ୍ଟିକାରୀ ପ୍ରାକୃତିକ ଘଟଣା ଦେଖିବାକୁ ମିଳିଥିଲା, ଯାହାକି ପ୍ରତିବର୍ଷର ହାରାହାରି ବିପର୍ଯ୍ୟୟ ତୁଳନାରେ ବହୁଗୁଣ ବୋଲି ଗତ ମାର୍ଚ୍ଚରେ ଗବେଷକମାନେ ମତ ଦେଇଥିଲେ। ଉଦାହରଣ ସ୍ବରୂପ ୨୦୨୧ରେ ୨୨୩ ବନ୍ୟାକୁ ପ୍ରାକୃତିକ ବିପର୍ଯ୍ୟୟ ରୂପେ ବର୍ଗୀକୃତ କରାଯାଇଥିଲା। ୨୦୦୧ରୁ ୨୦୨୦ ମଧ୍ୟରେ ଏହି ଶ୍ରେଣୀର ବାର୍ଷିକ ବିପର୍ଯ୍ୟୟ ସଂଖ୍ୟା ୧୬୩ ଥିଲା। ପ୍ରାକୃତିକ ବିପର୍ଯ୍ୟୟର ସଂଖ୍ୟା ଓ ଅବଧିରେ ବୃଦ୍ଧି ହେତୁ ଏହାର ପ୍ରଭାବ ବଢ଼ିବା ଏକ ଟ୍ରେଣ୍ଡ୍‌ ପାଲଟିଗଲାଣି। ବିଗତ ୫୦ ବର୍ଷରେ ଜଳବାୟୁ ଓ ପାଣିପାଗ ସମ୍ପର୍କିତ ବିପର୍ଯ୍ୟୟ ୪୦୦% ବୃଦ୍ଧି ପାଇଥିବା ଗତ ସେପ୍ଟେମ୍ବରରେ ଡବ୍ଲ୍ୟୁଏମ୍‌ଓ ସୂଚନା ଦେଇଥିଲା। ଏହି ଧାରା ଜାରି ରହିଲେ ଆଗକୁ ସ୍ଥିତି ଆହୁରି ଭୟାବହ ହେବ ବୋଲି ପୂର୍ବରୁ ବୈଜ୍ଞାନିକମାନେ ସତର୍କ କରାଇଥିଲେ, ଯାହାକି ଏବେ ୟୁରୋପ ଓ ଉତ୍ତର ଆମେରିକାରେ ଗ୍ରୀଷ୍ମପ୍ରବାହ, ମରୁଡ଼ି ଓ ବନାଗ୍ନି ରୂପରେ ଦେଖିବାକୁ ମିଳୁଛି। ପାଣିପାଗ ସମ୍ପର୍କିତ ବିପର୍ଯ୍ୟୟରୁ ଆର୍ଥିକ କ୍ଷତି ୧୯୭୦ ଦଶକରୁ ୨୦୧୯ ମଧ୍ୟରେ ୭ ଗୁଣ ବଢ଼ିଥିବା ଜାତିସଂଘ ପକ୍ଷରୁ କୁହାଯାଇଛି। ୧୯୭୦ରେ ବିଶ୍ୱର ଦୈନିକ କ୍ଷତି ୪୯ ନିୟୁତ ଡଲାର ଥିବାବେଳେ ୨୦୧୯ ବେଳକୁ ଏହାର ପରିମାଣ ୩୮୩ ନିୟୁତ ଡଲାରରେ ପହଞ୍ଚତ୍ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପରଦା ପଛରେ ଚାଇନା ସହ କଥାବାର୍ତ୍ତା କରୁଛି ତିବ୍ବତ: ଭାରତକୁ କଲା ଏମିତି ଅପିଲ୍‌

ଧର୍ମଶାଳା,୨୫।୪: ତିବ୍ଦତ ସରକାର ପରଦା ପଛରେ ଚାଇନା ସରକାରଙ୍କ ସହ କଥାବାର୍ତ୍ତା କରୁଛନ୍ତି। ଉଭୟ ପକ୍ଷ ଦୀର୍ଘ ବିଚାରାଧୀନ ଦ୍ୱିପାକ୍ଷିକ ଆଲୋଚନାକୁ ପୁଣି ଆରମ୍ଭ କରିବାକୁ...

ସ୍ତ୍ରୀଙ୍କ ବିରୋଧରେ ଆସିଲା ଦୁର୍ନୀତି ଅଭିଯୋଗ, ପଦ ଛାଡିବାର ସଙ୍କେତ ଦେଲେ ସ୍ପେନ୍‌ ପ୍ରଧାନମନ୍ତ୍ରୀ

ମାଦ୍ରିଦ୍‌,୨୫।୪: ସ୍ପେନର ପ୍ରଧାନମନ୍ତ୍ରୀ ପେଡ୍ରୋ ସାଞ୍ଚେଜଙ୍କ ସ୍ତ୍ରୀଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିଛି। ପ୍ରଧାନମନ୍ତ୍ରୀ ତାଙ୍କର ସମସ୍ତ ସରକାରୀ କାର୍ଯ୍ୟ ବନ୍ଦ କରି ଦେଇଛନ୍ତି ଏବଂ...

ମିଳିତ ଜାତିସଂଘରେ ଆମେରିକା-ରୁଷିଆ ମୁହାଁମୁହିଁ

ଓ୍ବାଶିଂଟନ,୨୫ା୪: ମିଳିତ ଜାତିସଂଘରେ ଆମେରିକା ଏବଂ ରୁଷିଆ ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି। କିଛି ଦିନ ପୂର୍ବରୁ ଏକ ଗଣମାଧ୍ୟମ ରିପୋର୍ଟରେ ଦର୍ଶାଯାଇଛି ଯେ, ରୁଷିଆ...

ଆମେରିକା ଉପରେ ରାଗିଗଲେ ନେତାନ୍ୟାହୁ: କହିଲେ ଏମିତି କଥା

ଜେରୁଜେଲମ,୨୫।୪: ଗାଜାରେ ହମାସ ଆତଙ୍କବାଦୀଙ୍କ ସହ ଇସ୍ରାଏଲର ଯୁଦ୍ଧ ଜାରି ରହିଛି ଏବଂ ଇରାନ ସହିତ ଯୁଦ୍ଧ ପରି ପରିସ୍ଥିତି ଅଛି। ଏହି ସମୟରେ ବେଞ୍ଜାମିନ...

ଇସାରା ଇସାରାରେ ପାକିସ୍ତାନକୁ ଧମକ ଦେଲା ଆମେରିକା

ଓ୍ବାଶିଂଟନ,୨୪ା୪: ଫେବୃଆରୀ ୮ ସାଧାରଣ ନିର୍ବାଚନ ପରେ ଇରାନର ରାଷ୍ଟ୍ରପତି ସୟଦ ଇବ୍ରାହିମ ରାଇସିଙ୍କ ଇସଲାମାବାଦ ଗସ୍ତ ପ୍ରଥମ ରାଜ୍ୟ ମୁଖ୍ୟଙ୍କ ଦ୍ୱାରା ହୋଇଛି। ତାଙ୍କର...

ପାଶ୍ଚରାଇଜ୍ଡ କ୍ଷୀରରେ ମିଳିଲା ବାର୍ଡ ଫ୍ଲୁ ଜୀବାଣୁର ଅବଶିଷ୍ଟାଂଶ, ପରୀକ୍ଷା ପାଇଁ ପଠାଗଲା ନମୁନା

ଓ୍ବାଶିଂଟନ,୨୪।୪: ଆମେରିକାର ବିଭିନ୍ନ ରାଜ୍ୟରେ ଡେୟରି ଗାଈମାନଙ୍କଠାରେ H5N1 ଷ୍ଟ୍ରେନ ପ୍ରଥମ ଥର ପାଇଁ ଚିହ୍ନଟ ହୋଇଛି। ଏହା ପ୍ରାୟ ୮ଟି ରାଜ୍ୟରେ ବ୍ୟାପିଛି। ଏହି...

ଆମେରିକାରେ ମୋଦିଙ୍କ ଭଳି ନେତାଙ୍କର ଆବଶ୍ୟକତା ରହିଛି, କିଏ କଲେ ଏମିତି ପ୍ରଶଂସା

ନୂଆଦିଲ୍ଲୀ,୨୪।୪: ସମଗ୍ର ବିଶ୍ୱରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା କେତେ ବଢୁଛି ତାହା ଆକଳନ କରାଯାଇପାରିବ ଯେ ଲୋକମାନେ ତାଙ୍କ ଭଳି ଜଣେ ନେତା ମଧ୍ୟ...

ଇଣ୍ଡୋନେସିଆରେ ଜ୍ୱାଳାମୁଖି ଦେଖିବା ଚାଇନା ମହିଳାଙ୍କୁ ପଡିଲା ମହଙ୍ଗା

ଜାକର୍ତ୍ତା,୨୪।୪: ଇଣ୍ଡୋନେସିଆର ଆଗ୍ନେୟଗିରି ଦେଖିବା ଚାଇନାର ଜଣେ ମହିଳାଙ୍କ ପାଇଁ ମୃତ୍ୟୁର କାରଣ ପାଲଟିଥିଲା ଯେତେବେଳେ ସେ ଜ୍ୱଳନ୍ତ ଆଗ୍ନେୟଗିରି ନିକଟରେ ଫଟୋ ଉଠାଉଥିଲେ। ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri