୨୦୫୦ ସୁଦ୍ଧା ୫.୬ ଟ୍ରିଲିୟନ୍‌ ଡଲାର କ୍ଷତି

ଓ୍ବାଶିଂଟନ,୩୧ା୮: ଚଳିତ ବର୍ଷ ବିଶ୍ୱ ଅର୍ଥନୀତିକୁ ଧ୍ୱସ୍ତବିଧ୍ୱସ୍ତ କରିଦେଇଛି ପ୍ରାକୃତିକ ବିପର୍ଯ୍ୟୟ। ପାକିସ୍ତାନରେ ବନ୍ୟା ଅନେକ ଲକ୍ଷ ଲୋକଙ୍କୁ ବାସଚ୍ୟୁତ କରି ୧,୦୦୦ରୁ ଊର୍ଦ୍ଧ୍ୱ ଜଣଙ୍କ ଜୀବନ ନେଇସାରିଲାଣି। ଚାଇନାରେ ଗ୍ରୀଷ୍ମପ୍ରବାହ ଦେଶର ଅର୍ଥନୀତି ଓ ଯୋଗାଣ ଶୃଙ୍ଖଳକୁ ବହୁଳ ଭାବେ ପ୍ରଭାବିତ କରିଛି। ଆମେରିକାର ଓ୍ବେଷ୍ଟ କୋଷ୍ଟ୍‌ରେ ୧,୨୦୦ ବର୍ଷର ରେକର୍ଡ ଭାଙ୍ଗିଛି ମହାମରୁଡ଼ି। ୟୁରୋପରେ କୋଇଲାଠୁ ନେଇ ଆଣବିକ ଶକ୍ତି କେନ୍ଦ୍ରଗୁଡ଼ିକରେ କଞ୍ଚାମାଲ ଅଭାବ ଯୋଗୁ ଅଚଳାବସ୍ଥା ଦେଖାଦେଲାଣି। ଆଗକୁ ସାରା ବିଶ୍ୱରେ ଜଳବାୟୁ ପରିବର୍ତ୍ତନର ପ୍ରଭାବ ବର୍ଷା ଓ ବନ୍ୟାବିତ୍ପାତର ଭୟାବହତାକୁ ବୃଦ୍ଧି କରିବ। ଏଥିଯୋଗୁ ସରକାର, ବ୍ୟବସାୟିକ ସଂସ୍ଥା ଓ ଉପଭୋକ୍ତାମାନଙ୍କୁ ବହୁମୂଲ୍ୟ ଦେବାକୁ ପଡ଼ିବ ବୋଲି ଏକ ନୂଆ ଅଧ୍ୟୟନରୁ ଜଣାପଡ଼ିଛି।
ବନ୍ୟାରୁ ନେଇ ମରୁଡ଼ି ପର୍ଯ୍ୟନ୍ତ ଜଳ ସମ୍ପର୍କିତ ପ୍ରାକୃତିକ ବିପର୍ଯ୍ୟୟ ୨୦୨୨ରୁ ୨୦୫୦ ମସିହା ମଧ୍ୟରେ ବିଶ୍ୱ ବୈଶ୍ୱିକ ମୋଟ ଘରୋଇ ଉତ୍ପାଦ (ଜିଡିପି)ର ୫.୬ ଟ୍ରିଲିୟନ୍‌ ଡଲାର କ୍ଷତି ସାଧନ କରିପାରେ ବୋଲି ପ୍ରଫେସନାଲ ସର୍ଭିସେସ୍‌
ଫାର୍ମ ଜିଏଚ୍‌ଡି ପକ୍ଷରୁ ଆକଳନ କରାଯାଇଛି। ବିଗତ ୫୦ ବର୍ଷରେ ହୋଇଥିବା ବିପର୍ଯ୍ୟୟଜନିତ କ୍ଷୟକ୍ଷତିଠାରୁ ଏହି ପରିମାଣ ଢେର ଅଧିକ। ୧୯୭୦ରୁ ୨୦୨୧ ମଧ୍ୟରେ ଘଟିଥିବା ସମସ୍ତ ପ୍ରାକୃତିକ ବିପର୍ଯ୍ୟୟରେ ବିଶ୍ୱକୁ ୩.୬୪ ଟ୍ରିଲିୟନ୍‌ ଡଲାର କ୍ଷତି ସହିବାକୁ ପଡ଼ିଥିବା ବିଶ୍ୱ ପାଣିପାଗ ସଙ୍ଗଠନ (ଡବ୍ଲ୍ୟୁଏମ୍‌ଓ) ତଥ୍ୟରୁ ସ୍ପଷ୍ଟ ହୋଇଛି। ଆଗାମୀ ୩୦ ବର୍ଷରେ କେବଳ ଆମେରିକା ୩.୭ ଟ୍ରିଲିୟନ୍‌ ଡଲାର କ୍ଷତି ସହିବ ବୋଲି ଜିଏଚ୍‌ଡିର ପାଣିପାଗ ବିଜ୍ଞାନୀମାନେ ଭବିଷ୍ୟବାଣୀ କରିଛନ୍ତି। ଗତ ଏପ୍ରିଲରେ ଆମେରିକାର ଅଫିସ୍‌ ଅଫ୍‌ ମ୍ୟାନେଜମେଣ୍ଟ ଆଣ୍ଡ ବଜେଟ ପକ୍ଷରୁ କରାଯାଇଥିବା ଏକ ବିଶ୍ଳେଷଣରୁ ଜଣାପଡ଼ିଥିଲା ଯେ, ଜଳବାୟୁ ପରିବର୍ତ୍ତନର ପ୍ରଭାବ ଯୋଗୁ ୨୧୦୦ ମସିହା ସୁଦ୍ଧା ଆମେରିକୀୟ ବଜେଟର ବାର୍ଷିକ ୨ ଟ୍ରିଲିୟନ୍‌ ଡଲାର କ୍ଷତି ହେବ। ଜଳବାୟୁ ବିଜ୍ଞାନୀଙ୍କ ଏହି ନକାରାମତ୍କ ଦୃଷ୍ଟିକୋଣ ଏଭଳି ସମୟରେ ଦେଖିବାକୁ ମିଳିଛି, ଯେତେବେଳେ କି ଆମେରିକା ଆଧୁନିକ ଇତିହାସରେ ଜଳବାୟୁ ପରିବର୍ତ୍ତନର ସବୁଠୁ ଭୟଙ୍କର ଦୁଷ୍ପରିଣାମ ଭୋଗୁଛି। କେବଳ ୨୦୨୧ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ ବିଶ୍ୱର ୨୫୨ ବିଲିୟନ୍‌ ଡଲାର ଆର୍ଥିକ କ୍ଷତି ହୋଇଛି। ଏହି କ୍ଷତିର ପରିମାଣ ୨୦୨୦ ତୁଳନାରେ ୪୭% ଏବଂ ବିଗତ ଦୁଇ ଦଶନ୍ଧି ତୁଳନାରେ ହାରାହାରି ୬୬% ଅଧିକ ବୋଲି ସେଣ୍ଟର ଫର୍‌ ରିସର୍ଚ୍ଚ ଅନ୍‌ ଏପିଡେମିଓଲୋଜି ଅଫ୍‌ ଡିଜିଜେସ୍‌ ଦ୍ୱାରା ପରିଚାଳିତ ଏମର୍ଜେନ୍ସି ଇଭେଣ୍ଟ୍‌ସ ଡାଟାବେସ୍‌ ପକ୍ଷରୁ ସୂଚନା ଦିଆଯାଇଛି। ଗତବର୍ଷ ମୋଟ ୪୩୨ଟି ବିପର୍ଯ୍ୟୟ ସୃଷ୍ଟିକାରୀ ପ୍ରାକୃତିକ ଘଟଣା ଦେଖିବାକୁ ମିଳିଥିଲା, ଯାହାକି ପ୍ରତିବର୍ଷର ହାରାହାରି ବିପର୍ଯ୍ୟୟ ତୁଳନାରେ ବହୁଗୁଣ ବୋଲି ଗତ ମାର୍ଚ୍ଚରେ ଗବେଷକମାନେ ମତ ଦେଇଥିଲେ। ଉଦାହରଣ ସ୍ବରୂପ ୨୦୨୧ରେ ୨୨୩ ବନ୍ୟାକୁ ପ୍ରାକୃତିକ ବିପର୍ଯ୍ୟୟ ରୂପେ ବର୍ଗୀକୃତ କରାଯାଇଥିଲା। ୨୦୦୧ରୁ ୨୦୨୦ ମଧ୍ୟରେ ଏହି ଶ୍ରେଣୀର ବାର୍ଷିକ ବିପର୍ଯ୍ୟୟ ସଂଖ୍ୟା ୧୬୩ ଥିଲା। ପ୍ରାକୃତିକ ବିପର୍ଯ୍ୟୟର ସଂଖ୍ୟା ଓ ଅବଧିରେ ବୃଦ୍ଧି ହେତୁ ଏହାର ପ୍ରଭାବ ବଢ଼ିବା ଏକ ଟ୍ରେଣ୍ଡ୍‌ ପାଲଟିଗଲାଣି। ବିଗତ ୫୦ ବର୍ଷରେ ଜଳବାୟୁ ଓ ପାଣିପାଗ ସମ୍ପର୍କିତ ବିପର୍ଯ୍ୟୟ ୪୦୦% ବୃଦ୍ଧି ପାଇଥିବା ଗତ ସେପ୍ଟେମ୍ବରରେ ଡବ୍ଲ୍ୟୁଏମ୍‌ଓ ସୂଚନା ଦେଇଥିଲା। ଏହି ଧାରା ଜାରି ରହିଲେ ଆଗକୁ ସ୍ଥିତି ଆହୁରି ଭୟାବହ ହେବ ବୋଲି ପୂର୍ବରୁ ବୈଜ୍ଞାନିକମାନେ ସତର୍କ କରାଇଥିଲେ, ଯାହାକି ଏବେ ୟୁରୋପ ଓ ଉତ୍ତର ଆମେରିକାରେ ଗ୍ରୀଷ୍ମପ୍ରବାହ, ମରୁଡ଼ି ଓ ବନାଗ୍ନି ରୂପରେ ଦେଖିବାକୁ ମିଳୁଛି। ପାଣିପାଗ ସମ୍ପର୍କିତ ବିପର୍ଯ୍ୟୟରୁ ଆର୍ଥିକ କ୍ଷତି ୧୯୭୦ ଦଶକରୁ ୨୦୧୯ ମଧ୍ୟରେ ୭ ଗୁଣ ବଢ଼ିଥିବା ଜାତିସଂଘ ପକ୍ଷରୁ କୁହାଯାଇଛି। ୧୯୭୦ରେ ବିଶ୍ୱର ଦୈନିକ କ୍ଷତି ୪୯ ନିୟୁତ ଡଲାର ଥିବାବେଳେ ୨୦୧୯ ବେଳକୁ ଏହାର ପରିମାଣ ୩୮୩ ନିୟୁତ ଡଲାରରେ ପହଞ୍ଚତ୍ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଜନ୍ମ ହେଲା ୮ ଗୋଡ଼ ଥିବା ମଇଁଷି: ଦେଖିବାକୁ ଲୋକଙ୍କ ଭିଡ଼

ଭୋପାଳ,୧୨।୧୦: ମଧ୍ୟପ୍ରଦେଶର ଡିଣ୍ଡୋରୀ ଜିଲାରୁ ଏକ ବିରଳ ଘଟଣା ସାମ୍ନାକୁ ଆସିଛି। ଏଠାରେ ଏକ ମଇଁଷି ଆଠଟି ଗୋଡ଼ ଥିବା ଛୁଆକୁ ଜନ୍ମ ଦେଇଛି। ଏହି ଖବର…

ସମସ୍ୟା ଘେରରେ ଡୁମେରମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ: ଗେଟ ଆଗରେ ବସିଲେ ଛାତ୍ରୀଛାତ୍ର

ଲାଞ୍ଜିଗଡ଼, ୧୨।୧୦ (ରମେଶ ଚନ୍ଦ୍ର ନାୟକ): ବିଦ୍ୟାଳୟରେ ନାହିଁ ପିଇବା ପାଣିର ସୁବିଧା, ବିଜୁଳି ସଂଯୋଗ ଓ ସୁରକ୍ଷା ପାଚେରୀ। ଶୌଚାଳୟ ଓ ଜଳର ସୁବ୍ୟବସ୍ଥା ନଥିବାରୁ…

ଜଙ୍ଗଲକୁ କାଠ ପାଇଁ ଯାଉଥିଲେ ସୁଲୋଚନା, ନଦୀ ପାର୍‌ ହେବା ସମୟରେ ଘଟିଲା…

ମୋହନା.,୧୨।୧୦(ମନ୍ମଥ ମିଶ୍ର): ନଦୀ ପାର ହେବା ସମୟରେ ଭାସି ଯାଇ ମହିଳାଙ୍କ ମୃତ୍ୟୁ ଘଟିଛି l ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଗଜପତି ଜିଲା ରା…

ମାଣିକେଶ୍ୱରୀ ଛକ ନିକଟରୁ ମିଳିଲା ଅଜଣା ବୃଦ୍ଧାଙ୍କ ମୃତଦେହ: ବଢୁଛି ସନ୍ଦେହ

ଭବାନୀପାଟଣା,୧୨।୧୦(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଭବାନୀପାଟଣା ସହର ମାଣିକେଶ୍ୱରୀ ଛକ ଯାତ୍ରୀ ପ୍ରେକ୍ଷାଳୟରୁ ସୋମବାର ଅପରାହ୍ନରେ ଜଣେ ଅଜଣା ବୃଦ୍ଧାଙ୍କ ମୃତଦେହ ଉଦ୍ଧାର ହୋଇଛି। ଖବର ପାଇ…

ଥୁଆମୂଳ ରାମପୁରରେ ୧୭ ଦିନ ହେଲା ପାନୀୟ ଜଳ ସଙ୍କଟ: ‘ପାଣ୍ଠି ଅଭାବ’ ସଫେଇକୁ ନେଇ ଅସନ୍ତୋଷ

ଥୁଆମୂଳ ରାମପୁର, ୧୨।୧୦ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମାରେ ପାନୀୟ ଜଳ ସଙ୍କଟ ଗୁରୁତର ରୂପ ନେଇଛି। ‘ବସୁଧା’ ଯୋଜନାରେ ଜଳ…

୩୬ ଦିନ ଜେଲରୁ ରହିବା ପରେ ଦମ୍‌ଦାର ପ୍ରତ୍ୟାବର୍ତ୍ତନ କଲେ ଏହି ଖେଳାଳି, ପ୍ରଥମ ମ୍ୟାଚରେ ଶତକ ମାରି କାନ୍ଦି ପକାଇଲେ…

ନୂଆଦିଲ୍ଲୀ,୧୨।୧୦: ରଣଜୀ ଟ୍ରଫିର ନୂଆ ସିଜନ ଅକ୍ଟୋବର ୧୧ରୁ ଆରମ୍ଭ ହୋଇଛି। ବଙ୍ଗଳା ଓ ଦିଲ୍ଲୀ ମଧ୍ୟରେ ଖେଳାଯାଉଥିବା ମ୍ୟାଚରେ ବଙ୍ଗଳା ଦଳ ଦିଲ୍ଲୀ ଉପରେ ଚାପ…

୧୩ରୁ ୨୨ ଯାଏ ୧୦ ଟ୍ରେନ୍‌ ବାତିଲ, କେଉଁ କେଉଁ ଟ୍ରେନ୍‌ ହେଲା ବାତିଲ୍‌ ଜାଣନ୍ତୁ…

ଜୟପୁର,୧୨ା୧୦(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରସ୍ଥିତ ମାଳିଗୁଡ଼ା ଓ ଛତ୍ରୀପୁଟ ରେଳ ଷ୍ଟେଶନ ମଧ୍ୟରେ ଭୂସ୍ଖଳନ ଯୋଗୁ ଚାଲିଥିବା ପୁନରୁଦ୍ଧାର କାର୍ଯ୍ୟ ପାଇଁ ପୂର୍ବତଟ ରେଲଓ୍ବେ ରାୟଗଡ଼ା…

ଛାତ୍ର ସଂସଦ ନିର୍ବାଚନକୁ ନେଇ କଲେଜ ଚଳଚଞ୍ଚଳ: ସଭାପତି ପଦ ପାଇଁ ୪ ପ୍ରାର୍ଥୀ, ଏବିଭିପିର ପ୍ରଚାର ଜୋରଦାର

ପାଟଣା, ୧୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲ୍ଲା ସ୍ୱାମପାଟଣା ଆଞ୍ଚଳିକ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନକୁ ନେଇ ପ୍ରଚାର ଜୋରଦାର ହୋଇଛି। ଆସନ୍ତା ୧୫ ତାରିଖରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?