ଆଜି ରାଜ୍ୟରୁ ୪୮୨ ପଜିଟିଭ୍‌ ଚିହ୍ନଟ, ୧୩,୨୪,୦୬୯ରେ ପହଞ୍ଚିଲାଣି ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର,୧୮ା୮(ବ୍ୟୁରୋ): ରାଜ୍ୟରୁ ଗୁରୁବାର ୪୮୨ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩,୨୪,୦୬୯ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୨୮୩ ଜଣ ଚିହ୍ନଟ ହୋଇଥିବା ବେଳେ ୧୯୯ଜଣ ସ୍ଥାନୀୟ ସଂକ୍ରମିତ ଅଟନ୍ତି। ଏହି ଆକ୍ରାନ୍ତମାନଙ୍କ ମଧ୍ୟରେ ୧୦୮ ଜଣ ଶିଶୁ ବି ଅଛନ୍ତି।

ଆଜି ସୁନ୍ଦରଗଡ଼ରୁ ସର୍ବାଧିକ ୧୦୭ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୭୧ ଏବଂ ବୌଦ୍ଧରୁ ୩୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିପରି ଅନୁଗୋଳରୁ ୧, ବାଲେଶ୍ୱର ୯, ବରଗଡ଼ ୯, ଭଦ୍ରକ ୨, ବଲାଙ୍ଗୀର ୨୪, କଟକ ୧୬, ଦେବଗଡ଼ ୪, ଗଜପତି ୬, ଜଗତସିଂହପୁର ୨, ଯାଜପୁର ୧୦, ଝାରସୁଗୁଡ଼ା ୮, କଳାହାଣ୍ଡି ୧୬, କନ୍ଧମାଳ ୭, କେନ୍ଦ୍ରାପଡ଼ା ୬, କେନ୍ଦୁଝର ୧୦, କୋରାପୁଟ ୫, ମୟୂରଭଞ୍ଜ ୧୭, ନବରଙ୍ଗପୁର ୨୭, ନୟାଗଡ଼ ୧୧, ନୂଆପଡ଼ା ୧୭, ପୁରୀ ୫, ରାୟଗଡ଼ାରୁ ୫, ସମ୍ବଲପୁରରୁ ୨୬ ଏବଂ ସୋନପୁରର ୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଷ୍ଟେଟ୍‌ ପୁଲ୍‌ ସଂଖ୍ୟା ରହିଛି ୧୭।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୩,୨୪,୦୬୯ରେ ପହଞ୍ଚିଥିବା ବେଳେ ୧୩,୧୧,୯୪୭ ଜଣ ସୁସ୍ଥ ହୋଇଛନ୍ତି। ୨୯୦୯ ଜଣ ଚିକିିତ୍ସିତ ହେଉଛନ୍ତି।