୧ଟା ସୁଦ୍ଧା ୪୮% ମତଦାନ

ଝାରସୁଗୁଡ଼ା ଅଫିସ, ୩୧।୫: ବ୍ରଜରାଜନଗର ଉପନିର୍ବାଚନ ପାଇଁ ମତଦାନ ଚାଲିଛି । ଦିନ ୧ଟା ସୁଦ୍ଧା ୪୮ ପ୍ରତିଶତ ମତଦାନ ହୋଇଥିବା ଜଣାପଡ଼ିଛି । ସେହିପରି ଦିନ ୯ଟା ସୁଦ୍ଧା ୧୧ ପ୍ରତିଶତ ଏବଂ ଦିନ ୧୧ଟା ସୁଦ୍ଧା ୨୩ ପ୍ରତିଶତ ମତଦାନ ହୋଇଥିଲା । ସକାଳ ୭ଟାରୁ ସଂଧ୍ୟା ୬ଟା ଯାଏ ଭୋଟ ଗ୍ରହଣ ଚାଲିବ । ୧୧ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଭୋଟ ଗ୍ରହଣ ପାଇଁ ୨୭୯ ବୁଥ୍‌ ହୋଇଛି। ଏଥର ୬୦ଟି ବୁଥ୍‌ ସମ୍ବେଦନଶୀଳ ବୁଥ୍‌ ଭାବେ ଚିହ୍ନଟ କରାଯାଇଛି।