Posted inଜାତୀୟ

ଗାଈ ପେଟରୁ ବାହାରିଲା ୪୮ କିଲୋ ପ୍ଲାଷ୍ଟିକ୍‌

କୋଟା,୨୪।୩: ରାଜସ୍ଥାନର କୋଟା ସହରରେ ଏକ ହୃଦୟ ବିଦାରକ ମାମଲା ସାମ୍ନାକୁ ଆସିଛି। କୋଟା ଡିଭିଜନ ମୁଖ୍ୟାଳୟରେ ଅବସ୍ଥିତ ବହୁମୁଖୀ ପ୍ରାଣୀ ଚିକିତ୍ସାଳୟର ବରିଷ୍ଠ ପ୍ରାଣୀ ଚିକିତ୍ସକ ଅଖିଳେଶ ପାଣ୍ଡେଙ୍କ ଦ୍ୱାରା ଏକ ଗାଈର ପେଟ ଅପରେଶନ କରାଯାଇଛି। ଦୀର୍ଘ ୪ ଘଣ୍ଟା ଅପରେଶନ ପରେ ଗାଈ ପେଟରୁ ୪୮ କିଲୋ ପ୍ଲାଷ୍ଟିକ ବାହାରିଥିଲା। ଅଖିଳେଶ ପାଣ୍ଡେ କହିଛନ୍ତି ଯେ, ଗାଈର ପେଟରୁ ଅପରେଶନ ସମୟରେ ୪୮ କିଲୋଗ୍ରାମ ପ୍ଲାଷ୍ଟିକ ବ୍ୟାଗ ପଲିଥିନ ବାହାରିଛି। ଆହୁରି ମଧ୍ୟ ୮ଟି ଲୁହା ବସ୍ତୁ, ଦଉଡି, ବେଲୁନ, ରବର ବାହାରିଛି। ସାଧାରଣତଃ ଲୋକେ ଅସାବଧାନତାରେ କଠିନ ବର୍ଜ୍ୟବସ୍ତୁକୁ ପଲିଥିନରେ ବନ୍ଦ କରି ରାସ୍ତାରେ ପକାଇ ଥା’ନ୍ତି। ତାକୁ ଗାଈମାନେ ଖାଆନ୍ତି ଏବଂ ଏହା ସେମାନଙ୍କ ପେଟରେ ଗଚ୍ଛିତ ହୁଏ। ଅପରେଶନ ପରେ ଗାଈ ପେଟରେ ୧୪ଟି ସିଲେଇ ପଡିଛି। ଗାଈକୁ ଅପରେଶନ କରିଥିବା ଡାକ୍ତର ଲୋକଙ୍କୁ ନିବେଦନ କରିଛନ୍ତି ଯେ, ପ୍ଲାଷ୍ଟିକ ପଲିଥିନରେ ଅଳିଆ ଆବର୍ଜନା ପକାନ୍ତୁ ନାହିଁ, କାରଣ ଗୋରୁମାନେ ପଲିଥିନ ବ୍ୟାଗକୁ ସିଧାସଳଖ ଖାଆନ୍ତି ଏବଂ ଏଗୁଡିକ ପେଟରେ ବଣ୍ଡଲ ଆକାରରେ ଗଚ୍ଛିତ ହୁଏ। ଫଳରେ ଏହା ଗାଈଙ୍କ ମୃତ୍ୟୁର କାରଣ ହୁଏ।

 

 


Enter your email to get our daily news in your inbox.

All Right Reserved By Dharitri.Com

ଖଣି, ଶିଳ୍ପାଞ୍ଚଳର ଗ୍ରାମାଞ୍ଚଳ ପାଠାଗାର ଚିନ୍ତା

ଯାଜପୁର,୨ା୪(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲାରେ କଲେଜ, ହାଇସ୍କୁଲ ଓ ସାଧାରଣ ପାଠାଗାର ପ୍ରାୟ ୪୦୦ ଭଳି ରହିଛି। କେତେକ ପାଠାଗାରରେ ୫୦ରୁ ୬୦ ବର୍ଷ ପୁରୁଣା ମୂଲ୍ୟବାନ…

ଚୋରାରେ ଚାଲିଛି ଗ୍ୟାସ୍‌ କାରବାର, ୯୦ ଘରୋଇ ସିଲିଣ୍ଡର ଜବତ

ମୋହନା,୨ା୪(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଅଞ୍ଚଳରୁ ଗୋଟିଏ ଗାଁରୁ ୯୦ଟି ଘରୋଇ ସିଲିଣ୍ଡର ଜବତ ହୋଇଛି। ଇରାନ ଓ ଆମେରିକା ଯୁଦ୍ଧ ଲାଗିବା ପରଠାରୁ…

ଓରାକଲ୍‌ରୁ ଆମାଜନ୍‌ ଯାଏ ଛଟେଇ: ନିଯୁକ୍ତି ହରାଇଲେଣି ୧୨୦୦୦ ଭାରତୀୟ

ନୂଆଦିଲ୍ଲୀ , ୨ା୪:ଆଇଟି କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀ ଏବଂ ପେସାଦାରଙ୍କ ପାଇଁ ଏବେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସବୁଠୁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ବର୍ତ୍ତମାନ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଇରାନ ଉପରେ ବଡ଼ ଆକ୍ରମଣ କରିବ ଆମେରିକା: ସମୟ କହିଦେଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁରୁବାର ଜାତି ଉଦ୍ଦେଶ୍ୟରେ ଏକ ଭାଷଣ ଦେଇଛନ୍ତି। ଟ୍ରମ୍ପ ସ୍ପଷ୍ଟ ଭାବରେ କହିଛନ୍ତି,ଯୁଦ୍ଧ ଏପର୍ଯ୍ୟନ୍ତ…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri