ଆଜି ରାଜ୍ୟରୁ ୪୭୭ କରୋନା ଆକ୍ରାନ୍ତ ଚିହ୍ନଟ, ଏମାନଙ୍କ ମଧ୍ୟରେ ଅଛନ୍ତି ୭୪ ଶିଶୁ

ଭୁବନେଶ୍ୱର,୧।୧୦(ବ୍ୟୁରୋ):  ଶୁକ୍ରବାର ରାଜ୍ୟରୁ ୨୮୦୩ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ  ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦,୨୬,୯୫୩ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୨୭୮ ଜଣ ଚିହ୍ନଟ ହୋଇଥିବା ବେଳେ ୧୯୯ ଜଣ ସ୍ଥାନୀୟ ସଂକ୍ରମିତ ଅଟନ୍ତି।

ଆଜି ଖୋର୍ଦ୍ଧାରୁ ସର୍ବାଧିକ ୨୦୦ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୬୨ ଏବଂ ବାଲେଶ୍ୱରରୁ ୨୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିପରି ଅନୁଗୋଳରୁ ୫, ଭଦ୍ରକ ୭, ବଲାଙ୍ଗୀର ୧, ଦେବଗଡ଼ ୧, ଢେଙ୍କାନାଳ ୮, ଗଞ୍ଜାମ ୨, ଜଗତସିଂହପୁର ୨୩, ଯାଜପୁର ୧୬, ଝାରସୁଗୁଡ଼ା ୨, କଳାହାଣ୍ଡି ୭, କେନ୍ଦ୍ରାପଡ଼ା ୪, କେନ୍ଦୁଝର ୫, କୋରାପୁଟ ୪, ମୟୂରଭଞ୍ଜ ୨୩, ନୟାଗଡ଼ ୨, ପୁରୀ ୧୬, ସମ୍ବଲପୁର ୧୧, ସୋନପୁରରୁ ୨ ଏବଂ ସୁନ୍ଦରଗଡ଼ରୁ ୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଷ୍ଟେଟ୍‌ ପୁଲ୍‌ ସଂଖ୍ୟା ରହିଛି ୪୫।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୦,୨୬,୯୫୩ରେ ପହଞ୍ଚିଥିବା ବେଳେ ୧୦,୧୩,୧୪୨ଜଣ ସୁସ୍ଥ ହୋଇଛନ୍ତି। ୫୫୫୬ ଜଣ ଚିକିିତ୍ସିତ ହେଉଛନ୍ତି।