୧୧ ଜିଲାରେ ସ୍ବଳ୍ପ ବୃଷ୍ଟିପାତ

ଭୁବନେଶ୍ୱର, ୨୪ା୭(ବ୍ୟୁରୋ): ଚଳିତବର୍ଷ ରାଜ୍ୟରେ ସ୍ବାଭାବିକଠାରୁ କମ୍‌ ବର୍ଷା ହୋଇଛି। ସାରା ଦେଶରେ ୧୫ ସ୍ଥାନରେ ସ୍ବାଭାବିକ ବର୍ଷା ହୋଇଥିବାବେଳେ ୨୧ ସ୍ଥାନରେ ବର୍ଷାର ପରିମାଣ କମ୍‌ ରହିଛି। ଓଡ଼ିଶାରେ ବର୍ତ୍ତମାନ ସୁଦ୍ଧା ୩୧ ପ୍ରତିଶତ କମ୍‌ ବର୍ଷା ହୋଇଛି। ସୁନ୍ଦରଗଡ଼, ମୟୂରଭଞ୍ଜ, ଗଜପତି, ଅନୁଗୋଳ, ଦେବଗଡ଼, କନ୍ଧମାଳ, ବୌଦ୍ଧ, ରାୟଗଡ଼ା, କେନ୍ଦୁଝର, ବଲାଙ୍ଗୀର, ବାଲେଶ୍ୱର ଆଦି ୧୧ ଜିଲାରେ ସ୍ବଳ୍ପ ବୃଷ୍ଟିପାତ ଯୋଗୁ ଅଧିକାଂଶ ବ୍ଲକ୍‌ରେ ଧାନ ତଥା ଅଣଧାନ ଫସଲ ଗୁରୁତର ପ୍ରଭାବିତ ହେବା ସମ୍ଭାବନା ରହିଛି। ଆଉ କିଛିଦିନ ମଧ୍ୟରେ ଯଦି ଭଲ ବର୍ଷା ନ ହୁଏ ତେବେ ରାଜ୍ୟରେ ମରୁଡ଼ି ହୋଇଯିବ ବୋଲି ପାଣିପାଗ ବିଶେଷଜ୍ଞମାନେ ଆକଳନ କରୁଛନ୍ତି।
ଅନ୍ୟପକ୍ଷରେ ୨୪ ତାରିଖ ବୁଧବାର ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା ରହିଛି। ଏହା ଲଘୁଚାପରେ ପରିଣତ ହେଲେ ୨୫, ୨୬ ଓ ୨୭ ତାରିଖରେ ପ୍ରବଳ ବର୍ଷା ହେବ। ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ସୂଚାନୁସାରେ, ୨୫ ତାରିଖରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ରହିଛି। ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ଯାଜପୁର, ସୁନ୍ଦରଗଡ଼, ଦେବଗଡ଼, ନବରଙ୍ଗପୁର, କଳାହାଣ୍ଡି ଓ ବାଲେଶ୍ୱର ଜିଲାରେ ପ୍ରବଳ ବର୍ଷା ହେବ। ତେବେ ୨୬ ତାରିଖରେ ଦେବଗଡ଼, ସମ୍ବଲପୁର, କଟକ, ଅନୁଗୋଳ, ଢେଙ୍କାନାଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାକୁ ଥିବାବେଳେ କେରାପୁଟ, କଳାହାଣ୍ଡି, କନ୍ଧମାଳ, ସୋନପୁର, ଝାରସୁଗୁଡ଼ା, ବରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ଭଦ୍ରକ, ଜଗତସିଂହୁପର, ଖୋର୍ଦ୍ଧା, ପୁରୀ ଓ ସୁନ୍ଦରଗଡ଼ରେ ପ୍ରବଳ ବର୍ଷା ହେବ। ସେହିପରି ୨୭ ତାରିଖରେ ସମ୍ବଲପୁର, ବରଗଡ଼, ବୌଦ୍ଧ, କଳାହାଣ୍ଡି ଓ ନବରଙ୍ଗପୁରରେ ମଧ୍ୟ ପ୍ରବଳରୁ ଅତି ପ୍ରବଳ ବର୍ଷା ଏବଂ ପୁରୀ, ଗଞ୍ଜାମ, ନୂଆପଡ଼ା, ବଲାଙ୍ଗୀର, କୋରାପୁଟ ଓ କନ୍ଧମାଳରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ଆଶଙ୍କା କରିଛି। ସେପଟେ ମଙ୍ଗଳବାର ସନ୍ଧ୍ୟା ୫ଟା ସୁଦ୍ଧା କେନ୍ଦୁଝରରେ କେନ୍ଦୁଝରଗଡ଼ରେ ସର୍ବାଧିକ ୩୨ ମିଲିମିଟର ବର୍ଷା ହୋଇଥିବାବେଳେ କୋରାପୁଟରେ ୨୪ମିମି, ବାରିପଦାରେ ୧ମିମି ବର୍ଷା ରେକର୍ଡ କରାଯାଇଛି।
ଫସଲ ସୁପରିଚାଳନା ପାଇଁ ଓୟୁଏଟିର ପରାମର୍ଶ
ରାଜ୍ୟରେ ସ୍ବଳ୍ପ ବୃଷ୍ଟି ଯୋଗୁ ମରୁଡ଼ି ଆଶଙ୍କା। ସେପଟେ ଲଘୁଚାପ ହେଲେ ବର୍ଷା ସମ୍ଭାବନା। ଏପରିସ୍ଥିତିରେ ଚାଷୀମାନେ କିପରି ଫସଲର ସୁପରିଚାଳନା କରିବେ ସେଥିପାଇଁ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ(ଓୟୁଏଟି) ପକ୍ଷରୁ କୃଷି ପରାମର୍ଶ ଦିଆଯାଇଛି। ଯେଉଁଠି ଧାନ ବୁଣାବୁଣି ସରିଯାଇଛି, ସେଠି ପାଣିପାଗ ବିଭାଗର ବର୍ଷାର ପୂର୍ବାନୁମାନ ଅନୁଯାୟୀ ଧାନ ଫସଲକୁ ନଷ୍ଟ ନ କରି ଅପେକ୍ଷା କରିବାକୁ କୁହାଯାଇଛି। ଯେଉଁ ଜମିରେ ରୁଆ ସରିଯାଇଛି, ସେଠି ଧାନ ଫସଲକୁ ବଞ୍ଚାଇବା ପାଇଁ ଫସଲ ରକ୍ଷାକାରୀ ଜଳସେଚନ କରିବାକୁ ପରାମର୍ଶ ଦିଆଯାଇଛି। ଏହି ସମୟରେ ତଳିଘରାରେ ମହିଷା, ମୂଳଶଢ଼ା ଓ ବୀଜାଣୁଜନିତ ପତ୍ରପୋଡ଼ା ରୋଗ ଲାଗିବାର ଆଶଙ୍କା ରହିଥିବାରୁ ନିରାକରଣ ବ୍ୟବସ୍ଥା ପାଇଁ ଚାଷୀମାନେ ପଦକ୍ଷେପ ନେବା ଉଚିତ। ବର୍ଷା ଜଳ ପାଇବା ପରେ ପ୍ରଥମେ ମଝିଆଳି ଜମିରେ ଓ ପରେ ଖାଲୁଆ ଜମିରେ ରୁଆ କାର୍ଯ୍ୟ ସାରିବାକୁ କୁହାଯାଇଛି। ସେହିପରି ଯେଉଁ ଢିପ ଜମିରେ ଧାନ ଫସଲ ହେବାର ଆଉ ସମ୍ଭାବନା ନାହିଁ ସେଠାରେ ଅଣଧାନ ଯେପରିକି ମକା, ମାଣ୍ଡିଆ, ମୁଗ, ବିରି, ବରଗୁଡ଼ି, ରାଶି, କନ୍ଦମୂଳ ଇତ୍ୟାଦି ଚାଷ କରିବାକୁ ପରାମର୍ଶ ଦିଆଯାଇଛି। ଆବଶ୍ୟକ ପଡ଼ୁଥିବା ମୁଗ, ବିରି ବିହନ ପାଇଁ ଚାଷୀମାନେ ବିହନ ନିଗମ ସହିତ ଯୋଗାଯୋଗ କରନ୍ତୁ। ସଅଳ ଅମଳ ପାଇଁ ଫୁଲକୋବି, ବନ୍ଧାକୋବି, ବିଲାତିବାଇଗଣ, ଲଙ୍କା, ବାଇଗଣ ଓ ଖରିଫ୍‌ ପିଆଜ ପଲିଥିନ୍‌ ମଞ୍ଚା ତଳେ ଉଚ୍ଚ ତଳିଘରା କରି ତଳି ପକାଇବାକୁ ଓୟୁଏଟି ପକ୍ଷରୁ କୃଷକମାନଙ୍କୁ ପରାମର୍ଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଇତିହାସ ରଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୨୮ ଡିସେମ୍ବରରେ…

ନୂଆଦିଲ୍ଲୀ, ୨୭।୨୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୮ ଡିସେମ୍ବରରେ ଭାରତୀୟ ନୌସେନାର ଏକ ପନଡୁବ୍ବୀରେ ସମୁଦ୍ର ଯାତ୍ରା କରିବେ। ଏହି ଯାତ୍ରା କର୍ନାଟକର କାରବାର...

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ପାରମ୍ପରିକ ‘ଟୋକି ପର୍ବ’ ପାଇଁ  ଚଳଚଞ୍ଚଳ କଳାହାଣ୍ଡି:  ସଜାଗ ଅଛନ୍ତି ପର୍ବ ପାଳନ କମିଟି, ଜାନୀ-ଦିଶାରୀଙ୍କ ନେତୃତ୍ୱରେ…

ଥୁଆମୂଳ ରାମପୁର, ୨୮ା୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ଆଦିବାସୀ ଅଞ୍ଚଳରେ ଆସନ୍ତାକାଲି ଅର୍ଥାତ ରବିବାର କନ୍ଧ ସମ୍ପ୍ରଦାୟର ଗଣପର୍ବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri