ବଢ଼ିଚାଲିଛି ସଂକ୍ରମଣ: ଆଜି ରାଜ୍ୟରୁ ୪୭୦ ପଜିଟିଭ୍‌ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୮ା୭(ବ୍ୟୁରୋ): ରାଜ୍ୟରୁ ଶୁକ୍ରବାର ୪୭୦ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨,୯୨,୪୧୬ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୨୭୬ ଜଣ ଚିହ୍ନଟ ହୋଇଥିବା ବେଳେ ୧୯୪ ଜଣ ସ୍ଥାନୀୟ ସଂକ୍ରମିତ ଅଟନ୍ତି। ଏହି ଆକ୍ରାନ୍ତମାନଙ୍କ ମଧ୍ୟରେ ୪୯ ଜଣ ଶିଶୁ ବି ଅଛନ୍ତି।

ଆଜି ଖୋର୍ଦ୍ଧାରୁ ସର୍ବାଧିକ ୨୨୧ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୯୪ ଏବଂ ସୁନ୍ଦରଗଡ଼ରୁ ୨୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିପରି ବାଲେଶ୍ୱରରୁ ୯, ଭଦ୍ରକ ୧, ଗଜପତି ୧, ଗଞ୍ଜାମ ୪, ଜଗତସିଂହପୁର ୭, ଯାଜପୁର ୪, ଝାରସୁଗୁଡ଼ା ୧, କେନ୍ଦ୍ରାପଡ଼ା ୨, କେନ୍ଦୁଝର ୩, ମୟୂରଭଞ୍ଜ ୭, ନୟାଗଡ଼ ୪, ନୂଆପଡ଼ା ୫, ପୁରୀ ୧୭, ରାୟଗଡ଼ା ୧, ସମ୍ବଲପୁରରୁ ୯ ଏବଂ ସୋନପୁରରୁ ୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଷ୍ଟେଟ୍‌ ପୁଲ୍‌ ସଂଖ୍ୟା ରହିଛି ୫୨।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୨,୯୨,୪୧୬ରେ ପହଞ୍ଚିଥିବା ବେଳେ ୧୨,୮୦,୭୫୦ ଜଣ ସୁସ୍ଥ ହୋଇଛନ୍ତି। ୨୪୮୭ ଜଣ ଚିକିିତ୍ସିତ ହେଉଛନ୍ତି।