Posted inଖେଳ

୫ ଫ୍ରାଞ୍ଚାଇଜିରୁ ଆୟ ୪,୬୬୯ କୋଟି

ମୁମ୍ବାଇ,୨୬ା୧(ପି.ଟି.): ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପକ୍ଷରୁ ବୁଧବାର ଓମେନ୍ସ ପ୍ରିମିୟର ଲିଗ୍‌ (ଡବ୍ଲ୍ୟୁପିଏଲ୍‌) ପାଇଁ ନିଲାମୀ କରାଯାଇଛି। ୫ଟି ମହିଳା ଦଳର ନିଲାମୀ କରାଯାଇଥିବା ବେଳେ ବିସିସିଆଇ ଏଥିରୁ ୪୬୬୯.୯୯ କୋଟି ଟଙ୍କା ଆୟ କରିଛି। ଆଦାନୀ ସ୍ପୋଟର୍‌ସ ଲାଇନ୍‌ ସେଲିଙ୍ଗ ୧୨୮୯ କୋଟି ଟଙ୍କାର ବିଡିଂ ସହିତ ହାଇଏଷ୍ଟ ବିଡର ରହିଛି। ସେହିପରି ଆଇପିଏଲର ୩ ଫ୍ରାଞ୍ଚାଇଜି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ, ମୁମ୍ବାଇ ଇଣ୍ଡିଆନ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟ ୩ଟି ଦଳ କିଣିବାରେ ସଫଳ ହୋଇଛନ୍ତି। ମୁମ୍ବାଇ ଇଣ୍ଡିଆନ୍ସ ୯୧୨.୯୯ କୋଟି ଟଙ୍କାର ବିଡିଂ ଦାଖଲ କରିଥିବା ବେଳେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୯୦୧ କୋଟି ଏବଂ କ୍ୟାପିଟାଲ୍ସ ୮୧୦ କୋଟି ଟଙ୍କାର ବିଡ୍‌ ଦାଖଲ କରିଛି। ପଞ୍ଚମ ଫ୍ରାଞ୍ଚାଇଜି ଭାବରେ କାପ୍ରି ଗ୍ଲୋବାଲ ହୋଲ୍ଡିଙ୍ଗ୍ସ ୭୫୭ କୋଟି ଟଙ୍କାରେ ଲକ୍ଷ୍ନୌ ଫ୍ରାଞ୍ଚାଇଜିକୁ କିଣିଛି। ବିସିସିଆଇ ସମ୍ପାଦକ ଜୟ ଶାହା ୫ଟି ଯାକ ଫ୍ରାଞ୍ଚାଇଜିର ନାମ ଘୋଷଣା କରିଛନ୍ତି। ଓମେନ୍ସ ପ୍ରିମିୟର ଲିଗ୍‌ର ପ୍ରଥମ ସଂସ୍କରଣରେ ରେକର୍ଡ ଆୟ ହୋଇଛି। ୨୦୦୮ରେ ଆଇପିଏଲର ପ୍ରଥମ ସଂସ୍କରଣ ଅପେକ୍ଷା ଏହା ଅଧିକ ଅର୍ଥ ଆୟ କରିଥିବା ନେଇ ଜୟ ଶାହା ସୂଚନା ଦେଇଛନ୍ତି। ଉକ୍ତ ସଂସ୍କରଣ ଆଇପିଏଲରେ ବିସିସିଆଇ ୭୨୩ ମିଲିୟନ୍‌ ଡଲାର ଆୟ କରିଥିଲା। ପୂର୍ବରୁ ଏହାକୁ ମହିଳା ଆଇପିଏଲ କୁହାଯାଉଥିବା ବେଳେ ବୁଧବାର ଶାହା ଏହାକୁ ଓମେନ୍ସ ପ୍ରିମିୟର ଲିଗ୍‌ ବୋଲି ନାମିତ କରିଛନ୍ତି। ଟି୨୦ର ଏହି ନୂତନ ଫର୍ମାଟ ମହିଳା କ୍ରିକେଟରେ ବିପ୍ଲବ ଆଣିବ ବୋଲି ଶାହା କହିଛନ୍ତି। ଆସନ୍ତା ମାର୍ଚ୍ଚ ମାସରେ ଓମେନ୍ସ ପ୍ରିମିୟର ଲିଗ୍‌ ପାଇଁ ଖେଳାଳିଙ୍କ ନିଲାମୀ ଆରମ୍ଭ ହେବ ବୋଲି ଶାହା ସୂଚନା ଦେଇଛନ୍ତି। ପ୍ରତି ଟିମ୍‌ର ପର୍ସରେ ୧୨ କୋଟି ଟଙ୍କା ରହିବ। ୫ଟି ଯାକ ଫ୍ରାଞ୍ଚାଇଜି ସର୍ବନିମ୍ନ ୧୫ ଓ ସର୍ବାଧିକ ୧୮ ଖେଳାଳିଙ୍କୁ ଦଳରେ ସାମିଲ ହୋଇପାରିବେ। ୫ ଜଣ ବିଦେଶୀ ଖେଳାଳିଙ୍କୁ ଦଳରେ ସାମିଲ କରାଯିବ ଏବଂ ଏହା ମଧ୍ୟରୁ ଜଣେ ସହଯୋଗୀ ରାଷ୍ଟ୍ରର ଖେଳାଳି ରହିବେ। ସୋମବାର ବିସିସିଆଇ ପକ୍ଷରୁ ୧୭ଟି ଟେକ୍ନିକାଲ ବିଡକୁ ମଞ୍ଜୁରୀ ପ୍ରଦାନ କରାଯାଇଥିଲା। ସମୁଦାୟ ୭ଟି ଆଇପିଏଲ ଫ୍ରାଞ୍ଚାଇଜି ଟିମ୍‌ କ୍ରୟ ପାଇଁ ପ୍ରୟାସ କରିଥିଲେ। ପଞ୍ଜାବ କିଙ୍ଗ୍ସ, କୋଲକାତା ନାଇଟ ରାଇଡର୍ସ, ରାଜସ୍ଥାନ ରୟାଲ୍ସ ଓ ସନରାଇଜର୍ସ ହାଇଦ୍ରାବାଦ ଫ୍ରାଞ୍ଚାଇଜି ଏହି ଦୌଡରେ ପଛରେ ପଡି ଯାଇଥିଲେ। ଏପରିକି ହଲଦୀରାମ୍‌ ମଧ୍ୟ ଏହି ଦୌଡରେ ପଛରେ ପଡି ଯାଇଥିଲା। ପ୍ରଥମ ସଂସ୍କରଣରେ ସମୁଦାୟ ୨୨ଟି ମ୍ୟାଚ ଖେଳାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଶୀତ ମହୋତ୍ସବରେ ଯୋଗଦେବେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର: ଭାଜପା କର୍ମକର୍ତ୍ତଙ୍କୁ ଭେଟି …

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ ): ଦାରିଙ୍ଗବାଡିରେ ଆସନ୍ତା ଜାନୁଆରୀ ୮ରୁ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଗତ ୨୦୧୫ରୁ ପ୍ରଥମଥର ପାଇଁ ତାଜ୍ୟ ସ୍ତରୀୟ...

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

ପୁରୀ, ଭୁବନେଶ୍ୱରରେ ରେଳ ଚଳାଚଳ ଦୁଇଗୁଣା ବଢ଼ିବ

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ଆସନ୍ତା ୫ ବର୍ଷରେ ଅର୍ଥାତ୍‌ ୨୦୩୦ ସୁଦ୍ଧା ଭୁବନେଶ୍ୱର, ପୁରୀ ଏବଂ ବିଶାଖାପାଟଣାରେ ରେଳ ଚଳାଚଳ କ୍ଷମତା ଦ୍ୱିଗୁଣା କରାଯିବ। ଏଥିପାଇଁ ପ୍ରମୁଖ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri