Posted inଖେଳ

୫ ଫ୍ରାଞ୍ଚାଇଜିରୁ ଆୟ ୪,୬୬୯ କୋଟି

ମୁମ୍ବାଇ,୨୬ା୧(ପି.ଟି.): ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପକ୍ଷରୁ ବୁଧବାର ଓମେନ୍ସ ପ୍ରିମିୟର ଲିଗ୍‌ (ଡବ୍ଲ୍ୟୁପିଏଲ୍‌) ପାଇଁ ନିଲାମୀ କରାଯାଇଛି। ୫ଟି ମହିଳା ଦଳର ନିଲାମୀ କରାଯାଇଥିବା ବେଳେ ବିସିସିଆଇ ଏଥିରୁ ୪୬୬୯.୯୯ କୋଟି ଟଙ୍କା ଆୟ କରିଛି। ଆଦାନୀ ସ୍ପୋଟର୍‌ସ ଲାଇନ୍‌ ସେଲିଙ୍ଗ ୧୨୮୯ କୋଟି ଟଙ୍କାର ବିଡିଂ ସହିତ ହାଇଏଷ୍ଟ ବିଡର ରହିଛି। ସେହିପରି ଆଇପିଏଲର ୩ ଫ୍ରାଞ୍ଚାଇଜି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ, ମୁମ୍ବାଇ ଇଣ୍ଡିଆନ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟ ୩ଟି ଦଳ କିଣିବାରେ ସଫଳ ହୋଇଛନ୍ତି। ମୁମ୍ବାଇ ଇଣ୍ଡିଆନ୍ସ ୯୧୨.୯୯ କୋଟି ଟଙ୍କାର ବିଡିଂ ଦାଖଲ କରିଥିବା ବେଳେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୯୦୧ କୋଟି ଏବଂ କ୍ୟାପିଟାଲ୍ସ ୮୧୦ କୋଟି ଟଙ୍କାର ବିଡ୍‌ ଦାଖଲ କରିଛି। ପଞ୍ଚମ ଫ୍ରାଞ୍ଚାଇଜି ଭାବରେ କାପ୍ରି ଗ୍ଲୋବାଲ ହୋଲ୍ଡିଙ୍ଗ୍ସ ୭୫୭ କୋଟି ଟଙ୍କାରେ ଲକ୍ଷ୍ନୌ ଫ୍ରାଞ୍ଚାଇଜିକୁ କିଣିଛି। ବିସିସିଆଇ ସମ୍ପାଦକ ଜୟ ଶାହା ୫ଟି ଯାକ ଫ୍ରାଞ୍ଚାଇଜିର ନାମ ଘୋଷଣା କରିଛନ୍ତି। ଓମେନ୍ସ ପ୍ରିମିୟର ଲିଗ୍‌ର ପ୍ରଥମ ସଂସ୍କରଣରେ ରେକର୍ଡ ଆୟ ହୋଇଛି। ୨୦୦୮ରେ ଆଇପିଏଲର ପ୍ରଥମ ସଂସ୍କରଣ ଅପେକ୍ଷା ଏହା ଅଧିକ ଅର୍ଥ ଆୟ କରିଥିବା ନେଇ ଜୟ ଶାହା ସୂଚନା ଦେଇଛନ୍ତି। ଉକ୍ତ ସଂସ୍କରଣ ଆଇପିଏଲରେ ବିସିସିଆଇ ୭୨୩ ମିଲିୟନ୍‌ ଡଲାର ଆୟ କରିଥିଲା। ପୂର୍ବରୁ ଏହାକୁ ମହିଳା ଆଇପିଏଲ କୁହାଯାଉଥିବା ବେଳେ ବୁଧବାର ଶାହା ଏହାକୁ ଓମେନ୍ସ ପ୍ରିମିୟର ଲିଗ୍‌ ବୋଲି ନାମିତ କରିଛନ୍ତି। ଟି୨୦ର ଏହି ନୂତନ ଫର୍ମାଟ ମହିଳା କ୍ରିକେଟରେ ବିପ୍ଲବ ଆଣିବ ବୋଲି ଶାହା କହିଛନ୍ତି। ଆସନ୍ତା ମାର୍ଚ୍ଚ ମାସରେ ଓମେନ୍ସ ପ୍ରିମିୟର ଲିଗ୍‌ ପାଇଁ ଖେଳାଳିଙ୍କ ନିଲାମୀ ଆରମ୍ଭ ହେବ ବୋଲି ଶାହା ସୂଚନା ଦେଇଛନ୍ତି। ପ୍ରତି ଟିମ୍‌ର ପର୍ସରେ ୧୨ କୋଟି ଟଙ୍କା ରହିବ। ୫ଟି ଯାକ ଫ୍ରାଞ୍ଚାଇଜି ସର୍ବନିମ୍ନ ୧୫ ଓ ସର୍ବାଧିକ ୧୮ ଖେଳାଳିଙ୍କୁ ଦଳରେ ସାମିଲ ହୋଇପାରିବେ। ୫ ଜଣ ବିଦେଶୀ ଖେଳାଳିଙ୍କୁ ଦଳରେ ସାମିଲ କରାଯିବ ଏବଂ ଏହା ମଧ୍ୟରୁ ଜଣେ ସହଯୋଗୀ ରାଷ୍ଟ୍ରର ଖେଳାଳି ରହିବେ। ସୋମବାର ବିସିସିଆଇ ପକ୍ଷରୁ ୧୭ଟି ଟେକ୍ନିକାଲ ବିଡକୁ ମଞ୍ଜୁରୀ ପ୍ରଦାନ କରାଯାଇଥିଲା। ସମୁଦାୟ ୭ଟି ଆଇପିଏଲ ଫ୍ରାଞ୍ଚାଇଜି ଟିମ୍‌ କ୍ରୟ ପାଇଁ ପ୍ରୟାସ କରିଥିଲେ। ପଞ୍ଜାବ କିଙ୍ଗ୍ସ, କୋଲକାତା ନାଇଟ ରାଇଡର୍ସ, ରାଜସ୍ଥାନ ରୟାଲ୍ସ ଓ ସନରାଇଜର୍ସ ହାଇଦ୍ରାବାଦ ଫ୍ରାଞ୍ଚାଇଜି ଏହି ଦୌଡରେ ପଛରେ ପଡି ଯାଇଥିଲେ। ଏପରିକି ହଲଦୀରାମ୍‌ ମଧ୍ୟ ଏହି ଦୌଡରେ ପଛରେ ପଡି ଯାଇଥିଲା। ପ୍ରଥମ ସଂସ୍କରଣରେ ସମୁଦାୟ ୨୨ଟି ମ୍ୟାଚ ଖେଳାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ସପ୍ତାହରେ ବ୍ୟାଙ୍କ୍‌ରେ ୫ଦିନ ଓ଼୍ବାର୍କିଂ ଡେ? ଅର୍ଥ ମନ୍ତ୍ରଣାଳୟରୁ ଆସିଲା ବଡ଼ ଖବର

ନୂଆଦିଲ୍ଲୀ,୨୫।୯: ସପ୍ତାହକୁ ୫ ଦିନ କାର୍ଯ୍ୟଦିବସ (5-Day Work Week) ସମେତ ଅନ୍ୟ କିଛି ଦାବିକୁ ନେଇ ବ୍ୟାଙ୍କ ୟୁନିଅନଗୁଡ଼ିକ ସେପ୍ଟେମ୍ୱର ୨୮ ରୁ ତିନି ଦିନିଆ…

ବିପଦ ସଙ୍କେତ ଟପିଲା ବୈତରଣୀ, ସାଳନ୍ଦୀ ନଦୀ: ଭଦ୍ରକରେ ପୁଣି ବନ୍ୟା

ଭଦ୍ରକ,୨୫।୯(ସନାତନ ରାଉତ): ଭଦ୍ରକ ଜିଲାକୁ ବନ୍ୟାରେ ବୁଡାଉ ଥିବା ୨ ପ୍ରମୁଖ ନଦୀରେ ଶୁକ୍ରବାର ପୁଣି ବନ୍ୟା ଆସିଛି l ବୁଧବାର ରାତିରୁ କ୍ରମାଗତ ବର୍ଷା ଲାଗି…

୩୦ ତାରିଖରେ ନୁହେଁ ଆଜି ଆସିବ ସାଲାରୀ ଟଙ୍କା, ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଘୋଷଣା କଲେ ସରକାର

ନୂଆଦିଲ୍‌ଲୀ,୨୫।୯: ସରକାରୀ କର୍ମଚାରୀଙ୍କ ପାଇଁ ସେପ୍ଟେମ୍ୱର ମାସ ଦୁଇଗୁଣ ଖୁସି ନେଇ ଆସିଛି। ସାଧାରଣତଃ ମାସର ଶେଷ ତାରିଖ ଅର୍ଥାତ ୩୦ କିମ୍ୱା ୩୧ ତାରିଖରେ ମିଳୁଥିବା…

ଲଗାଣ ବର୍ଷାରେ ବଢୁଛି ନଦୀ ଜଳସ୍ତର, ଦକ୍ଷିଣ ଓଡ଼ିଶାରେ ବନ୍ୟା

ଭୁବନେଶ୍ୱର,୨୫।୯: ଗଭୀର ଅବପାତ ପ୍ରଭାବରେ ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି। ବର୍ଷା ଯୋଗୁ ଦକ୍ଷିଣ ଓଡ଼ିଶାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ଜଳ ସମ୍ପଦ ବିଭାଗ…

୨ ଅଧିକାରୀ ଚାକିରିରୁ ନିଲମ୍ବିତ: କଡ଼ା କାର୍ଯ୍ୟାନୁଷ୍ଠାନ ନେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର,୨୫।୯: ରାଜ୍ୟର ଦୁଇ ବରିଷ୍ଠ ଅଧିକାରୀ ଅରୁଣ ବିଶ୍ୱାଳ ଓ ସୁଜିତ ରାଉଳଙ୍କୁ ନିଲମ୍ବନ କରାଯାଇଥିବା ନେଇ ସୂଚନା ମିଳିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶକ୍ରମେ…

୩୦ରେ ଓଡ଼ିଶା ବନ୍ଦ ଡାକରା: ପାଠ୍ୟପୁସ୍ତକ ତ୍ରୁଟିକୁ ନେଇ…

ଭୁବନେଶ୍ୱର,୨୫।୯: ଆସନ୍ତା ୩୦ ତାରିଖରେ ଓଡ଼ିଶା ବନ୍ଦ ଡାକରା ଦେଇଛି ନବ ନିର୍ମାଣ କୃଷକ ସଂଗଠନ। ପାଠ୍ୟପୁସ୍ତକରେ ତ୍ରୁଟି ଏବଂ ଏହାକୁ ନେଇ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା…

ଗବେଷକ ପ୍ରସ୍ତୁତ କଲେ ନିର୍ଭୁଲ୍‌ ଆଟୋମିକ୍‌ ଘଡ଼ି

ନୂଆଦିଲ୍ଲୀ,୨୫।୯(ପି.ଟି.): ସିଙ୍ଗାପୁର ଜାତୀୟ ବିଶ୍ୱବିଦ୍ୟାଳୟ (ଏନ୍‌ୟୁଏସ୍‌)ର ଗବେଷକମାନେ ‘ଲୁଟେଟିୟମ’ ନାମକ ବିରଳ ମୃତ୍ତିକା ଧାତୁ ବ୍ୟବହାର କରି ବିଶ୍ୱର ସବୁଠାରୁ ନିର୍ଭୁଲ ଓ ସ୍ଥିର ଅଟୋମିକ୍‌ ଘଡ଼ି…

ଜମିକୁ ଯାଇଥିଲେ ଅକ୍ରୁର: ଆକ୍ରମଣ କଲା ହାତୀ, ଆଉ ତା’ପରେ…

କେସିଙ୍ଗା,୨୫।୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବନଖଣ୍ଡ ଅଧୀନ ସିରୋଲ ଗ୍ରାମପଞ୍ଚାୟତର ପୋଢ଼ଖମ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଅକ୍ରୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?