୪୫୫ ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱ

ବାଲେଶ୍ୱର ଅଫିସ, ୩୦ା୧: ବାଲେଶ୍ୱର ଜିଲାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଜିଲାପରିଷଦ, ସରପଞ୍ଚ, ସମିତିସଭ୍ୟ ଓ ୱାର୍ଡ଼ମେମ୍ବର ପ୍ରାର୍ଥୀ ପାଇଁ ଜିଲାରେ ମୋଟ୍‌ ୧୨,୯୮୨ ପ୍ରାର୍ଥୀଙ୍କ ପ୍ରାର୍ଥତ୍ପତ୍ର କାଏମ ରହିଛି। ସେଥିମଧ୍ୟରୁ ୨ ସରପଞ୍ଚ, ୩ ସମିତିସଭ୍ୟ, ୪୫୦ ୱାର୍ଡ଼ମେମ୍ବର ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଖଇରା ବ୍ଲକର ବର୍ତ୍ତନା ଓ ବରଦା ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ଅପ୍ରତିଦ୍ୱନ୍ଦ୍ୱୀ ଭାବେ ନିର୍ବାଚିତ ହୋଇଥିବା ବେଳେ ଭୋଗରାଇ ବ୍ଲକ ନହରା ପଞ୍ଚାୟତ, ରେମୁଣା ବ୍ଲକ ତୁଣ୍ଡୁରା ପଞ୍ଚାୟତ ଓ ବସ୍ତା ବ୍ଲକ କାଦରାୟାଁ ପଞ୍ଚାୟତର ସମିତିସଭ୍ୟ ପ୍ରାର୍ଥୀମାନେ ନିର୍ଦ୍ୱନ୍ଦ୍ୱରେ ବିଜୟୀ ହୋଇଛନ୍ତି। ସେହିପରି ସୋର ବ୍ଲକରେ ୫୭, ସିମୁଳିଆ ବ୍ଲକରେ ୩୯, ସଦର ବ୍ଲକର ୪୫, ଜଳେଶ୍ୱର ବ୍ଲକରେ ୪୭, ନୀଳଗିରି ବ୍ଲକରେ ୫୦, ବାଲିଆପାଳ ବ୍ଲକରେ ୩୨, ଭୋଗରାଇ ବ୍ଲକରେ ୭୦, ଔପଦା ବ୍ଲକରେ ୧୪, ରେମୁଣା ବ୍ଲକରେ ୩୯, ବସ୍ତା ବ୍ଲକରେ ୪୩, ଖଇରା ବ୍ଲକରେ ୮୮ ଓ ବାହାନଗା ବ୍ଲକରେ ୨୬ ୱାର୍ଡ଼ର ୱାର୍ଡ଼ମେମ୍ବରମାନେ ମଧ୍ୟ ଅପ୍ରତିଦ୍ୱନ୍ଦ୍ୱୀ ରହିଛନ୍ତି।
ପଞ୍ଚାୟତ ନିର୍ବାଚନରେ ଜିଲାରେ ମୋଟ୍‌ ୧୨,୯୮୨ ପ୍ରାର୍ଥୀ ଏବେ ମଇଦାନରେ ଅଛନ୍ତି। ମୋଟ୍‌ ୧୬ଲକ୍ଷ ୯୨ହଜାର ୨୯୨ ଭୋଟର ଆସନ୍ତା ଫେବୃୟାରୀ ୧୬ରୁ ୨୪ତାରିଖ ମଧ୍ୟରେ ୫ଟି ପର୍ଯ୍ୟାୟରେ ମତଦାନ ସାବ୍ୟସ୍ତ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ରାଇବଣିଆରେ ଗୋଠଖଣ୍ଡିଆ ୩ ହାତୀ

ଜଳେଶ୍ୱର, ୧୬।୧(ଡି.ଏନ.ଏ.)  ବାଲେଶ୍ୱର ଜିଲା ରାଇବଣିଆ ଅଞ୍ଚଳରେ ଗତ କିଛିଦିନ ହେଲା ଝାଡଖଣ୍ଡୀ ହାତୀପଲ ଆତଙ୍କ ଖେଳାଇ ଚାଲିଛନ୍ତି। ଶନିବାର ଭୋର ସମୟରେ ଗୋଟିଏ ଦନ୍ତା ହାଣ୍ଡିଆ...

ପତିଆରା ଲଢ଼େଇ ପାଇଁ ବ୍ୟସ୍ତ

ଖୋର୍ଦ୍ଧା ଅଫିସ,୧୧ା୨: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ମାତ୍ର ସପ୍ତାହେ ବାକି ଥିବାବେଳେ ଗଁା ରାଜନୀତି ବେଶ୍‌ ସରଗରମ ରହିଛି। ୫ପର୍ଯ୍ୟାୟରେ ହେବାକୁ ଥିବା ଏହି ନିର୍ବାଚନରେ...

ମଡ଼େଲିଂରେ ରିଷିତା, ଶାଶ୍ୱତ ପ୍ରଥମଭାଗ ନେଲେ ୫୦ରୁ ଊର୍ଦ୍ଧ୍ୱ ପ୍ରତିଯୋଗୀ

ବାଲେଶ୍ୱର ଅଫିସ, ୨୭।୫- ବାଲେଶ୍ୱର ଜିଲା ରେମୁଣାସ୍ଥିତ ନୋସି ଉତ୍କଳା ମଞ୍ଚରେ ଏକ ଭିନ୍ନ ଧରଣର ର଼୍ୟାମ୍ପ ଶୋ’ (ଗ୍ଲାମର ଲେନ୍‌) ଅନୁଷ୍ଠିତ ହୋଇଯାଇଛି। ଏହି...

ଛାତ୍ରଙ୍କୁ ମାଡ଼ ମାରିବା ଘଟଣା: ଶିକ୍ଷୟିତ୍ରୀ ନିଲମ୍ବିତ

ବସ୍ତା ୧୧।୭,(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ବସ୍ତା ବ୍ଲକ ମୁଳିଦା ପ୍ରାଥମିକ ବିଦ୍ୟାଳୟର ଜଣେ ଛାତ୍ରଙ୍କୁ ମାଡ଼ ମାରିବା ଘଟଣାରେ ଗୁରୁବାର ଶିକ୍ଷୟିତ୍ରୀ ସଂଘମିତ୍ରା ବେହେରାଙ୍କୁ ନିଲମ୍ବନ...

୧୨ ବର୍ଷ ହେଲା ବିଛଣାରେ ନିବେଦିତା: ଆଶାରେ ଦିନ ବିତାଉଛନ୍ତି ମା’ବାପା

ବାଲେଶ୍ୱର ଅଫିସ, ୨୩।୧୨-ମା’ ବାପା ଗରିବ ହୋଇଥିଲେ ବି ମନୋବଳ ହରାଇନାହାନ୍ତି। ଦୀର୍ଘ ୧୨ବର୍ଷ ଧରି ନିଜ ରୋଗଣା ଝିଅ ନିବେଦିତାକୁ ଯତ୍ନର ସହ ଲାଳନପାଳନ...

୨୫ ବର୍ଷ ପରେ ଫେରିଲେ ମା’ କୋଳକୁ

ଜଳେଶ୍ୱର,୧୫।୭(ଡି.ଏନ.ଏ.)-ରୋଜଗାର ପାଇଁ ସ୍ତ୍ରୀ, ପିଲା ଓ ପରିବାର ଛାଡ଼ି ଚାଲିଯାଇଥିଲେ କୋଲକାତା। ସେଠାରେ କିଛିି ଦିନ ରହଣୀ ମଧ୍ୟରେ ଅର୍ଥ ଲୋଭ ଓ ନୂଆ ସଂସାର...

ସରପଞ୍ଚ ପଦବୀ ପାଇଁ ୩ ପୁରୁଷଙ୍କୁ ଭାରି ପଡ଼ିଛନ୍ତି ୩ ମହିଳା ପ୍ରାର୍ଥିନୀ

କର୍ଲାମୁଣ୍ଡା,୯ା୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ରିଷିଡ଼ା ପଞ୍ଚାୟତରେ ନିର୍ବାଚନ ପ୍ରଚାର ପ୍ରସାର ସରଗରମ ଥିବା ଦେଖିବାକୁ ମିଳିଛି। ଏହି ପଞ୍ଚାୟତରେ ଚଳିତ ପଞ୍ଚାୟତ ନିର୍ବାଚନରେ...

ବିତିଲାଣି ୨୧ବର୍ଷ, ଭୁଲି ହେଉନି ଦୁଃଖ

ଖଇରା, ୧୭।୧୧(ଡି.ଏନ.ଏ.)-ସେଦିନ ଥିଲା ୧୯୯୮ ନଭେମ୍ବର ୧୭ତାରିଖ ା ବାଲେଶ୍ୱର ଜିଲା ଖଇରା ହାଇସ୍କୁଲରେ ବ୍ଲକସ୍ତରୀୟ ବିଜ୍ଞାନମେଳାର ଆୟୋଜନ କରାଯାଇଥିଲା। ବିଭିନ୍ନ ବିଦ୍ୟାଳୟରୁ ପିଲାମାନଙ୍କର ସୁଅ...

Advertisement
Archives

Model This Week