୪୫୫ ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱ

ବାଲେଶ୍ୱର ଅଫିସ, ୩୦ା୧: ବାଲେଶ୍ୱର ଜିଲାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଜିଲାପରିଷଦ, ସରପଞ୍ଚ, ସମିତିସଭ୍ୟ ଓ ୱାର୍ଡ଼ମେମ୍ବର ପ୍ରାର୍ଥୀ ପାଇଁ ଜିଲାରେ ମୋଟ୍‌ ୧୨,୯୮୨ ପ୍ରାର୍ଥୀଙ୍କ ପ୍ରାର୍ଥତ୍ପତ୍ର କାଏମ ରହିଛି। ସେଥିମଧ୍ୟରୁ ୨ ସରପଞ୍ଚ, ୩ ସମିତିସଭ୍ୟ, ୪୫୦ ୱାର୍ଡ଼ମେମ୍ବର ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଖଇରା ବ୍ଲକର ବର୍ତ୍ତନା ଓ ବରଦା ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ଅପ୍ରତିଦ୍ୱନ୍ଦ୍ୱୀ ଭାବେ ନିର୍ବାଚିତ ହୋଇଥିବା ବେଳେ ଭୋଗରାଇ ବ୍ଲକ ନହରା ପଞ୍ଚାୟତ, ରେମୁଣା ବ୍ଲକ ତୁଣ୍ଡୁରା ପଞ୍ଚାୟତ ଓ ବସ୍ତା ବ୍ଲକ କାଦରାୟାଁ ପଞ୍ଚାୟତର ସମିତିସଭ୍ୟ ପ୍ରାର୍ଥୀମାନେ ନିର୍ଦ୍ୱନ୍ଦ୍ୱରେ ବିଜୟୀ ହୋଇଛନ୍ତି। ସେହିପରି ସୋର ବ୍ଲକରେ ୫୭, ସିମୁଳିଆ ବ୍ଲକରେ ୩୯, ସଦର ବ୍ଲକର ୪୫, ଜଳେଶ୍ୱର ବ୍ଲକରେ ୪୭, ନୀଳଗିରି ବ୍ଲକରେ ୫୦, ବାଲିଆପାଳ ବ୍ଲକରେ ୩୨, ଭୋଗରାଇ ବ୍ଲକରେ ୭୦, ଔପଦା ବ୍ଲକରେ ୧୪, ରେମୁଣା ବ୍ଲକରେ ୩୯, ବସ୍ତା ବ୍ଲକରେ ୪୩, ଖଇରା ବ୍ଲକରେ ୮୮ ଓ ବାହାନଗା ବ୍ଲକରେ ୨୬ ୱାର୍ଡ଼ର ୱାର୍ଡ଼ମେମ୍ବରମାନେ ମଧ୍ୟ ଅପ୍ରତିଦ୍ୱନ୍ଦ୍ୱୀ ରହିଛନ୍ତି।
ପଞ୍ଚାୟତ ନିର୍ବାଚନରେ ଜିଲାରେ ମୋଟ୍‌ ୧୨,୯୮୨ ପ୍ରାର୍ଥୀ ଏବେ ମଇଦାନରେ ଅଛନ୍ତି। ମୋଟ୍‌ ୧୬ଲକ୍ଷ ୯୨ହଜାର ୨୯୨ ଭୋଟର ଆସନ୍ତା ଫେବୃୟାରୀ ୧୬ରୁ ୨୪ତାରିଖ ମଧ୍ୟରେ ୫ଟି ପର୍ଯ୍ୟାୟରେ ମତଦାନ ସାବ୍ୟସ୍ତ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଭୟାବହ ଅଗ୍ନିକାଣ୍ଡ: ଜଳିଗଲା ବାଇକ୍‌ ଶୋ’ରୁମ୍‌

ବାଲେଶ୍ୱର, ୩୦।୯(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ସହରରେ ବୁଧବାର ଘଟିଛି ଏକ ଭୟାବହ ଅଗ୍ନିକାଣ୍ଡ। ସହଦେବଖୁଣ୍ଟା ମ୍ୟୁନିସିପାଲ ହାଇସ୍କୁଲ ସମ୍ମୁଖରେ ଥିବା ଏକ ହିରୋ ବାଇକ ଶୋ-ରୁମରେ ପୂର୍ବାହ୍ନରେ…

ବନ୍ୟା ପାଇଁ ଡଙ୍ଗାରେ ଗଲେ ବର: ବନ୍ୟାଜଳରେ ବୁଡ଼ିରହିଛି ବିଭିନ୍ନ ପଞ୍ଚାୟତ

ଭୋଗରାଇ,୨୯ା୯(ପ୍ରଦୀପ ଦାସ):ସୁବର୍ଣ୍ଣରେଖା ନଦୀରେ ଆସିଛି ଚତୁର୍ଥ ବନ୍ୟା। ବାଲେଶ୍ୱର ଜିଲା ଭୋଗରାଇ ବ୍ଲକର ବିଭିନ୍ନ ପଞ୍ଚାୟତ ବନ୍ୟାଜଳରେ ବୁଡ଼ିରହିଛି। ଘରୁ ଗୋଡ଼ କାଢ଼ିଲେ ଅକାତକାତ ପାଣି। ଯାତାୟାତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?