ଦ୍ୱିତୀୟ ପାଳିରେ ୪୫ ଲକ୍ଷ ଟଙ୍କାର କାରବାର

ବୌଦ୍ଧ,୨୧ା୧୧(ସ୍ବ.ପ୍ର.):ଗତ ୧୩ ତାରିଖ ଦିନ ବୌଦ୍ଧରେ ଆରମ୍ଭ ହୋଇଥିତ୍ବା ପଶ୍ଚିମ ଓଡ଼ିଶାର ଦ୍ୱିତୀୟ ବୃହତ୍ତମ ବୁଣାକାର ବଜାର ଧିରେ ଧିରେ ବ୍ୟବସାୟୀମାନଙ୍କୁ ଆକର୍ଷିତ କରିବାରେ ଲାଗିଛି। ଏହି ବୁଣାକାର ବଜାର ଖୋଲିବାର ଦ୍ୱିତୀୟ ପାଳିରେ ରେକର୍ଡ ପରିମାଣର ୪୫ ଲକ୍ଷ ଟଙ୍କାର କାରବାର ହୋଇଥିବା ଜଣାଯାଇଛି। ଏହି ବଜାରକୁ ୭ ଗୋଟି ଜିଲାର ୨୫୦ ଜଣ ବୁଣାକାରଙ୍କ ଦ୍ୱାରା ୩ କୋଟି ୫୦ ଲକ୍ଷ ଟଙ୍କାର ବୁଣାକାର ସାମଗ୍ରୀ ବିକ୍ରୟ ପାଇଁ ଆସିଥିଲା। ବଜାର ବସିବାର ଦ୍ୱିତୀୟ ପାଳିରେ ମୁଖ୍ୟତଃ ସମ୍ବଲପୁରୀ, ସିଲ୍କ ଶାଢୀ, ରେଡିମେଡ ସମ୍ବଲପୁରୀ ଶାର୍ଟ, ଟସର, ସମ୍ବଲପୁରୀ କପଡା ଓ ଗାମୁଛାର ଚାହିଦା ଅଧିକ ରହିଥିଲା। ଅତିରିକ୍ତ ଜିଲାପାଳ ବବିତାରାଣୀ ଦଳବେହେରା, ଉପ ଜିଲାପାଳ ସନତ କୁମାର ନାଏକ, ଜିଲା ଜରୁରୀକାଳୀନ ଅଧିକାରୀ ଶାନ୍ତିସୁଧା ପାତ୍ର, ତହସିଲଦାର ଦେବୀ ପ୍ରସାଦ ଦାଶ, ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହ, ଜିଲା ଶିଶୁ ସୁରକ୍ଷା ଅଧିକାରୀ ରାହୁଲ୍‌ କୁମାର ପ୍ରଧାନ, ଜିଲା ସମାଜ ମଙ୍ଗଳ ଅଧିକାରୀ ସେବାସ୍ତିଆନା କୁଜୁର, ଭାରପ୍ରାପ୍ତ ସହାକାରୀ ନିର୍ଦ୍ଦେଶକ ବୟନ ଶିଳ୍ପ ବିଜୟ କୁମାର ନାଏକ, ବୟନ ତତ୍ତ୍ୱାବଧାରକ ଟୁନି ମେହେର ଓ ନିୟନ୍ତ୍ରିତ ବଜାର କମିଟିର ସଂପାଦକ ସଞ୍ଜୟ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ବୁଣାକାରମାନଙ୍କୁ ଉତ୍ସାହିତ କରିଥିଲେ ା ଏଥିସହ ଗ୍ରାହକମାନେ ଅଧିକ ସଂଖ୍ୟାରେ ବୁଣାକାର ବଜାର ସହିତ ସାମିଲ ହେଲେ ଏହି ବଜାର ତିଷ୍ଠି ରହିବ ବୋଲି କ୍ରେତାମାନଙ୍କୁ ବୁଝାଉଥିବା ଦେଖିବାକୁ ମିଳିଥିଲା। ବୁଣାକାର ବଜାର ଖୋଲିବାର ଦ୍ୱିତୀୟ ପାଳିରେ ୨ ହଜାରରୁ ଊର୍ଦ୍ଧ୍ୱ କ୍ରେତା ବୁଣାକାର ବଜାର ବୁଲିବା ସହିତ ବିଭିନ୍ନ ପୋଷାକ ସାମଗ୍ରୀ କ୍ରୟ କରିଥିଲେ। ବିଭିନ୍ନ ଅଞ୍ଚଳ ତଥା ପଡୋଶୀ ଜିଲାର ଅନେକ ଆଗ୍ରହୀ ବ୍ୟବସାୟୀ ବୁଣାକାର ବଜାର ବୁଲିବା ସହିତ ସାମଗ୍ରୀ କ୍ରୟ କରିଥିବା ବେଳେ ସରକାରୀ ଅଧିକାରୀ ଓ କର୍ମଚାରୀମାନେ ମଧ୍ୟ ସାମଗ୍ରୀ କ୍ରୟ କରୁଥିବା ଦେଖିବାକୁ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଛତ୍ରପୁରରେ ୯୧ତମ ପୋଲିିସ ପ୍ରତିଷ୍ଠା ଦିବସ ପାଳିତ: ଗଞ୍ଜାମ ପୋଲିସର ସଫଳତାକୁ ଏସ୍‌ପିଙ୍କ ପ୍ରଶଂସା, ପୁରସ୍କୃତ ହେଲେ…

ଛତ୍ରପୁର,୧।୪(ଦିଲ୍ଲୀପ ସାମଲ): ଛତ୍ରପୁର ପୋଲିସ ପଡ଼ିଆଠାରେ ବୁଧବାର ୯୧ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଗଞ୍ଜାମ ଜିଲା ଏସ୍‌ପି  ଶୁଭେନ୍ଦୁ କୁମାର ପାତ୍ର…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଓଡ଼ିଆ ଭାଷା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଉତ୍କଳ ଦିବସ-୨୦୨୬ ପାଳିତ

ଦାରିଙ୍ଗବାଡି,୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଜାଗୃତି ସଭାଗୃହ ପରିସରରେ ଉତ୍କଳ ଦିବସ-୨୦୨୬ ପାଳିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ସାହୁଙ୍କ ସଂଯୋଜନାରେ ହୋଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri