୨୦୨୪ରେ ୪,୪୯,୦୨୨ ବିରିୟାନି ଅର୍ଡର

ଭୁବନେଶ୍ୱର,୩୧।୧୨ (ଅଭୟ ଦାଶ): ବ୍ୟସ୍ତବହୁଳ ଜୀବନ ମଧ୍ୟରେ ସବୁ ବର୍ଗର ଗ୍ରାହକ ଅନ୍‌ଲାଇନ ଜରିଆରେ ଅତ୍ୟାବଶ୍ୟକ ସାମଗ୍ରୀଠାରୁ ଆରମ୍ଭକରି ଖାଦ୍ୟ ପଦାର୍ଥ ପର୍ଯ୍ୟନ୍ତ ଅର୍ଡର କରୁଛନ୍ତି। ଏପରିକି ଭୁବନେଶ୍ୱରବାସୀ ୨୦୨୪ରେ ୪,୪୯,୦୨୨ ଚିକେନ ବିରିୟାନି ଅର୍ଡର କରିଥିଲାବେଳେ ଅନ୍‌ଲାଇନ ମାଧ୍ୟମରେ ଅନ୍ୟାନ୍ୟ ଖାଦ୍ୟ ତୁଳନାରେ ସର୍ବାଧିକ ଗ୍ରାହକ ବିରିୟାନି ଅର୍ଡର କରିଛନ୍ତି। ସେହିଭଳି ଏହି ସମୟ ମଧ୍ୟରେ ଡିନର ପାଇଁ ୧୪ ଲକ୍ଷ ଅର୍ଡର ହୋଇଥିଲାବେଳେ ଚୋକୋଲାଭା କେକ୍‌ ପାଇଁ ୨୨,୭୪୩ ଅର୍ଡର ହୋଇଛି। ଏପରିକି ୮,୨୫୫ରୁ ଅଧିକ ଏଗ୍‌ଲେସ୍‌ ଚକୋଲେଟ୍‌ କେକ୍‌ ଅର୍ଡର ହୋଇଥିବାବେଳେ ୧୯,୫୬୦ ଟଙ୍କା ମୂଲ୍ୟର ସର୍ବବୃହତ୍‌ ସିଙ୍ଗଲ ଅର୍ଡର କରାଯାଇଛି। ଯେଉଁଥିରେ ହୁନାନ ଚିଙ୍ଗୁଡ଼ି, ପାନ୍‌ ଫ୍ରାଏଡ୍‌ ଚିଲି ଫିସ, ହାକ୍କା ନୁଡଲ୍ସ ସମେତ ୩୭ ପ୍ରକାରର ବିଦେଶୀ ଚାଇନିଜ୍‌ ବ୍ୟଞ୍ଜନ ସାମିଲ ରହିଛି। ଏ ସମ୍ପର୍କରେ ସ୍ବିଗି ଫୁଡ୍‌ ମାର୍କେଟପ୍ଲେସ୍‌ର ମୁଖ୍ୟ ବ୍ୟବସାୟ ଅଧିକାରୀ ସିଦ୍ଧାର୍ଥ ଭାକୁ କହିଛନ୍ତି, ଭୁବନେଶ୍ୱରବାସୀ ସ୍ବିଗିର ସୁବିଧାକୁ ଗ୍ରହଣକରି ଆମକୁ ସେମାନଙ୍କର ପ୍ରତ୍ୟେକ ଉତ୍ସବରେ ସାମିଲ କରିଛନ୍ତି। ଏପରିକି ଆମେ ଏହି ଯାତ୍ରାର କେନ୍ଦ୍ରରେ ରହି ଗର୍ବ ଅନୁଭବ କରୁଛୁ। ଏହା ସହ ସମଗ୍ର ଭାରତରେ ଅନେକ ଲକ୍ଷ ଲୋକଙ୍କୁ ସେମାନଙ୍କର ପ୍ରିୟ ରୋଷେଇର ଆନନ୍ଦ ନେବାରେ ସାହାଯ୍ୟ ମଧ୍ୟ କରୁଛୁ। ସୁବିଧା ପ୍ରଦାନ କରିବାର ପ୍ରତିଶ୍ରୁତି ସହ ଆମେ ଦେଶର କୋଣ ଅନୁକୋଣରେ ଅସାଧାରଣ ଖାଦ୍ୟ ଅନୁଭୂତି ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛୁ। ସେହିପରି ଫୁଡ୍‌ ଡେଲିଭରି ପ୍ଲାଟ୍‌ଫର୍ମ ସ୍ବିଗି ପକ୍ଷରୁ ନିକଟରେ ପ୍ରକାଶିତ ଏକ ସର୍ଭେ ରିପୋର୍ଟରୁ ଉପରୋକ୍ତ ସମସ୍ତ ତଥ୍ୟ ଜଣାପଡ଼ିଛି। ବିଶେଷକରି ସ୍ବାଦିଷ୍ଟ ଚିକେନ୍‌ ବିରିୟାନି ଏବଂ ଚିକେନ୍‌ ଗ୍ରେଭିଠାରୁ ଆରମ୍ଭକରି ଚିକେନ୍‌ ରୋଲ୍ସ ଏବଂ ଚିକେନ୍‌ ମୋମୋସ୍‌ ଭଳି ସ୍ଥାନୀୟ ପସନ୍ଦଗୁଡ଼ିକ ସହରବାସୀଙ୍କ ଖାଦ୍ୟ ତାଲିକାର ଶୀର୍ଷରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

କେଜ୍ରିୱାଲଙ୍କୁ ହତ୍ୟା ଧମକ: ଲରେନ ଗ୍ୟାଙ୍ଗ୍‌ ସଦସ୍ୟଙ୍କ ୭ କୋଟି ଟଙ୍କା ଦାବି

ମୋହାଲି, ୧୨ା୧୧: ଦିଲ୍ଲୀର ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ବିଧାୟକ ଜର୍ନେଲ ସିଂହଙ୍କ ଅଭିଯୋଗ ଆଧାରରେ ପଞ୍ଜାବ ପୋଲିସ ଏକ ମାମଲା ରୁଜୁ କରିଛି। ଦଳର ନେତା…

ଘରେ ଭୟଙ୍କର ବିସ୍ଫୋରଣ, ୩ ଗୁରୁତର, କାରଣ ଖୋଜୁଛି ବମ୍‌ ସ୍କ୍ବାଡ

ଖଲ୍ଲିକୋଟ,୧୨ା୧୧(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ସହର ଅରବିନ୍ଦ ନଗର ଦ୍ୱିତୀୟ ଗଳିରେ ବୁଧବାର ବିଳମ୍ବିତ ରାତିରେ ଜଣଙ୍କ ଘର ଭିତରେ ପ୍ରଚଣ୍ଡ ବିସ୍ଫୋରଣ ହୋଇଛି।…

ପରଷ୍ପରଙ୍କୁ ହତ୍ୟା ଉଦ୍ୟମ: ଜେଲ ଗଲେ ୩ ଅଭିଯୁକ୍ତ

ଦିଗପହଣ୍ଡି,୧୨।୧୧(ଅଶେଷ ନାଥ ମିଶ୍ର): ପରଷ୍ପରଙ୍କୁ ହତ୍ୟା ଉଦ୍ୟମ ଘଟଣାରେ କେ.ନୂଆଗାଁ ପୋଲିସ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତ ବଡ଼ପଦା ଗ୍ରାମର ସୀମାଞ୍ଚଳ ଦଳାଇ(୨୮), ଅଭି…

ଆତଙ୍କ ଖେଳାଇଲା ପିକଅପ୍‌ ଭ୍ୟାନ୍‌: ଦୁଇ ବାଇକ୍‌କୁ ଧକ୍କା ଦେଇ ଘର କାନ୍ଥ ଭାଙ୍ଗିଲା, ଆଉ ତା’ ପରେ…

ଭବାନୀପାଟଣା,୧୨।୧୧(ଉତ୍ତମ କୁମାର ଦାଶ): ଦ୍ରୁତ ଏବଂ ବେପରୁଆ ଗାଡ଼ି ଚାଳନାର କରୁଣ ପରିଣାମ ଘଟିଛି। ଗୋଟିଏ ପରେ ଗୋଟିଏ ଦୁଇଟି ବାଇକ୍‌କୁ ଧକ୍କା ଦେବା ପରେ ରାସ୍ତାକଡ଼ରେ…

ନିର୍ଦ୍ଦିଷ୍ଟ ପ୍ରଶଂସକଙ୍କୁ କାହିଁକି ଅଟୋଗ୍ରାଫ ଦେବାକୁ ସିଧା ମନା କଲେ ବିରାଟ କୋହଲି? ଜାଣନ୍ତୁ ଏହାର ବଡ଼ କାରଣ, ଏବେ ଭିଡିଓ ହେଉଛି ଭାଇରାଲ

ନୂଆଦିଲ୍ଲୀ,୧୨।୧୧: ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଚାଲିଥିବା ପାଞ୍ଚ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ଚତୁର୍ଥ ମ୍ୟାଚ ନଭେମ୍ବର ୧୩ ଶୁକ୍ରବାର ମାଉଣ୍ଟ ମାଉଙ୍ଗାନୁଇର ‘ବେ ଓଭାଲ’…

ଘରୁ କଲେଜ ଛାତ୍ରଙ୍କ ମୃତଦେହ ଉଦ୍ଧାର

ପାଟଣା,୧୨।୧୧(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଭୀମାପଡ଼ା ନାଏକ ସାହିରେ ଗୁରୁବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ପୋଲିସ ଘରୁ ଜଣେ କଲେଜ…

ମହଙ୍ଗା ହେବ ବସ ଯାତ୍ରା, ସରକାର ନେଲେ ବଡ଼ ନିଷ୍ପତ୍ତି

ଭୁବନେଶ୍ୱର,୧୨।୧୧: ଏଣିକି ମହଙ୍ଗା ହେବ ବସ ଯାତ୍ରା। ଗୁରୁବାର ରାଜ୍ୟ ସରକାର ବସ ଭଡ଼ା ବୃଦ୍ଧି କରିଛନ୍ତି। ସବୁଠାରୁ ଅଧିକ ସ୍ଲିପର ଏସି କୋଚ ବସ ଭଡ଼ା…

ଶିକ୍ଷକ ସୁନ୍ଦରଙ୍କୁ ମିଳିଲା ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର

ମହାକାଳପଡ଼ା,୧୨।୧୧(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବାରଡାଙ୍ଗ ପଞ୍ଚାୟତ ନନ୍ତାର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଆଦର୍ଶ ଶିକ୍ଷକ ସୁନ୍ଦର ମୋହନ ସିଂଙ୍କୁ ଗୁରୁବାର ମୁଖ୍ୟମନ୍ତ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?