‘ବିଜୁ ଏକ୍ସପ୍ରେସ୍‌ ଓ୍ବେ’କୁ ୪୪୮ କୋଟି

ଭୁବନେଶ୍ୱର,୧୦ା୬(ବ୍ୟୁରୋ): ପଶ୍ଚିମ ଓ ଦକ୍ଷିଣ ଓଡ଼ିଶା ମଧ୍ୟରେ ଶିଳ୍ପ ଅଭିବୃଦ୍ଧି ସହ ଅର୍ଥନୈତିକ ବିକାଶ ପାଇଁ ରାଜ୍ୟ ସରକାର ବିଜୁ ଏକ୍ସପ୍ରେସ ଓ୍ବେ ନିର୍ମାଣ କରୁଛନ୍ତି। କଳାହାଣ୍ଡି ଓ ନୂଆପଡ଼ା ଜିଲା ଦେଇ ଏହି ରାସ୍ତା ନିର୍ମାଣ କରାଯାଉଛି। ୧୭୪.୫ କିଲୋମିଟର ବିଶିଷ୍ଟ ଏହି ଏକ୍ସପ୍ରେସ ଓ୍ବେକୁ ୪୪୮.୦୨ କୋଟି ଟଙ୍କା ବ୍ୟୟରେ ୪ ଥାକିଆ କରାଯିବ। ସେଥିରୁ ନୂଆପଡ଼ା ଜିଲାରେ ଘଟିପଡ଼ାଠାରୁ ସିନାପାଲି ପର୍ଯ୍ୟନ୍ତ ୧୦୪.୬୫ କି.ମି. ରାସ୍ତା ନିର୍ମାଣ କରାଯିବ। ସେଥିରେ ୬ଟି କ୍ଷୁଦ୍ର ଓ ୬ଟି ବୃହତ୍‌ ପୋଲ ନିର୍ମାଣ ହେବ। ସେହିପରି ସିନାପାଲିଠାରୁ କଳାହାଣ୍ଡି ଜିଲାର ଧର୍ମଗଡ଼ ଦେଇ ଆମ୍ବପାଣି ପର୍ଯ୍ୟନ୍ତ ୬୯.୮୫ କିଲୋମିଟର ରାସ୍ତା ନିର୍ମାଣ କରାଯିବ। ଏଥିରେ ୧୧ଟି କ୍ଷୁଦ୍ର ପୋଲ ସହ ୨ଟି ବୃହତ୍‌ ପୋଲ ନିର୍ମାଣ କରାଯିବ। ପୂର୍ତ୍ତ ବିଭାଗ ପକ୍ଷରୁ ଦିଆଯାଇଥିବା ଏହି ପ୍ରସ୍ତାବକୁ ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଅନୁମୋଦନ କରାଯାଇଛି। ବୈଠକରେ ୧୧ଟି ପ୍ରସ୍ତାବ ଅନୁମୋଦନ ହୋଇଛି। ସେଥିରୁ ବିଜୁ ଏକ୍ସପ୍ରେସ ଓ୍ବେର ୪ଟି ପ୍ରସ୍ତାବକୁ ଅନୁମୋଦନ ମିଳିଥିବା ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି। ଏହି ରାସ୍ତା ନୂଆପଡ଼ା ଓ କଳାହାଣ୍ଡି ଜିଲାରେ ଶିଳ୍ପର ଅଭିବୃଦ୍ଧି କରିବା ସହ ଲୋକଙ୍କ ଆର୍ଥିକ ବିକାଶରେ ସହାୟକ ହେବ ବୋଲି ମହାପାତ୍ର କହିଛନ୍ତି।

୨୨୦ ଓଏଏସ୍‌ ଅଫିସର ପଦବୀ ସୃଷ୍ଟି

ରାଜ୍ୟ ସରକାର ଓଡିଶା ପ୍ରଶାସନିକ ସେବା (ଓଏଏସ୍‌)ରେ ୨୨୦ ନୂତନ ପଦବୀ ସୃଷ୍ଟି କରିଛନ୍ତି। ଓପ୍ରସେ ଗ୍ରୁପ-ଏ(ଜେବି) ମଞ୍ଜୁରୀପ୍ରାପ୍ତ ପଦବୀ ୧୧୮୮ ଅପରିବର୍ତ୍ତିତ ରହିଥିବା ବେଳେ ଗ୍ରୁପ-ଏ(ଏସ୍‌ବି)ରେ ୫୫ ନୂତନ ପଦବୀ ସୃଷ୍ଟି କରାଯାଇଛି। ପୂର୍ବରୁ ମଞ୍ଜୁରୀପ୍ରାପ୍ତ ପଦବୀ ସଂଖ୍ୟା ୩୩୦ ଥିବାବେଳେ ତାହା ୩୮୫କୁ ବୃଦ୍ଧି ପାଇଛି। ସେହିପରି ଓପ୍ରସେ (ଏସ୍‌) ପଦବୀରେ ୩୫ ବୃଦ୍ଧି କରାଯାଇଥିବାବେଳେ ଏସ୍‌ଏଜିରେ ୯୦ ଏବଂ ଏସ୍‌ଏସ୍‌ରେ ୪୦ ନୂତନ ପଦବୀ ସୃଷ୍ଟି କରାଯାଇଛି। ପୂର୍ବରୁ ଓପ୍ରସେ(ଏସ)ରେ ୨୩୫ ମଞ୍ଜୁରୀପ୍ରାପ୍ତ ପଦବୀ ଥିବାବେଳେ ଏସ୍‌ଏଜିରେ ୧୨୫ ଏବଂ ଏସ୍‌ଏସ୍‌ରେ ୨୫ଟି ପଦବୀ ଥିଲା।ଓଏଏସ୍‌ରେ ମୋଟ ୧୯୦୩ ମଞ୍ଜୁରୀପ୍ରାପ୍ତ ପଦବୀ ଥିବାବେଳେ ଏବେ ତାହା ୨୧୨୩କୁ ବୃଦ୍ଧି ପାଇଛି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଦିଆଯାଇଥିବା ଏହି ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ କରିଛି। ରାଜ୍ୟରେ ଅନେକ ଯୋଜନା ଓ ଜନକଲ୍ୟାଣ ମୂଳକ କାର୍ଯ୍ୟକ୍ରମ କରାଯାଉଛି। ଏଥିପାଇଁ ଓଏଏସ୍‌ ଅଧିକାରୀଙ୍କୁ ବିଭିନ୍ନ ସ୍ତରରେ ନିଯୁକ୍ତି କରିବା ପାଇଁ ଅତିରିକ୍ତ ପଦବୀରୁ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଉକ୍ତ ନୂତନ ପଦବୀ ସୃଷ୍ଟି କରାଯାଇଥିବା ବିଭାଗ ପକ୍ଷରୁ କୁହାଯାଇଛି।
ଏଥିସହିତ ଓଡ଼ିଶା ଟିକସ ଓ ହିସାବ ସେବା ନିୟମାବଳୀ(ଓଡ଼ିଶା ଟ୍ୟାକ୍ସେସନ୍‌ ଆଣ୍ଡ ଆକାଉଣ୍ଟସ୍‌ ସର୍ଭିସ ରୁଲ୍‌ )-୨୦୧୧କୁ ସଂଶୋଧନ କରାଯାଇଛି। ଓଡ଼ିଶା ଲୋକସେବା ଆୟୋଗ ଦ୍ୱାରା ଓଡ଼ିଶା ଟିକସ ଓ ହିସାବ ସେବାରେ ସିଧାସଳଖ ନିଯୁକ୍ତି ପାଇଥିବା କର୍ମଚାରୀଙ୍କ ପ୍ରଶିକ୍ଷଣ ୧ବର୍ଷ ପରିବର୍ତ୍ତେ ୧୦ମାସକୁ ହ୍ରାସ କରାଯାଇଛି। ଆଧୁନିକ ଜ୍ଞାନକୌଶଳର ବହୁଳ ଉପଯୋଗକୁ ଦୃଷ୍ଟିରେ ରଖି ଉକ୍ତ ନିୟମାବଳୀକୁ ସଂଶୋଧନ କରାଯାଇଛି। ଅର୍ଥ ବିଭାଗ ପକ୍ଷରୁ ଦିଆଯାଇଥିବା ଏହି ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ କରିଛି। ସେହିପରି ଓଡ଼ିଶା ପ୍ରାଣୀ ଚିକିତ୍ସା ବୈଷୟିକ ସେବା ଗ୍ରୁପ୍‌-ସିର ନିଯୁକ୍ତି ସର୍ତ୍ତାବଳୀ ନିୟମ-୧୯୯୩ର ନିୟମ ୪(ଏ)ରେ ସଂଶୋଧନ କରାଯାଇଛି। ଏଣିକି ପ୍ରାଣୀଧନ ନିରୀକ୍ଷକ ପଦବୀ ନିମନ୍ତେ ଉଦ୍ଦିଷ୍ଟ ମଞ୍ଜୁରୀପ୍ରାପ୍ତ ପଦବୀର ୯୦ ପ୍ରତିଶତ ସିଧାସଳଖ ନିଯୁକ୍ତି ମାଧ୍ୟମରେ କରାଯିବ। ଅବଶିଷ୍ଟ ୧୦ ପ୍ରତିଶତ ପଦବୀ ଯୋଗ୍ୟ ବିବେଚିତ ଗ୍ରୁପ-ଡି ପ୍ରାର୍ଥୀଙ୍କ ଦ୍ୱାରା ପୂରଣ କରାଯିବ। ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ଦିଆଯାଇଥିବା ଏହି ପ୍ରସ୍ତାବକୁ କ୍ୟାବିନେଟ ମୋହର ମାରିଛି। ସମସ୍ତ ସରକାରୀ କର୍ମଚାରୀ ଓ ଲୋକ ପ୍ରତିନିଧିମାନେ ସେମାନଙ୍କ ବାର୍ଷିକ ସମ୍ପତ୍ତି ବିବରଣୀ ସରକାରଙ୍କ ନିକଟରେ ଦାଖଲ କରିବେ। ସେଗୁଡ଼ିକ ଜନସାଧାରଣଙ୍କ ଅବଗତି ନିମନ୍ତେ ସର୍ବସାଧାରଣ କ୍ଷେତ୍ର(ପବ୍ଲିକ ଡୋମେନ)ରେ ସ୍ଥାନିତ କରାଯିବ। ସମ୍ପତ୍ତିର ଏକକିତା ନକଲ ମଧ୍ୟ ଲୋକାୟୁକ୍ତଙ୍କ ସୂଚନା ପାଇଁ ପଠାଯିବ। ୨୦୨୦ ଡିସେମ୍ବର ୨୮ ତାରିଖରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିଲା। ଏଥିପାଇଁ ରାଜ୍ୟ ସରକାର ଓଡ଼ିଶା ସରକାରୀ କର୍ମଚାରୀ ଆଚରଣ ନିୟମାବଳୀ-୧୯୫୯ରେ ସଂଶୋଧନ କରିଛନ୍ତି। ରାଜ୍ୟ କ୍ୟାବିନେଟରେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଦିଆଯାଇଥିବା ଏହି ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ପୂର୍ବ ନିୟମାବଳୀ ଅନୁସାରେ ପ୍ରତ୍ୟେକ ସରକାରୀ କର୍ମଚାରୀ ନିଜ ନାମରେ ଥିବା ସମସ୍ତ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଏବଂ ଏହାର ମୂଲ୍ୟ ବିଷୟରେ ଘୋଷଣା କରିବା ବ୍ୟବସ୍ଥା ରହିଛି।

ଖଣି ବିଭାଗକୁ ଗଲା ଇଡ୍‌କଲ
ଓଡିଶା ଶିଳ୍ପ ଉନ୍ନୟନ ନିଗମ ଲିମିଟେଡ(ଇଡ୍‌କଲ) ଖଣି ଓ ଇସ୍ପାତ ବିଭାଗ ଅଧୀନରେ ରହିବ। ଏଥିପାଇଁ ଓଡ଼ିଶା ସରକାରୀ କାର୍ଯ୍ୟ ନିୟମାବଳୀରେ ସଂଶୋଧନ କରାଯାଇଛି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଦିଆଯାଇଥିବା ଏହି ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି। ରାଜ୍ୟରେ ଶିଳ୍ପାୟନର ବିକାଶ ଓ ନିଯୁକ୍ତି ସୁଯୋଗ ସହ ଶିଳ୍ପଗୁଡ଼ିକୁ ପ୍ରୋତ୍ସାହନ, ପରିଚାଳନା ଉଦ୍ଦେଶ୍ୟରେ ୧୯୬୨ରେ ଇଡକଲ ସ୍ଥାପନ କରାଯାଇଥିଲା। ଅର୍ଦ୍ଧଶତାବ୍ଦୀ ଧରି ରାଜ୍ୟରେ ଶିଳ୍ପାୟନ ଏବଂ ପରିଚାଳନାରେ ଏହା ନିଜର ଉତ୍କର୍ଷ ପ୍ରତିପାଦିତ କରିପାରିଛି। ପରିବର୍ତ୍ତିତ ସମୟରେ ରାଜ୍ୟରେ ଶିଳ୍ପଭିତ୍ତିକ ଅର୍ଥନୀତି ସହିତ ତାଳ ଦେଇ ଇଡ୍‌କଲ ଏହାର ମାନବ ସମ୍ବଳ, ବ୍ୟବସାୟ ଓ କାର୍ଯ୍ୟାନ୍ବୟନକୁ ପୁନର୍ବିନ୍ୟାସ କରିଛି। ଇଡ୍‌କଲର ବର୍ତ୍ତମାନ କାର୍ଯ୍ୟକଳାପ ମୁଖ୍ୟତଃ ଖଣିିଭିତ୍ତିକ ଏବଂ କିଛି ମାତ୍ରାରେ ଶିଳ୍ପଭିତ୍ତିକ ରହିଛି। ଗତ କିଛି ବର୍ଷ ଧରି ଇଡ୍‌କଲ ଚୂନପଥର, ଲୁହାପଥର, ମାଙ୍ଗାନିଜ୍‌ ଏବଂ କ୍ରୋମାଇଟ ଖଣି କାର୍ଯ୍ୟ ସମ୍ପାଦନ କରି ଆସୁଛି। ଏସବୁକୁ ଦୃଷ୍ଟିରେ ରଖି ଇଡ୍‌କଲକୁ ଇସ୍ପାତ ଓ ଖଣି ବିଭାଗ ଅଧୀନକୁ ଅଣାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବୋଲଗଡ଼ ବିଡିଓଙ୍କୁ ହଟାଇବା ଦାବିରେ ତାତିଲେ ଆନ୍ଦୋଳନକାରୀ; ପୋଲିସ ସହ ଠେଲାପେଲା, କାର୍‌ ଭାଙ୍ଗିଲେ…

ଖୋର୍ଦ୍ଧା,୧୮।୨(ପ୍ରଭାତ ପାଣିଗ୍ରାହୀ): ଉଗ୍ରରୂପ ନେଲା ବ୍ଲକ ସମୁଖ ଆନ୍ଦୋଳନ । ବୋଲଗଡ଼ ବ୍ଲକ ପରିସରରେ ବିଡିଓ ବିବାଦକୁ ନେଇ ଉତ୍ତେଜନା ଦେଖାଯାଉଥିବା ବେଳେ ବିଡିଓଙ୍କ ଗାଡି ଭଙ୍ଗାରୁଜା…

ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର, ହୋଲି ପୂର୍ବରୁ ବଢ଼ିପାରେ DA!

ନୂଆଦିଲ୍ଲୀ,୧୮।୨: ଚଳିତ ବର୍ଷର ହୋଲି କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଏକ ସ୍ୱତନ୍ତ୍ର ହୋଇପାରେ। ହୋଲି ଉତ୍ସବ ପୂର୍ବରୁ ସରକାର ମହଙ୍ଗା ଭତ୍ତା (DA)…

୧୭ ଜଣଙ୍କୁ ପଛରେ ପକାଇ ଉପରକୁ ଉଠିଲେ ଇଶାନ କିଷାନ

ନୂଆଦିଲ୍ଲୀ,୧୮।୨: ICC ଟି-୨୦ ରାଙ୍କିଙ୍ଗ ପ୍ରକାଶ ପାଇଛି। ଏଥିରେ ପ୍ରଭାବଶାଳୀ ପ୍ରଦର୍ଶନ କରିଥିବା ଇଶାନ କିଷାନଙ୍କ ତାଙ୍କୁ ଶ୍ରେଷ୍ଠ ୧୦ରେ ସ୍ଥାନ ମିଳିଛି। ସେ ୧୭ ବ୍ୟାଟସମ୍ୟାନଙ୍କୁ…

ନୂତନ ସରପଞ୍ଚ ଭାବେ ଦାୟିତ୍ୱ ନେଲେ ବନିତା ଶବର, ପଞ୍ଚାୟତର ଉନ୍ନତି ନିମନ୍ତେ…..

ଗୁଡାରି,୧୮।୨(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡାରି ବ୍ଲକର ଏମକେରାଇ ଗ୍ରାମପଞ୍ଚାୟତର ନୂତନ ସରପଞ୍ଚ ଭାବେ ବୁଧବାର ଦାୟିତ୍ୱ ଗ୍ରହଣ କଲେ ବନିତା ଶବର । ଗ୍ରାମପଞ୍ଚାୟତର…

ଭେଣ୍ଟିଲେଟରରେ ସଲମାନଙ୍କ ବାପା: ସ୍ବାସ୍ଥ୍ୟାବସ୍ଥାକୁ ନେଇ ଆସିଲା ବଡ଼ ଅପଡେଟ୍‌

ବଲିଉଡର ବରିଷ୍ଠ ସ୍କ୍ରିନ୍‌ରାଇଟର୍‌ ସଲିମ ଖାନ ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ସ୍ବାସ୍ଥ୍ୟବସ୍ଥା ଖରାପ ହେବା ପରେ ତାଙ୍କୁ ଫେବୃଆରୀ ୧୭ ସକାଳେ ହସ୍ପିଟାଲକୁ ଅଣାଯାଇଥିଲା।…

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ମନ୍ତ୍ରୀ ଜୟରାମ ପାଙ୍ଗୀ, କହିଲେ ଏହି କାରଣ

ଭୁବନେଶ୍ବର,୧୮।୨: କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ମନ୍ତ୍ରୀ ଜୟରାମ ପାଙ୍ଗୀ । ବୁଧବାର ସେ ଇସ୍ତଫା ପତ୍ର ପିସିସି ସଭାପତି ଭକ୍ତଚରଣ ଦାସଙ୍କ ନିକଟକୁ ପଠାଇଛନ୍ତି ।…

ବାସନ ଧୋଇଲେ ପାକିସ୍ତାନ ଖେଳାଳି: ହୋଟେଲରେ ହେଲେ ହଟହଟା

ଇସଲାମାବାଦ୍‌,୧୮।୨: ପାକିସ୍ତାନ ଜାତୀୟ ହକି ଦଳର ସାମ୍ପ୍ରତିକ ଅଷ୍ଟ୍ରେଲିଆ ଗସ୍ତ ପୁଣି ଥରେ ଦେଶର କ୍ରୀଡ଼ା ପ୍ରଶାସନ ପୋଲ ଖୋଲିଛି। FIH ପ୍ରୋ ଲିଗର ଦ୍ୱିତୀୟ ପର୍ଯ୍ୟାୟକୁ…

ଭବାନୀପାଟଣା ସହରରେ ଫୁଟିଲା ଗୁଳି, ଠିକାଦାରଙ୍କୁ ମାରିବାକୁ ଉଦ୍ୟମ

ଭବାନୀପାଟଣା,୧୮।୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହରରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଜଣେ ଠିକାଦାରଙ୍କୁ ଟଙ୍କା ମାଗିବା ସହ ଜୀବନରେ ମାରିଦେବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri