କମିଲା ସଂକ୍ରମଣ: ଆଜି ରାଜ୍ୟରୁ ୪୪୮ ଆକ୍ରାନ୍ତ ଚିହ୍ନଟ, ଏମାନଙ୍କ ମଧ୍ୟରେ ଅଛନ୍ତି ୫୯ ଶିଶୁ

ଭୁବନେଶ୍ୱର,୧୧ା୧୦(ବ୍ୟୁରୋ): ସୋମବାର ରାଜ୍ୟରୁ ୪୪୮ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦,୩୨,୧୪୪ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୨୫୯ ଜଣ ଚିହ୍ନଟ ହୋଇଥିବା ବେଳେ ୧୮୯ ଜଣ ସ୍ଥାନୀୟ ସଂକ୍ରମିତ ଅଟନ୍ତି। ଏହି ଆକ୍ରାନ୍ତମାନଙ୍କ ମଧ୍ୟରେ ୫୯ ଜଣ ଶିଶୁ ବି ଅଛନ୍ତି।

ଆଜି ଖୋର୍ଦ୍ଧାରୁ ସର୍ବାଧିକ ୨୦୮ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୪୮ ଏବଂ ଜଗତସିଂହପୁରରୁ ୧୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିପରି ଅନୁଗୋଳରୁ ୨, ବାଲେଶ୍ୱର ୧୩, ବରଗଡ଼ ୧, ଭଦ୍ରକ ୩, ବଲାଙ୍ଗୀର ୩, ବୌଦ୍ଧ ୧, ଦେବଗଡ଼ ୧, ଢେଙ୍କାନାଳ ୪, ଗଜପତି ୧, ଗଞ୍ଜାମ ୧, ଯାଜପୁର ୧୨, ଝାରସୁଗୁଡ଼ା ୪, କେନ୍ଦ୍ରାପଡ଼ା ୧୩, କେନ୍ଦୁଝର ୩, କୋରାପୁଟ ୨, ମାଲକାନଗିରି ୨, ମୟୂରଭଞ୍ଜ ୧୭, ନବରଙ୍ଗପୁର ୧, ନୟାଗଡ଼ ୪, ନୂଆପଡ଼ା ୨, ପୁରୀ ୧୨, ରାୟଗଡ଼ା ୧, ସମ୍ବଲପୁରରୁ ୯, ଏବଂ ସୁନ୍ଦରଗଡ଼ରୁ ୧୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଷ୍ଟେଟ୍‌ ପୁଲ୍‌ ସଂଖ୍ୟା ରହିଛି ୫୧।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟ ୧୦,୩୧,୧୪୪ରେ ପହଞ୍ଚିଥିବା ବେଳେ ୧୦,୧୮,୭୪୯ଜଣ ସୁସ୍ଥ ହୋଇଛନ୍ତି। ୫୦୮୭ ଜଣ ଚିକିିତ୍ସିତ ହେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥମେ ମିଳିମିଶି ଦରମା ବଢ଼ାଇଦେଲେ: ଏବେ ଲୋକ ଦେଖାଣିଆ ରାଜନୈତିକ ବୟାନବାଜୀ

ଭୁବନେଶ୍ବର,୧୪।୧୨: ଏବେ ରାଜ୍ୟର ଘରେ ଘରେ ଆଉ ଗଳି କନ୍ଦିରେ ଚର୍ଚ୍ଚା ବିଧାୟକଙ୍କ ଦରମା ବୃଦ୍ଧି। ଓଡିଶା ଭଳି ଗରିବ ରାଜ୍ୟର ବିଧାୟକ ମାନେ ଭାରତରେ...

‘ଛାତ୍ରୀଛାତ୍ର ଭଲ ମଣିଷ ହୋଇ ଦେଶର ନାଁ ରଖନ୍ତୁ’

ଭୁବନେଶ୍ୱର,୧୪ା୧୨: ଭୁବନେଶ୍ୱର ଉପକଣ୍ଠସ୍ଥ ଭରତପୁର ଥାନା ଅନ୍ତର୍ଗତ ଦୁର୍ଗାମାଧବ ନଗର (ଶ୍ୟାମପୁର ମୌଜା)ଭରତପୁରଠାରେ ଅବସ୍ଥିତ ବୀଣାଭାରତୀ ବିଦ୍ୟାମନ୍ଦିରର ୨୫ ତମ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ୩...

ଭାଜପାକୁ ମିଳିଲା ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି, ନୀତିନ ନବୀନଙ୍କୁ ଦାୟିତ୍ବ

ନୂଆଦିଲ୍ଲୀ,୧୪।୧୨:  ବଡ଼ ଘୋଷଣା କଲା ଭାଜପା । ଭାରତୀୟ ଜନତା ପାର୍ଟି ଏକ ବଡ଼ ସାଂଗଠନିକ ପରିବର୍ତ୍ତନ କରିଛି । ନୀତିନ ନବୀନ ହେଲେ ଭାଜପା...

ଧାନଖଳାରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ, ଜଳିଗଲା ୬୦୦ ବସ୍ତା ଧାନ

ବଲାଙ୍ଗୀର,୧୪ା୧୨(ସୁନିଲ କୁମାର ମହାନ୍ତି): ପୁଣି ଧାନ ଖଳାରେ ନିଆଁ ଲଗାଇ ଦେଇଛନ୍ତି ଦୁର୍ବୃତ୍ତ। ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ଉଡାର ପଞ୍ଚାୟତ ଜଲିଆ ଗାଁର ଚାଷୀ...

ବିଳମ୍ବିତ ନ୍ୟାୟ ଲୋକଙ୍କ ଉପରେ ବୋଝ: CJI

କଟକ,୧୪।୧୨: ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି(CJI) ସୂର୍ଯ୍ୟ କାନ୍ତ ରବିବାର କଟକ ଶହୀଦ ଭବନରେ ହାଇକୋର୍ଟ ବାର୍‌ ପକ୍ଷରୁ ଆୟୋଜିତ ଆଲୋଚନାଚକ୍ରରେ ଯୋଗ ଦେଇଛନ୍ତି। ଏହି ଅବସରରେ...

ବାପି ସର୍ଖେଲଙ୍କ ବଡ଼ ବୟାନ, କହିଲେ ମୁଁ ଦାମଙ୍କ ପୁଅ

ଭୁବନେଶ୍ବର,୧୪।୧୨: ବାପି ସର୍ଖେଲ ବଡ଼ ବୟାନ ଦେଇଛନ୍ତି। ନିଜକୁ ଦାମଙ୍କ ପୁଅ କହିଲେ ପାରାଦୀପ ଶ୍ରମିକ ନେତା ବାପି ସର୍ଖେଲ । ପାରାଦୀପ, କୁଜଙ୍ଗରେ ଆୟୋଜିତ...

କୋଟଗଡ଼ରେ ହାତୀ ଆତଙ୍କ: ନଷ୍ଟ କଲେ ଫସଲ

ବାଲିଗୁଡ଼ା,୧୪ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ବନଖଣ୍ଡର କୋଟଗଡ଼ ଅଭୟାରଣ୍ୟରେ ଦେଖିବାକୁ ମିଳିଛି ହାତୀ ଆତଙ୍କ। ଗତ ଦୁଇଦିନ ଧରି କୋଟଗଡ଼ ବନାଞ୍ଚଳର ଲାସେରୀ...

ପର୍ଯ୍ୟଟକଙ୍କୁ ଦୂରଦୂରାନ୍ତରୁ ଟାଣିଆଣୁଛି ଦାରିଙ୍ଗବାଡ଼ି, ମୌଳିକ ସୁବିଧା ପାଇଁ ନିବେଦନ

ଦାରିଙ୍ଗବାଡ଼ି,୧୪ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ି ସମେତ ତା’ର ଆଖପାଖରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି। ଏଭଳି ଏକ ପର୍ଯ୍ୟଟନକ୍ଷେତ୍ର ଦାରିଙ୍ଗବାଡ଼ିଠାରୁ ମାତ୍ର ୨୨...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri