୪୪୫୬ କୋଟିର କ୍ରିପ୍ଟୋକରେନ୍ସି ଚୋରି

ଲଣ୍ଡନ, ୧୨ା୮ : ବିଟ୍‌କଏନ ଭଳି ଅନେକ ଭର୍ଚୁଆଲ କଏନ ପ୍ରତି ନିବେଶକ ଆକର୍ଷିତ ହେଉଛନ୍ତି। ଦ୍ରୁତଗତିରେ କ୍ରିପ୍ଟୋକରେନ୍ସିଗୁଡ଼ିକର ମୂଲ୍ୟ ବୃଦ୍ଧି ଏହାର କାରଣ। ୨୦୨୧ ଜାନୁୟାରୀ ସୁଦ୍ଧା ବିଶ୍ୱରେ ୪ ହଜାରରୁ ଅଧିକ କ୍ରିପ୍ଟୋକରେନ୍ସି ପ୍ରଚଳନ ହେଉଥିବାବେଳେ ବିଟ୍‌କଏନରେ ସର୍ବାଧିକ ନିବେଶ ହୋଇଛି। ଏକ ବିଟ୍‌କଏନ୍‌ର ମୂଲ୍ୟ ୩୪ ଲକ୍ଷ ୫୧ ହଜାର ୯୯୫ ଟଙ୍କା ରହିଛି। ଏହା ପରେ ଦ୍ୱିତୀୟ ସର୍ବାଧିକ ବ୍ୟବହୃତ ବ୍ଲକଚେନ୍‌ ହେଉଛି ଏଥେରମ୍‌। ଏହାର କ୍ରିପ୍ଟୋକରେନ୍ସିକୁ ଏଥର୍‌ କୁହାଯାଏ। ଭାରତୀୟ ମୁଦ୍ରାରେ ଏକ ଏଥର୍‌ର ମୂଲ୍ୟ ୨ ଲକ୍ଷ ୪୨ ହଜାର ୨୭୮ ଟଙ୍କା। ବିନାନ୍ସଚେନ୍‌ରେ ବିନାନ୍ସ କଏନ କାରବାର ହୋଇଥାଏ। ଏକ ବିନାନ୍ସ କଏନର ମୂଲ୍ୟ ୨୯ ହଜାର ୬୯୦ ଟଙ୍କା ରହିଛି। ଷ୍ଟେଲର, କାର୍‌ଡାନୋ, ଡୋଜିକଏନ, ଏକ୍ସଆର୍‌ପି, ଲାଇଟ୍‌କଏନ, ବିଟ୍‌କଏନ୍‌ କ୍ୟାଶ୍‌, ଚେନ୍‌ଲିଙ୍କ୍‌ ଆଦି କ୍ରିପ୍ଟୋକରେନ୍ସି ମଧ୍ୟ ଲୋକପ୍ରିୟ ହେବାରେ ଲାଗିଛି।

କ୍ରିପ୍ଟୋକରେନ୍ସି ଇତିହାସରେ ସବୁଠୁ ବଡ଼ ହ୍ୟାକିଂ ହୋଇଛି। ହ୍ୟାକର୍ସମାନେ ଏକ ବ୍ଲକ୍‌ଚେନ ପ୍ରୋଟୋକଲ୍‌ ‘ପଲି ନେଟ୍‌ଓ୍ବର୍କ’ (ଭର୍ଚୁଆଲ କଏନ୍‌ କାରବାର କରୁଥିବା ଫାର୍ମ)ର ସିକ୍ୟୁରିଟି ସିଷ୍ଟମକୁ ହ୍ୟାକ୍‌ କରି ୬୦୦ ମିଲିୟନ ଡଲାର (ପ୍ରାୟ ୪,୪୫୬ କୋଟି ଟଙ୍କା) ଚୋରି କରିନେଇଛନ୍ତି। ବିଶେଷକରି ଏଥେରମ୍‌, ବିନାନ୍ସଚେନ ବ୍ଲକ୍‌ଚେନ୍‌ ଟୋକେନ ଚୋରି ହୋଇଥିବାରୁ ଏହି କରେନ୍ସି ସଂରକ୍ଷଣ ତଥା ଏହାର କାରବାର ବନ୍ଦ ରଖିବାକୁ ବ୍ଲକଚେନ୍‌ଗୁଡ଼ିକୁ ପଲି ନେଟ୍‌ଓ୍ବର୍କ ନିବେଦନ କରିଛି। ଏ ବାବଦରେ ପଲି ନେଟ୍‌ଓ୍ବର୍କ ମଙ୍ଗଳବାର ଟୁଇଟ୍‌ କରି ଜଣାଇବା ସହ ଡିସେଣ୍ଟ୍ରାଲାଇଜ୍‌ଡ ଫିନାନ୍ସ ଫ୍ଲାଟଫର୍ମ (ଡେଫି) ଇତିହାସରେ ଏହା ସବୁଠାରୁ ବଡ଼ କ୍ରିପ୍ଟୋକରେନ୍ସି ଚୋରି ବୋଲି କହିଛି। ପ୍ରାୟ ୨୬୭ ମିଲିୟନ ଡଲାର ଏଥର୍‌ କରେନ୍ସି, ୨୫୨ ମିଲିୟନ ଡଲାର ବିନାନ୍ସ କଏନ ଏବଂ ୮୫ ମିଲିୟନ ଡଲାରର ୟୁଏସ୍‌ଡିସି ଟୋକେନ ହ୍ୟାକର୍ସ ଚୋରି କରିନେଇଛନ୍ତି। କ୍ରିପ୍ଟୋ କମ୍ୟୁନିଟିରେ ନିବେଶ କରିଥିବା ଲକ୍ଷ ଲକ୍ଷ ଲୋକ ଏହି ଘଟଣା ପରେ ଚିନ୍ତାରେ ପଡ଼ିଛନ୍ତି। ଏଥିରେ ପୋଲିସ କର୍ମଚାରୀଙ୍କ ସମ୍ପୃକ୍ତି ଥିବା ନେଇ ଉକ୍ତ ବ୍ଲକ୍‌ଚେନ୍‌ ପ୍ର୍ରୋଟୋକଲ ଅଭିଯୋଗ ଆଣିବା ସହ ଚୋରି କଏନ ଫେରାଇବାକୁ ହ୍ୟାକର୍ସଙ୍କୁ ଏକ ସୁଯୋଗ ଦିଆଯାଇଛି ବୋଲି କହିଛି।
ଅନ୍ୟପକ୍ଷରେ ହ୍ୟାକର୍ସଙ୍କ ଦ୍ୱାରା ବ୍ୟବହୃତ ଅନ୍‌ଲାଇନ ଠିକଣାକୁ ପଲିି ନେଟ୍‌ଓ୍ବର୍କ ସାର୍ବଜନୀନ କରିଛି। ସିଫର୍‌ ଟ୍ରେସ୍‌ର ଏକ ଅଧ୍ୟୟନ ଅନୁସାରେ ଚଳିତ ବର୍ଷ ଏପ୍ରିଲ ଶେଷ ସୁଦ୍ଧା ପ୍ରାୟ ୪୩୨ ମିଲିୟନ ଡଲାର (ପ୍ରାୟ ୩,୨୧୦ କୋଟି ଟଙ୍କା) କ୍ରିପ୍ଟୋକରେନ୍ସି ଚୋରି, ଠକେଇ ତଥା ହ୍ୟାକ୍‌ ହୋଇଛି। ଏବେ ବ୍ଲକ ଚେନ୍‌ ପ୍ରୋଟୋକଲଗୁଡ଼ିକୁ ଟାର୍ଗେଟ କରି ହ୍ୟାକର୍ସମାନେ ହ୍ୟାକିଂ କରିବା ନୂଆ ଟ୍ରେଣ୍ଡ୍‌ ପାଲଟିଛି। ତେବେ ବୁଧବାର ଆଶ୍ଚର୍ଯ୍ୟକର ଘଟଣା କ୍ରମେ ହ୍ୟାକର୍ସ ଚୋରି କରିଥିବା ଡିଜିଟାଲ କରେନ୍ସିରୁ କିଛି ଅଂଶ ଫେରାଇଥିବା ଜଣାପଡ଼ିଛି। ଏ ସମ୍ପର୍କରେ ସେମାନେ ପଲି ନେଟ୍‌ଓ୍ବର୍କକୁ ମେସେଜ ପଠାଇଛନ୍ତି।
ଅଧିକ ଲାଭ ଆଶାରେ କ୍ରିପ୍ଟୋକରେନ୍ସି ପ୍ରତି ଆକର୍ଷଣ ବଢ଼ୁଛି। ଏଲ୍‌ ସାଲଭେଡୋର ଭଳି ଦେଶ ବିଟ୍‌କଏନକୁ ବୈଧ ଘୋଷଣା କରିସାରିଛି। ଆମେରିକୀୟ ବ୍ୟବସାୟୀ ଏଲନ୍‌ ମସ୍କଙ୍କଠାରୁ ଆରମ୍ଭ କରି ଅନେକ ବିତ୍ତଶାଳୀ ବ୍ୟକ୍ତି ବିପୁଳ ପରିମାଣର ଅର୍ଥ ଭର୍ଚୁଆଲ କଏନରେ ନିବେଶ କରିଛନ୍ତି। ହେଲେ ଏହାର କୌଣସି ନିର୍ଦ୍ଦିଷ୍ଟ ନିୟନ୍ତ୍ରକ ନ ଥିବାରୁ ସେଥିରେ ନିବେଶ ଓ କାରବାର କେତେ ସୁରକ୍ଷିତ ତାହା ଅନେକ ସମୟରେ ଆଲୋଚନାର ବିଷୟ ପାଲଟିଛି। ଏପରି ସ୍ଥିତିରେ ସାଇବର ଅପରାଧୀମାନେ ବ୍ଲକଚେନ୍‌ ପ୍ରୋଟୋକଲ ସିଷ୍ଟମ ହ୍ୟାକ୍‌ କରି ଟୋକେନ ବା କଏନ ଚୋରି କରିନେବା ଘଟଣା ବୃଦ୍ଧି ପୁଣି ସେହି ଆଲୋଚନା ଆଡ଼କୁ ମୁହାଁଇଛି।

ବ୍ଲକ୍‌ଚେନ୍‌ କ’ଣ

ବ୍ଲକ୍‌ଚେନ୍‌ ବିଭିନ୍ନ କ୍ରିପ୍ଟୋକରେନ୍ସି କାରବାର ରେକର୍ଡ କାର୍ଯ୍ୟକଳାପରେ ବ୍ୟବହୃତ ହୋଇଥାଏ। ପ୍ରତ୍ୟେକ ଡିଜିଟାଲ କଏନର ଏକ ସ୍ବତନ୍ତ୍ର ବ୍ଲକ୍‌ଚେନ୍‌ ରହିଥାଏ, ଯାହା କି ପରସ୍ପରଠାରୁ ଅଲଗା। ଏହା ସୂଚନା ରେକର୍ଡିଂ କରିବାରେ ସୁରକ୍ଷିତ ପ୍ରଣାଳୀ ବ୍ୟବହାର କରିଥାଏ। ଏହି ବ୍ୟବସ୍ଥାରେ କୌଣସି ପରିବର୍ତ୍ତନ କରିବା ତଥା ହ୍ୟାକିଂ କରାଯିବା କୌଣସି ହ୍ୟାକରଙ୍କ ପାଇଁ ବେଶ୍‌ କଷ୍ଟକର। ପଲି ନେଟ୍‌ଓ୍ବର୍କ ବିଭିନ୍ନ ପ୍ରକାର ବ୍ଲକ୍‌ଚେନ୍‌କୁ ପରସ୍ପର ସହ ଯୋଡ଼ିଥାଏ, ଯାହାଦ୍ୱାରା କ୍ରିପ୍ଟୋକରେନ୍ସି କାରବାର ହୋଇପାରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri