କଲବଲ କରୁଛି ତାତି: ଆଜି ୪୪.୫ ଡିଗ୍ରୀ ସହ ରେକର୍ଡ କଲା ବୌଦ୍ଧ

ଭୁବନେଶ୍ୱର,୨୬ା୪(ବ୍ୟୁରୋ)- ସମଗ୍ର ରାଜ୍ୟକୁ କଲବଲ କରୁଛି ତାତି। ମଙ୍ଗଳବାର ରାଜ୍ୟର ୨୪ଟି ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ସେଲ୍‌ସିୟସ ରହିଛି। ସେଥିରୁ ୧୪ଟି ସ୍ଥାନରେ ପାରଦ ୪୨ ଡିଗ୍ରୀ ସେଲ୍‌ସିୟସ ଥିବା ବେଳେ ୯ଟି ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ୪୩ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଛି।

ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ସୂଚନା ଅନୁଯାୟୀ ବୌଦ୍ଧରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୪.୫ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଥିବା ବେଳେ ଝାରସୁଗୁଡ଼ା ୪୩.୯, ସୋନପୁର ୪୩.୬, ଅନୁଗୋଳ ୪୩.୧, ବାରିପଦା ୪୩.୮, ସମ୍ବଲପୁର ୪୩.୧, ସୁନ୍ଦରଗଡ଼ ୪୩, ବଲାଙ୍ଗୀର ୪୩.୮, ଟିିଟିଲାଗଡ଼ ୪୩.୬ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଛି। ସେହିପରି କେନ୍ଦୁଝରରେ ସର୍ବୋଚ୍ଚ ତାପମାତ୍ରା ୪୧.୩ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଥିବା ବେଳେ ହୀରାକୁଦ ୪୨.୩, ଭବାନୀପାଟଣା ୪୨, ରାୟଗଡ଼ା ୪୦.୧, ଭଦ୍ରକ ୪୧, ଯାଜପୁର ୪୧, ଢେଙ୍କାନାଳ ୪୦.୬, ଦେବଗଡ଼ ୪୨.୮, ବରଗଡ଼ ୪୨, ନୂଆପଡ଼ା ୪୧, ଖୋର୍ଦ୍ଧା ୪୨, ନୟାଗଡ଼ ୪୧ ଏବଂ ପାରଳାଖେମୁଣ୍ଡିରେ ସର୍ବୋଚ୍ଚ ତାପମାତ୍ରା ୪୧.୭ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଛି।