ଆସିଛନ୍ତି ୮୭ ପ୍ରଜାତିର ୪୩,୩୮୧ ପକ୍ଷୀ

ସୋନପୁର,୬।୨(ନି.ପ୍ର.):ସୁବର୍ଣ୍ଣପୁର ଜିଲାରେ ପକ୍ଷୀ ଗଣନା ସରିଛି। ଜିଲାର ମହାନଦୀ, ତେଲନଦୀ, ହରିହରଯୋର ଡ୍ୟାମ୍‌ ଓ ସଂରକ୍ଷିତ ଜଙ୍ଗଲରେ ବନ ବିଭାଗର ୧୦ଟି ଟିମ୍‌ ପକ୍ଷରୁ ପକ୍ଷୀ ଗଣନା କରାଯାଇଥିଲା। ଚଳିତ ବର୍ଷ ମୋଟ ୮୭ ପ୍ରଜାତିର ୪୩ହଜାର ୩୮୧ ପକ୍ଷୀ ଆସିଛନ୍ତି। ସେଥିମଧ୍ୟରୁ ୩୫ ପ୍ରଜାତିର ବିଦେଶାଗତ ପକ୍ଷୀ ଓ ୫୨ ପ୍ରଜାତିର ଦେଶୀ ପକ୍ଷୀ ଥିବା ଜଣାପଡିଛି। ନଭେମ୍ବର ମାସରୁ ବିଦେଶାଗତ ପକ୍ଷୀଙ୍କ ଆଗମନ ଆରମ୍ଭ ହୋଇଥିଲା। ଶୀତ ବଢିବା ସହିତ ବିଦେଶୀ ପକ୍ଷୀଙ୍କ ସଂଖ୍ୟା ବୃଦ୍ଧି ପାଇଥିଲା। ମହାନଦୀ ଓ ତେଲ ନଦୀର ତଟବର୍ତ୍ତୀ ଅଞ୍ଚଳରେ, ନଦୀ ଭିତରେ ଥିବା ବିଭିନ୍ନ ଟାପୁ ଓ ପଥରରେ ଦେଖା ଯାଇଥିଲେ ଜାତି ଜାତିକା ବିଦେଶାଗତ ପକ୍ଷୀ। ବିଭିନ୍ନ ପ୍ରଜାତିର ରଙ୍ଗବେରଙ୍ଗ ପକ୍ଷୀଙ୍କ କଳରବ ମହାନଦୀର ଶୋଭା ବୃଦ୍ଧି କରିଥିଲା। ସାତଦରିଆ ତେର ନଈ ପାର ହୋଇ ସୁଦୂର ପୂର୍ବ ୟୁରୋପ, ସାଇବେରିଆ, ଆମେରିକା, ମଙ୍ଗୋଲିଆ ଓ ଋଷ ଆଦି ସ୍ଥାନରୁ ପକ୍ଷୀମାନେ ଉଡି ଆସି ସୁବର୍ଣ୍ଣପୁରର ମହାନଦୀକୁ ଅତି ନିଜର କରି ନେଉଛନ୍ତି। ଚଳିତବର୍ଷ ମଧ୍ୟ ସୁବର୍ଣ୍ଣପୁର ସହର ଉପକଣ୍ଠ ମହାନଦୀର ଜଳରାଶିରେ ବିରଳ ପକ୍ଷୀ କମନ ମରଗାନସର ଠାବ ହୋଇଥିଲା। ଏହି ପକ୍ଷୀ ଉତ୍ତର ଆମେରିକା ଓ ପୂର୍ବ ୟୁରୋପିଆନରେ ପ୍ରାୟତଃ ଦେଖାଯାଆନ୍ତି। ଏମାନେ ପ୍ରାୟ ୧୨ ରୁ ୧୩ ହଜାର କି.ମି. ଯାତ୍ରା କରିଥାନ୍ତି। ଭାରତରେ କେବଳ ଉତ୍ତର ପଶ୍ଚିମବଙ୍ଗର ଗଜଲଡବାସ୍ଥିତ ତିସ୍ତା ବ୍ୟାରେଜ୍‌ ଓ ଲଦାଖରେ ଏହି ପକ୍ଷୀ ଦେଖିବାକୁ ମିଳିଥାନ୍ତି। ତେଣୁ ସୋନପୁରରେ କମନ୍‌ ମରଗାନସର ପକ୍ଷୀର ଉପସ୍ଥିତି ଓଡିଶାର ପକ୍ଷୀପ୍ରେମୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳାଇ ଦେଇଛି। ସେହିପରି ମଙ୍ଗୋଲିଆ ଅଞ୍ଚଳରୁ ଏଠାକୁ ଆସିଥିବା ପକ୍ଷୀ ବ୍ଲାକ ଷ୍ଟର୍କ, ବିଦେଶାଗତ ପକ୍ଷୀ ବ୍ଲାକ ବେଲିଡ ଟର୍ଣ୍ଣ, ଲିଟିଲ ଗ୍ରେବ୍‌, ଗ୍ରେଟ୍‌ କ୍ରେଷ୍ଟଡ୍‌ ଗ୍ରେବ୍‌, ପେଣ୍ଟେଡ ଷ୍ଟର୍କ, ଉଲି ନେକେଡ୍‌, ଗ୍ରେଲାଗ ଗୁସ, ବାର ହେଡେଡ୍‌ ଗୁସ, ନର୍ଦ୍ଦନ ପେଣ୍ଟେଲ, ରେଡ କ୍ରେଷ୍ଟେଡ ପୋଚାର୍ଡ, କମନ ପୋଚାର୍ଡ, ଟଫ୍ଟେଡ ଡକ୍‌, ସ୍ମଲ ପ୍ରାଟିନକୋଲା ଓ ପେଣ୍ଟେଡ ସ୍ନାଇପ ଆଦି ଚିହ୍ନଟ ହୋଇଛନ୍ତି। ଅନୁକୂଳ ପରିବେଶ ଏବଂ ଜୀବନ ଶୈଳୀରେ କୌଣସି ବ୍ୟାଘାତ ହେଉ ନ ଥିବାରୁ ପ୍ରତିବର୍ଷ ମହାନଦୀକୁ ବିଦେଶାଗତ ପକ୍ଷୀଙ୍କ ଆଗମନ ବଢିବାରେ ଲାଗିଛି। ବନ ବିଭାଗର କହିବା ଅନୁସାରେ ଏମାନଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ମହାନଦୀକୁ ପ୍ରତ୍ୟେକ ବର୍ଷ ନୂଆ ନୂଆ ପ୍ରଜାତିର ପକ୍ଷୀ ଆସୁଥିବାରୁ ସୁବର୍ଣ୍ଣପୁରକୁ ଦେଶ ବିଦେଶର ପକ୍ଷୀ ଗବେଷକମାନଙ୍କ ସୁଅ ଛୁଟୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

ମହାନଦୀରେ ବୁଡିଲା ଡଙ୍ଗା: ଜଣେ ମୃତ, ୬ ନିଖୋଜ

ଝାରସୁଗୁଡା,୧୯।୪: ମହାନଦୀରେ ବୁଡିଲା ଡଙ୍ଗା। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣଙ୍କର ପତ୍ତା ମିଳୁନି। ଝାରସୁଗୁଡା ଜିଲା ଲଖନପୁର ବ୍ଲକ ଶରଧା ନିକଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri