୫୦ ତଳକୁ ଖସିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର,୨୮ା୩(ବ୍ୟୁରୋ): ରାଜ୍ୟରୁ ସୋମବାର ୪୩ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨,୮୭,୫୧୨ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୨୫ ଜଣ ଚିହ୍ନଟ ହୋଇଥିବା ବେଳେ ୧୮ ଜଣ ସ୍ଥାନୀୟ ସଂକ୍ରମିତ ଅଟନ୍ତି। ଏହି ଆକ୍ରାନ୍ତମାନଙ୍କ ମଧ୍ୟରେ ୫ ଜଣ ଶିଶୁ ବି ଅଛନ୍ତି।

ଆଜି ଖୋର୍ଦ୍ଧାରୁ ସର୍ବାଧିକ ୧୦ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସମ୍ବଲପୁରରୁ ୯ ଏବଂ ଗଜପତିରୁ ୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିପରି ବାଲେଶ୍ୱରରୁ ୧, ବରଗଡ଼ ୧, ବଲାଙ୍ଗୀର ୨, ବୌଦ୍ଧ ୧, କଟକ ୪, ଗଞ୍ଜାମ ୧, ଯାଜପୁର ୩, ଝାରସୁଗୁଡ଼ା ୨୧, କଳାହାଣ୍ଡି ୩, କନ୍ଧମାଳ ୧, କେନ୍ଦ୍ରାପଡ଼ା ୧, କୋରାପୁଟ ୪, ମୟୂରଭଞ୍ଜରୁ ୪ ଏବଂ ସୁନ୍ଦରଗଡ଼ରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଷ୍ଟେଟ୍‌ ପୁଲ୍‌ ସଂଖ୍ୟା ରହିଛି ୨।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୨,୮୭,୫୧୨ରେ ପହଞ୍ଚିଥିବା ବେଳେ ୧୨,୭୭,୯୨୧ ଜଣ ସୁସ୍ଥ ହୋଇଛନ୍ତି। ୪୧୯ଜଣ ଚିକିିତ୍ସିତ ହେଉଛନ୍ତି।