ବ୍ୟବସାୟୀଙ୍କ ଦୋକାନରୁ ୪୩ ରନ୍ଧନ ଗ୍ୟାସ୍‌ ସିଲିଣ୍ଡର ଜବତ, ଅତର୍କିତ ଚଢାଉ କରି ପୋଲିସ…

ମହାକାଳପଡ଼ା, ୨୭ା୫(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ତନ୍ତିଆପାଳ ସାମୁଦ୍ରିକ ଥାନା କଣ୍ଟିଲୋ ଓ ପୂର୍ବ ସୁନୀତି ଗ୍ରାମରେ ଦୁଇ ବ୍ୟବସାୟୀଙ୍କ ଦୋକାନ ଗୃହରୁ ବିଭିନ୍ନ କମ୍ପାନୀର ୪୩ଟି ରନ୍ଧନ ଗ୍ୟାସ୍‌ ସିଲିଣ୍ଡର ମଙ୍ଗଳବାର ପୋଲିସ ଜବତ କରିଛି। ଏହି ଅଞ୍ଚଳରେ ଘରୋଇ ରନ୍ଧନ ଗ୍ୟାସ ବେଆଇନ ଭାବେ ଚଢ଼ାଦରରେ ବିକ୍ରି ହେଉଥିବା ଖବର ପାଇ ସ୍ଥାନୀୟ ପୋଲିସ ଅତର୍କିତ ଚଢାଉ କରିଥିଲା। ପୂର୍ବ ସୁନୀତି ଗ୍ରାମର ଦୁଲାଲ ପାଲଙ୍କ ଦୋକାନରୁ ୨୭ଟି ଓ କଣ୍ଟିଲୋ ଗ୍ରାମର ଗୁରୁପଦ ମଣ୍ଡଳଙ୍କ ଦୋକାନରୁ ୧୬ଟି ସିଲିଣ୍ଡର ଜବତ ହୋଇଥିଲା। ଦୁଇ ବ୍ୟବସାୟୀଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରୁଛି। ଏ ନେଇ ଦୁଇଟି ପୃଥକ ମାମଲା(୮୯/୨୬, ୯୦/୨୬) ରୁଜୁ ହୋଇଛି। ଥାନା ଅଧିକାରୀ ରତି ରଞ୍ଜନ ନାୟକଙ୍କ ନିର୍ଦ୍ଦେଶକ୍ରମେ କରାଯାଇଥିବା ଏହି ଚଢାଉରେ ସବ୍‌ଇନ୍ସପେକ୍ଟର ଦେବାଶିଷ ତିର୍କୀ ଓ ଷ୍ଟାଫ ସାମିଲ ଥିଲେ।

Dharitri – Odisha’s No.1 Odia Daily

Share