ଗଞ୍ଜାମରେ ୪୨୯୧୮ ଛାତ୍ରୀଛାତ୍ର ମାଟ୍ରିକ୍‌ ପାସ୍‌, ୨୯୫ ବିଦ୍ୟାଳୟର ରେଜଲ୍ଟ ଶତପ୍ରତିଶତ

ଭଞ୍ଜନଗର,୨ା୫(ବାବୁଲା ପ୍ରଧାନ): ଶନିବାର ପ୍ରକାଶ ପାଇଛି ମାଟ୍ରିକ ରେଜଲ୍ଟ। ଏଥିରେ ଗଞ୍ଜାମ ଜିଲାର ୯୮.୨୫ ପ୍ରତିଶତ ଛାତ୍ରୀଛାତ୍ର ପାସ୍‌ ହୋଇଛନ୍ତି। ଜିଲାର ୬୩୮ଟି ବିଦ୍ୟାଳୟର ୪୪୨୦୬ ଛାତ୍ରୀଛାତ୍ର ଫର୍ମ ପୂରଣ କରିଥିଲେ। ସେଥିମଧ୍ୟରୁ ୫୨୨ ଜଣ ପରୀକ୍ଷା ଦେଇ ନ ଥିଲେ। ୪୨୯୧୮ ଛାତ୍ରୀଛାତ୍ର ବର୍ତ୍ତମାନ ପାସ୍‌ ହୋଇଥିବା ବେଳେ ୭୬୬ ଜଣ ଫେଲ୍‌ ହୋଇଛନ୍ତି।

ଏ ୧ ଗ୍ରେଡ୍‌ରେ ୩୦୪ ଛାତ୍ରୀଛାତ୍ର ପାସ ହୋଇଥିବାବେଳେ ଏ ୨ ଗ୍ରେଡ୍‌ରେ ୧୪୮୦, ବି ୧ ଗ୍ରେଡ୍‌ରେ ୩୭୦୪, ବି ୨ ଗ୍ରେଡ୍‌ରେ ୭୪୪୩, ସି ଗ୍ରେଡ୍‌ରେ ୧୧୨୦୧, ଡି ଗ୍ରେଡ୍‌ରେ ୧୨୧୧୮ ଏବଂ ଇ ଗ୍ରେଡ୍‌ରେ ୬୬୬୮ ଜଣ ଛାତ୍ରୀଛାତ୍ର ଉତ୍ତୀର୍ଣ୍ଣ ହୋଇଛନ୍ତି। ୨୧୬୧୧ ଛାତ୍ର ପାସ ହୋଇଥିବା ବେଳେ ୨୧୩୦୭ ଛାତ୍ରୀ ପାସ ହୋଇଛନ୍ତି। ଜିଲାର ୨୯୫ଟି ବିଦ୍ୟାଳୟର ପାସ୍‌ହାର ଶତ ପ୍ରତିଶତ ରହିଛି।

Dharitri – Odisha’s No.1 Odia Daily

Share