Posted inଫୁରସତ

୪୨ ଫୁଟ୍‌ର ଲମ୍ବା ନଖ, ୨୫ ବର୍ଷ ହେବ କାଟି ନାହାନ୍ତି…

ଆମେରିକାର ୬୩ ବର୍ଷୀୟା ଡାଏନା ଆମ୍ରଷ୍ଟ୍ରଙ୍ଗ ଦୀର୍ଘ ୨୫ ବର୍ଷ ହେବ ନିଜ ଦୁଇ ହାତର ନଖ କାଟି ନାହାନ୍ତି। ଫଳରେ ଏବେ ତାଙ୍କ ଦୁଇ ହାତର ନଖର ଲମ୍ବ ୪୨ ଫୁଟ୍‌ରୁ ଅଧିକ ହୋଇଗଲାଣି। କହିବାକୁ ଗଲେ ଏକ ବସ୍‌ର ଲମ୍ବଠାରୁ ବି ତାଙ୍କ ନଖର ଲମ୍ବ ଅଧିକ। ଫଳରେ ତାଙ୍କ ନାମ ଗିନିଜ ଓ୍ବାର୍ଲଡ ରେକର୍ଡସ୍‌ରେ ସ୍ଥାନ ପାଇଛି। ତେବେ ସେ ଫ୍ୟାଶନ କିମ୍ବା ରେକର୍ଡ କରିବା ଉଦ୍ଦେଶ୍ୟରେ ନଖ ବଢାଇ ନାହାନ୍ତି। ବରଂ ଏତେ ଲମ୍ବା ନଖ ରଖିବା ପଛରେ ଡାଏନାଙ୍କ ଜୀବନର ଏକ ଦୁଃଖଦ କାହାଣୀ ଜଡିତ ଅଛି। ଡାଏନାଙ୍କର ଏକ ଝିଅ ଥିଲା, ଯାହାର ନାଁ ଲତିଶା ଥିଲା। ମାତ୍ର ୧୬ ବର୍ଷ ବୟସରେ ଲତିଶାଙ୍କର ମୃତ୍ୟୁ ଅସ୍ଥମା ଆଟାକ୍‌ରେ ହୋଇଗଲା। ଲତିଶା ମା’ ଡାଏନାଙ୍କର ବହୁତ ଯତ୍ନ ନେଉଥିଲେ। ସେ ମା’ଙ୍କ ନଖ କାଟିବା, ମାନେକ୍ୟୋର କରିବା, ନେଲପଲିଶ ଲଗାଇବା ଆଦି କାମ ଭାରି ଖୁସିରେ କରୁଥିଲେ। ୧୯୯୭ରେ ଯେବେ ଲତିଶାଙ୍କର ମୃତ୍ୟୁ ହୋଇଗଲା ଡାଏନା ଦୁଃଖରେ ଭାଙ୍ଗିପଡିଲେ। ଆଉ ନିଜର ନଖ ପ୍ରତି ଜମାରୁ ନଜର ଦେଲେନି। ନଖ କାଟିବା ପୁରା ବନ୍ଦ କରିଦେଲେ। ଫଳର ନଖ ଧୀରେ ଧୀରେ ବଢି ଲମ୍ବା ହେବାକୁ ଲାଗିଲା। ଆଉ ଏତେ ଲମ୍ବା ହୋଇଗଲା ଯେ, ଗିନିଜ ଓ୍ବାର୍ଲଡ ରେକର୍ଡସରେ ସବୁଠାରୁ ଲମ୍ବା ନଖଭାବେ ସ୍ଥାନ ପାଇଲା। ତାଙ୍କର ଏହି ଲମ୍ବା ନଖର ଯତ୍ନ ଏବେ ତାଙ୍କ ନାତୁଣୀ ନେଉଛନ୍ତି। ତାଙ୍କ ନଖରେ ନେଲପେଣ୍ଟ କରିବା ପାଇଁ ଥରକରେ ୧୦-୧୫ଟି ନେଲପଲିସ୍‌ ବୋତଲ ଆବଶ୍ୟକ ହୁଏ। ଡାଏନା କୁହନ୍ତି, ‘ନଖ ଏତେ ଲମ୍ବା ହୋଇଯିବାରୁ ମୁଁ ଏବେ ଆଉ ବାହାରକୁ ବିଶେଷ ଯାଉନାହିଁ। ତଥାପି ମୋର କେବେବି ନଖ କାଟିବାକୁ ଇଛା ହୋଇନାହଁି।’


Enter your email to get our daily news in your inbox.

All Right Reserved By Dharitri.Com

ଏହି ଦେଶଗୁଡ଼ିକରେ ନାଗରିକତା ପାଇବା ବହୁତ କଷ୍ଟକର, ଅପେକ୍ଷା କରିବାକୁ ପଡେ ୨୦ରୁ ୨୫ ବର୍ଷ

ନୂଆଦିଲ୍ଲୀ,୩୦।୧୨: ପ୍ରତିବର୍ଷ, ଭାରତରୁ ଲକ୍ଷ ଲକ୍ଷ ଲୋକ ସେମାନଙ୍କର ନାଗରିକତା ପରିତ୍ୟାଗ କରି ବିଦେଶରେ ବସବାସ କରନ୍ତି। ସରକାର ନିକଟରେ ଏହି ବିଷୟରେ ତଥ୍ୟ ପ୍ରକାଶ...

ଡାଲୋଲ ସବୁଠୁ ଗରମ ସ୍ଥାନ

ଲୋକମାନେ ଯେବେ ଅତ୍ୟଧିକ ଗରମ ସ୍ଥାନ ବିଷୟରେ କଥା ହୁଅନ୍ତି, ସେମାନେ ସାଧାରଣତଃ ସାହାରା କିମ୍ବା ମଧ୍ୟପ୍ରାଚ୍ୟର ସହରଗୁଡ଼ିକ ପରି ମରୁଭୂମି ବିଷୟରେ ଚିନ୍ତା କରନ୍ତି।...

First Banknote: କେଉଁ ଦେଶରେ ତିଆରି ହୋଇଥିଲା ବିଶ୍ୱର ପ୍ରଥମ ନୋଟ୍, ଜାଣନ୍ତୁ କିଏ …

ଆଜିକା ସମୟରେ ଯେତେବେଳେ ଆମେ ଟଙ୍କା ବିଷୟରେ ଚିନ୍ତା କରୁ, କାଗଜ ମୁଦ୍ରା ବହୁତ ସାଧାରଣ ମନେହୁଏ। କିନ୍ତୁ ଧାତୁ ମୁଦ୍ରା ବଦଳରେ କାଗଜ ବ୍ୟବହାର...

Children born on Ekadashi: ଏକାଦଶୀରେ ଜନ୍ମ ହୋଇଥିବା ପିଲାମାନେ ବହୁତ ସ୍ୱତନ୍ତ୍ର, ଏହି ଗୁଣ…

ଧାର୍ମିକ ଦୃଷ୍ଟିକୋଣରୁ ୨୦୨୫ ବର୍ଷର ଶେଷ ଅତ୍ୟନ୍ତ ଶୁଭ ହେବାକୁ ଯାଉଛି । ଡିସେମ୍ବର ୩୦ ତାରିଖରେ ବର୍ଷର ଶେଷ ପୁତ୍ରଦା ଏକାଦଶୀ ପାଳନ କରାଯିବ।...

ବିବାହ କରିବାକୁ ଯାଉଥିଲେ ନିଶ୍ଚିତ ଯାଞ୍ଚ କରନ୍ତୁ ଏସବୁ, ନଚେତ୍‌ ପରେ କରିବେ ପଶ୍ଚାତାପ

ବିବାହ ହେଉଛି ଜୀବନର ସବୁଠାରୁ ବଡ଼ ତଥା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟରୁ ଗୋଟିଏ। ଏହା କେବଳ ଦୁଇଟି ଲୋକ ମଧ୍ୟରେ ସୀମିତ ସମ୍ପର୍କ ନୁହେଁ। ଦୁଇଟି...

କେମିତି, କାହିଁକି ହୋଇଥିଲା ମାତା ଗାନ୍ଧାରୀଙ୍କର ଶହେ ପୁତ୍ର, ଜାଣନ୍ତୁ କୌରବଙ୍କ ରହସ୍ୟମୟ କାହାଣୀ…

ଦ୍ୱାପର ଯୁଗରେ, ପାଣ୍ଡବ ଏବଂ କୌରବମାନଙ୍କ ମଧ୍ୟରେ ଏକ ଯୁଦ୍ଧ ହୋଇଥିଲା। ଏହି ଧର୍ମୀୟ ଯୁଦ୍ଧରେ ପାଣ୍ଡବମାନେ ବିଜୟୀ ହୋଇଥିଲେ। ମହାଭାରତରେ ମଧ୍ୟ ଅନେକ କାହାଣୀ...

ଅଜବ ସହର,ଯେଉଁଠି ଚପଲ ପିନ୍ଧି ଗାଡ଼ି ଚଲାଇବା ମନା

ନୂଆଦିଲ୍ଲୀ,୨୭।୧୨: ବିଦେଶ ଭ୍ରମଣର ସ୍ବପ୍ନ ଦେଖିବା ସମୟରେ ଲୋକମାନେ ପ୍ରାୟତଃ ସୁନ୍ଦର ବେଳାଭୂମି, ଐତିହାସିକ ରାସ୍ତା ଏବଂ ଖୋଲା ସ୍ବାଧୀନତା କଥା ଭାବନ୍ତି। କିନ୍ତୁ ଯଦି...

ଆଶ୍ଚର୍ଯ୍ୟ ନୁହେଁ ସତ… ଝିଅ ନୁହେଁ ପୁଅଙ୍କୁ ହାଫ ପ୍ୟାଣ୍ଟ ପିନ୍ଧିବା-ସ୍ମାର୍ଟଫୋନ୍ ରଖିବା ନିଷେଧ

ପଶ୍ଚିମ ଉତ୍ତର ପ୍ରଦେଶର ଖାପ୍ ପଞ୍ଚାୟତ ସବୁବେଳେ ନିଜ ନିଷ୍ପତ୍ତି ପାଇଁ ଶିରୋନାମାରେ ରହିଥାଏ । ସମ୍ପ୍ରତି, ବାଗପତର ବାରୌତରେ ଏକ ଖାପ୍ ପଞ୍ଚାୟତ ବୈଠକରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri