୪ ହଜାର ପଡ଼ା ହେବ ରାଜସ୍ବ ଗ୍ରାମ

ଭୁବନେଶ୍ୱର, ୨୯ା୭(ବ୍ୟୁରୋ): ରାଜ୍ୟରେ ଥିବା ୪ହଜାର ପଡ଼ା ବା ବସତିକୁ ରାଜସ୍ବ ଗ୍ରାମ ମାନ୍ୟତା ଦେବା ପାଇଁ ଥିବା ଦୀର୍ଘଦିନର ସମସ୍ୟାକୁ ରାଜ୍ୟ ସରକାର ସମାଧାନ କରିଛନ୍ତି। ନୂତନ ଗ୍ରାମ ହେବା ଫଳରେ ଉକ୍ତ ପଡ଼ାଗୁଡ଼ିକ ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ ଯୋଜନା ଏବଂ କାର୍ଯ୍ୟକ୍ରମ ଜରିଆରେ ବହୁ ସୁବିଧା ପାଇପାରିବେ। ୫-ଟି ସୂତ୍ର ଅଧୀନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଦ୍ୱାରା ପଡ଼ାଗ୍ରାମକୁ ରାଜସ୍ବ ଗ୍ରାମ ମାନ୍ୟତା ପ୍ରଦାନ ନିମନ୍ତେ ପ୍ରଚଳିତ ନିୟମରେ ସରଳୀକରଣ ପ୍ରସ୍ତାବକୁ ବୁଧବାର ଅନୁମୋଦନ କରିଛନ୍ତି। ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ଏନେଇ ସମସ୍ତ ଜିଲାପାଳଙ୍କୁ ପତ୍ର ମାଧ୍ୟମରେ ଅବଗତ କରିବା ସହ ନୂଆ ମାର୍ଗଦର୍ଶିକାର ଅନୁପାଳନ ପାଇଁ କହିଛନ୍ତି।
ନୂତନ ମାର୍ଗଦର୍ଶିକା ଅନୁସାରେ ମୂଳ ରାଜସ୍ବ ଗ୍ରାମଠାରୁ ୫୦୦ ମିଟରରୁ ଅଧିକ ଦୂରରେ ଅବସ୍ଥିତ ୨୫୦ କିମ୍ବା ତଦୂର୍ଦ୍ଧ୍ୱ ଜନସଂଖ୍ୟାବିଶିଷ୍ଟ ପଡ଼ାକୁ ନୂତନ ରାଜସ୍ବ ଗ୍ରାମ ଭାବେ ଘୋଷଣା କରାଯିବ। ଅନୁରୂପ ଭାବେ ମୂଳରାଜସ୍ବ ଗ୍ରାମରୁ ୫୦୦ମିଟର ମଧ୍ୟରେ ଏବଂ ୩୦୦ରୁ ଅଧିକ ଜନସଂଖ୍ୟାବିଶିଷ୍ଟ ବସତିକୁ ନୂତନ ରାଜସ୍ବ ଗ୍ରାମଭାବେ ଗ୍ରହଣ କରାଯିବ। ୨୫୦ରୁ କମ୍‌ ଜନସଂଖ୍ୟାବିଶିଷ୍ଟ ପଡ଼ା ବା ବସତିଗୁଡ଼ିକ ମୂଳ ରାଜସ୍ବ ଗ୍ରାମରୁ ପ୍ରାକୃତିକ ଭାବେ ବିଚ୍ଛିନ୍ନ ଥିଲେ ସେଗୁଡ଼ିକୁ ମଧ୍ୟ ସ୍ବତନ୍ତ୍ର ରାଜସ୍ବ ଗ୍ରାମର ମାନ୍ୟତା ମିଳିବ। ବିଭାଗୀୟ ପ୍ରମୁଖ ଶାସନ ସଚିବ ନୂତନ ରାଜସ୍ବ ଗ୍ରାମ ସୃଷ୍ଟିବେଳେ ଗୋଚର ଏବଂ ଗୋଷ୍ଠୀଗତ ଜମିର ସୀମା ସଂରକ୍ଷଣ ବାବଦରେ ଗୁରୁତ୍ୱ ନ ଦେବାକୁ ନିର୍ଦ୍ଦିଷ୍ଟ ଭାବେ ସୂଚନା ଦେଇଛନ୍ତି। କିନ୍ତୁ ନୂତନ ଭାବେ ସୃଷ୍ଟି ହେଉଥିବା ଗ୍ରାମର ବାସିନ୍ଦାମାନେ ମୂଳ ଗ୍ରାମ ମଧ୍ୟରେ ଥିବା ଗୋଚର ଏବଂ ଗୋଷ୍ଠୀଗତ ଜମିକୁ ବ୍ୟବହାର କରିପାରିବେ। ଏହା ଉଭୟ ଗ୍ରାମର ସାଧାରଣ ସମ୍ପତ୍ତି ଭାବେ ବିବେଚିତ ହେବ। ନୂତନ ରାଜସ୍ବ ଗ୍ରାମ ସୃଷ୍ଟି ବାବଦରେ ବହୁବାର ରାଜ୍ୟ ବିଧାନସଭା ତଥା ଅନ୍ୟାନ୍ୟ ସାମ୍ମୁଖ୍ୟରେ ଦାବି ହୋଇଆସୁଛି। ଗୋଚର ଓ ଗୋଷ୍ଠୀଗତ ଜମି ଅଭାବରୁ ଅଧିକାଂଶ ପ୍ରସ୍ତାବ ବିଚାରକୁ ନିଆଯାଇପାରୁ ନ ଥିଲା। ବନ୍ଦୋବସ୍ତ ଓ ଚକବନ୍ଦୀ କାର୍ଯ୍ୟ ସମୟରେ ଜମି ସଂରକ୍ଷଣ ବାବଦରେ ବହୁର୍ପୂବରୁ ଜାରି କେତେକ ପ୍ରଶାସନିକ ନିର୍ଦ୍ଦେଶନାମାକୁ କ୍ଷେତ୍ରୀୟ ଅଧିକାରୀମାନେ ଠିକ୍‌ ଭାବେ ବୁଝିପାରି ନ ଥିଲେ। ତେଣୁ ନୂତନ ରାଜସ୍ବ ଗ୍ରାମ ସୃଷ୍ଟି ବାଧାପ୍ରାପ୍ତ ହେଉଥିଲା। ଫଳରେ ରାଜ୍ୟ ବିଭିନ୍ନ ସମ୍ବଳ ସଂଗ୍ରହରୁ ବଞ୍ଚତ୍ତ ହେଉଥିଲା। ପ୍ରଚଳିତ ସଂରକ୍ଷଣ ବ୍ୟବସ୍ଥା ଲାଗୁ ନ କଲେ ପ୍ରାୟ ୪ହଜାର ନୂତନ ଗ୍ରାମ ସୃଷ୍ଟି ହେବା ସହିତ ଲୋକମାନେ ଉପକୃତ ହେବେ ବୋଲି ବିଷ୍ଣୁପଦ ଉଲ୍ଲେଖ କରିଛନ୍ତି। ପୂର୍ବର ସମସ୍ତ ନିର୍ଦ୍ଦେଶାବଳୀ ଏହାଦ୍ୱାରା ନିଷ୍କ୍ରିୟ ହେବ ବୋଲି ଦର୍ଶାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri