ଭୋଜି ଖାଇ ୪୦ ଅସୁସ୍ଥ

ମାଲକାନଗିରି,୧୩।୨(ଡି.ଏନ୍‌.ଏ.): ମାଲକାନଗିରି ଜିଲା କାଲିମେଳା ବ୍ଲକ ଅନ୍ତର୍ଗତ ଟିଗଲ ପଞ୍ଚାୟତର ଏମ୍‌ପିଭି-୬୫ ଗ୍ରାମରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି l ଭୋଜି ଖାଇ ଗ୍ରାମର ଛୋଟ ପିଲାଙ୍କ ସମେତ ୪୦ରୁଊର୍ଦ୍ଧ୍ୱ ମହିଳାପୁରୁଷ ଅସୁସ୍ଥ ହୋଇପଡ଼ିଛନ୍ତି। ସେମାନଙ୍କ ମଧ୍ୟରୁ ୨୦ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ କାଲିମେଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସାମାନ୍ୟ ଅସୁସ୍ଥଙ୍କୁ ପ୍ରାଥମିକ ଚିକିତ୍ସା ପରେ ଘରକୁ ପଠାଇ ଦିଆଯାଇଛି। ଖବରରୁ ଜଣାପଡ଼ିଛି, ଏମ୍‌ପିଭି-୬୫ ଗ୍ରାମର ଦୀପକ ସରକାରଙ୍କ ଝିଅ ବିବାହ ଗତ ସୋମବାର ହୋଇଥିବାବେଳେ ଶୁକ୍ରବାର ଭୋଜି ହୋଇଥିଲା। ଭୋଜି ଖାଇ ଗ୍ରାମର ୪୦ରୁ ଊର୍ଦ୍ଧ୍ୱ ଅସୁସ୍ଥ ହୋଇପଡ଼ିଛନ୍ତି।