ନାଳପାଣି ଭରସାରେ ୪୦ ପରିବାର

ଆନନ୍ଦପୁର,୪ା୪(ସୁଶାନ୍ତ କୁମାର ସାହୁ):କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ କଣ୍ଟିପାଳ ପଞ୍ଚାୟତ ଝାଲିସାହିରେ ଜଳ ସମସ୍ୟା ଉତ୍କଟ ରୂପ ଧାରଣ କରିଛି। ଖରାର ପ୍ରକୋପ ବଢ଼ିଥିବାରୁ ଗ୍ରାମବାସୀ ପାଣି ପାଇଁ ଡ଼ହଳବିକଳ ହେଉଛନ୍ତି। ଗ୍ରାମରେ ଥିବା ନଳକୂପ ଖରାପ ହୋଇଯାଇଥିବାରୁ ପାହାଡ଼ି ନାଳରୁ ଜଳ ସଂଗ୍ରହ କରି ବ୍ୟବହାର କରୁଥିବା ଜଣାଯାଇଛି। ଏ ନେଇ ବାରମ୍ଭାର ଅଭିଯୋଗ ପରେ ବି ସମସ୍ୟା ସମାଧାନ ହେଉ ନ ଥିବା ଗ୍ରାମବାସୀ ଜଣାଇଛନ୍ତି।
ସୂଚନା ମୁତାବକ, ଗ୍ରାମରେ ୩୦ ପରିବାରର ପ୍ରାୟ ୧୫୦ ବସବାସ କରୁଛନ୍ତି। ଗ୍ରାମବାସୀଙ୍କ ନିମନ୍ତେ ଏକ ନଳକୂପ ଖନନ ହୋଇଥିଲା। ମାତ୍ର ତାହା ୮ ମାସ ହେବ ଖରାପ ହୋଇଯାଇଛି। ଏ ନେଇ ବାରମ୍ଭାର ସରପଞ୍ଚ ଓ ବ୍ଲକ୍‌ ପ୍ରଶାସନକୁ ଜଣାଇଲେ ମଧ୍ୟ ସମସ୍ୟା ସମାଧାନ ହେଉନାହିଁ। ଲୋକେ ଅନ୍ୟ ଉପାୟ ନ ପାଇ ଗ୍ରାମ ନିକଟରେ ଥିବା ଘାଗରା ନାଳରେ ଚୂଆ ଖୋଳି ପାଣିକୁ ବ୍ୟବହାର କରୁଛନ୍ତି। ନାଳର ଅସ୍ବଚ୍ଛ ପାଣି ସ୍ବାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି କରୁଥିବା ସତ୍ୱେ ଲୋକମାନେ ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି ବୋଲି ଗ୍ରାମର ଦମୟନ୍ତୀ ନାୟକଙ୍କ ସମେତ ଅନ୍ୟମାନେ ଅଭିଯୋଗ କରିଛନ୍ତି। ପାନୀୟ ଜଳର ସୁବିଧା ପାଇଁ ସରକାର ଅନେକ କୋଟି ଟଙ୍କା ବ୍ୟୟ କରି ପ୍ରକଳ୍ପ ନିର୍ମାଣ କରୁଛନ୍ତି। ମାତ୍ର ଉକ୍ତ ଗ୍ରାମର ଲୋକେ ମୌଳିକ ସୁବିଧାରୁ ବଞ୍ଚତ୍ତ ରହୁଥିବାରୁ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ସରପଞ୍ଚ ପଦ୍ମିନୀ ନାୟକ କହିଛନ୍ତି, ନଳକୂପର ସାମଗ୍ରୀ ନ ଥିବାରୁ ସଜଡ଼ା ଯାଇପାରୁନାହିଁ। ବିଡିଓ ଯୋଗରଞ୍ଜନ ନାୟକ କହିଛନ୍ତି, ଆରଡବ୍ଲ୍ୟୁ ଜେଇଙ୍କ ସହ ଆଲୋଚନା ହୋଇଛି। ସମସ୍ୟା ସମାଧାନ ଦିଗରେ ପଦକ୍ଷେପ ନିଆଯିବ।

ଟ୍ୟାଙ୍କରରେ ଜଳ ଯୋଗାଣ ଦାବି

କେନ୍ଦୁଝର,୪ା୪(ନରେଶ ଚନ୍ଦ୍ର ପଟ୍ଟନାୟକ):ଖରାଦିନ ଆରମ୍ଭରୁ ଅସହ୍ୟ ଗରମ ସହିତ ଗୁଳି ଗୁଳି ଓ ଗ୍ରୀଷ୍ମ ପ୍ରଭାବ ଅଥୟ କଲାଣି। କେନ୍ଦୁଝର ଜିଲାରେ ତାପମାତ୍ରା ପାଖାପାଖି ୪୦ ଡିଗ୍ରୀ ପାଖାପାଖି ହେଉଥିବା ବେଳେ ଦିନରେ ରାସ୍ତା ଘାଟ ଶୂନଶାନ ହୋଇଯାଉଛି। ତାପମାତ୍ର ସହିତ ଜଳ ସମସ୍ୟା ମଧ୍ୟ ଜଟିଳ କରିଦେଇଛି। ଅନ୍ୟବର୍ଷ ତୁଳନାରେ ଚଳିତ ବର୍ଷ ପ୍ରବଳ ଝାଞ୍ଜି ପବନ ସହିତ ଗରମ ଗୁଳୁଗୁଳି ଯୋଗୁ ଲୋକେ ତ୍ରାହି ତ୍ରାହି ଡାକୁଛନ୍ତି। ଏମିତି ଅସହ୍ୟ ଗରମ କିମ୍ବା ଗୁଳୁଗୁଳି କେବେ ଜିଲାରେ ହୋଇ ନ ଥାଏ ବୋଲି ଭଗବାନ ନାଏକ, ଲାଲମୋହନ ବେହେରା ସମେତ ବହୁ ବରିଷ୍ଠ ନାଗରିକ କହିଛନ୍ତି। ସକାଳ ୯ ଘଟିକାରୁ ସନ୍ଧ୍ୟା ୬ ଘଟିକା ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରଭାବ ଜାରୀ ରହୁଛି। ଦେହରୁ ଗମ ଗମ ଝାଳ ବୋହୁଥିବା ଓ ଟାଣ ଖରାରେ ଘରୁ ପଦାକୁ ବାହାରିବାକୁ ଲୋକଙ୍କ କ୍ଷେତ୍ରରେ କଷ୍ଟ ସାଧ୍ୟ ହୋଇପଡୁଛି। ରାତି ସାରା ବାୟୁମଣ୍ଡଳ ଗରମ ରହୁଥିବା ବେଳେ ଲୋକେ ଘର ଅଗଣାରେ ବିଶ୍ରାମ ନେଉଥିବା ଦେଖିବାକୁ ମିଳୁଛି। ଏହାରି ଭିତରେ ପାନୀୟ ଜଳ ସଙ୍କଟ ଦେଖାଦେଉଛି। ଏଭଳି ପରିସ୍ଥିତିରେ ଜଳ ଛତ୍ର ବସା ଯାଉ ନ ଥିବାରୁ ବାଟୋଇମାନେ ବିଶୁଦ୍ଧ ପିଇବା ପାଣି ପାଇ ପାରୁ ନ ଥିବାରୁ ହଇରାଣ ହେଉଛନ୍ତି। ଜିଲା ପ୍ରଶାସନ ତରଫରୁ ପୂର୍ବ ବର୍ଷ ଭଳି ଛକ, ବସ୍‌ ଷ୍ଟାଣ୍ଡ, ଓ ଜନଗହଳିପୂର୍ଣ୍ଣ ସ୍ଥାନଗୁଡ଼ିକରେ ଜଳଛତ୍ର ଖୋଲିବାକି ଦାବି ହେଉଛି। ଜିଲାପାଳ ଗୁରୁତ୍ୱ ଦେଇ ତୁରନ୍ତ ଜଳ ଛତ୍ର ଖୋଲିବାର ବ୍ୟବସ୍ଥା କରିବା ସହ ଜଳ ଅଭାବ ଅଞ୍ଚଳକୁ ଟ୍ୟାଙ୍କର ଯୋଗେ ଜଳ ଯୋଗାଇଦେବାକୁ ସାମାଜିକ କର୍ମୀ ଜୟକୃଷ୍ଣ ନାଏକ, ଶୈଳବାଳା ପରିଡ଼ା, ପୁଷ୍ପାଞ୍ଜଳି ବେହେରା, ହାଡ଼ିବନ୍ଧୁ ନାଏକ, ଶମ୍ଭୁନାଥ ନାଏକ, ସରୋଜ ସାହୁ, ସୁଜନ ଦେହୁରୀ, ବିପିନ ବିହାରୀ ମିଶ୍ର ନିବେଦନ କରିଛନ୍ତି।

ତଳଭୂୟାଁ ସାହିରେ ନଳକୂପରୁ ବାହାରୁନି ପାଣି
କେନ୍ଦୁଝର,୪ା୪(ଦୀପକ ମିଶ୍ର): କେନ୍ଦୁଝର ଜିଲା ସଦର ବ୍ଲକ୍‌ ଅନ୍ତର୍ଗତ ଜନାର୍ଦ୍ଦନପୁର ପଞ୍ଚାୟତ ଅନ୍ତର୍ଗତ ନୂଆଗାଁ ଗ୍ରାମର ତଳ ଭୂୟାଁସାହିରେ ପାନୀୟଜଳ ସଙ୍କଟ ଦେଖାଦେଇଛି। ଗ୍ରୀଷ୍ମ ଋତୁ ଆରମ୍ଭରୁ ଗାଁରେ ଥିବା ଏକମାତ୍ର ନଳକୂପରୁ ପାଣି ବାହାରୁ ନାହିଁ। ଫଳରେ ଗ୍ରାମର ପ୍ରାୟ ୮୦୦ ଲୋକ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପୂର୍ବରୁ ଗ୍ରାମବାସୀ ଜିଲାପାଳ, ସଦର ବିଡିଓ ଏବଂ ପଞ୍ଚାୟତରେ ଜଣାଇଥିବା ବେଳେ ଆଜି ପର୍ଯ୍ୟନ୍ତ ସମସ୍ୟାର ସମାଧାନ ହୋଇନାହିଁ। ପ୍ରଶାସନ ପକ୍ଷରୁ ଖରାଦିନରେ ପାନୀୟ ଜଳଯୋଗାଣ ବ୍ୟବସ୍ଥା କରିବାକୁ ଗ୍ରାମର ଆନନ୍ଦ ଚନ୍ଦ୍ର ମହାନ୍ତି, ସନ୍ଦିପ ମହାନ୍ତ, ମମତା ରାଣୀ ମହାନ୍ତି, ସବିତା ସିଂ, ରତିରଞ୍ଜନ ସିଂ, କୁନି ନାଏକ, ରାଜପ୍ରସାଦ ସିଂ, ଘନଶ୍ୟାମ ନାଏକ, ଜଗନ୍ନାଥ ନାଏକ, ରାମଚନ୍ଦ୍ର ନାଏକ, ପ୍ରମୋଦ ପ୍ରଧାନ ପ୍ରମୁଖ ଦାବି କରିଛନ୍ତି। ଏ ନେଇ ସଦର ବିଡିଓ ତିଳୋତ୍ତମା ପୃଷ୍ଟିଙ୍କୁ ଯୋଗାଯୋଗ କରିବାରୁ ଗାଁରେ ପାଣି ସମସ୍ୟା ରହିଛି, ଖୁବଶୀଘ୍ର ସମସ୍ୟା ଦୂର ପାଇଁ ପଦକ୍ଷେପ ନିଆଯିବ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri