Posted inଜାତୀୟ

ବୁଝୁଥିବା ଭାଷାରେ ୪୦%ଙ୍କୁ ମିଳୁନି ଶିକ୍ଷା

ନୂଆଦିଲ୍ଲୀ, ୩।୩: ବୈଶ୍ୱିକ ଜନସଂଖ୍ୟାର ୪୦% ଲୋକ ସେମାନେ କହିପାରୁଥିବା କିମ୍ବା ବୁଝିପାରୁଥିବା ଭାଷାରେ ଶିକ୍ଷା ହାସଲ କରିବାର ସୁବିଧା ପାଇପାରୁ ନାହାନ୍ତି। କିଛି ସ୍ବଳ୍ପ ଏବଂ ମଧ୍ୟମ ଆୟ ବର୍ଗ ଦେଶରେ ଏହି ସଂଖ୍ୟା ୯୦% ପର୍ଯ୍ୟନ୍ତ ରହିଥିବା ନେଇ ଜାତିସଂଘର ଶୈକ୍ଷିକ, ବୈଜ୍ଞାନିକ ଏବଂ ସାଂସ୍କୃତିକ ସଙ୍ଗଠନ(ୟୁନେସ୍କୋ)ର ଗ୍ଲୋବାଲ ଏଜୁକେଶନ ମନିଟରିଂ(ଜିଇଏମ୍‌) ଟିମ୍‌ ପକ୍ଷରୁ କରାଯାଇଥିବା ଏକ ଅଧ୍ୟୟନରେ କୁହାଯାଇଛି। କହିପାରୁଥିବା କିମ୍ବା ବୁଝିପାରୁଥିବା ଭାଷାରେ ଶିକ୍ଷାଦାନ ପାଇପାରୁ ନ ଥିବାରୁ ବୈଶ୍ୱିକ ୨୫ କୋଟିରୁ ଅଧିକ ଶିକ୍ଷାର୍ଥୀ ପ୍ରଭାବିତ ହେଉଛନ୍ତି। ୟୁନେସ୍କୋର ଜିଇଏମ୍‌ ଟିମ୍‌ ପକ୍ଷରୁ ‘ଲାଙ୍ଗୁଏଜେସ୍‌ ମ୍ୟାଟର, ଗ୍ଲୋବାଲ ଗାଇଡାନ୍ସ ଅନ୍‌ ମଲ୍ଟି ଲିଙ୍ଗୁଆଲ ଏଜୁକେଶନ’ ଶୀର୍ଷକ ଏହି ରିପୋର୍ଟରେ କୁହାଯାଇଛି, ଘରୋଇ ଭାଷାର ଭୂମିକାକୁ ନେଇ ଅଧିକାଂଶ ଦେଶ ଅବଗତ ଥିବାବେଳେ ଉକ୍ତ ଭାଷାରେ ଶିକ୍ଷାଦାନ ସମ୍ବନ୍ଧିତ ନୀତି ପ୍ରଣୟନକୁ କେବଳ ସୀମିତ ଦେଶ କାର୍ଯ୍ୟକାରୀ କରିଛନ୍ତି। ଘରୋଇ ଭାଷାକୁ ବ୍ୟବହାର କରିବାରେ ଶିକ୍ଷକମାନଙ୍କ ସୀମିତ କ୍ଷମତା, ଘରୋଇ ଭାଷା ସମ୍ବନ୍ଧିତ ସାମଗ୍ରୀର କମ୍‌ ଉପଲବ୍ଧତା ଏବଂ ବିଭିନ୍ନ ସମ୍ପ୍ରଦାୟର ବିରୋଧ ଯୋଗୁ ଏହାର କାର୍ଯ୍ୟାନ୍ବୟନରେ ଅନେକ ଚ୍ୟାଲେଞ୍ଜ ରହିଥିବା ଏହି ରିପୋର୍ଟ କହିଛି। ବହୁ ଭାଷୀ ଶିକ୍ଷା ନୀତିକୁ କାର୍ଯ୍ୟକାରୀ କରିବା ପାଇଁ ଏହି ରିପୋର୍ଟରେ ରାଷ୍ଟ୍ରଗୁଡ଼ିକୁ ପରାମର୍ଶ ଦିଆଯାଇଛି। ଏପରି କରାଗଲେ ଶିକ୍ଷାର୍ଥୀମାନେ ଉପକୃତ ହେବେ ବୋଲି ୟୁନେସ୍କୋ ପକ୍ଷରୁ ଜାରି ଏହି ରିପୋର୍ଟ ପ୍ରକାଶ କରିଛି। ସମଗ୍ର ବିଶ୍ୱରେ ପ୍ରବାସ ବଢ଼ିବା ସହ ଭାଷାଭିତ୍ତିକ ବିବିଧତା ଏକ ବିଶ୍ୱସ୍ତରୀୟ ବାସ୍ତବତାରେ ଧୀରେ ଧୀରେ ପରିଣତ ହେଉଛି। ସମ୍ପ୍ରତି ଶ୍ରେଣୀଗୃହ ମଧ୍ୟରେ ବିଭିନ୍ନ ଭାଷା ଏବଂ ପୃଷ୍ଠଭୂମିର ଶିକ୍ଷାର୍ଥୀ ରହିବା ଅତି ସାଧାରଣ କଥା ପାଲଟିଛି। ୩.୧ କୋଟିରୁ ଅଧିକ ବିସ୍ଥାପିତ ଯୁବପିଢ଼ି ସେମାନଙ୍କ ଶିକ୍ଷାରେ ଭାଷାଜନିତ ପ୍ରତିବନ୍ଧକକୁ ସାମ୍‌ନା କରୁଥିବା ଏହି ରିପୋର୍ଟ ପ୍ରକାଶ କରିଛି। ଅନ୍ତର୍ଜାତୀୟ ମାତୃଭାଷା ଦିବସର ୨୫ତମ ବାର୍ଷିକୀ ଅବସରରେ ଜିଇଏମ୍‌ ପକ୍ଷରୁ ଉକ୍ତ ରିପୋର୍ଟକୁ ପ୍ରସ୍ତୁତ କରାଯାଇଥିଲା। ତେବେ ଏହି ରିପୋର୍ଟ ଏପରି ଏକ ସମୟରେ ଆସିଛି, ଯେତେବେଳେ ଭାରତ ନୂତନ ଜାତୀୟ ଶିକ୍ଷା ନୀତି (ଏନ୍‌ଇପି)-୨୦୨୦କୁ କାର୍ଯ୍ୟକାରୀ କରିବା ପ୍ରକ୍ରିୟା ଆରମ୍ଭ କରିଛି। ଏନ୍‌ଇପି ବହୁ ଭାଷୀ ଶିକ୍ଷାକୁ ପ୍ରୋତ୍ସାହିତ କରୁଥିବାବେଳେ ତାମିଲନାଡ଼ୁ ସମେତ ଭାରତର କେତେକ ରାଜ୍ୟ ସ୍କୁଲ ଶିକ୍ଷା କ୍ଷେତ୍ରରେ ୩ ଭାଷା-ନୀତିକୁ ବିରୋଧ କରିଛନ୍ତି।
ଜିଇଏମ୍‌ର ଜଣେ ବରିଷ୍ଠ ସଦସ୍ୟ କହିଛନ୍ତି, ଗତ ଦଶନ୍ଧି ମଧ୍ୟରେ ଛାତ୍ରୀଛାତ୍ରଙ୍କ ଉପରେ ଟେକ୍ନୋଲୋଜିର ପ୍ରଭାବ ବଢ଼ିବା ସହ କୋଭିଡ୍‌-୧୯ର ପ୍ରଭାବ ଯୋଗୁ ପିଲାମାନଙ୍କ ପଢ଼ିବା ଏବଂ ଗଣିତ ଶିଖିବା ସ୍ତରରେ ହ୍ରାସ ଘଟିଛି। ସେହିପରି ଯେଉଁ ଛାତ୍ରୀଛାତ୍ରମାନେ ବିସ୍ଥାପନ କିମ୍ବା ଅନ୍ୟାନ୍ୟ କାରଣ ଯୋଗୁ ଘରେ ଶିକ୍ଷାପ୍ରାପ୍ତ କରୁଥିବା ଭାଷାରେ କଥାବାର୍ତ୍ତା ହେଉନାହାନ୍ତି, ସେମାନଙ୍କ ନିକଟରେ ଶିଖିବାର କ୍ଷମତା ହ୍ରାସ ହେବାର ବଡ଼ ବିପଦ ରହିଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହୋଲି ପାଇଁ ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍‌

ଭୁବନେଶ୍ୱର, ୬ା୨(ଅନୁରାଧା ମହାରଣା)- ହୋଲି ଉତ୍ସବ ସମୟରେ ଯାତ୍ରୀମାନଙ୍କ ପାଇଁ ସୁଗମ, ନିରାପଦ ଏବଂ ଆରାମଦାୟକ ଯାତ୍ରା ସୁନିଶ୍ଚିତ କରିବାକୁ ପୂର୍ବତଟ ରେଳପଥ ଏହାର ପରିସୀମା ମଧ୍ୟରେ…

ଗୋଟିଏ ଦିନରେ ୩ ଦୁର୍ଘଟଣା

ମୋରଡ଼ା/ରାସଗୋବିନ୍ଦପୁର,୬ା୨(ସ୍ମାରକ ମାଜୀ/ସତ୍ୟବାଦୀ ପରିଡ଼ା)- ମୟୂରଭଞ୍ଜ ଜିଲା ମୋରଡ଼ା ଓ଼ ରାସଗୋବିନ୍ଦପୁର ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟିଛି। ସୂଚନା ଅନୁଯାୟୀ, ଗୁରୁବାର ବିଳମ୍ବିତ ରାତିରେ ରାସଗୋବିନ୍ଦପୁର…

ସି କେ ନାଇଡୁ ଟ୍ରଫି: ବେଙ୍ଗଲ ଦଳ ୩୦୧/୬ , ଆୟୁଷ ସିଂଙ୍କ ଶତକ

ବରଗଡ଼,୬।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ସ୍ଥିତ କ୍ରୀଷ୍ଣା ବିକାଶ ଗ୍ରାଉଣ୍ଡରେ ଓଡ଼ିଶା ଓ ବେଙ୍ଗଲ ମଧ୍ୟରେ ୨୩ ବର୍ଷରୁ କମ ସି.କେ ନାଇଡୁ ଟ୍ରଫିର ଏଲାଇଟ୍ ଗ୍ରପ୍‌ – ବି…

୮୫ କି.ଗ୍ରା. ଗଞ୍ଜେଇ ଜବତ: ୩ ଅଟକ

ଆନନ୍ଦପୁର, ୬ା୨(ସୁଶାନ୍ତ କୁମାର ସାହୁ): ଗଞ୍ଜେଇ ଭର୍ତ୍ତି ୨ଟି ଚାରିଚକିଆ ଗାଡି କେନ୍ଦୁଝର ସ୍ପେଶାଲ ସ୍କ୍ବାଡ୍‌ ଦ୍ୱାରା ଜବତ କରାଯାଇଛି। ଏଥିରେ ୮୫ କି.ଗ୍ରା. ଗଞ୍ଜେଇ ଥିବା…

U19 World Cup: ବିଶ୍ୱ ଚାମ୍ପିୟନ ହେଲା ଭାରତ, ତଥାପି ICCରୁ ପୁରସ୍କାରରେ ମିଳିବ ନାହିଁ ଗୋଟିଏ ଟଙ୍କା 

ହରାରେ,୬।୨: ଭାରତ ପୁଣି ଥରେ ୧୯ ବର୍ଷରୁ କମ୍‌ ବିଶ୍ୱକପରେ ଇତିହାସ ରଚିଲା। ଟିମ ଇଣ୍ଡିଆ ହରାରେ ସ୍ପୋଟର୍‌ସ କ୍ଲବ୍‌ରେ ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ଫାଇନାଲରେ ବିଜୟୀ…

ଜୁଆଆଡ୍ଡା ଚାଲିଥିବା ବେଳେ ହଠାତ୍‌ ପହଞ୍ଚିଲା ପୋଲିସ

ଗଜପତି,୬।୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ଥାନା ଅନ୍ତର୍ଗତ ଝାମିଙ୍ଗା ନିକଟରେ ଜୁଆଆଡ୍ଡା ଚାଲିଥିବା ବେଳେ ପାରଳାଖେମୁଣ୍ଡି ଆଦର୍ଶ ଥାନା ପୋଲିସ ଅତର୍କିତ ଚଢ଼ାଉ କରିଛି। ଏଥିରେ…

Under 19 World Cup 2026: ଷଷ୍ଠ ଥର ପାଇଁ ଭାରତ ଚାମ୍ପିୟନ, ୧୭୫ ରନ୍‌ର ଇନିଂସ ଖେଳି ଇଂଲଣ୍ଡର ଆଶାକୁ ଧୂଳିସାତ କଲେ…

ହରାରେ, ୬।୨: ବୈଭବ ସୂର୍ଯ୍ୟବଂଶୀଙ୍କ ରେକର୍ଡ ବ୍ରେକିଂ ଇନିଂସ ସହାୟତାରେ ଭାରତ ୬ଷ୍ଠ ଥର ପାଇଁ ୧୯ ବର୍ଷରୁ କମ୍‌ ଦିନିକିଆ କ୍ରିକେଟ ବିଶ୍ୱକପ ଚାମ୍ପିୟନ ହୋଇଛି।…

ହାତ ଯୋଡ଼ି ପ୍ରାର୍ଥନା କଲେ, ପରେ ୧୭ ମହଲାରୁ ଡେଇଁ ପଡ଼ିଲେ; ଚମକାଉଛି ବେକରୀ ମାଲିକଙ୍କ ମୃତ୍ୟୁ ପୂର୍ବର ଭିଡିଓ… 

ମୁମ୍ବାଇ,୬।୨: ମହାରାଷ୍ଟ୍ରର ସୋଲାପୁରରୁ ଏକ ଅତ୍ୟନ୍ତ ଦୁଃଖଦ ଖବର ସାମ୍ନାକୁ ଆସିଛି। ଏଠାର ପ୍ରସିଦ୍ଧ ମୁଲତାନି ବେକେରୀର ୬୦ ବର୍ଷୀୟ ମାଲିକ ସୁନୀଲ ସଦରଙ୍ଗାନୀ ବିଜୟପୁର ରୋଡରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri