Posted inଜାତୀୟ

ବୁଝୁଥିବା ଭାଷାରେ ୪୦%ଙ୍କୁ ମିଳୁନି ଶିକ୍ଷା

ନୂଆଦିଲ୍ଲୀ, ୩।୩: ବୈଶ୍ୱିକ ଜନସଂଖ୍ୟାର ୪୦% ଲୋକ ସେମାନେ କହିପାରୁଥିବା କିମ୍ବା ବୁଝିପାରୁଥିବା ଭାଷାରେ ଶିକ୍ଷା ହାସଲ କରିବାର ସୁବିଧା ପାଇପାରୁ ନାହାନ୍ତି। କିଛି ସ୍ବଳ୍ପ ଏବଂ ମଧ୍ୟମ ଆୟ ବର୍ଗ ଦେଶରେ ଏହି ସଂଖ୍ୟା ୯୦% ପର୍ଯ୍ୟନ୍ତ ରହିଥିବା ନେଇ ଜାତିସଂଘର ଶୈକ୍ଷିକ, ବୈଜ୍ଞାନିକ ଏବଂ ସାଂସ୍କୃତିକ ସଙ୍ଗଠନ(ୟୁନେସ୍କୋ)ର ଗ୍ଲୋବାଲ ଏଜୁକେଶନ ମନିଟରିଂ(ଜିଇଏମ୍‌) ଟିମ୍‌ ପକ୍ଷରୁ କରାଯାଇଥିବା ଏକ ଅଧ୍ୟୟନରେ କୁହାଯାଇଛି। କହିପାରୁଥିବା କିମ୍ବା ବୁଝିପାରୁଥିବା ଭାଷାରେ ଶିକ୍ଷାଦାନ ପାଇପାରୁ ନ ଥିବାରୁ ବୈଶ୍ୱିକ ୨୫ କୋଟିରୁ ଅଧିକ ଶିକ୍ଷାର୍ଥୀ ପ୍ରଭାବିତ ହେଉଛନ୍ତି। ୟୁନେସ୍କୋର ଜିଇଏମ୍‌ ଟିମ୍‌ ପକ୍ଷରୁ ‘ଲାଙ୍ଗୁଏଜେସ୍‌ ମ୍ୟାଟର, ଗ୍ଲୋବାଲ ଗାଇଡାନ୍ସ ଅନ୍‌ ମଲ୍ଟି ଲିଙ୍ଗୁଆଲ ଏଜୁକେଶନ’ ଶୀର୍ଷକ ଏହି ରିପୋର୍ଟରେ କୁହାଯାଇଛି, ଘରୋଇ ଭାଷାର ଭୂମିକାକୁ ନେଇ ଅଧିକାଂଶ ଦେଶ ଅବଗତ ଥିବାବେଳେ ଉକ୍ତ ଭାଷାରେ ଶିକ୍ଷାଦାନ ସମ୍ବନ୍ଧିତ ନୀତି ପ୍ରଣୟନକୁ କେବଳ ସୀମିତ ଦେଶ କାର୍ଯ୍ୟକାରୀ କରିଛନ୍ତି। ଘରୋଇ ଭାଷାକୁ ବ୍ୟବହାର କରିବାରେ ଶିକ୍ଷକମାନଙ୍କ ସୀମିତ କ୍ଷମତା, ଘରୋଇ ଭାଷା ସମ୍ବନ୍ଧିତ ସାମଗ୍ରୀର କମ୍‌ ଉପଲବ୍ଧତା ଏବଂ ବିଭିନ୍ନ ସମ୍ପ୍ରଦାୟର ବିରୋଧ ଯୋଗୁ ଏହାର କାର୍ଯ୍ୟାନ୍ବୟନରେ ଅନେକ ଚ୍ୟାଲେଞ୍ଜ ରହିଥିବା ଏହି ରିପୋର୍ଟ କହିଛି। ବହୁ ଭାଷୀ ଶିକ୍ଷା ନୀତିକୁ କାର୍ଯ୍ୟକାରୀ କରିବା ପାଇଁ ଏହି ରିପୋର୍ଟରେ ରାଷ୍ଟ୍ରଗୁଡ଼ିକୁ ପରାମର୍ଶ ଦିଆଯାଇଛି। ଏପରି କରାଗଲେ ଶିକ୍ଷାର୍ଥୀମାନେ ଉପକୃତ ହେବେ ବୋଲି ୟୁନେସ୍କୋ ପକ୍ଷରୁ ଜାରି ଏହି ରିପୋର୍ଟ ପ୍ରକାଶ କରିଛି। ସମଗ୍ର ବିଶ୍ୱରେ ପ୍ରବାସ ବଢ଼ିବା ସହ ଭାଷାଭିତ୍ତିକ ବିବିଧତା ଏକ ବିଶ୍ୱସ୍ତରୀୟ ବାସ୍ତବତାରେ ଧୀରେ ଧୀରେ ପରିଣତ ହେଉଛି। ସମ୍ପ୍ରତି ଶ୍ରେଣୀଗୃହ ମଧ୍ୟରେ ବିଭିନ୍ନ ଭାଷା ଏବଂ ପୃଷ୍ଠଭୂମିର ଶିକ୍ଷାର୍ଥୀ ରହିବା ଅତି ସାଧାରଣ କଥା ପାଲଟିଛି। ୩.୧ କୋଟିରୁ ଅଧିକ ବିସ୍ଥାପିତ ଯୁବପିଢ଼ି ସେମାନଙ୍କ ଶିକ୍ଷାରେ ଭାଷାଜନିତ ପ୍ରତିବନ୍ଧକକୁ ସାମ୍‌ନା କରୁଥିବା ଏହି ରିପୋର୍ଟ ପ୍ରକାଶ କରିଛି। ଅନ୍ତର୍ଜାତୀୟ ମାତୃଭାଷା ଦିବସର ୨୫ତମ ବାର୍ଷିକୀ ଅବସରରେ ଜିଇଏମ୍‌ ପକ୍ଷରୁ ଉକ୍ତ ରିପୋର୍ଟକୁ ପ୍ରସ୍ତୁତ କରାଯାଇଥିଲା। ତେବେ ଏହି ରିପୋର୍ଟ ଏପରି ଏକ ସମୟରେ ଆସିଛି, ଯେତେବେଳେ ଭାରତ ନୂତନ ଜାତୀୟ ଶିକ୍ଷା ନୀତି (ଏନ୍‌ଇପି)-୨୦୨୦କୁ କାର୍ଯ୍ୟକାରୀ କରିବା ପ୍ରକ୍ରିୟା ଆରମ୍ଭ କରିଛି। ଏନ୍‌ଇପି ବହୁ ଭାଷୀ ଶିକ୍ଷାକୁ ପ୍ରୋତ୍ସାହିତ କରୁଥିବାବେଳେ ତାମିଲନାଡ଼ୁ ସମେତ ଭାରତର କେତେକ ରାଜ୍ୟ ସ୍କୁଲ ଶିକ୍ଷା କ୍ଷେତ୍ରରେ ୩ ଭାଷା-ନୀତିକୁ ବିରୋଧ କରିଛନ୍ତି।
ଜିଇଏମ୍‌ର ଜଣେ ବରିଷ୍ଠ ସଦସ୍ୟ କହିଛନ୍ତି, ଗତ ଦଶନ୍ଧି ମଧ୍ୟରେ ଛାତ୍ରୀଛାତ୍ରଙ୍କ ଉପରେ ଟେକ୍ନୋଲୋଜିର ପ୍ରଭାବ ବଢ଼ିବା ସହ କୋଭିଡ୍‌-୧୯ର ପ୍ରଭାବ ଯୋଗୁ ପିଲାମାନଙ୍କ ପଢ଼ିବା ଏବଂ ଗଣିତ ଶିଖିବା ସ୍ତରରେ ହ୍ରାସ ଘଟିଛି। ସେହିପରି ଯେଉଁ ଛାତ୍ରୀଛାତ୍ରମାନେ ବିସ୍ଥାପନ କିମ୍ବା ଅନ୍ୟାନ୍ୟ କାରଣ ଯୋଗୁ ଘରେ ଶିକ୍ଷାପ୍ରାପ୍ତ କରୁଥିବା ଭାଷାରେ କଥାବାର୍ତ୍ତା ହେଉନାହାନ୍ତି, ସେମାନଙ୍କ ନିକଟରେ ଶିଖିବାର କ୍ଷମତା ହ୍ରାସ ହେବାର ବଡ଼ ବିପଦ ରହିଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାରା ଦେଶରେ ‘ନକଲି ପନିର’ ବିପଦ; ୮୩% ନମୁନା ବିଫଳ ହେବା ପରେ FSSAI’ର ବଡ଼ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୧୭ା୧୨: ଦେଶରେ କ୍ଷୀର ଏବଂ କ୍ଷୀରଜାତ ଦ୍ରବ୍ୟରେ ବଢୁଥିବା ଭେଜାଲ ଓ ମିସ୍‌ବ୍ରାଣ୍ଡିଂ ସମସ୍ୟାର ସମାଧାନ ପାଇଁ ଭାରତୀୟ ଖାଦ୍ୟ ନିରାପତ୍ତା ଏବଂ ମାନକ ପ୍ରାଧିକରଣ...

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

ଏବେ ବୁନ୍ଧାଏ ପାଣି ପାଇଁ ବି ଡହଳ ବିକଳ ହେବ ପାକିସ୍ତାନ! ଭାରତ ପରେ ଏହି ଦେଶ ନେଲା ବଡ ଆକ୍ସନ

ଇସଲାମାବାଦ,୧୭।୧୨: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ସିନ୍ଧୁ ନଦୀ ଜଳ ଯୋଗାଣ ବନ୍ଦ କରିଦେଇଛି, ଯାହା ଫଳରେ ଅନେକ ଅଞ୍ଚଳରେ ମରୁଡ଼ି ଭଳି...

କିସ୍‌ ଛାତ୍ରଙ୍କୁ ହତ୍ୟା, ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…

ଭୁବନେଶ୍ୱର,୧୭ା୧୨: କିସ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...

‘ଭାରତରେ ଉତ୍ପାଦନ ହ୍ରାସ ପାଉଛି…,’ ଜର୍ମାନୀରେ BMW ଫ୍ୟାକ୍ଟ୍ରିରେ ପହଞ୍ଚି ଭିଡିଓ ଶେୟାର କଲେ ରାହୁଲ

ବର୍ଲିନ,୧୭।୧୨: କଂଗ୍ରେସ ନେତା ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବୁଧବାର ଜର୍ମାନୀର BMW କାରଖାନା ପରିଦର୍ଶନ କରିଥିଲେ। ଏହି ଗସ୍ତ ସମୟରେ ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri