Posted inଜାତୀୟ

ବାଲାକୋଟ ଏୟାର ଷ୍ଟ୍ରାଇକ୍‌କୁ ୪ ବର୍ଷ…

ନୂଆଦିଲ୍ଲୀ,୨୬।୨ : ବାଲାକୋଟ ଏୟାର ଷ୍ଟ୍ରାଇକ୍‌କୁ  ୪ ବର୍ଷ ପୂରିଛି। ଏହା ଭାରତୀୟ ସେନାର ସାହସିକତାକୁ ସ୍ମରଣ କରାଇ ଦେଇଛି। ୨୦୧୯ ଫେବୃଆରୀ ୨୬ ରେ ପାକିସ୍ତାନର ପାସ୍ତୁନ ଖ୍ବା ସ୍ଥିତ ବାଲାକୋଟରେ ଭାରତୀୟ ବାୟୁସେନା ରାତି ଅଧରେ ଆତଙ୍କବାଦୀଙ୍କ ବେସକୁ ଯୁଦ୍ଧ ବିମାନରେ ଆକ୍ରମଣ କରି ଧ୍ୱଂସ କରିଦେଇଥିଲା। ବାଲାକୋଟ ଏୟାର ଷ୍ଟ୍ରାଇକ ନିଷ୍ପତ୍ତି ରାତାରାତି ନିଆଯାଇ ନ ଥିଲା, ବରଂ ଦେଶରେ ପୁଲୱାମା ଆକ୍ରମଣ ଦିନ ଏହାର ସ୍କ୍ରିପ୍ଟ ଲେଖାଯାଇଥିଲା।

୨୦୧୯ ଫେବୃଆରୀ ୧୪ରେ ଜମ୍ମୁ-କଶ୍ମୀରର ପୁଲୱାମାରେ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ (ଜେଏମ) ର ଆତଙ୍କବାଦୀମାନେ ଭାରତୀୟ ସେନା କନଭେନ ଉପରେ ଆକ୍ରମଣ କରିଥିଲେ। ଅପରାହ୍ନ ପ୍ରାୟ ୩ଟା ବେଳେ ସିଆରପିଏଫ କର୍ମଚାରୀଙ୍କୁ ନେଇ କିଛି ବସର ଏକ କନଭେନ ଶ୍ରୀନଗର-ଜମ୍ମୁ ରାଜପଥରେ ଯାଉଥିଲା। କନଭେନ ରାଜପଥରେ ଆସିବା ମାତ୍ରେ ଆତ୍ମଘାତୀ ବିସ୍ଫୋରଣକାରୀ ଏକ ବିସ୍ଫୋରକ ଗାଡିରେ ବସକୁ ଧକ୍କା ଦେଇଥିଲା ଏବଂ ବସଟି ଖଣ୍ଡ ଖଣ୍ଡ ହୋଇ ଯାଇଥିଲା। ଭାରତର ୪୦ ଜଣ ଯବାନ ଏଥିରେ ଶହୀଦ ହୋଇଥିଲେ।

ପୁଲୱାମାରେ ଯବାନଙ୍କ ଶହୀଦ ହେବା ପରେ ସାରା ଦେଶରେ ପାକିସ୍ତାନ ପ୍ରତି ପ୍ରତିଶୋଧ ନିଆଁ ଜଳୁଥିଲା। ଦେଶର ପ୍ରତି କୋଣ ଅନୁକୋଣରୁ ପ୍ରତିଶୋଧ ପାଇଁ ଦାବି ହେଉଥିଲା ଏବଂ ଅନେକ ସ୍ଥାନରେ ପ୍ରଦର୍ଶନ ମଧ୍ୟ କରାଯାଇଥିଲା। ଜମ୍ମୁ ହେଉ କିମ୍ବା କନ୍ୟାକୁମାରୀ ହେଉ, ‘ଦେଶ ମାଙ୍ଗେ ବଦଲା’ର ସ୍ଲୋଗାନ ସବୁଆଡେ ଉଠୁଥିଲା।

ଶହୀଦମାନଙ୍କ ବଳିଦାନ ବୃଥା ହେବ ନାହିଁ ଏବଂ ଦୋଷୀମାନଙ୍କୁ ନିଶ୍ଚିତ ଦଣ୍ଡ ଦିଆଯିବ ବୋଲି ପୁଲୱାମା ଆତଙ୍କବାଦୀ ଆକ୍ରମଣର ଗୋଟିଏ ଦିନ ପରେ ମହାରାଷ୍ଟ୍ରରେ ଏକ ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ବିବୃତ୍ତି ଦେଇଥିଲେ। ଏହି ସମାବେଶକୁ ସମ୍ବୋଧିତ କରିବାବେଳେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସୂଚାଇ ଦେଇଥିଲେ ଯେ ଏଥର କିଛି ବଡ ଘଟଣା ଘଟିବ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦେଶବାସୀଙ୍କ ହୃଦୟରେ କ୍ରୋଧ ରହିଛି। ମୋର ଅବସ୍ଥା ମଧ୍ୟ ସେଭଳି ରହିଛି। ଆତଙ୍କବାଦୀଙ୍କ ଅପରାଧର ପ୍ରତିଶୋଧ ନିଆଯିବ ବୋଲି ସେ କହିଥିଲେ। ଏଥିପାଇଁ ସେନାକୁ ସ୍ଥାନ ଓ ସମୟ ସ୍ଥିର କରିବାର ସ୍ବାଧୀନତା ଦିଆଯାଇଛି ବୋଲି କହିଥିଲେ।

ପ୍ରତିଶୋଧର ସମ୍ପୂର୍ଣ୍ଣ ସ୍କ୍ରିପ୍ଟ ପୁଲୱାମା ଆକ୍ରମଣର ୩ ଘଣ୍ଟା ପରେ ପ୍ରସ୍ତୁତ ହୋଇଥିଲା। ୧୨ ଦିନ ପରେ, ୨୬ ଫେବୃଆରୀ ୨୦୧୯ର ଭୋର ସମୟରେ, ମିରାଜ ୨୦୦୦ ଯୁଦ୍ଧ ବିମାନ ବାୟୁସେନାର ଗ୍ବାଲିଅର୍‌ ଏୟାରବେସରୁ ଇସ୍ରାଏଲ ବୋମା ନେଇ ଉଡ଼ିଥିଲା। ଭୋର ପ୍ରାୟ ୩ ଟା ସମୟରେ ୧୨ଟି ମିରାଜ ବିମାନ ପାକିସ୍ତାନର ରାଡାର ସିଷ୍ଟମକୁ ପ୍ରବେଶ କରି ଜୈଶ-ଏ-ମହମ୍ମଦର ଅନେକ ଆତଙ୍କବାଦୀ ବେସକୁ ଟାର୍ଗେଟ କରି ୨୦୦ଆତଙ୍କବାଦୀଙ୍କୁ ହତ୍ୟା କରିଥିଲା। ଏହି ଅପରେଶନ ର ନାମ ଥିଲା ଅପରେସନ ବନ୍ଦର। ଆତଙ୍କବାଦୀଙ୍କ ବେସରେ ବୋମାମାଡ଼ ମାତ୍ରେ ପାକିସ୍ତାନର ଏଫ୍‌-୧୬ ବିମାନ ସକ୍ରିୟ ହୋଇଯାଇଥିଲା, କିନ୍ତୁ ସେତେବେଳକୁ ଭାରତୀୟ ସେନା ବିମାନ ସେମାନଙ୍କ କାର୍ଯ୍ୟ କରି ଫେରି ଆସିଥିଲା।

ଏକ ସାକ୍ଷାତକାରରେ ଏୟାର ମାର୍ଶଲ ହରି କୁମାର କହିଥିଲେ ଯେ ପୁଲୱାମା ଆକ୍ରମଣର ମାତ୍ର ୩ ଘଣ୍ଟା ପରେ ପ୍ରତିଶୋଧ ଯୋଜନା ହୋଇଥିଲା। ପାକିସ୍ତାନର ବାଲାକୋଟରେ ୨୦୦ ଆତଙ୍କବାଦୀଙ୍କ ଫୋନ ସକ୍ରିୟ ଥିବା ଜଣାପଡିଥିଲା ଏବଂ ଏହା ପରେ ଯୋଜନା କରି ଟାର୍ଗେଟରେ ଏୟାର ଷ୍ଟ୍ରାଇକ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହିତ ମୁମ୍ବାଇର ଅଭିଯାନ ଆରମ୍ଭ

ମୁମ୍ବାଇ,୨୯ା୩: ରୋହିତ ଶର୍ମା ଓ ରିୟାନ ରିକଲଟନଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍‌ଆଇ) ରବିବାର ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ(କେକେଆର୍‌)କୁ ୬…

ଇସ୍ରାଏଲ ଉପରେ ବଡ଼ ଆକ୍ରମଣ କଲା ଇରାନ; କେମିକାଲ୍ ଲିକ୍ ନେଇ ଚେତାବନୀ, ଝରକା ବନ୍ଦ ରଖିବାକୁ…

ନୂଆଦିଲ୍ଲୀ,୨୯।୩: ଇରାନ ଇସ୍ରାଏଲର ଏକ ପ୍ରମୁଖ ରାସାୟନିକ କେନ୍ଦ୍ର ଉପରେ ବାଲିଷ୍ଟିକ୍ ମିଶାଇଲ୍ ହମଲା କରିଛି । ଏହା ଫଳରେ ସେହି ସ୍ଥାନରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି…

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ଆମେରିକାକୁ ଧମକ ଦେଲା ତେହେରାନ, ‘ସାର୍କର ଖାଦ୍ୟ ହେବେ…..’

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ଅନ୍ତ ପାଇଁ ପ୍ରୟାସ ଚାଲିଥିବା ବେଳେ ଉଭୟ ପକ୍ଷ ପରସ୍ପର ଉପରେ ନିରନ୍ତର ଆକ୍ରମଣ ଜାରି ରଖିଛନ୍ତି । ଆମେରିକାର ସ୍ଥଳ…

ବରଗଡ଼ରେ ଟମାଟୋର ଅଭାବୀ ବିକ୍ରି, ମିଳୁନି ମୂଲ

ବରଗଡ଼,୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଧାନ ଭଳି ବିଭିନ୍ନ ପନିପରିବାରେ ମଧ୍ୟ ଅଭାବୀ ବିକ୍ରି ସ୍ଥିତି ଉପୁଜିଛି । ଫଳରେ ଚାଷୀଙ୍କୁ କ୍ଷତି ସହିବାକୁ ପଡୁଛି ।…

ହୁମା ସାପ୍ତାହିକ ଶୁଖୁଆ ହାଟରୁ ଚୋରି, ୩ ମୋବାଇଲ….

ଗଞ୍ଜାମ,୨୯।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ହାଟରୁ ରବିବାର ୩ଟି ମୋବାଇଲ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ହାଟ ଆସୁଥିବା…

ପାକିସ୍ତାନର ସ୍ଥିତି ସାଂଘାତିକ, LPG-ଡିଜେଲ-ପେଟ୍ରୋଲ ପରେ ଏବେ ବଢ଼ିଲା ଔଷଧ ଦାମ୍

ଇସଲାମାବାଦ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ପ୍ରଭାବ ପଡ଼ୋଶୀ ପାକିସ୍ତାନ ଉପରେ ପଡୁଛି । ଏଲପିଜି, ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ପରେ, ଔଷଧର ମୂଲ୍ୟରେ ମଧ୍ୟ ଏବେ…

ଦିଗପହଣ୍ଡିରେ ଜାଳେଣି ଗ୍ୟାସ ସିଲିଣ୍ଡର କଳାବଜାର, ହନ୍ତସନ୍ତ ହେଉଛନ୍ତି ଲୋକେ

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ଗ୍ରାମାଞ୍ଚଳମାନଙ୍କରେ ଜାଳେଣି ଗ୍ୟାସ ସିଲିଣ୍ଡରର ବ୍ୟାପକ କଳାବଜାର ହେଉଥିବା ଜାଣିବାକୁ ମିଳିଛି । ମଧ୍ୟପ୍ରାଚ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri