Posted inଜାତୀୟ

ବାଲାକୋଟ ଏୟାର ଷ୍ଟ୍ରାଇକ୍‌କୁ ୪ ବର୍ଷ…

ନୂଆଦିଲ୍ଲୀ,୨୬।୨ : ବାଲାକୋଟ ଏୟାର ଷ୍ଟ୍ରାଇକ୍‌କୁ  ୪ ବର୍ଷ ପୂରିଛି। ଏହା ଭାରତୀୟ ସେନାର ସାହସିକତାକୁ ସ୍ମରଣ କରାଇ ଦେଇଛି। ୨୦୧୯ ଫେବୃଆରୀ ୨୬ ରେ ପାକିସ୍ତାନର ପାସ୍ତୁନ ଖ୍ବା ସ୍ଥିତ ବାଲାକୋଟରେ ଭାରତୀୟ ବାୟୁସେନା ରାତି ଅଧରେ ଆତଙ୍କବାଦୀଙ୍କ ବେସକୁ ଯୁଦ୍ଧ ବିମାନରେ ଆକ୍ରମଣ କରି ଧ୍ୱଂସ କରିଦେଇଥିଲା। ବାଲାକୋଟ ଏୟାର ଷ୍ଟ୍ରାଇକ ନିଷ୍ପତ୍ତି ରାତାରାତି ନିଆଯାଇ ନ ଥିଲା, ବରଂ ଦେଶରେ ପୁଲୱାମା ଆକ୍ରମଣ ଦିନ ଏହାର ସ୍କ୍ରିପ୍ଟ ଲେଖାଯାଇଥିଲା।

୨୦୧୯ ଫେବୃଆରୀ ୧୪ରେ ଜମ୍ମୁ-କଶ୍ମୀରର ପୁଲୱାମାରେ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ (ଜେଏମ) ର ଆତଙ୍କବାଦୀମାନେ ଭାରତୀୟ ସେନା କନଭେନ ଉପରେ ଆକ୍ରମଣ କରିଥିଲେ। ଅପରାହ୍ନ ପ୍ରାୟ ୩ଟା ବେଳେ ସିଆରପିଏଫ କର୍ମଚାରୀଙ୍କୁ ନେଇ କିଛି ବସର ଏକ କନଭେନ ଶ୍ରୀନଗର-ଜମ୍ମୁ ରାଜପଥରେ ଯାଉଥିଲା। କନଭେନ ରାଜପଥରେ ଆସିବା ମାତ୍ରେ ଆତ୍ମଘାତୀ ବିସ୍ଫୋରଣକାରୀ ଏକ ବିସ୍ଫୋରକ ଗାଡିରେ ବସକୁ ଧକ୍କା ଦେଇଥିଲା ଏବଂ ବସଟି ଖଣ୍ଡ ଖଣ୍ଡ ହୋଇ ଯାଇଥିଲା। ଭାରତର ୪୦ ଜଣ ଯବାନ ଏଥିରେ ଶହୀଦ ହୋଇଥିଲେ।

ପୁଲୱାମାରେ ଯବାନଙ୍କ ଶହୀଦ ହେବା ପରେ ସାରା ଦେଶରେ ପାକିସ୍ତାନ ପ୍ରତି ପ୍ରତିଶୋଧ ନିଆଁ ଜଳୁଥିଲା। ଦେଶର ପ୍ରତି କୋଣ ଅନୁକୋଣରୁ ପ୍ରତିଶୋଧ ପାଇଁ ଦାବି ହେଉଥିଲା ଏବଂ ଅନେକ ସ୍ଥାନରେ ପ୍ରଦର୍ଶନ ମଧ୍ୟ କରାଯାଇଥିଲା। ଜମ୍ମୁ ହେଉ କିମ୍ବା କନ୍ୟାକୁମାରୀ ହେଉ, ‘ଦେଶ ମାଙ୍ଗେ ବଦଲା’ର ସ୍ଲୋଗାନ ସବୁଆଡେ ଉଠୁଥିଲା।

ଶହୀଦମାନଙ୍କ ବଳିଦାନ ବୃଥା ହେବ ନାହିଁ ଏବଂ ଦୋଷୀମାନଙ୍କୁ ନିଶ୍ଚିତ ଦଣ୍ଡ ଦିଆଯିବ ବୋଲି ପୁଲୱାମା ଆତଙ୍କବାଦୀ ଆକ୍ରମଣର ଗୋଟିଏ ଦିନ ପରେ ମହାରାଷ୍ଟ୍ରରେ ଏକ ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ବିବୃତ୍ତି ଦେଇଥିଲେ। ଏହି ସମାବେଶକୁ ସମ୍ବୋଧିତ କରିବାବେଳେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସୂଚାଇ ଦେଇଥିଲେ ଯେ ଏଥର କିଛି ବଡ ଘଟଣା ଘଟିବ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦେଶବାସୀଙ୍କ ହୃଦୟରେ କ୍ରୋଧ ରହିଛି। ମୋର ଅବସ୍ଥା ମଧ୍ୟ ସେଭଳି ରହିଛି। ଆତଙ୍କବାଦୀଙ୍କ ଅପରାଧର ପ୍ରତିଶୋଧ ନିଆଯିବ ବୋଲି ସେ କହିଥିଲେ। ଏଥିପାଇଁ ସେନାକୁ ସ୍ଥାନ ଓ ସମୟ ସ୍ଥିର କରିବାର ସ୍ବାଧୀନତା ଦିଆଯାଇଛି ବୋଲି କହିଥିଲେ।

ପ୍ରତିଶୋଧର ସମ୍ପୂର୍ଣ୍ଣ ସ୍କ୍ରିପ୍ଟ ପୁଲୱାମା ଆକ୍ରମଣର ୩ ଘଣ୍ଟା ପରେ ପ୍ରସ୍ତୁତ ହୋଇଥିଲା। ୧୨ ଦିନ ପରେ, ୨୬ ଫେବୃଆରୀ ୨୦୧୯ର ଭୋର ସମୟରେ, ମିରାଜ ୨୦୦୦ ଯୁଦ୍ଧ ବିମାନ ବାୟୁସେନାର ଗ୍ବାଲିଅର୍‌ ଏୟାରବେସରୁ ଇସ୍ରାଏଲ ବୋମା ନେଇ ଉଡ଼ିଥିଲା। ଭୋର ପ୍ରାୟ ୩ ଟା ସମୟରେ ୧୨ଟି ମିରାଜ ବିମାନ ପାକିସ୍ତାନର ରାଡାର ସିଷ୍ଟମକୁ ପ୍ରବେଶ କରି ଜୈଶ-ଏ-ମହମ୍ମଦର ଅନେକ ଆତଙ୍କବାଦୀ ବେସକୁ ଟାର୍ଗେଟ କରି ୨୦୦ଆତଙ୍କବାଦୀଙ୍କୁ ହତ୍ୟା କରିଥିଲା। ଏହି ଅପରେଶନ ର ନାମ ଥିଲା ଅପରେସନ ବନ୍ଦର। ଆତଙ୍କବାଦୀଙ୍କ ବେସରେ ବୋମାମାଡ଼ ମାତ୍ରେ ପାକିସ୍ତାନର ଏଫ୍‌-୧୬ ବିମାନ ସକ୍ରିୟ ହୋଇଯାଇଥିଲା, କିନ୍ତୁ ସେତେବେଳକୁ ଭାରତୀୟ ସେନା ବିମାନ ସେମାନଙ୍କ କାର୍ଯ୍ୟ କରି ଫେରି ଆସିଥିଲା।

ଏକ ସାକ୍ଷାତକାରରେ ଏୟାର ମାର୍ଶଲ ହରି କୁମାର କହିଥିଲେ ଯେ ପୁଲୱାମା ଆକ୍ରମଣର ମାତ୍ର ୩ ଘଣ୍ଟା ପରେ ପ୍ରତିଶୋଧ ଯୋଜନା ହୋଇଥିଲା। ପାକିସ୍ତାନର ବାଲାକୋଟରେ ୨୦୦ ଆତଙ୍କବାଦୀଙ୍କ ଫୋନ ସକ୍ରିୟ ଥିବା ଜଣାପଡିଥିଲା ଏବଂ ଏହା ପରେ ଯୋଜନା କରି ଟାର୍ଗେଟରେ ଏୟାର ଷ୍ଟ୍ରାଇକ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri