ନିର୍ମାଣକୁ ୪ ବର୍ଷ, କାମରେ ଲାଗୁନି ରାତ୍ର ଆଶ୍ରୟସ୍ଥଳ

କେନ୍ଦ୍ରାପଡ଼ା ଅଫିସ,୩୦ା୧୨:ବାହାରେ ଥଣ୍ଡା। ଚାରିଆଡେ କୁହୁଡି ବର୍ଷୁଛି। କେନ୍ଦ୍ରାପଡ଼ା ସହରର ତିନିମୁହାଣୀ ଛକର ଏକ ଔଷଧ ଦୋକାନ ପିଣ୍ଡାରେ ଜଣେ ମହିଳା ମୁଣ୍ଡ ତଳେ କିଛି କପଡା ଦେଇ ଶୋଇଛନ୍ତି। ମେଡିକାଲ ଛକରେ ମଧ୍ୟ ଏହି ଦୃଶ୍ୟ। ବାଘା ନାମକ ଜଣେ ନିରାଶ୍ରୟ ବ୍ୟକ୍ତି ସାରା ରାତି ରାସ୍ତା କଡରେ ଶୋଇଥିବା ଦେଖିବାକୁ ମିଳୁଛି। ଏହି ଗୋଟିଏ ଅଥବା ଦୁଇଟି ଦୃଶ୍ୟ ମଧ୍ୟରେ ଏହା ସୀମିତ ନୁହେଁ। ସହରର ପ୍ରତ୍ୟେକ ସ୍ଥାନରେ ଏପରି ନିରାଶ୍ରୟଙ୍କୁ ରାତ୍ରୀଯାପନ କରୁଥିବା ଦେଖିବାକୁ ମିଳୁଛି। ତେବେ ପୌରାଞ୍ଚଳରେ ରାତ୍ର ଆଶ୍ରୟ ସ୍ଥଳ ରହିଥିବା କାଗଜପତ୍ର ଓ ବିଜ୍ଞାପନରେ ଦେଖିବାକୁ ମିଳୁଛି। ମାତ୍ର ଏହି ନିରାଶ୍ରୟଙ୍କୁ ରାତ୍ର ଆଶ୍ରୟସ୍ଥଳ ସ୍ଥାନକୁ ନେବା ପାଇଁ କୌଣସି ବନ୍ଦୋବସ୍ତ ନାହିଁ। ସହରାଞ୍ଚଳ ୱାର୍ଡ କଲ୍ୟାଣ କମିଟି ଅଥବା ପୌର ପ୍ରଶାସନର ଏଥିପ୍ରତି ନଜର ନାହିଁ। ସ୍ବେଚ୍ଛାସେବୀ ସଙ୍ଗଠନଙ୍କ ଆତ୍ମିିୟତା ନ ଥିବା ଫଳରେ ଗତ ୪ ବର୍ଷ ପୂର୍ବେ କୋଟିଏ ଟଙ୍କାରେ ବ୍ୟୟ ରାତ୍ର ଆଶ୍ରୟସ୍ଥଳ କାମରେ ଲାଗୁ ନ ଥିବା ସ୍ଥାନୀୟ ଅଞ୍ଚଳରେ ମତପ୍ରକାଶ ପାଇଛି। ପୌରସଂସ୍ଥା ପକ୍ଷରୁ ଗତ ୨୦୧୮ମସିହାରେ ହଜାରିବଗଚାଠାରେ ଏକ ରାତ୍ର ଆଶ୍ରୟସ୍ଥଳ ନିର୍ମାଣ ହୋଇଛି। ଏଥିରେ ପ୍ରାୟ ୧ କୋଟି ଟଙ୍କା ବ୍ୟୟ ହୋଇଛି। ଆଶ୍ରୟସ୍ଥଳରେ ୨୦ ପୁରୁଷ ଓ ୧୦ ମହିଳା ରହିବା ପାଇଁ ବ୍ୟବସ୍ଥା ଅଛି। ଏଥିସହିତ ରହଣୀ ସମୟରେ ସମ୍ୟକ ଖାଦ୍ୟ ବ୍ୟବସ୍ଥା ରଖାଯାଇଛି। ଏପରି କି ଏହି ଆଶୟସ୍ଥଳରେ ବାହାରୁ ବଦଳି ହୋଇ ଆସିଥିବା କର୍ମଚାରୀଙ୍କ ସ୍ବଳ୍ପକାଳୀନ ରହଣୀ ପାଇଁ ସୁଦୃଶ୍ୟ କୋଠରୀ ଅଛି। ଏହାସତ୍ତ୍ୱେ ଆଶ୍ରୟସ୍ଥଳରେ ରାତ୍ର ରହଣୀ ସଂଖ୍ୟା ନାହିଁ କହିଲେ ଅତ୍ୟୁକ୍ତି ହେବ ନାହିଁ।
ଏ ସମ୍ପର୍କରେ ପୂର୍ବତନ କାଉନସିଲର ହିରଣ୍ୟ କୁମାର ପଣ୍ଡା, ଖଡିଅଙ୍ଗର ମନୋଜ କୁମାର ସିଂହ, ଫକୀରାବାଦର ଓବେଦା ପ୍ରମୁଖ କହିଛନ୍ତି ଯେ, ପୌରସଂସ୍ଥାର ପରିକଳ୍ପନା ଅନୁଯାୟୀ ରାତ୍ର ଆଶ୍ରୟସ୍ଥଳର ଉପଯୋଗ ନାହିଁ। ୨୦୧୮ରେ ଏହି ଆଶ୍ରୟସ୍ଥଳ ନିର୍ମାଣ ଅସହାୟ ବ୍ୟକ୍ତିଙ୍କ ରହିବା ପାଇଁ ଉଦ୍ଦିଷ୍ଟ ହୋଇଥିଲା। ନିକଟରେ ଜିଲା ମୁଖ୍ୟ ଚିକିତ୍ସାଳୟ ଥିବାରୁ ରୋଗୀଙ୍କ ଆତ୍ମୀୟମାନେ ନିକଟସ୍ଥ ପିଣ୍ଡାରେ ଶୋଉଥିବା ଦୃଶ୍ୟକୁ ବନ୍ଦ ପାଇଁ ଏହା ନିର୍ମାଣ ହୋଇଥିଲା। ଏତିସହିତ ସହର ମଧ୍ୟରେ ବହୁ ଲୋକ ବାହାର ସ୍ଥାନରେ ରହୁଥିବାରୁ ଯୋଜନା ଫଳ ପ୍ରଦ ହେବ ବୋଲି ଆଶା କରାଯାଉଥିଲା। ପ୍ରଥମବର୍ଷ ଏପରି ନିରାଶ୍ରୟ ବ୍ୟକ୍ତିଙ୍କୁ ଖୋଜି ଆଶ୍ରୟସ୍ଥଳକୁ ନେବା ପାଇଁ ଏକ ସେଚ୍ଛାସେବୀ ସଙ୍ଗଠନକୁ ନିଯୁକ୍ତ କରାଯାଇଥିଲା। ତେବେ କୌଣସି କାରଣରୁ ଏହି ସ୍ବେଚ୍ଛାସେବୀ ସଙ୍ଗଠନ ଓହରି ଯାଇଥିବାରୁ ରାତ୍ର ଆଶ୍ରୟସ୍ଥଳ ଫାଙ୍କା ପଡୁଛି। ଏଥିପ୍ରତି ସଚେତନତା ନ ଥିବାରୁ ଏହାର ଉପଯୋଗ ହୋଇପାରୁନାହିଁ। ସହରାଞ୍ଚଳରେ ବହୁ ସ୍ବେଚ୍ଛାସେବୀ ସଙ୍ଗଠନ ଅଛି। ସେହିପରି ୱାର୍ଡ କଲ୍ୟାଣ କମିଟି ଗଠନ ହୋଇଛି। ପୌର କର୍ମଚାରୀ ଏଥିପ୍ରତି ଦୃଷ୍ଟି ଦେଲେ ରାତ୍ର ଆଶ୍ରୟସ୍ଥଳର ଲକ୍ଷ୍ୟ ପୂରଣ ହୋଇପାରିବ। ଅନ୍ୟଥା ବେଡ ପାଇଁ କିଣା ଯାଇଥିବା ଖଟ, ତକିଆ ଆଗାମୀ ଦିନରେ ନଷ୍ଟ ହେବ ବୋଲି ସେମାନେ ମତ ଦେଇଛନ୍ତି। ଏ ସମ୍ପର୍କରେ କାର୍ଯ୍ୟନିର୍ବାହୀ ଅଧିକାରୀ ଦେବପ୍ରସାଦ ବଳଙ୍କୁ ପଚାରିବାରେ ରାତ୍ର ଆଶୟସ୍ଥଳ ଅସହାୟ ବ୍ୟକ୍ତିଙ୍କ ପାଇଁ ଏକ ବରଦାନ। ଏହାକୁ ସୁପରିଚାଳନା କରିବା ପାଇଁ ବ୍ୟବସ୍ଥା କରାଯାଇଛି। ଆଶ୍ରୟସ୍ଥଳର ପରିଚାଳନା ପାଇଁ ୪ ଜଣ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇଛି। ଏଥିସହିତ ରକ୍ଷଣାବେକ୍ଷଣ ପାଇଁ ପୌରସଂସ୍ଥା ପକ୍ଷରୁ ଅର୍ଥ ବ୍ୟୟ କରାଯାଉଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତାରେ ଟ୍ରକ୍‌ ରଖି ଶୌଚ ପାଇଁ ଯାଇଥିଲେ ଡ୍ରାଇଭର, ଆପଣା ଛାଏଁ ପଛକୁ ପଛ ଗଡ଼ି…

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଦେଇ ଯାଇଥିବା ଗୋପାଳପୁର-ରାଇପୁରକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥର ସିମନବାଡ଼ି ନିକଟ ଟୋଲ୍‌ ଗେଟ୍‌ ନିକଟରେ...

ମାଙ୍ଗାନିଜ ବୋଝେଇ ୩ ଡମ୍ପରକୁ ମାଡ଼ି ବସିଲା ବନ ବିଭାଗ

ଯୋଡ଼ା,୨୭ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ସେକ୍ସନର ବୈତରଣୀ କ ସଂରକ୍ଷିତ ଜଙ୍ଗଲ ନିକଟ ତିରିଂ ପାହାଡ଼ ନିକଟରୁ ବନ ବିଭାଗ ଚଢ଼ାଉ କରି ଚୋରାଚାଲାଣ...

ଭାଜପା ଦାରିଙ୍ଗବାଡ଼ି ମଣ୍ଡଳରେ ନୂଆ କର୍ମକର୍ତ୍ତା: ରାଜନୀତିକୁ ଆସୁଛନ୍ତି ଶିକ୍ଷିତ, ସ୍ବୟଂସେବକ

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): ବିଭିନ୍ନ ଦଳରେ ଉଚ୍ଚ ଶିକ୍ଷିତ ଯୁବଗୋଷ୍ଠୀ ରାଜନୀତିକୁ ଆସିବା ଦେଖିବାକୁ ମିଳିଛି। ଏହି କ୍ରମରେ ରାଜ୍ୟ ଓ କେନ୍ଦ୍ରରେ ଶାସନ କରୁଥିବା ଭାଜପା...

ଓମ୍‌ସାର ଆନ୍ଦୋଳନ ଆଜି ବି ଜାରି: ଆଉଟ୍‌ଡୋରରେ ଘଣ୍ଟାଏ ରୋଗୀସେବା ବନ୍ଦ

ଛତ୍ରପୁର,୨୭ା୧୨(ଦିଲ୍ଲୀପ ସାମଲ): ସାରା ରାଜ୍ୟରେ ମଞ୍ଜୁରୀପ୍ରାପ୍ତ ପଦ ଅପେକ୍ଷା ପାଖାପାଖି ଅଧାରୁ ଅଧିକ ଡାକ୍ତର ପଦବୀ ଖାଲି ରହିଛି। ଏହି ପଦବୀ ସବୁ ପୂରଣ କରିବା...

ହଜିଯାଇଥିବା ମନି ପର୍ସକୁ ଫେରାଇଲେ ଫରେଷ୍ଟ ଗାର୍ଡ

ଗଞ୍ଜାମ,୨୭।୧୨(ବିଦ୍ୟାଧର ସାହୁ ): ୧୬ ନଂ ଜାତୀୟ ରାଜପଥ ପେଟ୍ରୋଲ ପମ୍ପଠାରେ ପେଟ୍ରୋଲ ପକାଇବାକୁ ଯାଉଥିବା ବେଳେ ସେଠାରୁ ଫରେଷ୍ଟ ଗାର୍ଡ ପ୍ରଶାନ୍ତ ନାୟକଙ୍କୁ ଏକ...

୫ ଶ୍ରେଣୀ ଛାତ୍ରୀଙ୍କୁ ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ: ବାନ୍ଧିଲା ପୋଲିସ

ବାରିପଦା,୨୭ା୧୨: ଜଣେ ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଗିରଫ ହୋଇଛନ୍ତି ଜଣେ ଶିକ୍ଷକ। ଏପରି ଏକ ନିନ୍ଦନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲା-ଝାରପୋଖରିଆ ଥାନା...

ମୟୂରଭଞ୍ଜ ଜିଲାରେ ଖୋଲିଲା ଧାନମଣ୍ଡି

ମୋରଡ଼ା,୨୭ା୧୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ୍‌ ଅଧୀନ ଚିତ୍ରଡ଼ା ବୃହଦାକାର ଆଦିବାସୀ ବହୁମୁଖୀ ସମବାୟ ସମିତି ପରିସରରେ ଶୁକ୍ରବାର ପୂର୍ବାହ୍ନ ୧୦ଟାରେ ଜିଲାସ୍ତରୀୟ ଖରିଫ...

ବାଇକ୍‌ରେ ଦାରିଙ୍ଗବାଡ଼ି ଫେରିବାବେଳେ ଦୁର୍ଘଟଣା: ୨ ଯୁବକ ଗୁରୁତର

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଡବେରୀ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ବାଇକ୍‌ ଦୁର୍ଘଟଣା ଘଟି ୨ ଯୁବକ ଗୁରୁତର ହୋଇଥିବାବେଳେ ଜଣେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri