ଢେଙ୍କାନାଳ ଜିଲାରେ ସୀମା ଟପିଲା ବର୍ବରତା: ୪ବର୍ଷର ଶିଶୁକୁ ବଳାତ୍କାର ପରେ ହତ୍ୟା

ଢେଙ୍କାନାଳ ଅଫିସ/କାମାକ୍ଷାନଗର/କାଳିଆପାଣି(ଡି.ଏନ୍‌.ଏ.), ୧୩।୧୧-ଢେଙ୍କାନାଳ-ଯାଜପୁର ସୀମାନ୍ତ କଙ୍କଡ଼ାହାଡ଼ ଥାନା ଖରଖରି ଗ୍ରାମରେ ଜଣେ ୪ବର୍ଷର ଶିଶୁଙ୍କୁ ବଳାତ୍କାର ପରେ ନିର୍ମମ ଭାବେ ପଥରରେ ଛେଚି ହତ୍ୟା କରାଯାଇଛି। ପୂର୍ବଶତ୍ରୁତାକୁ କେନ୍ଦ୍ରକରି କେତେଜଣ ବ୍ୟକ୍ତି ଏପରି ଜଘନ୍ୟକାଣ୍ଡ ଘଟାଇଥିବା ମୃତ ଶିଶୁକନ୍ୟାଙ୍କ ବାପା ଅଭିଯୋଗ କରିଛନ୍ତି। ଏପରି ସମ୍ବେଦନଶୀଳ ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଧରିବାକୁ ପୋଲିସ ପକ୍ଷରୁ ତନାଘନା ଆରମ୍ଭ ହୋଇଛି। ସନ୍ଧାନୀ କୁକୁର ସହାୟତାରେ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରୁ ନମୁନା ସଂଗ୍ରହ କରିଛି। ସନ୍ଦେହରେ ୫ଜଣଙ୍କୁ ଅଟକ ରଖି ପଚରାଉଚୁରା କରାଯାଉଥିବା କାମାକ୍ଷାନଗର ଏସ୍‌ଡିପିଓ ସୁପ୍ରସନ୍ନ ମଲ୍ଲିକ ସୂଚନା ଦେଇଛନ୍ତି।